ପାରାଦୀପ: ଏକ କୋଷ୍ଟଗାର୍ଡ ଜାହାଜରେ ଜଣେ ନାବିକଙ୍କ ଆତ୍ମହତ୍ୟା। ରେଜିୟା ସୁଲତାନା ନାମକ ଜାହାଜରେ ଜଣେ ନାବିକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ନାବିକଙ୍କ ନାଁ ଗୌତମନ୍ ଏ. କେ। କୋଷ୍ଟଗାର୍ଡ ଅଧିକାରୀଙ୍କ ରିପୋର୍ଟ ପରେ ମେରାଇନ୍ ଥାନାର ତଦନ୍ତ ଆରମ୍ଭ କରିଛି। ଜାହାଜରୁ ମୃତଦେହକୁ ନେଇ ବ୍ୟବଚ୍ଛେଦ ଲାଗି ପୋଲିସ୍ ପଠାଇଛି।
ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ। ଏଥିରେ ବଲାଙ୍ଗିର ଜିଲ୍ଲାର ନାଁ ଉଜ୍ଜ୍ୱଳ କରିଛନ୍ତି ଦୁଇଭାଇ। କଂଟାବାଞ୍ଜି ଅଞ୍ଚଳର ଦୁଇ ଭାଇ ପରୀକ୍ଷାରେ ରେକର୍ଡ କରିଛନ୍ତି । ବଡ଼ ଭାଇ ରୌନକ ଡାଲମିୟା ସର୍ବ ଭାରତୀୟ ସ୍ତରରେ ୫୨ତମ ରାଙ୍କ ହାସଲ କରିଛନ୍ତି। ସେହିପରି ସାନ ଭାଇ ମନ୍ଥନ ଡାଲମିୟା ୧୦୦ତମ ରାଙ୍କ ହାସଲ କରିଛନ୍ତି । ବଡ଼ଭାଇ ରୌନକ IIT Kharagpur ଜୋନ୍ର ୪ର୍ଥ ସ୍ଥାନରେ ଅଛନ୍ତି। ଦୁଇ ଭାଇଙ୍କ ସଫଳତା ପାଇଁ ପରିବାରର […]
ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ମୁହାଁଇବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ନଜର ରଖିବାକୁ […]
ଭୁବନେଶ୍ୱର: ସାତ ସାତ ଥରର ବିଧାୟକ, ପଞ୍ଚାୟତିରାଜ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ। ଓଡ଼ିଶା ରାଜନୀତିରେ ଦୀର୍ଘ ୪ ଦଶନ୍ଧିର ଯାତ୍ରା । ହେଲେ ଏହି ଯାତ୍ରାରେ ଏବେ ପଡ଼ି ଯାଇଛି ଯବନିକା । ରାଜନୀତିର ମହାରଥୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ସହ ସରି ଯାଇଛି ଏହି ଯାତ୍ରା। ପ୍ରଦୀପ ମହାରଥୀ କେବଳ ଯେ ରାଜନୀତିର ମହାରଥୀ ଥିଲେ ତା ନୁହେଁ, ଯାତ୍ରା ଜଗତର ମହାରଥୀ ବି ଥିଲେ । ସେ ପ୍ରତିଷ୍ଠା କରିଥିଲେ […]
ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨,୬୭୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ ଓ ଲୋକାଲ କେସ୍ ୧,୧୧୯ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି । ଖୋର୍ଦ୍ଧାରୁ ସର୍ବାଧିକ ୪୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୨୧୪। ଆଜିର ନୂଆ ଆକ୍ରାନ୍ତଙ୍କ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା […]
ମାଲକାନଗିରି: ଚକାଚକ୍ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ ବିଲ୍ଡିଂ। ୩୦୦ ଶଯ୍ୟା ବିଶିଷ୍ଟ ଏ ମେଡିକାଲକୁ ଗତ ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ତେବେ ଉଦ୍ଘାଟନକୁ ୨ ମାସ ପୂରିଥିଲେ ମଧ୍ୟ ମେଡିକାଲରୁ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବାର ଆଶାରେ ଥିବା ଲୋକେ କିନ୍ତୁ ନିରାଶ ହୋଇଛନ୍ତି। ନୂଆ ମେଡିକାଲରେ କେବଳ ଓପିଡି ଓ ପାଥୋଲ୍ୟାବ୍ ଛଡ଼ା ଆଉ କିଛି ସୁବିଧା ନାହିଁ ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି। ଡାକ୍ତରଖାନାଠାରୁ […]