• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଅଡୁଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ଅଡୁଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ବିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସାହାଣ ମେଲା ଦର୍ଶନ ବନ୍ଦ ଥିବାବେଳେ ଶ୍ରୀଲିଙ୍ଗରାଜଙ୍କୁ ଗର୍ଭ ଗୃହରେ ଦର୍ଶନ କରି ଅଡୁଆରେ ନିରଞ୍ଜନ। ଯାହାକୁ ନେଇ ଏବେ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।  ଆଜି ରଜ ସଂକ୍ରାନ୍ତି ଅବସରରେ ନିରଞ୍ଜନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବାବେଳେ ସାହାଣ ମେଲା ଦର୍ଶନ ବନ୍ଦ ଥିଲା। ଶ୍ରଦ୍ଧାଳୁମାନେ ଆଡକାଠରୁ ଦର୍ଶନ କରୁଥିବାବେଳେ ନିରଞ୍ଜନଙ୍କୁ କିଛି ସେବାୟତ ଗର୍ଭଗୃହ ଭିତରକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ। ଏହାକୁ […]

  • Friday, 02 July 2021
କଣ୍ଢେଇ ବାହାଘର କରି ରଜ ଉତ୍ସବ ପାଳନ
କଣ୍ଢେଇ ବାହାଘର କରି ରଜ ଉତ୍ସବ ପାଳନ

ପୁରୀ  : ପୁରୀ ଜିଲ୍ଲାରେ ରଜ ଉତ୍ସବର ଆସର ଟିକିଏ ନିଆରା। କାକଟପୁର ଅଞ୍ଚଳର କୁଣ୍ଡେଶ୍ୱର ଗାଁରେ କୁମାରୀମାନେ ପାରମ୍ପରିକ ଶୈଳୀରେ ବାହାଘର କରି ରଜକୁ ଧୁମଧାମରେ ପାଳନ କରିଛନ୍ତି। ସମାଜରେ ଯୌତୁକ ପ୍ରଥାକୁ ବିରୋଧ କରି ଏହି ଗାଁରେ ଜଣେ ମହିଳା କଣ୍ଢେଇ ବାହାଘରର ପରମ୍ପରା ଆରମ୍ଭ କରିଥିଲେ। ସେହିଦିନଠାରୁ ଏହି ରୀତିନୀତିରେ ଉତ୍ସବ ପାଳନ ହୋଇ ଆସୁଛି। ବିବାହ ଉତ୍ସବରେ ବାଣ, ରୋଷଣୀ ସହ ବେଦୀରେ ପାରମ୍ପରିକ ମନ୍ତ୍ରପାଠ କରି କଣ୍ଢେଇ ବାହାଘର କରାଯାଇଥିଲା। […]

  • Friday, 02 July 2021
ମାଲକାନଗିରି-ଜୟପୁର ପାଙ୍ଗାମା ନିକଟରେ ବସ୍ ଦୁର୍ଘଟଣା
ମାଲକାନଗିରି-ଜୟପୁର ପାଙ୍ଗାମା ନିକଟରେ ବସ୍ ଦୁର୍ଘଟଣା

ମାଲକାନଗିରି : ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାର ପାଙ୍ଗାମା ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା। ଏଥିରେ ଅନେକ ଯାତ୍ରୀ ଆହତ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସରକାରୀ ବସ୍‌ଟି ମାଲକାନଗିରରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ତେବେ ବସ୍‌ଟି ପାଙ୍ଗାମା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଥିଲା। ବସ୍‌ରେ ଥିଲେ ବସ୍ କର୍ମଚାରୀଙ୍କ ସହ ୪୪ ଜଣ ଯାତ୍ରୀ। ତେବେ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଗୁରୁତର ଅବସ୍ଥାରେ ଥିବା ୪ ଜଣ ଯାତ୍ରୀଙ୍କୁ ନିକଟସ୍ଥ ମେଡ଼ିକାଲରେ […]

  • Friday, 02 July 2021
ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ନିଆଳି: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଆଳିର ଜଣେ ଛାତ୍ର ଏଭଳି ଅଭିଯୋଗ ଆଣିଛନ୍ତି। ନିଆଳି ବ୍ଲକ୍ ସିଠାଳୋ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ବିକାଶ ସ୍ୱାଇଁ ଏହି ଅଭିଯୋଗ ଆଣିଛନ୍ତି। କୋଭିଡ୍ ପାଇଁ ବିଜ୍ଞାନରେ ମୋଟ୍‌ ୮୦ ମାର୍କର ପରୀକ୍ଷା ହୋଇଥିଲା। ଅବ୍‌ଜେକ୍ଟିଭ୍‌ରେ ୫୦ ମାର୍କ ଓ ସବ୍‌ଜେକ୍ଟିଭ୍‌ରେ ୩୦ ମାର୍କର ପରୀକ୍ଷା ହୋଇଥିଲା। ହେଲେ ସବ୍‌ଜେକ୍ଟିଭ୍‌ରେ ବିକାଶଙ୍କୁ ୩୦ ମାର୍କରୁ ୪୨ ମାର୍କ ମିଳିଥିବା ବେଳେ […]

  • Friday, 02 July 2021
୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠମଲ୍ଲିକ ବଣିକ ସଂଘ
୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠମଲ୍ଲିକ ବଣିକ ସଂଘ

ଅନୁଗୁଳ  : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବଜାରରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ଘଟଣାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଆଠମଲ୍ଲିକ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ। ଆଠମଲ୍ଲିକ ବଣିକ ସଂଘର ବନ୍ଦ ଡାକରା ଯୋଗୁ ଆଠମଲ୍ଲିକରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଗତକାଲି ଭୋରରେ ମହେଶ ଅଗ୍ରୱାଲ୍ ନାମକ ଜଣେ ବ୍ୟବସାୟୀଙ୍କୁ ୪ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। […]

  • Friday, 02 July 2021
corona
ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା  ୧,୨୧୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୋଳ ଓ ଗଜପତିରେ ସର୍ବାଧିକ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱରରୁ ୨ ଆକ୍ରାନ୍ତ ଆଖି ବୁଜିଛନ୍ତି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନ ଧରି କମିବାରେ […]

  • Friday, 02 July 2021
corona
ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୭୯୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୭୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୩୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୬୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଛି।

  • Friday, 02 July 2021
ଚାଇନା ସମୁଦ୍ରରେ ବିଚିତ୍ର ଜଳଜୀବ;  ଅଧା ମାଛ, ଅଧା ପକ୍ଷୀ

  ବେଜିଙ୍ଗ/ଗୁଇଜ୍‌ହୋ; ଦେଖନ୍ତୁ ଏକ ବିଚିତ୍ର ଜଳଜୀବର ଫଟୋଚିତ୍ର । ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଜଳଜୀବକୁ ନିକଟରେ ଦକ୍ଷିଣ ଚାଇନାର କୈବର୍ତ୍ତମାନେ ସମୁଦ୍ରରୁ ଧରିଛନ୍ତି । ଏହା ଦେଖିବାକୁ ଅଧା ପକ୍ଷୀ ଅଧା ମାଛ ଭଳି । ଏବେ ଏହାର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି । ଏହି ଜୀବର ମୁହଁ ପକ୍ଷୀ ଭଳି ଦେଖା ଯାଉଥିବା ବେଳେ ଦେହ ମାଛ ଭଳି ଦେଖାଯାଉଛି । ଏହା ଡଲଫିନ୍ ପରି ମଧ୍ୟ ଦେଖାଯାଉଛି […]

  • Friday, 02 July 2021
ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିର୍‌ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କ ଡ୍ରୟର୍‌ରୁ ୨ ଲକ୍ଷ ୩୪ ହଜାର ୯ଶହ ଟଙ୍କା ଜବତ କରିଛି। ଏହାସହ ତାଙ୍କ କାର୍ଯ୍ୟାଳୟରେ ତନାଘନା କରିଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍‌ପିଙ୍କ ଉପସ୍ଥିତିରେ ଏହି ଚଢ଼ଉ ହୋଇଥିଲା। ମିର୍‌ ରାଜା ସରକାରୀ ଅଫିସରୁ ଘରକୁ ବାହାରୁଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ପାଇ ଅଫିସରେ ପହଞ୍ଚିଥିଲା […]

  • Friday, 02 July 2021
ତଦନ୍ତ କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ତଦନ୍ତ କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ତାସହ ପ୍ରକାଶ ପାଇଛି ଟର୍ମ ଅଫ୍ ରେଫରେନ୍ସ। କେଉଁ ପରିସ୍ଥିତିରେ ଚାବି ମିଳୁନଥିଲା ତାର ତଦନ୍ତ ସହ ଚାବି ନମିଳିବା ନେଇ କେଉଁ ବ୍ୟକ୍ତି ବା ଗୋଷ୍ଠୀ ଦାୟୀ ତାର ମଧ୍ୟ ଅନୁସନ୍ଧାନ ହେବ। ଘଟଣାର ଯେପରି ପୁନରାବୃତ୍ତି ନହେବ ସେନେଇ କମିଶନ ସୁପାରିଶ କରିବେ। ଜଷ୍ଟିସ ରଘୁବୀର ଦାଶଙ୍କୁ କମିଶନ […]

  • Friday, 02 July 2021
ପଥର ତଳୁ ମିଳିଲା ଆଉ ଏକ ମୃତଦେହ

କୋରାପୁଟ  : କୋରାପୁଟ ଜିଲ୍ଲା ବୋରିପୁଟ ପଥର ଧସିବା ଘଟଣାରେ ମିଳିଲା ଆଉ ଜଣଙ୍କ ମୃତଦେହ। ମୃତଦେହଟି ଆଠଗଡ଼ର ଜେସିବି ଅପରେଟର ସଞ୍ଜୟ ଦାସଙ୍କର। ପଥର ତଳୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ଆଜି ଦିନ ତମାମ ପଥର ବ୍ଲାଷ୍ଟିଂ କରି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଅଛନ୍ତି କୋରାପୁଟ ଜିଲ୍ଲାପାଳ, ଏସ୍‌ପି ଏବଂ ସିଡିଏମ୍ଓ । ଗତକାଲି ଜେସିବି ଅପରେଟର ଦେବଗଡ଼ର ଘନଶ୍ୟାମ ଗୁରୁଙ୍କ ମୃତଦେହକୁ ଉଦ୍ଧାର କରି ପରିବାର […]

  • Friday, 02 July 2021
୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ  : ବନ୍ଧୁକ ମୂନରେ ଲୁଟ୍। ଅନୁଗୁଳ ଜିଲ୍ଳା ଆଠମଲ୍ଲିକ ଗଂଗରାମ ଛକରେ ଥିବା ଏକ ସିମେଣ୍ଟ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଆଜି ଭୋର ସାଢ଼େ ୪ଟାରେ ମହେଶ ଅଗ୍ରୱାଲ ନିଜ ସିମେଣ୍ଟ ଦୋକାନ ଖୋଳିଥିଲେ। ଏ ସମୟରେ ୨ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ମହେଶଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରି ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ମହେଶ ଆଠମଲ୍ଲିକ ଥାନାରେ ଅଭିଯୋଗ କରିବା […]

  • Friday, 02 July 2021
ନାଗା ବାବାଙ୍କୁ ଘୋଷାରି ନିସ୍ତୁକ ମାଡ଼ ମାରିଲେ କିନ୍ନର
ନାଗା ବାବାଙ୍କୁ ଘୋଷାରି ନିସ୍ତୁକ ମାଡ଼ ମାରିଲେ କିନ୍ନର

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କିନ୍ନରଙ୍କ ନୃଶଂସ ଆଚରଣ। ଆଶ୍ରମ କରି ରହୁଥିବା ଜଣେ ନାଗା ବାବାଙ୍କୁ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଛନ୍ତି କିନ୍ନର। ସଂଘବଦ୍ଧ ହୋଇ ବାବାଙ୍କୁ ପିଟି ଥିଲେ ୧୦ରୁ ଅଧିକ କିନ୍ନର। ମିଳିଥିବା ସୂଚନା ଅନୁସାରେ ରାତିରେ ଖଣ୍ଡଗିରି ଅ଼ଞ୍ଚଳରେ ଆଡ୍ଡା ଜମାଉଥିବା କିନ୍ନରଙ୍କୁ ପୋଲିସ ଘଉଡ଼ାଇ ଥିଲା। ଏହି ସମୟରେ କିଛି କିନ୍ନର ସଂପୃକ୍ତ ବାବାଙ୍କ ଆଶ୍ରମ ଭିତରେ ପଶି ଯାଇଥିଲେ। ତେବେ ବାବା ସେମାନଙ୍କୁ ଆଶ୍ରମ ଭିତରେ ନପଶିବାକୁ […]

  • Friday, 02 July 2021
ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର  : କର୍ପୋରେଟ୍ ସୋସିଆଲ ରେସ୍ପନସବିଲିଟି ବା CSRରୁ ଅର୍ଥ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ CSRରୁ ଅର୍ଥ ବ୍ୟବସ୍ଥା ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ CSRରୁ ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ CSRରୁ ଅର୍ଥ ବ୍ୟବସ୍ଥା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏମିତିକି ଜାତୀୟ ଦୁର୍ବିପାକ ସମୟରେ ଜାମ୍ମୁକାଶ୍ମୀର ଏବଂ ନେପାଳକୁ […]

  • Friday, 02 July 2021
ମଦ ଦୋକାନକୁ ନେଇ ତାତି

କେନ୍ଦ୍ରାପଡ଼ା: ମଦ ଦୋକାନକୁ ନେଇ ତୁମୁଳକାଣ୍ଡ। ମଦ ଦୋକାନ ଖୋଲିବାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଙ୍ଗୁଳେଇରେ ମାରପିଟ୍‌ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଏଥିରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମଦ ଦୋକାନ କର୍ମଚାରୀଙ୍କ ମାଡ଼ରେ ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଅନ୍ୟ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ମହିଳା ସରପଞ୍ଚଙ୍କୁ ମଧ୍ୟ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ମଦ ଦୋକାନ ମାଲିକ ଓ […]

  • Friday, 02 July 2021
ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଭୁବନେଶ୍ୱର: ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରରେ କରାଗଲା ଗ୍ରୀନ୍‌ କରିଡର୍। ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡର୍‌ରେ ଗଲା ଆମ୍ବୁଲାନ୍ସ। ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବା ଲାଗି ଭୁବନେଶ୍ୱରରେ ଏହି ଗ୍ରୀନ୍‌ କରିଡର୍ କରାଯାଇଥିଲା। ନୟାପଲ୍ଲୀ, ସିଆରପି, ଏଜି ଛକ ଦେଇ ଭୁବନେଶ୍ୱର ବିମାନ ବନ୍ଦର ଯାଏ ଆମ୍ବୁଲାନ୍ସକୁ କଡ଼ା ସୁରକ୍ଷା ଭିତରେ ନିଆଯାଇଥିଲା। ପ୍ରାୟ ସାଢ଼େ ୬ କିଲୋମିଟର୍ […]

  • Friday, 02 July 2021
rain
ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌(ଅବପାତ) ପଶ୍ଚିମବଙ୍ଗ-ବାଂଲାଦେଶ ଅଭିମୁଖେ ଗତି କରୁଛି। ପାଣିପାଗ ବିଭାଗର ଲାଟେଷ୍ଟ୍‌ ବୁଲେଟିନ୍‌ ଅନୁସାରେ, ଏହି ଡିପ୍ରେସନ୍‌ ପାରାଦୀପଠୁ ପୂର୍ବ ଉତ୍ତର ପୂର୍ବଦିଗରୁ ୨ ଶହ କିଲୋମିଟରରେ ଦୂରରେ ରହିଛି। ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜ ଠାରୁ ଦକ୍ଷିଣପୂର୍ବ ଦିଗରେ ୬୦ କିମି ଦୂରରେ ଏବଂ ବାଂଲାଦେଶର ଖେପୁପାରା ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୨୧୦ କି.ମି. ଦୂରରେ ସକ୍ରିୟ ରହିଛି। ଏହି ଡିପ୍ରେସନ୍‌ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ଆଜି ସାଗର-ଦ୍ଵୀପପୁଞ୍ଜ ଏବଂ […]

  • Friday, 02 July 2021
ଜାଲ୍ ସାର୍ଟିଫିକେଟରେ ୨୨ବର୍ଷ ଧରି ଚାକିରୀ 
ଜାଲ୍ ସାର୍ଟିଫିକେଟରେ ୨୨ବର୍ଷ ଧରି ଚାକିରୀ 

କଟକ  : କଟକ ଟାଙ୍ଗି ପିଏଚ୍‌ସିରେ କାର୍ଯ୍ୟରତ ହେଲ୍‌ଥ ସୁପରଭାଇଜର ଅଶୋକ ମହାନ୍ତି।  ବାବୁ ଦୀର୍ଘ ୨୨ ବର୍ଷ ଧରି କଟକ ସିଡିଏମ୍ଓ ଅଫିସ ଅଣ୍ଡରରେ କାର୍ଯ୍ୟ କରୁଛନ୍ତି। ଏହାରି ଭିତରେ ତାଙ୍କୁ ପ୍ରମୋସନ ମଧ୍ୟ ମିଳିଛି। ତେବେ ସିଏମ୍‌ସି ସାନିଟାରୀ ଇନ୍‌ସ୍‌ପେକ୍ଟର ଭାବେ କାର୍ଯ୍ୟ କରିବା ସମୟରେ ଅଶୋକଙ୍କ ବିରୋଧରେ ଆସିଥିଲା ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବାର ଅଭିଯୋଗ। ଘଟଣା ନେଇ ସତ୍ୟତା ଜାଣିବା ପାଇଁ ଓଟିଭିରେ  ଖବର ମଧ୍ୟ ପ୍ରସାରଣ ହୋଇଥିଲା। ତେବେ […]

  • Friday, 02 July 2021
ଆସନ୍ତାକାଲି ସିଲଭର ସ୍କ୍ରିନକୁ ଆସୁଛି ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ ଖାନ୍’
ଆସନ୍ତାକାଲି ସିଲଭର ସ୍କ୍ରିନକୁ ଆସୁଛି ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ ଖାନ୍’

ଭୁବନେଶ୍ୱର : ରଜ ବଜାରରେ ଧୂମ ମଚାଇବା ଲକ୍ଷ୍ୟ ନେଇ ଆସନ୍ତାକାଲି ସିଲଭର ସ୍କ୍ରିନକୁ ଆସୁଛି ନୂଆ ଓଲିଉଡ୍ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍। ବାବୁସାନ୍ ଓ ଦିବ୍ୟାଙ୍କ ନୂଆ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ମୁକ୍ତିଲାଭ କରିବାକୁ ଯାଉଛି ଏହି ରୋମାଣ୍ଟିକ୍ ମ୍ୟୁଜିକାଲ ଫିଲ୍ମ। ଏଥିରେ ବାବୁସାନଙ୍କ ସହ ଡେବ୍ୟୁ କରିଛନ୍ତି ଚୁଲବୁଲି ଦିବ୍ୟା। ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରହିଛି ଜବରଦସ୍ତ ଷ୍ଟୋରୀ ଲାଇନ। ଫିଲ୍ମରେ ବାବୁସାନଙ୍କୁ ଜଣେ ବ୍ରାହ୍ମଣ […]

  • Friday, 02 July 2021
ସ୍କୁଲରେ ଆରମ୍ଭ ହେବ ରୋବଟିକ୍ସ ପାଠ୍ୟକ୍ରମ
ସ୍କୁଲରେ ଆରମ୍ଭ ହେବ ରୋବଟିକ୍ସ ପାଠ୍ୟକ୍ରମ

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ମନବୃତ୍ତି ବଢାଇବା ପାଇଁ ଆରମ୍ଭ ହେବ ରୋବଟିକ୍ସ ପାଠ୍ୟକ୍ରମ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ବେଙ୍ଗାଲୁରୁର ଏକ ସଂସ୍ଥା ସହ ଆଲୋଚନା ହୋଇଛି। ପାଇଲଟ୍ ବେସିସରେ ପ୍ରଥମ ୧୦ଟି ମଡେଲ ସ୍କୁଲରେ ଏହା ଆରମ୍ଭ ହେବ। ସମ୍ପୃକ୍ତ ସ୍କୁଲଗୁଡିକରେ ଡ୍ରୋନ, ରୋବର୍ଟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଦି ସମ୍ପର୍କରେ ପ୍ରାକ୍ଟିକାଲ ଜ୍ଞାନ ଛାତ୍ରଛାତ୍ରୀଙ୍କୁ ଦିଆଯିବ।

  • Friday, 02 July 2021
1
କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

କୋରାପୁଟ: ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଜବତ ହୋଇଛି କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ। ତା ପୁଣି ଜଣେ ବ୍ୟକ୍ତିଙ୍କ ଘରୁ। କୋରାପୁଟ ମାଛକୁଣ୍ଡ ଥାନା ଏକଟାପୁଟ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୧୩ କ୍ୱିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଗତକାଲି ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏକଟାପୁଟ ଗାଁରେ ଚଢ଼ଉ କରିଥିଲେ। ପ୍ରାୟ ୩ ଘଣ୍ଟାର ଅପରେସନ୍ ପରେ ଗଞ୍ଜେଇ […]

  • Friday, 02 July 2021
ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ :  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କଂଗ୍ରେସର ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟକୁ ନେଇ ଦଳ ଭିତରେ ଆପତ୍ତି ଓ ଅସନ୍ତୋଷ ଦେଖାଦେବା ପରେ ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ପଷ୍ଟୋକ୍ତି। ନିରଞ୍ଜନ ଟ୍ୱିଟ୍ କରିଛନ୍ତି ଯେ, ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟ ଅର୍ଥ ଏକ ସମୟରେ ଜଣେ ଉଭୟ ଦଳୀୟ ପଦବୀ ଓ ନିର୍ବାଚିତ ପ୍ରତିନିଧି ହୋଇପାରିବେନି। ତେବେ ନିର୍ବାଚନ ଲଢ଼ିବା ପାଇଁ ପ୍ରସଙ୍ଗରେ ସେ କହିଛନ୍ତି ଯେ, ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ। ଜଣେ […]

  • Friday, 02 July 2021
ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ
ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ

ଭୁବନେଶ୍ୱର: ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା। ଲୋକସଭା ବାଚସ୍ପତିଙ୍କ ନିକଟକୁ ବୈଜୟନ୍ତ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ବୈଜୟନ୍ତ ଜଣାଇଛନ୍ତି ଯେ, ଦଳ ଛାଡ଼ିବା ବେଳେ ନବୀନଙ୍କୁ ଚିଠିରେ ମୁଁ ଏକଥା ଜଣାଇଥିଲି। ପିତାଙ୍କ ଶୁଦ୍ଧିକ୍ରିୟା ପରେ ସାଂସଦ ପଦରୁ ଇସ୍ତଫା ଦେବା କଥା କହିଥିଲି । ସେ କହିଛନ୍ତି ଯେ, ଶୁଦ୍ଧିକ୍ରିୟା ପରେ ମୁଁ ବାଚସ୍ପତିଙ୍କୁ ଭେଟିବାକୁ ଚାହିଁଥିଲି। ବାଚସ୍ପତି ବିଦେଶରେ ଥିବାରୁ ଭେଟିବା ପାରି ନ ଥିଲି। […]

  • Friday, 02 July 2021
10am-duplicate-bisleri
ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

ରାଜଧାନୀରେ ବ୍ରାଣ୍ଡ ବଦଳରେ ମିଳୁଛି ନକଲି ପାଣି,ପଢ଼ନ୍ତୁ କେଉଁଠି ଠାବ ହେଲା

  • Friday, 02 July 2021
rain
୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ଭୁବନେଶ୍ୱର: ଆଗାମୀ ୨ ଦିନରେ ଓଡ଼ିଶାର କେତେକ ଅଞ୍ଚଳରୁ ବିଦାୟ ନେବ ମୌସୁମୀ। ତାର ଆଉ ୨ ଦିନ ପରେ ସାରା ଓଡ଼ିଶାରୁ ମୌସୁମୀ ଫେରିଯିବ। ମୌସୁମୀ ପ୍ରତ୍ୟାଗମନ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଉପକୂଳ ଓଡ଼ିଶା ସମେତ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ଯାଏଁ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ […]

  • Friday, 02 July 2021