କଟକ: ଆଗକୁ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଇଁ ଓଡ଼ିଶା ସରକାର ଜାରି କରିଥିବା ଗାଇଡଲାଇନ୍ସକୁ ଚ୍ୟାଲେଞ୍ଜ କରି କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି। ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚ୍ୟାଲେଞ୍ଜ କରି ଏହି ମାମଲା ଦାୟର କରାଯାଇଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖିବାକୁ ସରକାର ଗାଇଡଲାଇନ ଜାରି କରିଛନ୍ତି। ସେହିପରି ମଣ୍ଡପର ୩ ପାର୍ଶ୍ୱ ସଂପୂର୍ଣ୍ଣ ଓ ଚତୁର୍ଥ […]
ଭୁବନେଶ୍ୱର: ସେପ୍ଟେମ୍ବର ୧୪ରୁ ୨୪ ଯାଏ ମାଟ୍ରିକ୍ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ମାଟ୍ରିକ୍ ପାଇଁ ୧୫୩ଟି ଏବଂ ଓପନ ସ୍କୁଲ ପାଇଁ ୮୮ ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରତିଦିନ ସାନିଟାଇଜ୍ କରାଯିବ। ଏହାସହ ଭିଡ଼ ଯେପରି ନ ହେବ ସେନେଇ ବ୍ୟବସ୍ଥା ହେବ। କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯାଇ ପରୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ୨୨, ୬୪୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ […]
ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଅକ୍ଟୋବରରେ ଖୋଲିବାକୁ ବିଚାର ବିମର୍ଶ ଚାଲୁ ରହିଛି ବୋଲି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍ ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ କେଉଁଦିନ ଖୋଲିବ, ସେନେଇ କିଛି ସ୍ଥିର କରାଯାଇନାହିଁ। ଏଥିପାଇଁ ଏକ ସ୍ୱତନ୍ତ୍ର ଏସ୍ଓପି ପ୍ରସ୍ତୁତ କରାଯିବ। ଏହାସହ କୋଭିଡ ଗାଇଡଲାଇନ୍ସକୁ କଡ଼ାକଡ଼ି ପାଳନ କରାଯିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ କହିଛନ୍ତି। ସୂଚନାଥାଉ କି, କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଛି ନନ୍ଦନକାନନ।
ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩ ଶହ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ଅଣଜଳସେଚିତ ଜମି ପାଇଁ ହେର ପିଛା ୬ ହଜାର ୮୦୦ ଟଙ୍କା ଇନପୁଟ ସବସିଡି ଦେବେ ସରକାର। ସେହିପରି ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦, ବାରମାସୀ ଫସଲ ପାଇଁ ୧୮ ହଜାର ଟଙ୍କା ସହାୟତା ମିଳିବ। ବାରମାସୀ ଫସଲ ମଧ୍ୟରେ ଆମ୍ବ, […]
ଭୁବନେଶ୍ୱର: ଆସନ୍ତା କାଲିଠୁ ପୁଣି ଗଡ଼ିବ ସ୍ପେଶାଲ୍ ଏକ୍ସପ୍ରେସ୍। ଜୀବିକା ପାଇଁ ଟ୍ରେନରେ ପୁଣି ସୁରତ୍ ଫେରିବେ ପ୍ରବାସୀ ଓଡ଼ିଆ। ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଗୁଜରାଟ୍ ଅଭିମୁଖେ ଯାତ୍ରା କରିବ ୩ଟି ଟ୍ରେନ୍। ଏଥିପାଇଁ ପ୍ରବାସୀ ଓଡ଼ିଆମାନେ ଟିକେଟ୍ ବୁକିଂ ବି କରୁଛନ୍ତି। ନିଜ ରାଜ୍ୟରେ କାମଧନ୍ଦା ପାଇଲେନି, ତେଣୁ ପୁଣି ଥରେ ପୁରୁଣା କର୍ମସ୍ଥଳକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଆସନ୍ତାକାଲିଠାରୁ ଖୋର୍ଦ୍ଧାରୁ ଗୁଜରାଟ୍ ଅଭିମୁଖେ ୩ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଏସବୁ ଟ୍ରେନଗୁଡିକ ବ୍ରହ୍ମପୁର ଷ୍ଟେସନରେ ଅଟକିବ। […]
କନ୍ଧମାଳ: କନ୍ଧମାଳ-କଳାହାଣ୍ଡି ସୀମାରେ ମାଓ ବିରୋଧୀ ଅପରେସନ ବେଳେ ସହିଦ ହୋଇଥିବା ୨ ଯବାନଙ୍କ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସଂପନ୍ନ ହୋଇଛି। ମୟୂରଭଂଜ ଜିଲ୍ଲାର ସହିଦ ଯବାନ ସୁଧୀର ଟୁଡୁଙ୍କ ଶେଷ କୃତ୍ୟ ତାଙ୍କ ଜନ୍ମମାଟି ଶୁଳିଆପଦା ଥାନା ଭଜୁଆଶୋଳ ଗାଁରେ ଶୋକାକୂଳ ପରିବେଶରେ ସମ୍ପନ୍ନ ହୋଇଥିଲା। ଶେଷକୃତ୍ୟ ବେଳେ ସହିଦଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ସେପଟେ ସହିଦଙ୍କ ମାଆଙ୍କୁ ୧୬ ଲକ୍ଷର ଅନୁକଂପା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି ମନ୍ତ୍ରୀ ସୁଦାମ […]
ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୪୦୬୧ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଆଜି ସୁଦ୍ଧା ୧୧୨୦୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି। 45 from Rayagada37 from Kalahandi33 from Bolangir33 from Sonepur32 from Kandhamal31 from Boudh26 from Deogarh24 from Malkangiri23 from Gajapati — H & FW Dept Odisha (@HFWOdisha) September 11, […]