• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଆପ୍ରୋଚ୍‌ ରୋଡ଼୍‌

ଗଜପତି: ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ଆପ୍ରୋଚ୍‌ ରୋଡ଼୍‌। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ଜଗନ୍ନାଥପୁର ଗାଁରେ ଆପ୍ରୋଚ୍‌ ରୋଡ଼୍‌ଟି ଭୁଶୁଡିଯିବା ଫଳରେ ୨ ଜଣ ବାଇକ୍ ଆରୋହୀ ଆହତ ହୋଇଛନ୍ତି। ଫଳରେ ଜଗନ୍ନାଥପୁର-ପାରଳାଖେମୁଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗତ ରାତିରେ ହୋଇଥିବା ମୂଷଳ ଧାରା ବର୍ଷାରେ ରୋଡ଼୍‌ଟି ଧସି ଯାଇଥିଲା।

  • Friday, 02 July 2021
4-2
ଅସୁସ୍ଥତା କାରଣରୁ ଥାନାରେ ହାଜର ହୋଇପାରିଲେନି ଓଟିଭି ସାମ୍ବାଦିକ

ଭୁବନେଶ୍ୱର: ଶାରୀରିକ ଅସୁସ୍ଥତା କାରଣରୁ କେନ୍ଦୁଝର ଥାନାରେ ଆଜି ହାଜର ହୋଇପାରି ନାହାନ୍ତି ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥ। ଥାନାରେ ହାଜର ପାଇଁ ସେ ୧୫ଦିନ ସମୟ ମାଗିଛନ୍ତି। ଦେଢ଼ ବର୍ଷ ତଳର ଫେକ୍ ଭାଇରାଲ୍ ଭିଡିଓ ମାମଲାରେ ରମେଶଙ୍କୁ କେନ୍ଦୁଝର ପୋଲିସ ଭୁବନେଶ୍ୱରରେ ରାସ୍ତା ଉପରୁ ଟାଣି ଘୋଷାରି ଉଠାଇ ନେଇଥିଲା। ପରେ ଦୀର୍ଘ ସମୟ ଏ ଥାନାରୁ ସେ ଥାନା ବୁଲାଇଥିଲା। ସେଥିରେ ରମେଶ ଗଭୀର ଭାବେ ମାନସିକ ଆଘାତ ପାଇବା ସହ […]

  • Friday, 02 July 2021
କଲ୍ୟାଣମଣ୍ଡପରୁ ନାଗ ସାପ ଛୁଆ ଉଦ୍ଧାର

କଟକ: ପୁଣି ନାଗ ସାପ ଛୁଆ ଉଦ୍ଧାର। କଟକ ଫୁଲନଖରାରୁ ୧୨ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ଫୁଲନଖରାର ଆମ୍ରପଲ୍ଲୀ କଲ୍ୟାଣମଣ୍ଡପର କଂକ୍ରିଟ ଖୋଳି ସାପ ଛୁଆ ଗୁଡିକୁ ଉଦ୍ଧାର କରାଯାଇଛି। କଂକ୍ରିଟ୍ ଭିତରେ ସାପ ଛୁଆ ଗୁଡିକ ଅଣ୍ଡା ଦେଇଥିଲେ। ଏହାପରେ ସ୍ନେକ ହେଲ୍ପ ଲାଇନ୍‌କୁ ଡାକିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଳା ଯାଇଥିଲା। ଖୋଳାଯିବା ପରେ ୧୨ଟି ନାଗ ସାପ ଛୁଆ ବାହାରିଥିଲା। ଆଜି ପୁଣିଥରେ ଖୋଳାଯିବ ବୋଲି ସୂଚନା ମିଳିଛି। […]

  • Friday, 02 July 2021
ନିଷ୍କାସନ ହୋଇପାରୁନି ବର୍ଷାଜଳ : ଅସରାଏ ବର୍ଷାରେ କଟକ- ସାଲେପୁର ମୁଖ୍ୟ ରାସ୍ତା ଅବସ୍ଥା ଏମିତି

ସାଲେପୁର: କଟକ- ସାଲେପୁର ମୁଖ୍ୟ ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଅସରାଏ ବର୍ଷାରେ ରାସ୍ତା ଉପରେ ଜମି ରହୁଛି ପାଖାପାଖି ଦୁଇ ଫୁଟ୍ ପାଣି। ବର୍ଷାଜଳ ନିଷ୍କାସନ ହୋଇ ପାରୁନଥିବାରୁ ରାସ୍ତାରେ ଯେମିତି କୃତ୍ରିମ ଜଳାଶୟ ସୃଷ୍ଟି ହେଉଛି। ଏଥିସହ କୁଆଁପାଳ ବସଷ୍ଟାଣ୍ଡ ନିକଟରୁ ଥାନା ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ଯେମିତି ମରଣଯନ୍ତା ପାଲଟିଛି। ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ବି କିଛି ସୁଫଳ ମିଳିପାରୁନାହିଁ। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ହିଁ ଏହି […]

  • Friday, 02 July 2021
chellakumar
ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

ବାଲେଶ୍ୱର: ରାଜ୍ୟରେ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସ ଦଳକୁ ମଜଭୁତ କରିବାକୁ ଚଳାଇଛି ଉଦ୍ୟମ । ଆଜି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ଭେଟି ଗୁରୁମନ୍ତ୍ର ଦେଇଛନ୍ତି ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର । ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ଏକାଠି କରି ଦଳ ପାଇଁ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇଛି।  ଏହି ଆଲୋଚନାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏବେ […]

  • Friday, 02 July 2021
ସ୍ପା’ରୁ ଗିରଫ ହୋଇଥିଲେ ବିଧାୟକ ନବୀନ ନନ୍ଦ, ୱେବ୍‌ ମାଗାଜିନ୍‌ରେ ଚର୍ଚ୍ଚା

ଢ଼େଙ୍କାନାଳ: ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଠାରୁ ଚୋରି ହୋଇଥିବା ଘଟଣାରେ ନୂଅ ମୋଡ଼। ନବୀନ ନନ୍ଦଙ୍କୁ ଗିରଫ ପରେ ଜାମିନରେ ମୁକୁଳିଥିବା ନେଇ କୋଲକାତାର ‘ପତ୍ରିକା’ ନାମକ ଏକ ୱେବ୍ ମାଗାଜିନ୍‌ରେ ପ୍ରକାଶ ପାଇଛି। କୋଲକାତା ପାର୍କ ଷ୍ଟ୍ରିଟ୍‌ରେ ଥିବା ଏକ ସ୍ପା’ରୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଧରି କୋଲକାତା ପୋଲିସ ନେଇଥିଲା।  ସ୍ପା’ରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗରେ କୋଲକାତାର ବେନିୟାପୁକୁର ପୋଲିସ ଚଢାଉ କରିଥିଲା । ଶନିବାର ରାତିରେ ଚଢାଉ […]

  • Friday, 02 July 2021
Baleswar-Old-man
ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ବାଲେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପାଇଁ ସବୁଦଳ ଚଳାଇଛନ୍ତି ଜୋରଦାର ପ୍ରଚାର । ବିଜେପି ସଭାପତି ସମୀର ମହାନ୍ତି ନେତୃତ୍ୱରେ ଆଜି ବାଲେଶ୍ୱର ସହରରେ ଏକ ରୋଡ ସୋ କରାଯାଇଛି। ଚଣ୍ଡିଛକ ଠାରୁ ଫକୀର ମୋହନ ଛକ ଦେଇ ଏହି ରୋଡ ସୋ ରେଲେଓ୍ୱ ଷ୍ଟେସନ ଯାଏଁ ଯାଇଥିଲା। ଭୋଟରଙ୍କୁ ଆକୃଷ୍ଟ କରିବା ସହ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଜୋରଦାର କରିଛି କ୍ୟାଂପେନ । ସେପଟେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଜି ବାଲେଶ୍ୱର ଟାଉନର ୪ […]

  • Friday, 02 July 2021
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

କଣ୍ଟାବାଜି: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା କଲୋନୀ ପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଘଟି ଯାଇଛି ଏକ ହତ୍ୟାକାଣ୍ଡ। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ କପୁରଚନ୍ଦ ବିଛାଙ୍କ କୌଣସି ଏକ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କପୁରଚନ୍ଦ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା […]

  • Friday, 02 July 2021
ଆଜିଠୁ ଯୁକ୍ତ ୨ ନାମଲେଖା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି + ୨ ନାମଲେଖା ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ମାନେ ନିଜ ମନ ପସନ୍ଦର କଲେଜ୍ ଗୁଡ଼ିକରେ ଆଜିଠୁ ଆସନ୍ତା ୫ ତାରିଖ ଯାଏ ନାମ ଲେଖାଇ ପାରିବେ। ସେହିପରି ଦ୍ୱିତୀୟ ମେରିଟ୍‌ ଲିଷ୍ଟ ଜୁଲାଇ ୧୦ରେ ବାହାରି ୧୧ ଓ ୧୨ରେ ନାମଲେଖା ହେବ। ଜୁଲାଇ ୧୬ରେ ବଳକା ସିଟ୍‌ ପାଇଁ ମେରିଟ୍ ଲିଷ୍ଟ ବାହାରିବ। ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ ରୁ […]

  • Friday, 02 July 2021
ବାପା ସାମ୍ନାରୁ ଝିଅକୁ ଟେକିନେଇ ଗଣଦୁଷ୍କର୍ମ!
ବାପା ସାମ୍ନାରୁ ଝିଅକୁ ଟେକିନେଇ ଗଣଦୁଷ୍କର୍ମ!

କନ୍ଧମାଳ: ବାପା ସାମ୍ନାରୁ ଝିଅକୁ ଟେକିନେଇ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲାରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଦାରିଙ୍ଗିବାଡ଼ିରୁ ପର୍ତ୍ତମାହା ଦେଇ ଘରକୁ ଫେରିବା ବେଳେ ସଂପୃକ୍ତ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ନାବାଳିକା ଜଣକ ଜାତିଗତ ପ୍ରମାଣପତ୍ର ପାଇଁ ଦାରିଙ୍ଗବାଡ଼ି ଯାଇ ବାପାଙ୍କ ସହ ଫେରୁଥିଲେ। ତେବେ ଜଙ୍ଗଲୀ ରାସ୍ତା ଦେଇ ଚାଲି ଚାଲି ଯିବା ସମୟରେ ୨ ନାବାଳକ ତାଙ୍କୁ ଟେକିନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିଲେ […]

  • Friday, 02 July 2021
ଖୋଲିଲା ସିସୋର ଠକେଇ ଫାଇଲ୍
ଖୋଲିଲା ସିସୋର ଠକେଇ ଫାଇଲ୍

ଭୁବନେଶ୍ୱର : ପୁଣି ସିବିଆଇର ତନାଘନା। ଖୋଲିଲା ସିସୋର ଠକେଇ ଫାଇଲ୍। ଟାର୍ଗେଟ୍‌ରେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ଓଡ଼ିଶା କ୍ୟାଡରର୍‌ର ବରିଷ୍ଠ ଆଇଏଏସ୍ ଅଫିସର୍ ପରାଗ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ସଂଗ୍ରମା କେଶରୀ ରାୟ ସି-ସୋର୍ ଲିଙ୍କରେ ଉଭୟଙ୍କୁ ନୋଟିସ୍ କରି ଜୁଲାଇ ୨ ଅର୍ଥାତ ଆସନ୍ତାକଲି ହାଜର ହେବାକୁ କୁହାଯାଇଛି। ପରାଗ ଗୁପ୍ତା, ପର୍ଯ୍ୟଟନ ବିଭାଗର ସଚିବ ଥିବାବେଳେ ସିସୋର ସହ ରାଜ୍ୟ ସରକାର ଦୁଇଟି ଏମ୍ଓୟୁ ସ୍ୱାକ୍ଷର କରିଥିଲେ। କଟକରେ ମହାନଦୀରେ […]

  • Friday, 02 July 2021
ପୁରୀରେ ଶେଷ ରଥ ସମନ୍ୱୟ ବୈଠକକୁ ବର୍ଜନ ଆହ୍ୱାନ
ପୁରୀରେ ଶେଷ ରଥ ସମନ୍ୱୟ ବୈଠକକୁ ବର୍ଜନ ଆହ୍ୱାନ

ପୁରୀ : ଆସନ୍ତା ୩ ତାରିଖରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ଶେଷ ରଥ ସମନ୍ୱୟ କମିଟି ବୈଠକ। ତେବେ ଏହି ବୈଠକରେ ସେବାୟତମାନେ ଯୋଗ ନଦେବାକୁ ଆହ୍ୱାନ କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ। ଏ ନେଇ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ଏକ ପୋଷ୍ଟର ଲଗାଯାଇଛି । ସମ୍ମିଳନୀ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ବିରୋଧ କରାଯାଇ ଏହି ପୋଷ୍ଟର ଲାଗିଛି । ନିଳାଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବିବାଦ ପର୍ଯ୍ୟନ୍ତ ସବୁ ଘଟଣାରେ ଜିଲ୍ଲାପାଳ […]

  • Friday, 02 July 2021
ଗଙ୍ଗୁଆ ନାଳକୁ ବର୍ଜ୍ୟବସ୍ତୁ ଛାଡୁଛି କିମ୍‌ସ
ଗଙ୍ଗୁଆ ନାଳକୁ ବର୍ଜ୍ୟବସ୍ତୁ ଛାଡୁଛି କିମ୍‌ସ

ଭୁବନେଶ୍ୱର : କିମ୍‌ସ ନାଁରେ ଗୁରୁତର ଅଭିଯୋଗ। ଗଙ୍ଗୁଆ ନାଳକୁ ବର୍ଜ୍ୟବସ୍ତୁ ଛାଡ଼ି ଜଳ ଦୂଷିତ କରୁଛି କିମ୍‌ସ। ଏହି ଗୁରୁତର ଅଭିଯୋଗ ଆଣିଛି ଦୟା-ଗଙ୍ଗୁଆ ନଦୀ ବଞ୍ଚାଅ ସମିତି। କିମ୍‌ସ ବର୍ଜ୍ୟବସ୍ତୁ ଛାଡ଼ିବା ଦ୍ୱାରା ଜଳ ଏତେ ଦୂଷିତ ହେଉଛି ଯେ, ଚାଷ ମଧ୍ୟ ପ୍ରଭାବିତ ହେଉଛି ବୋଲି ଅଭିଯୋଗ କରିଛନ୍ତି ସମିତିର ଆବାହକ ବାସୁଦେବ ଭଟ୍ଟ। ତେବେ ଏ ସଂପର୍କରେ କିମ୍‌ସର ପ୍ରତିକ୍ରିୟା ମିଳିପାରିନାହିଁ।

  • Friday, 02 July 2021
ଗୋଠପାଟଣାରେ ହୋଇପାରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ
ଗୋଠପାଟଣାରେ ହୋଇପାରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ

ଭୁବନେଶ୍ୱର  : ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ହୋଇପାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି । ତେବେ ଖୁବ୍ ଶୀଘ୍ର ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବ ରମାଦେବୀ କୂଳପତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଜମି ଚିହ୍ନଟ କମିଟି। ମନ୍ତ୍ରୀ ନିଜେ ଗୋଠପାଟଣାରେ ଅବସ୍ଥିତ ୬୬ ଏକର ଜମିକୁ କମିଟି ସଦସ୍ୟଙ୍କ ସହ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ […]

  • Friday, 02 July 2021
cpim
ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ସୁନ୍ଦରଗଡ଼: ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍। ସୁନ୍ଦରଗଡ଼ ବଣାଇ ରକ୍ସି ଖାଦାନ୍ ଅଞ୍ଚଳରେ ଦୁଇ ଗୋଷ୍ଠୀର ଶହ ଶହ କର୍ମୀ ଆଜି ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏପରି ଉପୁଜିଥିଲା କି ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଓ ଲାଠି ମାଡ଼ ହୋଇଛି। ସିପିଆଇଏମ୍ କର୍ମୀମାନେ ପେସାଙ୍କ ପଥର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ଉତ୍ତେଜନା ପରେ ବି ଏସମ୍ପର୍କରେ ପୋଲିସ୍ ପାଖରେ କୌଣସି […]

  • Friday, 02 July 2021
ଆସନ୍ତାକାଲି ଓଡିଶା ଆସୁଛନ୍ତି ଅମିତ ଶାହା
ଆସନ୍ତାକାଲି ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର : ଦଳୀୟ ନେତାଙ୍କୁ ଦେଇଥିବା ଟାସ୍କର କିଭଳି ହିସାବ ନେବେ ଶାହା? ମିଶନ୍ ୧୨୦ ପ୍ଲସ୍ ପାଇଁ ଦେବେ କି ନୂଆ ମନ୍ତ୍ର? ଆସନ୍ତାକାଲି ଓଡ଼ିଶାଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସୁଥିବା ବେଳେ ଏହାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା।  ଶାହାଙ୍କ ଏହି ଦିନିକିଆ ଗସ୍ତ ବେଳେ ବିଜେପିର ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନକୁ ନୂଆ ରୂପ ଦେବାକୁ ପଞ୍ଚାୟତ ପ୍ରମୁଖଙ୍କ ସହ ବୈଠକକୁ ଫୋକସରେ ରଖିଛି ଦଳ। ଶାହା ନେବେ ପରୀକ୍ଷା।  ପଚାରିବେ […]

  • Friday, 02 July 2021
ସୀମା ଟପିଲା କିଟ୍‌ର ଗୁଣ୍ଡାଗିରି
ସୀମା ଟପିଲା କିଟ୍‌ର ଗୁଣ୍ଡାଗିରି

ଭୁବନେଶ୍ୱର : ପ୍ରଥମେ ଜମି ହଡ଼ପର ଦାଦାଗିରି ଆଉ ଏବେ ସାମ୍ରାଜ୍ୟ ବିସ୍ତାର ହେବା ପରେ ଗୁଣ୍ଡାଗର୍ଦ୍ଦି। ନୀତି ଆଦର୍ଶର ପାଠ ପଢ଼ାଉଥିବା କିଟ୍‌ର ଭୟଙ୍କର ଗୁଣ୍ଡାରାଜ୍। ଜମି କେଳେଙ୍କାରୀ ଅଭିଯୋଗ ସମ୍ପର୍କିତ ଖବର ସଂଗ୍ରହ ପାଇ ଯାଇଥିବା ଓଟିଭି ପ୍ରତିନିଧିଙ୍କୁ  କରାଯାଉଛି ସଂଘବଦ୍ଧ ଆକ୍ରମଣ। ଜଣେ କି ଦୁଇ ଜଣ ନୁହଁନ୍ତି, ଆକ୍ରମଣରେ ସାମିଲ ହୋଇଛନ୍ତି କିଟ୍‌ର ଏକାଧିକ ସୁରକ୍ଷା କର୍ମୀ, ଭଡାଟିଆ ଗୁଣ୍ଡା ଓ କେତେକ କର୍ମଚାରୀ। ଓଟିଭି ସାମ୍ବାଦିକଙ୍କୁ ତଣ୍ଟିଆ ମାରି ଧମକ […]

  • Friday, 02 July 2021
ଋଣ ଦେଉ ନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଘେରିଲେ ମହିଳା
ଋଣ ଦେଉ ନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଘେରିଲେ ମହିଳା

ପୁରୀ : ପିପିଲି ଦାଣ୍ଡମୁକୁନ୍ଦପୁର IDBI ବ୍ୟାଙ୍କ ଶାଖାରେ ଉତ୍ତେଜନା। ଋଣ ଦେଉ ନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଘେରିଲେ ମହିଳା। ସୂଚନା ଅନୁସାରେ ପିପିଲି ଅଂଚଳରେ ଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ପାଇଁ IDBI ବ୍ୟାଙ୍କରେ ଆବେଦନ କରିଥିଲେ। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି ଆବଶ୍ୟକ କାଗଜପତ୍ର ଅନୁଧ୍ୟାନ କରିବା ପରେ, ଗତକାଲି ଡକ୍ୟୁମେଣ୍ଟ ଫେରାଇ ଦେଇଥିଲେ। ଫଳରେ ଏଥିରେ ଉତ୍ୟକ୍ତ ହୋଇ ଆଜି ପ୍ରାୟ ଶତାଧିକ ମହିଳା ବ୍ୟାଙ୍କ […]

  • Friday, 02 July 2021
ଆସନ୍ତାକାଲି ଜିଏସ୍‌ଟି ପ୍ରଚଳନକୁ ପୁରିବ ବର୍ଷେ

ନୂଆଦିଲ୍ଲୀ : ଗୋଟିଏ ଦେଶ, ଗୋଟିଏ ଟିକସ। ଏହି ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ରୁ କେନ୍ଦ୍ର ସରକାର ଲାଗୁ କରିଥିଲେ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା GST । ଏଥିପାଇଁ ୨୦୧୭ ଜୁନ୍ ୩୦ ମଧ୍ୟରାତ୍ରିରେ ବସିଥିଲା ସଂସଦର ମିଳିତ ଅଧିବେଶନ । ସେତେବେଳେ କୁହାଯାଇଥିଲା GST ପ୍ରଚଳନ ଦ୍ୱାରା ବିଭିନ୍ନ ସାମଗ୍ରୀ ଶସ୍ତା ହେବ । ସହଜ ହେବ ଟିକସ ରିଟର୍ଣ୍ଣ ଫାଇଲିଂ । ଆସନ୍ତାକାଲି GST ପ୍ରଚଳନକୁ ବର୍ଷେ ପୁରିବାକୁ ଯାଉଥିବା […]

  • Friday, 02 July 2021
rain
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ବେଳକୁ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିବ। ଅତି ପ୍ରବଳ ବର୍ଷା ନେଇ ଗଂଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି […]

  • Friday, 02 July 2021
ନବବିବାହିତାଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ
ନବବିବାହିତାଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ

ଅନୁଗୁଳ : ନବବିବାହିତଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ କଲେ ଯୁବକ। ଅନୁଗୁଳ ଛେଣ୍ଡିପଦାର ଜଣେ ଯୁବକ ଦେବଗଡ଼ କୁଣ୍ଡେଇଗୋଳା ଅଞ୍ଚଳର ଜଣେ ନବ ବିବାହିତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। କୁଣ୍ଡେଇଗୋଳା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଯୁବତୀ ଜଣକଙ୍କର କୁଣ୍ଡେଇଗୁଳା ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ ସ୍ଥିର ହୋଇଥିଲା। କିନ୍ତୁ ପରେ ଏହି ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା। ତେବେ ଏହି ସମୟ ମଧ୍ୟରେ ସଂପୁକ୍ତ ଯୁବକଙ୍କ ଅନ୍ୟ ଜଣେ ବନ୍ଧୁ […]

  • Friday, 02 July 2021
ଗ୍ୟାଙ୍ଗଷ୍ଟର ଟିଟୋକୁ ଏନ୍‌କାଉଣ୍ଟର
ଗ୍ୟାଙ୍ଗଷ୍ଟର ଟିଟୋକୁ ଏନ୍‌କାଉଣ୍ଟର

ଭୁବନେଶ୍ୱର : ମୋଷ୍ଟୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ୍‌ ଉସ୍‌ମାନ ଅଲି ଏନ୍‌କାଉଣ୍ଟରରେ ଆହତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଏହି ଏନ୍‌କାଉଣ୍ଟର କରିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା।  ଟିଟୋର ବାମ ଗୋଡ଼ର ଆଣ୍ଠୁ ତଳେ ଗୁଳି ବାଜିଛି। ଗୁଳିବିଦ୍ଧ ଅବସ୍ଥାରେ ତାକୁ ପ୍ରଥମେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ପରେ ତାକୁ କଟକ ବଡ଼ ଡାକ୍ତରଖାରନାକୁ ସ୍ଥାନାନ୍ତର କରାଯାଇଛି। ପ୍ରଥମେ ଖବର ଆସିଥିଲା ଯେ , କେନ୍ଦ୍ରାପଡ଼ା ଦିଲାରପୁର ଘରୁ […]

  • Friday, 02 July 2021
ଦୁର୍ଘଟଣାର ଶିକାର ଓଡ଼ିଆ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲେ ପ୍ରବାସୀ ଓଡ଼ିଆ
ଦୁର୍ଘଟଣାର ଶିକାର ଓଡ଼ିଆ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲେ ପ୍ରବାସୀ ଓଡ଼ିଆ

କେନ୍ଦ୍ରାପଡ଼ା/ପୁଣେ: ମହାରାଷ୍ଟ୍ର ପୁଣେରେ ରୋଜଗାର ପାଇଁ ଯାଇ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଓଡ଼ିଆ ଯୁବକଙ୍କୁ ସହାୟତା କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ। କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ଇକିରିଆ ଗାଁର ପ୍ରଫୁଲ୍ଲ ରାଉତ ରୋଜଗାର ଆଶାରେ ପୁଣେ ଯାଇଥିଲେ। ହେଲେ ସେଠାରେ ସେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପ୍ରଫୁଲ୍ଲଙ୍କ ଚିକିତ୍ସା ଲାଗି ପୁଣେରେ ରହୁଥିବା ପ୍ରବାସୀ ଓଡ଼ିଆ ୪ ଲକ୍ଷ ଟଙ୍କା ସଂଗ୍ରହ କରି ତାଙ୍କର ଚିକିତ୍ସା […]

  • Friday, 02 July 2021
କିଟ୍‌ର ଗୁଣ୍ଡାଗିରି: ଓଟିଭି ପ୍ରତିନିଧିଙ୍କୁ ଧକ୍କା ମାରିଲେ, ଗାଳି ଦେଲେ
କିଟ୍‌ର ଗୁଣ୍ଡାଗିରି: ଓଟିଭି ପ୍ରତିନିଧିଙ୍କୁ ଧକ୍କା ମାରିଲେ, ଗାଳି ଦେଲେ

ଭୁବନେଶ୍ୱର: ସମାଜସେବୀ ତଥା ରାଜ୍ୟସଭା ସାଂସଦଙ୍କ କିଟ୍‌ ଗୁଣ୍ଡାଗର୍ଦ୍ଦିକୁ ଓହ୍ଲାଇ ଆସିଛି। ବେଆଇନ୍ ଭାବେ ଅନ୍ୟର ଜମି ଉପରେ କିଟ୍‌ର ନିର୍ମାଣକୁ ନେଇ ଆଜି  ଉତ୍ତେଜନା ସୃଷ୍ଟି ହୋଇଥିଲା। ବେଆଇନ ନିର୍ମାଣକୁ ବିରୋଧ କରୁଥିବା ଜମି ମାଲିକ ଓ ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ଟିମ୍ ଉପରେ କିଟ୍ ଗୁଣ୍ଡା ଆକ୍ରମଣ କରିଛନ୍ତି। ଓଟିଭି ପ୍ରତିନିଧି ଓ କ୍ୟାମେରାମ୍ୟାନ୍‌ଙ୍କୁ କିଟ୍ ଗୁଣ୍ଡାମାନେ ଧକ୍କା ମାରିବା ସହ କ୍ୟାମେରା ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଘଟଣା ସମୟରେ […]

  • Friday, 02 July 2021
suspend
ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ଗୁଣପୁର: ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବନ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ତହସିଲଦାରଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏହି ସମୟରେ ଲକ୍ଷ୍ମୀନାରାୟଣ ଜିଲ୍ଲା ମୁଖ୍ୟାଳୟରେ ରହିବେ। ସେ ରାୟଗଡ଼ା ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।

  • Friday, 02 July 2021