• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମଣ୍ଡି-ଧାନ-ମେସିନ ଓ ଟେନସନ୍ । ଚାଷୀଙ୍କ ପିଛା ଛାଡ଼ୁନି ମଣ୍ଡିରେ ଧାନ ବିକା । ଧାନ ବାବଦରେ ଅଧିକ ଟଙ୍କା, କଟନି ଛଟନି ବନ୍ଦ ଭଳି ସରକାରଙ୍କ ଅନେକ ପଦକ୍ଷେପ ପରେ ବି ଚାଷୀଙ୍କ ଚିନ୍ତା ବଢ଼ାଇଛି ମଣ୍ଡିରେ ଲାଗିଥିବା ଗ୍ରେନ୍ ଆନାଲାଇଜର ମେସିନ । FAQ ମାନର ଧାନ ନହେଲେ ମଣ୍ଡିରେ ଧାନ ଗ୍ରହଣ ହେଉନଥିବାରୁ ଏହାକୁ ବିରୋଧ କରୁଛନ୍ତି ଚାଷୀ । ସିଧା ମେସିନରେ ତ୍ରୁଟି ଥିବା ଦର୍ଶାଇଛନ୍ତି । ସେପଟେ ଯୋଗାଣ ଅଧିକାରୀ କହିଛନ୍ତି ମେସିନ୍ ଯାହା ଦେଖାଉଛି ତାହା ଠିକ୍, ସବୁ ଗାଇଡ୍ ଲାଇନ୍ ଅନୁଯାୟୀ ଚାଲିଛି ।

ନୂଆ ସରକାର, ନୂଆ ନିୟମ ଓ ଧାନ ପାଇଁ ମିଳିବ କୁଇଣ୍ଟାଲ୍ ପିଛା ୩୧ଶହ ଟଙ୍କା । ମଣ୍ଡିରେ ହେବନି ମନଇଚ୍ଛା କଟନି ଛଟନି । ଏମିତି ଅନେକ ବ୍ୟବସ୍ଥା ସହ ଗତ ୨୦ ତାରିଖରେ ବରଗଡ଼ରେ ମଣ୍ଡିରେ ଆରମ୍ଭ ହୋଇଥିଲା ଧାନ କିଣା । ମଣ୍ଡିରେ ଲାଗିଥିବା ଗ୍ରେନ୍ ଆନାଲାଇଜର ମେସିନ୍ ଧାନ କିଣିବା ପୂର୍ବରୁ କହିଦେବ ଧାନର ମାନ । ଏହାସହ ଚାଷୀଙ୍କୁ ମିଳିଯିବ ଆଗୁଆ ଟୋକନ୍ ।

ଏତେ ବ୍ୟବସ୍ଥା ପରେ ବି ଯାଉନ୍ତି ଚାଷୀଙ୍କ ଚିନ୍ତା । ଧାନ ଅମଳ ହୋଇସାରିଥିବା ବେଳେ ଡିସେମ୍ବର ମାସରେ ବିକ୍ରି ପାଇଁ ଆସିଛି ଟୋକେନ୍ । କେବଳ ଟୋକନ ନୁହେଁ ମଣ୍ଡିରେ ଲାଗିଥିବା ଏହି ଗ୍ରେନ୍ ଆନାଲାଇଜର ମେସିନରେ ତ୍ରୁଟି ଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି । କେମିତି ବିକିବେ ଧାନ ତାକୁ ନେଇ ପୁଣି ଚାଷୀଙ୍କୁ ଘାରିଛି ଚିନ୍ତା । ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଧାନର ମାନ ନେଇ ମେସିନ ଯାହା ଦର୍ଶାଇବ ତାହା ଠିକ୍ ।

ଅଧିକ ପଢ଼ନ୍ତୁ: କିଏ ଯିବେ ରାଜ୍ୟସଭା? କାହାକୁ ପ୍ରାଇଜ ଦେବ ଦଳ ?

ସେପଟେ ନୂଆପଡ଼ା ଜିଲ୍ଲାରେ ୭୭ ମଣ୍ଡିରୁ ମାତ୍ର ୨ଟି ମଣ୍ଡି ଖୋଲିଥିବାରୁ ଧାନ ବିକି ନପାରି ଖଳାରେ ଧାନ ଗଦାଇଛନ୍ତି ଚାଷୀ । କେବଳ ବରଗଡ଼ ନୁହେଁ ସମ୍ବଲପୁରରେ ବି ଚାଷୀଙ୍କ ଟେନସନ ବଢ଼ାଇଛି ଗ୍ରେନ୍ ଆନାଲାଇଜର ମେସିନ୍ । ଚାଉଁରପୁର ମଣ୍ଡିରେ ଧାନର ମାନ ନିର୍ଦ୍ଧାରଣ ପାଇଁ ଥିବା ମେସିନରେ ତ୍ରୁଟି ଥିବା ସିଧା କହିଛନ୍ତି ଚାଷୀ ।

ଧାନର ଆଦ୍ରତା ସଠିକ୍ ଥିଲେ ମଧ୍ୟ ଅନ୍ୟ ଅଣଧାନ ଉପାଦାନ ଯୋଗୁ ଧାନର ମାନ ଫେୟାର ଆଭରେଜ କ୍ୱାଲିଟି ବା FAQ ନଥିବା ଦର୍ଶାଉଛି ମେସିନ । ଧାନକୁ FAQ ମାନକୁ ଆଣିବାକୁ ହେଲେ ପ୍ୟାଡି କ୍ଲିନିଂ ମେସିନର ଆବଶ୍ୟକତା ରହିଛି । ତେଣୁ ଏହି ମେସିନ ଆଣିବାକୁ ଦାବି କରିଛନ୍ତି ଚାଷୀ । ଅନ୍ୟପଟେ ଚାଉଁରପୁର ମଣ୍ଡିର ନୋଡାଲ ଅଫିସର କହିଛନ୍ତି ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ ଧାନ କିଣାଯାଉଛି ।

ଧାନ କୁଇଣ୍ଟାଲ ପିଛା ଏଥର ୩୧ ଶହ ଟଙ୍କା ପାଇବେ ଚାଷୀ । ଗତବର୍ଷ, ପୂର୍ବ ସରକାର ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ, ହେଲେ ଏଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ୱିଣ୍ଟାଲ କିଣିବାକୁ ଟାର୍ଗେଟ୍ ରଖିଛନ୍ତି ମୋହନ ସରକାର ।

ଅଧିକ ପଢ଼ନ୍ତୁ: ରୋଗ ଶଯ୍ୟାରେ ଭଉଣୀ, ଚିକିତ୍ସା ପାଇଁ କମାରଶାଳରେ ଖଟୁଛି ସାନଭାଇ

OTV is now on Whatsapp

Join and get latest news update delivered to you via whatsapp

Join Now