ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି କ୍ରମରେ ଆଜି ରାଜ୍ୟରେ ମୋଟ ୩୧୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୧,୦୫,୨୯୫ ଜଣ ଆରୋଗ୍ୟ ଲାଭ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। Another 3110 Covid patients have recovered and are being discharged on 09.09.2020 1023 from Khordha215 from Puri202 from […]
ଭୁବନେଶ୍ୱର: ଓଡ଼ିଆ ସିନେଜଗତ ପାଇଁ ଦୁଃଖଦ ଖବର। ଆଉ ନାହାନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଗୀତିକାର ଶାରଦା ପ୍ରସନ୍ନ ନାୟକ। ୯୪ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ଶାରଦାଙ୍କ ସାନ ଭାଇ ସଂଗୀତଜ୍ଞ ସ୍ୱରୂପ ନାୟକ ସୂଚନା ଦେଇଛନ୍ତି। ଶାରଦା ଅନେକ ସଫଳ ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅନେକ ଫିଲ୍ମରେ ମଧ୍ୟ ସଂଳାପ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୨ତାରିଖରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟମରୁ ବଡ଼ ଧରଣର ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ନୂଆପଡ଼ା ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ଆଜି ଘଡ଼ଘଡ଼ି ସହ ବର୍ଷା […]
ଆନନ୍ଦପୁର: ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେବାରୁ ଜଣେ ବୃଦ୍ଧା ଓ ତାଙ୍କ ପୁଅ ଜୀଅନ୍ତା ଜଳି ଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କଳିଗାଁରେ ଏଭଳି କିଛି ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଜଞ୍ଜାଳି ଜେନା ଓ ତାଙ୍କ ପୁଅ ବନମାଳି ଜେନା। ସୂଚନା ଅନୁସାରେ, କଳିଗାଁ ସ୍ଥିତ ଏକ ପୁରୁଣା ଅଙ୍ଗନବାଡ଼ି କେନ୍ଦ୍ରରେ ଜଞ୍ଜାଳି ଓ ବନମାଳି କିଛି ଦିନ ହେବ ରହି ଆସୁଥିଲେ। […]
ଭୁବନେଶ୍ୱର: ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ କଲେଜର +୩ ଶେଷ ବର୍ଷର ଶେଷ ଅର୍ଥାତ୍ ଷଷ୍ଠ ସେମିଷ୍ଟର ପରୀକ୍ଷା। ସେପ୍ଟେମ୍ବର ୨୯ରୁ ପରୀକ୍ଷା ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ସମସ୍ତ ଥିଓରି ପେପର୍ ପାଇଁ ୧ ଘଣ୍ଟା ପରୀକ୍ଷା ହେବ। ୧ ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ପାଇଁ OMR ବେସ୍ଡ୍ multiple ଚଏସ୍ ଥିଓରୀ ପରୀକ୍ଷା ହେବ। ଏହା ପୂର୍ବରୁ ସେପ୍ଟେମ୍ବର ୨୨ରୁ ୨୬ ମଧ୍ୟରେ ଅନ୍ଲାଇନ୍ରେ ହେବ ପ୍ରାକ୍ଟିକାଲ୍ ପରୀକ୍ଷା। […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋ ଥାନା ଅନ୍ତର୍ଗତ କିରାଙ୍ଗ ଗାଁରେ ଜଣେ ଠିକା କର୍ମଚାରୀଙ୍କ ଘରୁ ଏକ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଠିକା କର୍ମଚାରୀ ଜଣକ ଘରେ ନ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ୪ଜଣ ଦୁର୍ବୃତ୍ତ ଘରେ ଭିତରେ ପଶିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ କର୍ମଚାରୀଙ୍କ ୨ ଭଉଣୀଙ୍କୁ ନିଶା ସ୍ପ୍ରେ ମାରି ଅଚେତ କରାଇ ଲୁଟ୍ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୯୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୧୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୬୭୬ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୧୨୧ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର, କଟକ, ପୁରୀରୁ ୨ଜଣ ଲେଖାଏ,ଭଦ୍ରକ, ଗଞ୍ଜାମ, କୋରାପୁଟ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୯୧ ହୋଇଛି। ପଢ଼ନ୍ତୁ: ଆଜି ଓଡ଼ିଶାରେ ସର୍ବାଧିକ ୩,୯୯୧ କରୋନା ପଜିଟିଭ୍ ଚିହ୍ନଟ
ଭବାନୀପାଟଣା: କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କିରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ୨ଜଣ SOG ଯବାନ ସହିଦ ମଧ୍ୟ ହୋଇଛନ୍ତି। ସହିଦ ଯବାନ ହେଲେ ମୟୂରଭଞ୍ଜ ଜିଲ୍ଲାର ସୁଧିର କୁମାର ଟୁଡୁ ଓ ଅନୁଗୁଳ ଜିଲ୍ଲାର ଦେବାଶିଷ ସେଠୀ। ଏନେଇ କଳାହାଣ୍ଡି ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଗତକାଲି କଳାହାଣ୍ଡି-କନ୍ଧମାଳ ସୀମାରେ ସର୍ଚ୍ଚ ଅପରେସନ୍ ହୋଇଥିଲା। ଦିନ ୧୧ଟାରେ […]