ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବିଜେଡି ମହିଳା ସମାବେଶ ଚାଲିଥିବା ବେଳେ ଦଳ ଭିତରେ ଫାଟ ଦେଖାଦେଇଛି। ଜଗତସିଂହପୁର ବିଜେଡିର ୨ ଗୋଷ୍ଠୀ ଧସ୍ତାଧସ୍ତି ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। କୁଜଙ୍ଗରେ ଅାୟୋଜିତ ବିଜେଡି ମହିଳା ସମାବେଶକୁ ଯିବା ବାଟରେ ତାରାପୁର ବାଇପାସ୍ ନିକଟରେ ମୁହାଁମୁହିଁ ହୋଇଛନ୍ତି ଉଭୟଙ୍କ ସମର୍ଥକ। ବିଷ୍ଣୁ ଦାସଙ୍କ ସମର୍ଥକ ରାଜଶ୍ରୀ ହଟାଅ, ତିର୍ତ୍ତୋଲ ବଞ୍ଚାଅ […]
ଦୁବାଇ: ଗଙ୍ଗନମ୍ ଷ୍ଟାଇଲ୍ ପରେ କ୍ରିକେଟ୍ରେ ଏବେ ସେଲିବ୍ରେସନ୍ର ନୂଆ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି। ତାହା ହେଉଛି, ନାଗିନ୍ ଡ୍ୟାନ୍ସ। ନିଦାହସ୍ ଟ୍ରଫିଠାରୁ ଆରମ୍ଭ କରି ଏସିଆ କପ୍ ପର୍ଯ୍ୟନ୍ତ ସବୁଠି ବାଂଲାଦେଶର କ୍ରିକେଟର୍ମାନେ ଏହି ନୂଆ ଅନ୍ଦାଜ୍ ଦେଖାଇଛନ୍ତି। ଶୁକ୍ରବାର ଏସିଆ କପ୍ ଫାଇନାଲରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ୍ ଇଣ୍ଡିଆ କ୍ରିକେଟର୍ ଶିଖର ଧଓ୍ୱନଙ୍କ ଆଉଟ୍ ହେବା କ୍ଷଣି ନାଗିନ ଡ୍ୟାନ୍ସ ମୁଡ୍ରେ ନଜର ଆସିଥିଲେ ବାଂଲାଦେଶୀ ବୋଲର୍ ନଜମୁଲ୍ ଇସ୍ଲାମ। […]
ଭୁବନେଶ୍ୱର: ଏଲ୍ପିଜି ଲିକେଜ୍ରୁ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତ ପରେ Petroleum and Explosives Safety Organisation(PESO)ର ଉପମୁଖ୍ୟ କଣ୍ଟ୍ରୋଲର ଏହି ସୂଚନା ଦେଇଛନ୍ତି। PESOର ଉପମୁଖ୍ୟ କଣ୍ଟ୍ରୋଲର କହିଛନ୍ତି, ‘ଟାଙ୍କିରେ ଏଲ୍ପିଜି ଭର୍ତ୍ତି ବେଳେ ଲିକେଜ୍ ହୋଇଥିଲା। ଏହାପରେ ନିଆଁ ଲାଗି ଯାଇଥିଲା ଓ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଟାଙ୍କିରେ ସାଢ଼େ ୪ ଟନ୍ ଏଲ୍ପିଜି ରହିଥିଲା। ସେ ଆହୁରି କହିଛନ୍ତି, ପ୍ରାଥମିକ ତଦନ୍ତ ସରିଛି। […]
ନୂଆପଡ଼ା: ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା। ରୋଗଗ୍ରସ୍ତ ହେଲେ ଭଗବାନ ଭରସା। ସରକାରୀ ଯୋଜନା ତ ଦୂର କଥା ନିତିଦିନିଆ ସୁବିଧା ବି ଏଠାରେ ସାତ ସପନ। ଆମେ କହୁଛୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଖଇରପଦର ପଞ୍ଚାୟତରେ ଥିବା ବାଞ୍ଚୀମୁଣ୍ଡା ଗାଁର କଥା। ଏହି ଗାଁରେ ବହୁ ଦିନରୁ ପାଖାପାଖି ୩୫ଟି ପହରିଆ ପରିବାର ରହୁଛନ୍ତି। ବାଉଁଶ କାମ କରି ଏମାନେ ତେଲ ଲୁଣର ସଂସାରକୁ କଷ୍ଟେମଷ୍ଟେ ଚଳାଇ ନିଅନ୍ତି। […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଲଘୁଚାପ କ୍ଷେତ୍ର ସୃଷ୍ଟ ହେବାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ […]
ଭୁବନେଶ୍ୱର: ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସାଇକେଲ୍ଗିରି ଅଭିଯାନ। ଆସନ୍ତାକାଲି ସକାଳ ସାଢ଼େ ୬ଟାରେ ଶିଶୁଭବନ ଛକ ନିକଟ ଏକାମ୍ର ପ୍ଲାଜା ଜନପଥରୁ ୧୨ କିଲୋମିଟର ଦୂର ଧଉଳି ଯାଏଁ, ଏକ ସାଇକେଲ ରାଲି ଆୟୋଜିତ ହେବ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ‘ସାଇକେଲ୍ସ ଫର୍ ଚେଞ୍ଜ’ କ୍ୟାମ୍ପେନ୍ ଆୟୋଜିତ ହେବ। ଭୁବନେଶ୍ୱର ସମେତ ଦେଶର ୯୫ଟି ସହର ଇଣ୍ଡିଆ ସାଇକେଲ୍ […]
କୋରାପୁଟ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଆମ ରାଜ୍ୟରେ ଏମିତି କିଛି ଗାଁ ଅଛି, ଯେଉଁଠି ପିଚୁ ରାସ୍ତା ତ ଦୂରର କଥା, ଚାଲି ଚାଲି ଯିବା ବି କଷ୍ଟ କର ହୋଇପଡ଼ୁଛି। ଏହି ଦୁରବସ୍ଥା ହେଉଛି, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ର ମୁଣ୍ଡଗଡ଼ତି ସମେତ ଅନ୍ୟ କିଛି ଗ୍ରାମର। ଏଠି ଗ୍ରାମବାସୀମାନେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ। କୋରାପୁଟ୍ର ଏହି ସବୁ ଗାଁକୁ ନେଇ ପଢ଼ନ୍ତୁ ଓ ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ […]
କନ୍ଧମାଳ: କନ୍ଧମାଳ ଜିଲ୍ଲା ପୋଲିସର ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କର କରୋନାରେ ମୃତ୍ୟୁ ହେବା ପରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ କନେଷ୍ଟବଳଙ୍କ ନା ବାଲି କହଁର। ସେ ଦାରିଙ୍ଗବାଡ଼ି କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ଗମ୍ଭାରୀପଡାରେ। ଗତ ମାସ ୨୦ ତାରିଖରେ କୋଭିଡ ପଜିଟିଭ ଜଣା ପଡିବା ପରେ ସେ ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ […]