ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଆଜି ରାଜ୍ୟ ମହିଳା କମିଶନ୍ଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ। କମିଶନ୍ଙ୍କ ନିର୍ଦ୍ଦେଶ ମୁତାବକ ଆଜି ନିର୍ଦ୍ଧାରିତ ସମୟରେ ଓଟିଭି ଏମ୍ଡିଙ୍କ ପ୍ରତିନିଧି ସମସ୍ତ କାଗଜପତ୍ର ଦାଖଲ କରିଥିଲେ। ଏସବୁ ନଥିପତ୍ରକୁ ମହିଳା କମିଶନଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର କମିଟି ଯାଞ୍ଚ କରିବ। ଯାଞ୍ଚ ପରେ ମାମଲାର ଶୁଣାଣି ଲାଗି ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେବ ବୋଲି କହିଛନ୍ତି ମହିଳା […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ତର୍ଜାତିକ ସ୍ତରରେ ପୁଣି ଚମକିଲା ଓଡ଼ିଆ ଫିଲ୍ମ। ଇଣ୍ଟରନାଶନାଲ୍ କୋଭିଡ୍-୧୯ ଟ୍ରାଇବାଲ୍ ସିନେମା ଫେଷ୍ଟିଭାଲରେ ଗଞ୍ଜାମର କ୍ଷୁଦ୍ର ଚଳଚ୍ଚିତ୍ର ‘କୋରୋନା ତୁ ଫେରିଯା ‘ ଶ୍ରେଷ୍ଠ ୫୦ତମ ସ୍ଥାନରେ ପ୍ରଦର୍ଶିତ ହୋଇଛି। ୩୬ଟି ଦେଶର ୪୫୦ଟି ସିନେମା ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା। ଜୁରି ମାନଙ୍କ ଦ୍ୱାରା ବେଷ୍ଟ ରିଜିଓନାଲ ଫିଲ୍ମ ଓ ବେଷ୍ଟ ଷ୍ଟୋରୀ ଭାବରେ ଉକ୍ତ ଚଳଚ୍ଚିତ୍ର ମନୋନୀତ ହୋଇଛି। କରୋନା ସାରା ବିଶ୍ୱରେ ତା’ର ତାଣ୍ଡବଲୀଳା ରଚିଛି। କରୋନା କବଳରେ […]
ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରୁ ଆଜି ୩୬୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୨୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ୩୬୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୬, ଲୋକାଲ କଣ୍ଟାକ୍ଟ କେସ୍- ୨୪୯ ରହିଛି ବୋଲି ବିଏମ୍ସି କହିଛି। ନୟାପଲ୍ଲୀ- ୩୧, ପଟିଆ- ୨୧, ସହିଦନଗରରୁ ୧୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀସାଗର-୯, ପାତ୍ରପଡ଼ା- ୮, ସତ୍ୟନଗରରୁ ୭ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୮ ଓ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗ୍ରାସିମ କମ୍ପାନିରେ ବଡ଼ ଧରଣର ଅଘଟଣ ଘଟିଛି। ପ୍ଲାଣ୍ଟର ଗ୍ୟାସ୍ ପାଇପ୍ ଫାଟି ଯିବାରୁ ୪ ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଜଣେ ଇଂଜିନିୟର ଓ ଅନ୍ୟ ୩ ଜଣ କର୍ମଚାରୀ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମଧ୍ୟ ଭୁବନେଶ୍ୱର ସ୍ଥାନାନ୍ତର […]
ବାଲେଶ୍ୱର: ପୂର୍ବତନ ସାଂସଦ ଡକ୍ଟର. କାର୍ତ୍ତିକେଶ୍ୱର ପାତ୍ରଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଛି। ବାଲେଶ୍ୱରରୁ ଥରେ ସାଂସଦ ସହ ଭୋଗରାଇରୁ ତିନି ତିନିଥର ବିଧାୟକ ଥିଲେ କାର୍ତ୍ତିକେଶ୍ୱର ପାତ୍ର। ଏହା ସହିତ ଓଡ଼ିଆ ସାହିତ୍ୟ ଜଗତ ପ୍ରତି ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି। ୫୦ରୁ ଅଧିକ ନାଟକ, ଗଳ୍ପ ସଂକଳନ ଓ ଗବେଷଣାମୂଳକ ପୁସ୍ତକର ଲେଖକ ଭାବେ ସେ ବେଶ୍ ପରିଚିତ। ଡକ୍ଟର ପାତ୍ରଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ର […]
ସୁନ୍ଦରଗଡ଼: ଇଟାଭାଟିରୁ ଉଦ୍ଧାର ହେଲା ବାପ-ପୁଅଙ୍କ ଶବ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବାଙ୍କିବାହାଲ ନିକଟ ଏକ ପରିତ୍ୟକ୍ତ ଇଟାଭାଟିରୁ ବାପ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବାପପୁଅଙ୍କ ଘର ଲେଫ୍ରିପଡ଼ା ଥାନା ପୋଡ଼ମୁଣ୍ଡି ଗାଁରେ ବୋଲି ଜଣାପଡ଼ିଛି। ତେବେ ମୃତଦେହ ନିକଟରେ ଏକ ବିଷ ବୋତଲ ପଡ଼ିଥିବା ସୂଚନା ମିଳିଛି। କିନ୍ତୁ କିପରି ଏକାସଙ୍ଗେ ବାପ ପୁଅଙ୍କ ମୃତ୍ୟୁ ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ୍ […]
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟରେ ପୋଲାଭରମ୍ ମାମଲାର ଆଜି ପୁଣି ଥରେ ଶୁଣାଣି ହୋଇଛି। ଏଥିରେ କୋର୍ଟ ମାଗିଥିବା ବ୍ୟାକ୍ ୱାଟର୍ ଷ୍ଟଡି ରିପୋର୍ଟ ଉପରେ ନିଜ ମତ ରଖିଛନ୍ତି କେନ୍ଦ୍ର ସରକାର। ଆଉ ଥରେ ବ୍ୟାକ୍ ୱାଟର୍ ଷ୍ଟଡି ଆବଶ୍ୟକ ନାହିଁ ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଛନ୍ତି। ତେବେ ଆସନ୍ତା ମାସ ୧୫ ତାରିଖରେ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ୨୦୧୧ରେ ଗୋପାଳ କୃଷ୍ଣ କମିଟି ବ୍ୟାକ୍ ଓ୍ୱାଟର୍ ଷ୍ଟଡି କରି ରିପୋର୍ଟ […]
ପୁରୀ: ଶ୍ରୀମନ୍ଦିର ଖୋଲିବାକୁ ଧାରଣା ବସିଲେ ସେବାୟତ। ଶ୍ରୀମନ୍ଦିର ଖୋଲିବା ନେଇ ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଲେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର। ବର୍ତ୍ତମାନର ସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ଶ୍ରୀମନ୍ଦିର ଖୋଲିବାକୁ ସେ କହିଛନ୍ତି। ମନ୍ଦିର ଚାରି ଦ୍ୱାରରେ ଡାକ୍ତର ନିୟୋଜିତ କରି ଥରକୁ ୫୦ ଜଣ ଲେଖାଏଁ ଭକ୍ତ ଦର୍ଶନ ପାଇଁ ଛାଡ଼ିବାକୁ ସେ କହିଛନ୍ତି। ସେବାୟତଙ୍କୁ ଦିଆଯାଉଥିବା ସହାୟତା ଅର୍ଥ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସୁଆରମହାସୁଆର […]