ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାକୁ ନେଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପୋଲିସ୍ କମିଶନର କହିଛନ୍ତି, ‘ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିଲେ। ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ SCBରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ SCBରେ ଚିକିତ୍ସାଧିନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ […]
କଟକ: ମା’ ବିରଜାଙ୍କ ରଥଯାତ୍ରା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ରଥଯାତ୍ରା ପାଇଁ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେବାକୁ ଅଦାଲତ ପରାମର୍ଶ ଦେଇଛନ୍ତି। ସୂଚନାଥାଉକି, ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଏନେଇ ରାଜ୍ୟ ସରକାର ଅଦାଲତରେ ପ୍ରତି ଜବାବ ଦାଖଲ ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅନ୍ୟପଟେ ଓଡ଼ିଶାରେ ପ୍ରମୁଖ ମନ୍ଦିର ଖୋଲିବା ନେଇ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ତରାଜ୍ କମୁନଥିବା ବେଳେ ଅନ୍ୟ ପଟେ ଧରାପଡ଼ିଛନ୍ତି ହାଇୱେ ଲୁଟେରା। ୫ ଜଣ ହାଇେୱେ ଲୁଟେରାଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ୍। ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା, ୩ ବାଇକ, ଲାପଟପ୍ ଜବତ ସହ ମାରଣାସ୍ତ୍ର ଜବତ ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଛିନ୍ ତାଇ ଓ ଲୁଟ୍ରେ ସାମିଲ ଥିଲେ ଏହି ୫ ଜଣ ଲୁଟେରା। ଏକୁଟିଆ ରାତିରେ ଫେରୁଥିବା ଲୋକେ ଏବଂ ସାମଗ୍ରୀ ନେଇ ଯାଉଥିବା […]
ଭୁବନେଶ୍ୱର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଗଂଜାମ ଜିଲ୍ଲାର ସିମାଞ୍ଚଳ ପରିଡ଼ା ନାମକ ବ୍ୟକ୍ତି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ସିମାଞ୍ଚଳଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇ ଏଭଳି ଅଭିଯୋଗ ଆଣିଛନ୍ତି। ଗଂଜାମ ଜିଲ୍ଲା ଆସିକା ଗହଙ୍ଗୁ ଗାଁରେ ସିମାଞ୍ଚଳଙ୍କ ଘର। ସେ ଜଣେ ଡିପ୍ଲୋମା ଇଂଜିନିୟର। ଏଲ୍ପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି। ଭଉଣୀଙ୍କ କହିବାନୁସାରେ, କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସିମାଞ୍ଚଳଙ୍କ […]
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ସହାୟତା ଘୋଷଣା କଲା ଭାରତୀୟ ତୈଳ ନିଗମ ବା ଆଇଓସିଏଲ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ କମ୍ପାନୀ ଏହି ସହାୟତା ରାଶି ଘୋଷଣା କରିଛି। ବିସ୍ଫୋରଣ ଘଟଣାରେ ମୃତାହତ, ଗୁରୁତର ଆହତ ଓ ଆହତଙ୍କ ପ୍ରତି ସହାୟତା ରାଶି ଘୋଷଣା ହୋଇଛି। IOCL ଘୋଷଣା କରିଥିବା ସହାୟତା ରାଶି ଅନୁସାରେ, ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା ସହାୟତା, ସେହିପରି ଗୁରୁତର ଆହତଙ୍କୁ ୪ […]
ଭୁବନେଶ୍ୱର: ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା ଉଜ୍ଜ୍ୱଳ ହେଲା। ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦ୍ଦେଶ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଆସବାବପତ୍ର ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା କଟକଣାଜନିତ କାରଣରୁ ୬ ମାସ ହେଲା ବନ୍ଦ ଥିଲା। ଏଥିଯୋଗୁ ସ୍କୁଲ୍ ସଫା ସୁତରା କରିବା ପାଇଁ ଆଜି ନିର୍ଦ୍ଦେଶ ହୋଇଛି। ସରକାରଙ୍କର ଏପରି ନିର୍ଦ୍ଦେଶ ପରେ ସ୍କୁଲ୍ ଖୋଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି। କୋଭିଡ୍-୧୯ କାରଣରୁ […]
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବିହାର ନିକଟରେ ଥିବା ଜଗନ୍ନାଥ ବସ୍ତିରେ ଉଠିଲା ବେଅାଇନ୍ ଜବରଦଖଲ। ହକି ବିଶ୍ୱକପ୍କୁ ଅାଉ ମାତ୍ର କିଛି ଦିନ ବାକି ଥିବା ବେଳେ ତା ପୂର୍ବରୁ ଏହି ଅଞ୍ଚଳରୁ ଉଠିଛି ଏହି ଜବର ଦଖଲ। ବିଡିଏ ଓ ବିଏମସି ଅଧିକାରୀଙ୍କ ସମେତ କମିଶନରେଟ୍ ପୁଲିସର ୧୫ ପ୍ଲାଟୁନ ଫୋର୍ସର ଉପସ୍ଥିତିରେ ଏହି ଜବରଦଖଲ ଉଠିଥିଲା। ତେବେ ଜବରଦଖଲ ଉଚ୍ଛେଦ ସମୟରେ ସାମାନ୍ୟ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସର ବୁଝାସୁଝା ପରେ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୦୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍ସି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୮୩, ଲୋକାଲ କଣ୍ଟାକ୍ଟ କେସ୍ ୨୨୬ ରହିଥିବା ବିଏମ୍ସୁ ଟ୍ୱିଟ୍ କରିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ ନୟାପଲ୍ଲୀ- ୨୧, ଓଲଡ୍ ଟାଉନ ଓ ପଟିଆ ଅଞ୍ଚଳରୁ ୧୦ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଶୈଳଶ୍ରୀବିହାର ଓ ରସୁଲଗଡ଼ରୁ ୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳ୍ପନା ଓ ଭିଏସ୍ଏସ୍ ନଗରରୁ ୭ […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬୫୮ଜଣ ସୁସ୍ଥ ହୋଇଥିବା ବେଳେ କଟକ-୨୬୨, ବାଲେଶ୍ୱରରୁ ୧୫୩ ସୁସ୍ଥ ହୋଇଛନ୍ତି। ସେହିପରି ନୂଆପଡ଼ା- ୧୫୧, ଝାରସୁଗୁଡ଼ା- ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝର- ୧୧୭, ଅନୁଗୁଳ- ୧୧୨, ବଲାଙ୍ଗିର-୧୦୯, ମାଲକାନଗିରି- ୧୦୩ ଓ ସମ୍ବଲପୁର- ୯୮, କେନ୍ଦ୍ରାପଡ଼ା- […]