ଭୁବନେଶ୍ୱର: ଆଜି ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ। କରୋନା କଟକଣା ପାଇଁ ଚଳିତ ବର୍ଷ ୩ ମାସ ବିଳମ୍ବରେ ପ୍ରକାଶ ପାଇବାକୁ ଯାଉଛି ରେଜଲ୍ଟ। ବାଣିଜ୍ୟ ଫଳ ପ୍ରକାଶ ନେଇ ପୂର୍ବରୁ ସୂଚନା ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ମାସ ଶେଷ ସପ୍ତାହରେ କଳା ଏବଂ ଧନ୍ଦା ମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବ। ସୂଚନାଥାଉ କି, ଗତ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ […]
ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ୨ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା […]
ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୭ଟି ମେଡିକାଲ୍ କଲେଜର ପ୍ରଫେସର ମାନଙ୍କୁ ନେଇ ମଲ୍ଟି ଡିସିପ୍ଲିନାରୀ ଟେକ୍ନିକାଲ୍ କମିଟି ଗଠନ କରାଯାଇଛି। Directorate of Medical Education And Training ଦ୍ୱାରା ଏହି କମିଟି ଗଠନ ହୋଇଛି। ଟେକ୍ନିକାଲ କମିଟିରେ ଥିବା ପ୍ରଫେସରମାନଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସମସ୍ତ ଜିଲ୍ଲା ପରିଦର୍ଶନ ସହ କୋଭିଡ୍ ସ୍ଥିତିର ତଦାରଖ କରାଯିବ। ଏହାପରେ କୋଭିଡ୍ ଚିକିତ୍ସା ନେଇ […]
ପୁରୀ: ଆଜି ସପ୍ତପୁରୀ ଆମାବସ୍ୟା। ସପ୍ତପୁରୀ ଅମାବାସ୍ୟାରେ ମହାପ୍ରଭୁଙ୍କୁ ସାତ ପୁର ଦିଆ ସପ୍ତପୁରୀ ଲାଗି କରାଯାଇଥାଏ। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ କୁମ୍ଭକାରଙ୍କ ସହ ଘଣ୍ଟୁଆ, ଲେଙ୍କା ସେବକ, ପ୍ରତିନିଧି ଦଳ ସତପୁରୀ ତାଡ଼ ନେଇ ମା ଅଲାମଚଣ୍ଡୀ ମନ୍ଦିରରୁ ବାହାରିଥିଲେ। ନୂଆ ଲୁଗା ଲାଗି ପରେ ସତପୁରୀ ତାଡ଼ ପଟୁଆର ସହ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ବାହାରି ଶ୍ରୀମନ୍ଦିରରେ ବେଢ଼ା ପରିକ୍ରମା ପରେ ପ୍ରତିହାରୀ ନିଯୋଗ ଘରେ ତାଡ଼ ବସାଣ ହୋଇଥିଲା । ଆଜି […]
ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୫୩ ହଜାର ୧୫ କରୋନା ଟେଷ୍ଟ ହୋଇଥିବା ବେଳେ ୨,୫୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି ଟେଷ୍ଟ୍ ହୋଇଛି। RTPCR-୫,୦୬୮, ଆଣ୍ଟିଜେନ୍-୪୭,୮୩୪ ଓ ଟ୍ରୁନଟ୍ ମାଧ୍ୟମରେ- ୧୧୩ ଟେଷ୍ଟ୍ ହୋଇଛି।
ଭୁବନେଶ୍ୱର: ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ। ଚଳିତ ବର୍ଷ +୨ ବାଣିଜ୍ୟରେ ପାସ୍ ହାର ୭୪.୯୫% ରହିଛି। ଚଳିତ ବର୍ଷ ମୋଟ୍ ୨୫, ୭୭୨ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯, ୩୧୮ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୧୨, ୨୧୫ ଜଣ ପୁଅ ( ୭୩.୩୭%) ଓ ୭,୧୦୩ଜଣ ଝିଅ ପାସ୍ (୭୭.୮%) କରିଛନ୍ତି। ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪,୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ ଜଣ […]
ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୫୩ ହଜାର ୧୫ କରୋନା ଟେଷ୍ଟ ହୋଇଥିବା ବେଳେ ୨,୫୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୨,୫୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୭୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୦୧୫ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ (Khordha) ସର୍ବାଧିକ ୪୬୬ […]