ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି। ବିଏମ୍ସି ପକ୍ଷରୁ ଏହି ପେଡ୍ ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ସର୍ତ୍ତମୂଳକ ଭାବେ କରୋନା ରୋଗୀ ନିଜସ୍ୱ ଖର୍ଚ୍ଚରେ ପେଡ୍ ଆଇସୋଲେସନରେ ରହିପାରିବେ। ଏଥିପାଇଁ ପ୍ରଥମ ଦଫାରେ ୩ଟି ହୋଟେଲରେ ପେଡ୍ ଆଇସୋଲେସନ ବ୍ୟବସ୍ଥା ରହିଛି। କେବଳ ଲକ୍ଷଣହୀନ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ପେଡ୍ ଆଇସୋଲେସନ ରହିବାକୁ ଅନୁମତି ମିଳିବ। ଜଣେ ରୋଗୀ ସର୍ବନିମ୍ନ ୧୦ ଦିନ ପେଡ୍ ଆଇସୋଲେସନରେ ରହିପାରିବେ। ପେଡ୍ ଆଇସୋଲେସନରେ ରହିବାକୁ […]
ଭୁବନେଶ୍ୱର; କୋଭିଡ଼ ହସ୍ପିଟାଲ ବୁଲି ତଦାରଖ କରିବେ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟେକ୍ନିକାଲ ଟିମ୍ରେ ସାପ୍ତାହିକ ଗସ୍ତ ସୂଚୀ ମେଡିକାଲ କଲେଜ ଡିନ୍ ସ୍ଥିର କରିବେ। କୋଭିଡ଼ ହସ୍ପିଟାଲର ଚିକିତ୍ସା, ଖାଦ୍ୟ, ପରିମଳ ବ୍ୟବସ୍ଥାର ତଦାରଖ କରିବ ଟିମ୍। ଏମିତିକି ମୃତଦେହର ସଂସ୍କାର କାର୍ଯ୍ୟ କିଭଳି କରାଯାଉଛି ଟିମ୍ ତାର ମଧ୍ୟ ତଦାରଖ କରିବେ।ଏଥିସହିତ ଚିକିତ୍ସା ଓ ମିଳୁଥିବା ସୁବିଧା ବିଷୟରେ ରୋଗୀଙ୍କୁ ପଚାରି ବୁଝିବ ଟିମ୍। […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୬୨୧ ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩୨୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୧୨୭, କଟକରୁ ୧୧୦, ପୁରୀ ୮୫, କୋରାପୁଟ ୬୯, ନୂଆପଡ଼ା ୬୮, ବାଲେଶ୍ୱରରୁ ୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା […]
ପୁରୀ: ୧୦ବର୍ଷ ପରେ କେତେ ଆଗେଇଛି ଶାମୁକା ପ୍ରକଳ୍ପ ? ପୁରୀରେ ପର୍ଯ୍ୟଟନର ବିଶାଳ ସମ୍ଭାବନାର ଗୋଲାପି ଚିତ୍ର ଦେଖାଇଥିବା ଏ ଯୋଜନା କାର୍ଯ୍ୟକାରୀ ହେଲେ କେତେ ସାକାର ହେବ ପୁରୀ ବାସିନ୍ଦାଙ୍କ ସ୍ୱପ୍ନ ? ଯାହାକୁ ନେଇ ସାରା ଓଡ଼ିଶା ବାସୀଙ୍କ ମନରେ ପ୍ରଶ୍ନ ଉଠିଛି। କାରଣ ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାକୁ ନିଷ୍ପତ୍ତି ନେଇ ରାଜ୍ୟ ଟୁରିଜିମ୍ ବିଭାଗ ପୁରୀ ସିପସରୁବାଲି ମୌଜାରେ ପ୍ରାୟ ୯୭୨ ଏକର ଜମିରେ ଯେଉଁ […]
କେନ୍ଦ୍ରାପଡ଼ା: ମଝି ନଈରେ ପୋଲିସ-ଅଭିଯୁକ୍ତ ଛକାପଞ୍ଝା । ଏକ ମନ୍ଦିରରୁ ମୂର୍ତ୍ତି ଚୋରି ମାମଲାରେ ଅଭିଯୁକ୍ତକୁ ଧରିବାକୁ ଯାଇ ନାକେଦମ୍ ପୋଲିସ୍ । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ନଈ ଭତରେ ପୋଲିସ-ଅଭିଯୁକ୍ତ ମଧ୍ୟରେ ଚାଲିଥିଲା ପହଁରା…
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ସ୍ୱାଭାବିକ ଥିବା ମୌସୁମୀବାୟୁ ଆହୁରି ସକ୍ରିୟ ହୋଇଛି। ଆଜି ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୨୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବଲାଙ୍ଗିର, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି,କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, […]
କୋରାପୁଟ: ସୋସିଆଲ୍ ମିଡିଆ ସାଇଟ୍ ଫେସ୍ବୁକ୍ ବ୍ୟବହାର କରୁଛନ୍ତି କି ? ତା’ହେଲେ ସାବଧାନ ରୁହନ୍ତୁ, ନହେଲେ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି। କାରଣ ଏବେ ହ୍ୟାକର୍ସଙ୍କ ଟାର୍ଗେଟ୍ରେ ଫେସବୁକ୍ ବ୍ୟବହାରକାରୀ। ହ୍ୟାକର୍ସମାନେ ଫେସ୍ବୁକ୍ ଆକାଉଣ୍ଟ୍ ହ୍ୟାକ୍ କରି ଟଙ୍କା ଲୁଟ୍ କରୁଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ଜୟପୁରରେ ଏକାଧିକ ବ୍ୟକ୍ତିଙ୍କ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ପୋଲିସ୍ରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ୍ ମାମଲା ରୁଜୁ କରି ତଦନ୍ତ […]
ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ତିନିକୁଦି ଗ୍ରାମ ଭାର୍ଗବୀ ନଦୀ ଉପରେ ଥିବା କାଠପୋଲ ଭାସି ଯାଇଛି। ଫଳରେ ତିନିକୁଦି ଓ ବାଲିକୁଦା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ ଭାର୍ଗବୀ ନଦୀ ଫୁଲିବା ଫଳରେ ପୋଲଟି ଭାସି ଯାଇଛି। ଏହି କାଠ ପୋଲ ବହୁ ପୁରୁଣା ଥିବା ବେଳେ ନୂଆ ପୋଲ ଲାଗି ଏଠାରେ କାମ ଚାଲିଛି। ନଦୀରେ ଆସିଥିବା ଜଳରେ ଆପ୍ରୋଚ ରୋଡ଼ ମଧ୍ୟ ଧୋଇ ହୋଇଯାଇଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ୪, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦ ଛୁଇଁଛି। ଅନ୍ୟପକ୍ଷରେ ଓଡ଼ିଶାରେ ଗୋଟିଏ ଦିନରେ ୫୩ ହଜାର ୪୭୮ କରୋନା ଟେଷ୍ଟ ହୋଇଥିବା […]