• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

lokayukta
ଏଭଳି ନିୟମ ଆଣି କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ସରକାର ?

ଭୁବନେଶ୍ୱର; ଦୁର୍ନୀତି ମାମଲାରେ ସରକାରୀ ବାବୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନୂଆ ଫନ୍ଦି।  ଲୋକାୟୁକ୍ତ ବ୍ୟବସ୍ଥାରେ ଯୋଡ଼ିଲେ ନୂଆ ନିୟମ। ଲୋକାୟୁକ୍ତରେ ଅଭିଯୋଗ କରିବାକୁ ହେଲେ ବ୍ୟକ୍ତି ଓ ସଂଗଠନକୁ ଦେବାକୁ ହେବ ପରିଚୟପତ୍ର ଓ ପଞ୍ଜିକରଣ ସାର୍ଟିଫିକେଟ। ସେହିପରି ତଦନ୍ତ ନସରିବା ଯାଏଁ ଗୋପନ ରହିବ ଅଧିକାରୀଙ୍କ ନାଁ। ତେବେ ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ନୁହେଁ, ସୁରକ୍ଷା ଦେବା ଲାଗି ଏହା ସରକାରଙ୍କ ଏକ ଚାଲ ବୋଲି କହି ବର୍ଷିଛନ୍ତି ବିରୋଧୀ। ବିଜେଡି ଏହି ଅଭିଯୋଗକୁ […]

  • Friday, 02 July 2021
llp
ଗରିବଙ୍କୁ ଋଣ ନାଁରେ ମହା ଘୋଟାଲା; ମିଳୁନି ଅଢ଼େଇ ଶହ କୋଟିରୁ ଅଧିକ ଟଙ୍କାର ହିସାବ

ରାଉରକେଲା: ଚିଟ୍‌ଫଣ୍ଡ ଚଞ୍ଚକତାର କଳଙ୍କିତ ଅଧ୍ୟାୟ ଭିତରେ ଆଉ ଏକ ମହାଠକେଇର ଫର୍ଦ୍ଦ। ଲକ୍ଷେ କି ଦୁଇ ଲକ୍ଷ ନୁହଁ, କୋଟିଏ କି ଦୁଇ କୋଟି ବି ନୁହଁ, ଅଢ଼େଇ ଶହ କୋଟିରୁ ଅଧିକ ଟଙ୍କାର ମହାଘୋଟାଲାର ଅଭିଯୋଗ ହୋଇଛି। ରାଉରକେଲାର ସମ୍ବନ୍ଧ ଫିନ୍‌ସର୍ଭ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ମାଇକ୍ରୋ ଫାଇନାନ୍ସ ସଂସ୍ଥା ବିରୋଧରେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ଜାଲ୍ ଖାତା ଖୋଲି ଏହି ଘୋଟାଲା କରିଥିବା ଅଭିଯୋଗ ହୋଇଛି। ରାଜଗାଙ୍ଗପୁର ଜ୍ଞାନପାଲି ପଞ୍ଚାୟତର […]

  • Friday, 02 July 2021
cogress
୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ। ତାଲିକାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନଙ୍କ ସମେତ ଜଟଣୀ ବିଧାୟକ ସୁର ରାଉତରାୟ ବି ସାମିଲ ଅଛନ୍ତି। ଏହି ତାଲିକାରେ ଜିତେନ୍ଦ୍ର ସିଂ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନାଁ ରହିଛି। କଂଗ୍ରେସର ଷ୍ଟାର୍‌ […]

  • Friday, 02 July 2021
sarua-mahila-sametee
ପାଚେରୀ ଭଙ୍ଗା ଘଟଣାରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲା ସାରୁଅ ମହିଳା ସମିତି

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅ ମହିଳା ସମିତିର ଗୃହ ପାଚେରୀ ଭଙ୍ଗା ଘଟଣାର ପ୍ରତିବାଦ ସ୍ୱର। ପ୍ରଶାସନ ବିନା ନୋଟିସରେ ପାଚେରୀ ଭାଙ୍ଗି ଥିବାରୁ ଏହାର ତୀବ୍ର ବିରୋଧ ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ମହିଳା ସମିତି। ଆଜି ସମିତି ସଭାପତି ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ମହିଳା ସମିତି ଗୃହ ପାଚେରୀ ଭାଙ୍ଗି ଦିଆଯାଇଥିବାରୁ ଏଠାରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମିବ […]

  • Friday, 02 July 2021
missai;
ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚ୍‌ପ୍ୟାଡରୁ ଏହାର ପରୀକ୍ଷଣ କରାଯାଇଛି। ଆଜି ସଂଧ୍ୟା ସାଢ଼େ ୭ଟା ସମୟରେ ଏହାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହେଉଛି ପୃଥ୍ୱୀ-୨। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର। ୧ ହଜାର କେଜିର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା […]

  • Friday, 02 July 2021
ଇଣ୍ଟର୍‌ନେଟ୍‌ରେ ଛାଇଗଲାଣି ‘ହାଏ ତୋ ପ୍ରେମର ରଙ୍ଗୋଲି’

ଭୁବନେଶ୍ୱର: ଓଡ଼ିଆ ଗୀତ ‘ହାଏ ତୋ ପ୍ରେମର ରଙ୍ଗୋଲି’ ବର୍ତ୍ତମାନ ଇଣ୍ଟରନେଟ୍‌ରେ ପୂରା ଛାଇ ଯାଇଛି। ୟୁଟ୍ୟୁବ୍‌ରେ ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ୧୯ମିଲିୟନ ଦର୍ଶକ ଦେଖି ସାରିଲେଣି। ଗୀତଟିକୁ ଗାଇଛନ୍ତି ବଲିଡ୍‌ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଓ ଅନେକ ଓଡ଼ିଆ ଫିଲ୍ମ ତଥା ଆଲବମ୍‌ରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ ଦୀପ୍ତିରେଖା। ଏହି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ, ଗୀତିକାର ହେଉଛନ୍ତି ବସନ୍ତରାଜ୍‌ ସାମଲ, ମେକିଂ ଓ ଏଡିଟିଂ କରିଛନ୍ତି ପାଣ୍ଡବ ପ୍ରଧାନ। ମ୍ୟୁଜିକ୍‌କୁ ଫିଚରିଂ […]

  • Friday, 02 July 2021
କେନାଲକୁ ପଶିଗଲା କାର୍‌, ୩ ମୃତ

କଟକ: NH-୧୬ ତେଲେଙ୍ଗାପେଣ୍ଠ ନିକଟରେ ଗତକାଲି ବିଳମ୍ବିତ ରାତି ୩ଟା ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା କେନାଲକୁ କାର୍‌ ପଶି ଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏକ କାର୍‌ରେ ୩ଜଣ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତେଲେଙ୍ଗାପେଣ୍ଠ ନିକଟରେ ଥିବା ରାସ୍ତାକଡ଼ କେନାଲକୁ ପଶି ଯାଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ୍‌ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ […]

  • Friday, 02 July 2021
ପତ୍ନୀଙ୍କ ମାଧ୍ୟମରେ ବିକୁଥିଲେ ଚୋରି ସୁନା, ରୂପା; ଧରାପଡ଼ିଗଲେ

କଟକ: ଦୀର୍ଘ ୧୦ ମାସ ପରେ ଚୌଦ୍ୱାର ପୋଲିସ କବ୍‌ଜାରେ ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି। ଏହି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ୍‌ ଧରିଛି। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର ୨୩୭ ଗ୍ରାମ ରୂପା ଓ ୨ଟି ଗାଡ଼ି ଜବତ ହୋଇଛି। ହରିହର ସାମଲ, ତାଙ୍କ ସ୍ତ୍ରୀ ମାମି ସାମଲ, ତପୁ ଓରଫ୍ ସୂର୍ଯ୍ୟକାନ୍ତଙ୍କ ସମେତ ମୋଟ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ହରିହର […]

  • Friday, 02 July 2021
୨ ଦିନ ପରେ ମିଳିଲା ସାନ ଭଉଣୀର ମୃତଦେହ, ବଡ଼ ଭଉଣୀର ମିଳୁନି ପତ୍ତା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁ ପଡ଼ି ନିଖୋଜ ଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପରେ ଆଜି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ମୃତକ ନିଖୋଜ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲ […]

  • Friday, 02 July 2021
corona
ଖୋର୍ଦ୍ଧାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ଓଡ଼ିଶାରେ ୨,୧୯୬ ପଜିଟିଭ୍‌‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୧୯୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୧୯୬ ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୭୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୯୨୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୩୪୫ରେ ପହଞ୍ଚିଛି। ପଢ଼ନ୍ତୁ: ରାଜ୍ୟରେ ୧୭ କରୋନା ରୋଗୀ ଆଖି ବୁଜିଲେ

otv
ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ କଡ଼ା ନିନ୍ଦା କଲା ଏଡିଟର୍ସ ଗିଲ୍ଡ

ଭୁବନେଶ୍ୱର: ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ। OTVର ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଉଦବେଗ ପ୍ରକାଶ କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ। ଓଟିଭିକୁ ଦୁର୍ବଳ କରିବାକୁ ଏଣୁତେଣୁ ବିଭିନ୍ନ ପ୍ରକାର ମାମଲାରେ ଛନ୍ଦି ଓଟିଭି କର୍ମଚାରୀଙ୍କୁ ସାଂଘାତିକ ହଇରାଣ କରାଯାଉଛି। ନିକଟରେ ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ ସଂପର୍କିତ ଏକ ଖବର ଓଟିଭିରେ ପ୍ରସାରିତ ହେବା ପରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ […]

  • Friday, 02 July 2021
corona-1111
ରାଜ୍ୟରେ ୧୭ କରୋନା ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧୧୨୧ ଛୁଇଁଛି। ଭୁବନେଶ୍ୱରରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକରୁ ୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସୂଚନାଥାଉ କି, ଦିନକରେ ଓଡ଼ିଶାରେ ୨୧୯୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 2.A 69 year old male of Balasore District who was suffering from Diabetes […]

  • Friday, 02 July 2021
ballon
କୁଆଡ଼ୁ ଆସିଲା ଏହି ଉଡ଼ନ୍ତା ବେଲୁନ୍‌ ?

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ତେଲିପାଳ ଅଞ୍ଚଳରେ ଏକ ଉଡ଼ନ୍ତା ବେଲୁନ୍‌କୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି। ବେଲୁନ୍‌ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ତେଲିପାଳ ଅଞ୍ଚଳରେ ଏହି ଉଡ଼ନ୍ତା ବେଲୁନ୍ ଆସି ଏକ ଗଛରେ ଲାଗି ରହିବା ସହ ତଳେ ପଡ଼ି ଯାଇଥିଲା। ‌ବେଲୁନ୍‌ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ […]

  • Friday, 02 July 2021
aparajita sarangi
ଖୋଲିଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍

ଭୁବନେଶ୍ୱର: ଖୋଲିଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍। ସିଲ୍ ହେବାର ୮ ଦିନ ପରେ ଆଜି ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଛି। ଗତ ୧୦ ତାରିଖରେ ସାଂସଦଙ୍କ ଅଫିସ୍ ୧୫ ଦିନ ପାଇଁ ସିଲ୍ କରିଥିଲା BMC। କିନ୍ତୁ ଆଜି ୮ ଦିନରେ ଖୋଲିଛି ଅଫିସ୍। ପୂର୍ବରୁ ଏହି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିଥିଲେ ସାଂସଦ ଅପରାଜିତା। ଅଫିସ୍ ପରିସରରୁ କୌଣସି ଆକ୍ରାନ୍ତ ଚିହ୍ନଟ ନ […]

  • Friday, 02 July 2021
accident
ଦୁର୍ଘଟଣାରେ ଆଖି ବୁଜିଲେ ପୂର୍ବତନ ସାଂସଦଙ୍କ ପୁଅ

କଟକ: କଟକ ତେଲେଙ୍ଗାପେଣ୍ଠ ନିକଟରେ ହୋଇଥିବା ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ୩ ମୃତକଙ୍କ ମଧ୍ୟରୁ ଜଣେ ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ବୋଲି  ପୋଲିସ ସ୍ପଷ୍ଟ କରିଛି। ତେବେ ଅନ୍ୟ ୨ ମୃତକଙ୍କ ପରିଚୟ ମିଳିନାହିଁ। ୧୬ ନମ୍ବର ଜାତୀୟ ରାଜପଥ କଟକ ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲକୁ ପଶି ଯାଇଥିଲା ଦାମୀ ଜାଗୁଆର୍ କାର୍। ଏହି ଦୁର୍ଘଟଣାରେ ୩ […]

  • Friday, 02 July 2021
ରାଜା ଆଚାର୍ଯ୍ୟଙ୍କୁ ଉଠାଇ ନେଲା ପୋଲିସ୍‌

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ କମିଶନରେଟ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। ଦାଦାବଟି ଜୁଲମ୍‌ ଅଭିଯୋଗରେ ରାଜାଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଆଜି କମିଶନରେଟ ପୋଲିସ୍‌ର Anti extortion wing ରାଜାଙ୍କୁ ଉଠାଇ ନେଇଥିଲା। ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍‌ ଥାନାରେ ଜେରା ଚାଲିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଘର ତିଆରି ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ଦାଦାବଟି ନେଉଥିଲା […]

  • Friday, 02 July 2021
two sister died
ମିଳିଲା ୨ ଭଉଣୀଙ୍କ ମୃତଦେହ, ବ୍ରିଜ୍‌ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁ ପଡ଼ି ନିଖୋଜ ଥିବା ଦୁଇ ଭଉଣୀଙ୍କ  ମୃତଦେହ ଉଦ୍ଧାର ହୋଇଛି। ଆଜି ପ୍ରଥମେ ସାନ ଭଉଣୀ ଓ ପରେ ବଡ଼ ଭଉଣୀର ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପରେ ଆଜି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରୁ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ବଡ଼ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତଦେହ […]

  • Friday, 02 July 2021
vaccination
ରାଜ୍ୟରେ କେବେ କମିବ କରୋନା ସଂକ୍ରମଣ ? ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟରେ କମିପାରେ କରୋନା ସଂକ୍ରମଣ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ କମିଛି। ସେହି ଧାରାରେ ଓଡ଼ିଶାରେ ବି କମିପାରେ ସଂକ୍ରମଣ। ସେପଟେ…

  • Friday, 02 July 2021
garbhabati
ଖରାପ ରାସ୍ତା ପାଇଁ ପୁଣି ହନ୍ତସନ୍ତ ହେଲେ ଗର୍ଭବତୀ

ସୁବର୍ଣ୍ଣପୁର: ପୁଣି ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଖରାପ ରାସ୍ତା ପାଇଁ ଗାଁକୁ ଅମ୍ବୁଲାନ୍ସ ଯାଇପାରିଲାନି ଯେଉଁଥିପାଇଁ ଗୋଟେ କିଲୋମିଟର ବାଟ ଚାଲି ଚାଲି ଜଣେ ଗର୍ଭବତୀ ଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ। ତରଭା ବ୍ଲକ ବଡମାଲ ନନ୍ଦପାଲି ଗାଁର ବାସନ୍ତୀ କୁମ୍ଭାରଙ୍କ ଗର୍ଭ ଯନ୍ତ୍ରଣା ହେବା ପରେ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା। ହେଲେ ଗାଁ ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲାନି। […]

  • Friday, 02 July 2021
BJP-BJD-Odisha-Bypoll
ବିଜେଡି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ରାଜ୍ୟ ବିଜେପି। ତିର୍ତ୍ତୋଲରେ ବିଜେଡି କୋଭିଡ୍ ନିୟମ ଓ ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ କରିଛି ଦଳ। ତିର୍ତ୍ତୋଲ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ସମୟରେ ଏବଂ ଅନ୍ୟ ଏକ କର୍ମୀ ସମ୍ମିଳନୀରେ ଶାସକ ଦଳ ନିୟମ ଭାଙ୍ଗିଥିବା ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ଟିମ୍ ଫେରାଦ ଇସିଙ୍କ ପାଖରେ ଫେରାଦ […]

  • Friday, 02 July 2021
chatara-jatra
ଛତର ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି।  ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ପରେ ଛତରଯାତ୍ରା ନେଇ କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଛତର ଯାତ୍ରା କୋଭିଡ୍ କଟକଣା ନିୟମ ମାନି ଆୟୋଜନ ହେବ ଏବଂ  ଜନସମାଗମକୁ ବାରଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଛତର ଯାତ୍ରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପାରମ୍ପରିକ ପର୍ବ। ଏହି ପର୍ବଟି […]

  • Friday, 02 July 2021
aparajita
ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ଦୃଢ଼ ନିନ୍ଦା କଲେ ଅପରାଜିତା

ଭୁବନେଶ୍ୱର: ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସରକାରଙ୍କ ଆଚରଣକୁ ଦୃଢ଼ ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗଣମାଧ୍ୟମ ଦେଶର ଚତୁର୍ଥ ସ୍ତମ୍ଭ, ତେଣୁ ସରକାରଙ୍କର ଏଭଳି ଆଚରଣ ନିନ୍ଦନୀୟ ବୋଲି କହିଛନ୍ତି ଅପରାଜିତା। ଏଭଳି ଲୋକପ୍ରିୟ ଚ୍ୟାନେଲକୁ ହଇରାଣ କରିବା ଆଦୌ ଠିକ୍ ନୁହେଁ। ସମସ୍ତେ ସୀମା ଭିତରେ ରହିବା ଉଚିତ୍। ଯଦି କୌଣସି ଚ୍ୟାନେଲ ଦୁର୍ନୀତି ପଦାକୁ ଆଣୁଛି ତାକୁ ସ୍ୱାଗତ କରିବା ଦରକାର ବୋଲି ସାଂସଦ କହିଛନ୍ତି। ତେବେ […]

  • Friday, 02 July 2021
bhadrak
ଜୀବନ ଭୟରେ ଥାନା ଆଗରେ ରାତ୍ରିଯାପନ କଲା ପରିବାର

ଭଦ୍ରକ: ଜୀବନ ଭୟରେ ସାରା ରାତି ଥାନା ଆଗରେ ରାତ୍ରିଯାପନ କଲେ ଗୋଟିଏ ପରିବାର। ପୋଲିସ ବି କିଛି ସହାୟତା କଲାନି, ବରଂ ସକାଳ ହେବା ପରେ ହିଁ ଆସିବାକୁ କହିଥିବା ପୀଡ଼ିତ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ। ମାଳଦା ପଞ୍ଚାୟତ ରାମପୁର ଗାଁର ଏକ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଏପରି ବିବାଦ ସୃଷ୍ଟି ହୋଇଛି। ଗାଁର ସୁରେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି, ତାଙ୍କ ବ୍ୟକ୍ତିଗତ ଜାଗାରେ ଗାଁ […]

  • Friday, 02 July 2021
hati-chua-mruta
ହାତୀ ଛୁଆ ମୃତ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗପୀଢ଼ ଫରେଷ୍ଟ ରେଞ୍ଜ ନଡାପାଣି ଗାଁ ନିକଟସ୍ଥ ଜଙ୍ଗଲରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀର ବୟସ ପ୍ରାୟ ୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗତକାଲି ହାତୀର ମୃତଦେହ ଜଙ୍ଗଲରେ ପଡିଥିବା ଗାଁ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର […]

  • Friday, 02 July 2021