• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

rain in odisha
ପାଣିପାଗ ଅପ୍‌ଡେଟ୍‌: ଆଜିଠାରୁ କମିବ ବର୍ଷା

ଭୁବନେଶ୍ୱର:  ୪ ଦିନ ଧରି ଲଘୁଚାପ ବର୍ଷାରେ ବେହାଲ୍ ଓଡ଼ିଶା। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଅସ୍ତବ୍ୟସ୍ତ ହୋଇପଡ଼ିଛି ଅଧିକାଂଶ ଜିଲ୍ଲା। ବିଶେଷ କରି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ଥିତି ସାଂଘାତିକ ହେବା ସହ ଗମନାଗମନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚାଷବାସ ଉଜୁଡ଼ିଯାଇଛି। କେବଳ ମାଲକାନଗିରି ନୁହେଁ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ଜଳସ୍ତର ବଢ଼ିଥିବାରୁ ସମସ୍ୟା ବଢ଼ିଛି। ଭଦ୍ରକ ଜିଲ୍ଲାର ଅନେକ ତଳି ଅଞ୍ଚଳ ଜଳମଗ୍ନ ହୋଇରହିଛି। ସେପଟେ ରାଜ୍ୟରେ ବନ୍ୟା […]

  • Sunday, 04 July 2021
gst
ରାଜ୍ୟରେ ୭୧୨ କୋଟିର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ

ଭୁବନେଶ୍ୱର: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ ଦ୍ୱାରା ଓଡ଼ିଶାରେ ୭୧୨ କୋଟିର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ ହୋଇଛି। ଏହି ବଡ଼ ଧରଣର ଜିଏସଟି ଠକେଇ ମାମଲାରେ ଜଣକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ନିର୍ଦ୍ଦେଶକ କାଶ୍ମୀରା ଅଗ୍ରୱାଲ। ତାଙ୍କୁ ସମ୍ବଲପୁରରୁ ଗିରଫ କରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ। ଜାଲ୍ ଇନପୁଟ୍ ଟାକ୍ସ କ୍ରେଡିଟ୍, ଘରଭଡ଼ା, ପରିବହନ ଆଦି ଜାଲି କରାଯାଇ ବିପୁଳ ଠକେଇ ହୋଇଥିଲା। ବହୁ ଟନ୍ ଓଜନର ଲୁହା […]

  • Sunday, 04 July 2021
rssult
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଦିନ ୧୧ଟା ୩୦ରେ ଫଳାଫଳ ପ୍ରକାଶ ପାଇବ। କରୋନା କଟକଣା ପାଇଁ ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ପ୍ରକାଶ ପାଇବ ରେଜଲ୍ଟ। ସେହିଭଳି ଶେଷ ସପ୍ତାହରେ କଳା ଏବଂ ଧନ୍ଦା ମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ […]

  • Sunday, 04 July 2021
puri
ଜଗାର ରଥ ନିର୍ମାଣ କରୁଥିବା ସେବାୟତ ରହୁଛନ୍ତି ପଲିଥିନି କୁଡ଼ିଆରେ

ପୁରୀ: ମହାପ୍ରଭୁଙ୍କ କାମ କରି ଆନନ୍ଦ ପାଉଥିବା ସେବକ ଅଛନ୍ତି ଦୁଃଖରେ। ଆର୍ଥିକ ଅନଟନ ଏବଂ କରୋନା ସେମାନଙ୍କ ପରିସ୍ଥିତିକୁ ଆହୁରି ସୋଚନୀୟ କରିଦେଇଛି । ବର୍ଷର ୨ ମାସ ଭଲରେ ଚଳିଯାଉଥିବାବେଳେ ପାଖରେ କିନ୍ତୁ ସମ୍ବଳ ନାହିଁ ନିଜପାଇଁ ପକ୍କାଘରଟିଏ କରିବା ପାଇଁ। ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କରି ଯେଉଁ ହାତ ପ୍ରଶଂସା ସାଉଁଟେ, ସେ ନିଜେ କିଭଳି ପରିସ୍ଥିତିରେ ରହୁଛନ୍ତି? ସରକାରୀ ଜାଗାରେ ପାଲ ଆଜବେଷ୍ଟସ ଘେରା ନୂଆଁଣିଆଁ ଘରେ ରହୁଛନ୍ତି ରଥ […]

  • Sunday, 04 July 2021
nagarjuna besha
୨୬ ବର୍ଷ ପରେ ହେବ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଲାଗିପଡ଼ିଛନ୍ତି ପଟ୍ଟଚିତ୍ର ଶିଳ୍ପୀ। ପଟ୍ଟଚିତ୍ର ଶିଳ୍ପୀମାନେ ତାଙ୍କ ରଙ୍ଗ ତୂଳିର ନିଖୁଣ ହାତର ସ୍ପର୍ଶରେ ନାଗାର୍ଜୁନ ବେଶ ପ୍ରସ୍ଫୁଟିତ କରୁଛନ୍ତି। ନାଗାର୍ଜୁନ ବେଶ ସହ ପତିତପାବନଙ୍କ ୧୨ ମାସର ସମସ୍ତ ଲୀଳାଖେଳାକୁ ପଟ୍ଟଚିତ୍ରରେ ପ୍ରଦର୍ଶିତ କରୁଛନ୍ତି। ଶ୍ରୀଜିଉଙ୍କ ହାତୀବେଶ, ଗଜଉଦ୍ଧାରଣ ବେଶ, ବାମନ ବେଶ, କୃଷ୍ଣବଳରାମ ବେଶ ଭଳି ବିଭିନ୍ନ ବେଶକୁ ଚତୁର୍ପାର୍ଶ୍ୱରେ ସୁସଜ୍ଜିତ […]

  • Sunday, 04 July 2021
corona-tesy
ଦିନକରେ ୫୦ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ପୁଣି ୫୦ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ ହୋଇଛି। ଗୋଟିଏ ଦିନରେ ୫୦ ହଜାର ୫୨୫ କରୋନା ଟେଷ୍ଟ କରାଯାଇଛି। RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଦୀପ୍ତଙ୍କ ସୂଚନାନୁସାରେ, RTPCR-୫,୧୦୬, ଆଣ୍ଟିଜେନ୍-୪୫,୩୪୩, ଟ୍ରୁନଟ- ୭୬ କରୋନା ଟେଷ୍ଟ କରାଯାଇଛି। ମୋଟ କରୋନା ଟେଷ୍ଟ ସଂଖ୍ୟା ୧୦ ଲକ୍ଷ ଟପିଥିବା ସେ ସୂଚନା ଦେଇଛନ୍ତି।

  • Sunday, 04 July 2021
1
ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ ନିଲାମ ହେବ

ନୂଆଦିଲ୍ଲୀ: ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢୀ ପିନ୍ଧି ଫିଲ୍ମ ‘ଶକୁନ୍ତଳା’ର ପ୍ରମୋଶନ ପାଇଁ ଆସିଥିଲେ। କଳାରଙ୍ଗର ଏଇ ସମ୍ବଲପୁରୀ ବାନ୍ଧ ଶାଢୀରେ ବିଦ୍ୟା ବାଲାନ ବହୁତ ସୁନ୍ଦର ଦିଶୁଥିଲେ। ଖାଲି ବିଦ୍ୟାଙ୍କର ସୌନ୍ଦର୍ଯ୍ୟ ବଢି ଯାଇ ନ ଥିଲା, ଶାଢୀର ମୂଲ୍ୟ ମଧ୍ୟ ବଢି ଯାଇଥିଲା।  ବିଦ୍ୟା ନିଜେ ମଧ୍ୟ ଶାଢୀର ଡିଜାଇନକୁ ବହୁତ ପ୍ରଶଂସା କରିଥିଲେ। ଏହାପରଠାରୁ ଏଇ ସମ୍ବଲପୁରୀ ବାନ୍ଧ ଶାଢୀର ବେଶ ଚର୍ଚ୍ଚା ହେଉଥିଲା। ଏବେ ବିଦ୍ୟା ବାଲାନ ପିନ୍ଧିଥିବା ଏଇ […]

  • Sunday, 04 July 2021
atm
ଟଙ୍କା ଲୁଟି ପାରିଲେନି ବୋଲି ATM ଜାଳିଦେଲେ

ବାରିପଦା: ଏଟିଏମ୍ ଲୁଟ କରିବା ପାଇଁ ଆସିଥିଲେ ଦୁବୃର୍ତ୍ତ।  ଟଙ୍କା ଲୁଟିବାରେ ବିଫଳ ହେବାରୁ ଏଟିଏମ ଜାଳି ଦେଇଛନ୍ତି। ଏପରି ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜ ରୋଡରେ ଥିବା ଏସ୍‌ବିଆଇ ଏଟିଏମ୍‌ ବୁଥ୍‌ରେ। ମିଳିଥିବା ସୂଚନା ମୁତାବକ,  ଦୁବୃର୍ତ୍ତମାନେ ଏଟିଏମ୍‌ରୁ ଟଙ୍କା ଲୁଟ୍ ପାଇଁ ଉଦ୍ୟମ କରିଥିଲେ। ଏଟିଏମ୍ ମେସିନ୍‌କୁ କାଟିବାକୁ ଚେଷ୍ଟା କରିଥିଲେ। ତେବେ ଏଥିରେ ବିଫଳ ହୋଇଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ମେସିନ ଜାଳି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ […]

  • Sunday, 04 July 2021
boming
ପୁଣି ଦଲେଇପୁଟ ଗାଁରେ ବୋମାମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦଲେଇପୁଟ ଗାଁରେ ପୁଣି ଥରେ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଥରେ ବୋମା ମାଡ଼ କରିଛନ୍ତି ଦୁବୃର୍ତ୍ତ। ଦୁବୃର୍ତ୍ତମାନେ ଦୃଦାନନ୍ଦଙ୍କ ଘର ଉପରକୁ ବୋମା ପକାଇ ପଳାଇ  ଯାଉଥିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାରେ ହୃଦାନନ୍ଦଙ୍କ ଘରର କାନ୍ଥ ନଷ୍ଟ ହୋଇଯାଇଛି। ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ ହୋଇଥିବା କୁହାଯାଉଛି। ତେବେ ବାରମ୍ବାର ଏପରି […]

  • Sunday, 04 July 2021
flood
ବର୍ଷାରେ ବେହାଲ୍ ଓଡ଼ିଶା; ବୁଡ଼ିଛି ଚାଷ ଜମି, ଫସିଛନ୍ତି ଲୋକେ

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଲଗାଣ ବର୍ଷା ପରେ ଏବେ ବି ଢେଙ୍କାନାଳ ଜିଲ୍ଲା ଭୁବନ ଗଁଦିଆଁ ବ୍ଲକର ୧୪ଟି ପଂଚାୟତର ଅନେକ ଚାଷ ଜମି ପାଣି ଘେରରେ ରହିଛି। ଭୁବନ ବ୍ଲକର ୧୦ଟି ପଂଚାୟତ ଓ ଗଁଦିଆଁ ବ୍ଲକର ୪ଟି ପଂଚାୟତ ଚାଷ ଜମିରେ ପାଣି ଜମି ରହିଛି। ଏଥିଯୋଗୁଁ ଅନେକ ଫସଲ ନଷ୍ଟ ହୋଇଛି। ସେହିଭଳି ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରୀପୋଖରୀ, ତିହିଡି ବ୍ଲକର […]

  • Sunday, 04 July 2021
ଓଡ଼ିଶାରେ କରୋନାରେ ଆଖି ବୁଜିଲେ ପୁଣି ୯

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ପୁଣି ଆଖି ବୁଜିଲେ ୯ଜଣ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଛି  । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ, ଗଞ୍ଜାମରେ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରାୟଗଡ଼ାରେ ୨, ଖୋର୍ଦ୍ଧା, ସମ୍ବଲପୁର, ମାଲକାନଗିରି, ବାଲେଶ୍ୱରରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ […]

  • Sunday, 04 July 2021