କରୋନା ଦେଶର ଅନେକ ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ କେବଳ ଏକ ମହାମାରୀ ନୁହେଁ, ଦାରିଦ୍ର୍ୟ ଓ ଋଣଗ୍ରସ୍ତ ଜୀବନରେ ଛନ୍ଦିଦେବା ପାଇଁ ଏକ ଯନ୍ତା ଭଳି। ଯାହା ଭିତରକୁ ଥରେ ପଶିଲେ, ତଳିତଳାନ୍ତ ହେବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ।
ଭୁବନେଶ୍ୱର: ଗଣେଶ ପୂଜା ହୋଇ ପାରିବ କି ନାହିଁ, ସେହି ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ। ତାଙ୍କୁ ଏହି କ୍ଷମତା ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ପ୍ରଶାସନର ଅଧିକାରୀ ନିଷ୍ପତ୍ତି ନେବେ। ସେ ଚାହିଁଲେ ପୂଜା ପାଇଁ ଅନୁମତି ଦେଇପାରିବେ, ଯଦି ପୂଜା ପାଇଁ ପରିସ୍ଥିତି ଠିକ୍ ନ ଥିବ, କରୋନା ବ୍ୟାପିବାର ଆଶଙ୍କା ଥିବ, ତେବେ ସେ ଅନୁମତି ଦେବେ ନାହିଁ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି […]
ଲକ୍ଷ୍ନୌ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗ ନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ ବସିଛି। ନୂଆଦିଲ୍ଲୀରେ ଏହି ବୈଠକ ବସିଛି। କେବେଠାରୁ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ ସେନେଇ ବୈଠକରେ ସ୍ଥିର ହେବ। ବୈଠକରେ ଯୋଗ ଦେବାକୁ ଟ୍ରଷ୍ଟର ସମସ୍ତ ସଦସ୍ୟ ଦିଲ୍ଲୀ ଆସିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଥିବା ସ୍ଥଳରେ ଇଂଜିୟରମାନେ ପହଞ୍ଚି ମାଟିର ପରୀକ୍ଷା ପରୀକ୍ଷା କାମ ଆରମ୍ଭ କରିଛନ୍ତି। ଆସନ୍ତା ୩୬ରୁ […]
ଭୁବନେଶ୍ୱର: ୨୦ ଜିଲ୍ଲାକୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ସତ୍ତ୍ୱେ ସେବା ଠପ୍ । ଅନୁମତିର ୪ ଦିନ ପରେ ବି ରାଜ୍ୟରେ ସ୍ୱାଭାବିକ ହୋଇପାରିନି ବସ୍ ଚଳାଚଳ । ରାଜ୍ୟର ସବୁ ପ୍ରମୁଖ ସହରର ବଡ଼ ବଡ଼…
ଭୁବନେଶ୍ୱର: ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ। ଘର ଭାଙ୍ଗିବା ସହ ମାଟି ଅତଡ଼ା ଧସିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ। ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ୮ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ସମ୍ଭାବନା ନେଇ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼, ଦେବଗଡ଼। ରେଡ୍ ୱାର୍ଣ୍ଣିଂ ଜିଲ୍ଲାମାନଙ୍କରେ […]
ଭୁବନେଶ୍ୱର: ଲୁଟ୍ର ନୂଆ ଫଣ୍ଡା। ଝିଅ ମୋହ ଦେଖାଇ ଲୁଟି ନେଲେ ଟଙ୍କା, କାର ଓ ମୋବାଇଲ ଫୋନ। ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏ ଘଟଣା। ଝିଅ ମୋହ ଦେଖାଇ କିଛି ଦୁର୍ବୃତ୍ତ ଠିକାଦାରଙ୍କୁ ଲୁଟ୍ କରିଥିବା ଜଣାପଡିଛି। ତାଳଚେରର ଜଣେ ଠିକାଦାରଙ୍କୁ ଭୁବନେଶ୍ୱର ଡକାଇ ଲୁଟ୍ କରିଛନ୍ତି। ଗୋଟିଏ ଘରେ ପୂରାଇ ମାଡ଼ ମାରି କାର, ଟଙ୍କା, ମୋବାଇଲ୍ ଲୁଟି ନେଇଛନ୍ତି। ଘଟଣାକୁ ନେଇ ସମ୍ପୃକ୍ତ ଠିକାଦାର ଖଣ୍ଡଗିରି ଥାନାରେ ଏତଲା କରିଥିଲେ। ଏତଲା ଆଧାରରେ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଜି ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୯ରୁ କ୍ୱାରେଣ୍ଟିନରୁ ୧୭୨, ଲୋକାଲ କଣ୍ଟାକ୍ଟ କେସ୍ ୧୪୭ ରହିଛି। ଭୁବନେଶ୍ୱରରେ ଆଜି ଆଉ ୧୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍ସି (ଭୁବନେଶ୍ୱର ମହାନଗର ନିଗମ)। ମଞ୍ଚେଶ୍ୱର ଅଞ୍ଚଳରୁ ୧୬ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ବୁଦ୍ଧ ନଗର ଗୋପବନ୍ଧୁ କଲୋନିରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୬ ଅଞ୍ଚଳରୁ ୯, ବରମୁଣ୍ଡାରୁ […]