• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

heavy rainfall
ଅବପାତ ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ୱେଲ୍‌ମାର୍କଡ୍‌ ରୂପ ନେଇଛି। ଏହା ବର୍ତ୍ତମାନ ଉତ୍ତର- ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହା ଆଗକୁ ଅବପାତର ରୂପ ନେଇ ପାରେ। ଏହାର ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ ଅଧିକ ରହିବ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା,ବଲାଙ୍ଗିର, ବରଗଡ଼, ସୋନପୁର, ଅନୁଗୁଳ, ସମ୍ବଲପୁର, ଦେବଗ଼ଡ଼, ସୁନ୍ଦରଗଡ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଏହିସବୁ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ […]

corona updates in odisha
ଓଡ଼ିଶାରେ ଦିନକରେ ୨,୮୯୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୭୦ ହଜାର ପାର୍‌ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୫୩ ହଜାର ୪୭୮ କରୋନା ଟେଷ୍ଟ ହୋଇଥିବା ବେଳେ ୨,୮୯୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅନୁସାରେ, ଚିହ୍ନଟ ନୂଆ ୨,୮୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୧,୭୯୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୦୬ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୫୨୪ ଜଣ […]

ଗାଁ ଦାଣ୍ଡରୁ ମିଳିଲା ଆର୍ମି ଯବାନଙ୍କ ମୃତଦେହ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସାହସପୁର ଗାଁର ୨୭ ବର୍ଷୀୟ ଆର୍ମି ଯବାନ ରଞ୍ଜନ ନାହାକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ରଞ୍ଜନ ନିଜ ସାଙ୍ଗଙ୍କ ସହ ବାଡୁଳା ଛକରେ ବସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣରେ ରଞ୍ଜନଙ୍କ ୨ଜଣ ସାଙ୍ଗ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଞ୍ଜନଙ୍କୁ […]

  • Sunday, 04 July 2021
ananta jena
ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା। କରୋନା ପଜିଟିଭ ନେଇ ଟ୍ୱିଟ୍‌ ଯୋଗେ ନିଜେ ବିଧାୟକ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ପରେ ହୋମ୍ କ୍ୱାରେଣ୍ଟିନରେ ଥିବା ବିଧାୟକ କହିଛନ୍ତି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟିଂ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।

  • Sunday, 04 July 2021
Bhatruhari-mahatab
ବିଜେଡିରେ କୁହୁଳୁଛି କି ଦଳୀୟ ଅସନ୍ତୋଷ ? ସୌମ୍ୟଙ୍କ ପରେ ବାଣ ମାରିଲେ ଭର୍ତ୍ତୃହରି

ଭୁବନେଶ୍ୱର: ବିଜେଡିରେ କୁହୁଳୁଛି କି ଦଳୀୟ ଅସନ୍ତୋଷ ? କିଛି ନେତା ଦଳରେ ପ୍ରଭାବ ବିସ୍ତାର କରିଥିବା ବେଳେ ଅନ୍ୟମାନେ ନିଜକୁ କୋଣଠେସା ମନେ କରୁନାହାନ୍ତି ତ ? ବିଧାୟକ ସୌମ୍ୟରଞ୍ଜନଙ୍କ ବିଷୋଦଗାର ପରେ ସାଂସଦ ଭର୍ତ୍ତୃହରିଙ୍କ କଟାକ୍ଷ ଏଭଳି ଚର୍ଚ୍ଚାକୁ…