ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ୍ ମାମଲା ଲଗାତର ବଢ଼ିବାରେ ଲାଗିଛି। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୩୭୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏଥିମଧ୍ୟରୁ କରୋନାରେ ଏପର୍ଯ୍ୟନ୍ତ ୧୩ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଯେଉଁ ୧୩ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଛି, ସେଥିମଧ୍ୟରୁ ୧୨ଜଣଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବା ନେଇ ମନ୍ତ୍ରୀ କହିଛନ୍ତି। ସରକାରଙ୍କ ଘୋଷଣା ମୁତାକବ ମୃତ ଶିକ୍ଷକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ। […]
ଭୁବନେଶ୍ୱର: ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ୱିଟ୍ କରି ଓଡ଼ିଶାର ବିଧାୟକ ମନୋହରଙ୍କୁ ପ୍ରଶଂସା କରିଥିଲେ। ତେବେ ତାଙ୍କର ଏହି ଟ୍ୱିଟ୍ ଉପରେ ମୁଖ୍ୟମନ୍ତ୍ରୀ ରିଟ୍ୱିଟ୍ କରିଛନ୍ତି। Appreciate party MLA Manohar Randhari for leading by example with his commitment to agriculture and taking pride for his work […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୪ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ଚିହ୍ନଟ ହୋଇବା ପଜିଟିଭମାନଙ୍କ ମଧ୍ୟରୁ ବାଣୀବିହାର ପଥରବନ୍ଧରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୀଳାଦ୍ରି ବିହାରରୁ ୬, ଡୁମୁଡୁମାରୁ ୫, ସରକନ୍ତରାରୁ ୫ ଚିହ୍ନଟ ହୋଇଛନ୍ତି। ସେହିଭଳି ନୀଳାଦ୍ରି ବିହାର ପଣ୍ଡା […]
କଟକ: କଟକ ସହରରୁ ଆଜି ଆଉ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୬୨ରୁ ୧୦୦ ଜଣ ଆକ୍ରାନ୍ତ କେବଳ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ସିଏମ୍ସି। ତେବେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚାଉଳିଆଗଂଜ ତଳସାହିରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଥୋରିଆ ସାହିରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହଭିଳ […]
କଟକ: ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ହୋମଗାର୍ଡଙ୍କ ଭତ୍ତା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଦୈନିକ ୫୩୩ ଟଙ୍କା ହିସାବରେ ପାରିଶ୍ରମିକ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୫୩୩ଟଙ୍କାକୁ ବୃଦ୍ଧି ସହ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟରେ ଆଶିଂକ ପରିବର୍ତ୍ତନ କରି ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ଏ.କେ.ମିଶ୍ରଙ୍କ […]
ବାଲେଶ୍ୱର: ବିପଦ ସଂକେତ ଟପିଛି ଜଳକା ନଦୀ। ଲଘୁଚାପ ଜନିତ ଲଗାଣ ବର୍ଷାରୁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ବସ୍ତା ଅଂଚଳ ଦେଇ ଜଳକା ନଦୀ ପ୍ରବାହିତ ହୋଇଥିବାବେଳେ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ଲାଗି ରହିଛି। ଫଳରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ମଥାନୀ ଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଂକେତ ୫.୫ ମିଟର ଥିବାବେଳେ ୫.୭୦ […]