• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

soumya
ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ଭୁଲ୍‌: ସୌମ୍ୟରଞ୍ଜନ

ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି ।

Mobile Net Work Problem
ଗାଁରେ ଆସୁନି ନେଟ୍‌ୱାର୍କ, ପାହାଡ଼ ଉପରେ ପାଠ ପଢ଼ୁଛନ୍ତି ପିଲା

ଆଦିବାସୀ ଅଧ୍ୟୁସିତ ବଣ ପାହାଡ ଘେରା କୁଚିଣ୍ଡା ଉପଖଣ୍ଡର ଶିରିଡ ଗାଁରେ ଅପହଂଚ ମୋବାଇଲ ନେଟୱାର୍କ। । ଇଂଟରନେଟ ସେବା ଉପଲବ୍ଧ ହେଉନଥିବାରୁ ଚାଷୀଙ୍କ ଧାନ ବିକ୍ରି ଠାରୁ ଆରମ୍ଭ କରି ଗ୍ରାମର ଉନ୍ନୟନ ମୂଳକ କାମ, ପୋଷ୍ଟ ଅଫିସ କାମ କି ଛାତ୍ର ଛାତ୍ରୀଙ୍କ ପାଠପଢା ସବୁ ବାଧାପ୍ରାପ୍ତ ହେଉଛି । କଥା ହେବା ଠାରୁ ଆରମ୍ଭ କରି ନେଟ ସେବା ପାଇଁ ଗାଁ ମୁଣ୍ଡ ସ୍ଥିତ ପଥୁରିଆ ପାହାଡ ସାହା ଭରସା ଏବେ ପାଲଟିଛି ।

Man Abducted
ଉଦ୍ଧାର ହେଲେ ଅପହୃତ ବ୍ୟକ୍ତି, ଚାକିରି ନାଁରେ ଠକୁଥିଲେ

ଚାକିରି ନାଁରେ ଲୋକଙ୍କୁ ଠକୁ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ପୋଲିସ୍‌ ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି।

Puri
ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ

ସିଂହଦ୍ୱାର ସାମ୍ନାରେ ଲାଗିଛି ୩ ରଥ। ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ ସେବାୟତମାନେ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ।

 Poultry Farmer
ଜଗଦୀଶଙ୍କୁ ଭିନ୍ନ ପରିଚୟ ଦେଇଛି ଫାଇଟର କୁକୁଡ଼ା ଚାଷ : ଗୋଟିଏ କୁକୁଡ଼ାର ମୂଲ୍ୟ ୬ରୁ ୧୦ ହଜାର

ପେଶାରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ହେଲେ ନିଶା ଚାଷ ପ୍ରଣାଳୀରେ କିଛି ନୂଆ କରି ଦେଖାଇବା। ଇଣ୍ଟରନେଟରେ ଚାଷ ପାଇଁ ନୂଆ କୌଶଳ ଖୋଜୁ ଖୋଜୁ ଦେଖିଥିଲେ ତାମିଲନାଡୁର ଦାମୀ ଫାଇଟର କୁକୁଡ଼ା । ଫାଇଟର କୁକୁଡ଼ା ସମ୍ପର୍କରେ ଜାଣିବା ପରେ ବିଳମ୍ବ ନକରି ଆରମ୍ଭ କଲେ କୁକୁଡ଼ା ଚାଷ, ଯାହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । କୁକୁଡ଼ା ଚାଷ ସହ ଛେଳି ଚାଷ କରି ସେ ଆଜି ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ।

dancing kid
ଦମଦାର ଡାନ୍ସ ସାଙ୍ଗକୁ ଜବରଦସ୍ତ ଏକ୍ସପ୍ରେସନ୍ : ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ

ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଲେ ବାରିପଦାର ଦୁଇ କୁନି ଝିଅ । ନିଜ ନାଚର ଯାଦୁରେ କିମିଆଁ କରି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ । ଜୁନିଅର ମଡେଲ ଇଣ୍ଟରନେସନାଲ ରାଇଜିଂ ଷ୍ଟାର ଅଫ ଇଣ୍ଡିଆର ଟାଇଟଲ୍ ଜିତିବା ପରେ ଏବେ ଅନ୍ତର୍ଜାତୀୟ ଟ୍ୟାଲେଣ୍ଡ ଶୋରେ ପ୍ରତିଯୋଗିତା କରିବେ ଅର୍ଚ୍ଚିତା ଓ ଦିବ୍ୟାଙ୍ଗନା ।

Hirakud Dam
ହୀରାକୁଦ ଡ୍ୟାମରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି।

corona
କରୋନା ଛଡ଼ାଇନେଲା ଜୀବନ-ଜୀବିକା : ସଙ୍କଟରେ ମୃଦଙ୍ଗବାଦ୍ୟ କାରିଗର

ଲୋକକଳା, ଲୋକ ସଂସ୍କୃତି ତଥା ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ ଅବସ୍ଥାରେ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା । ଲକଡାଉନ, ସଟଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବକ୍ରି ହେଉନଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର।

prajameli
ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଏକାଠି ହେଲେ ଶତାଧିକ ଗ୍ରାମବାସୀ

ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି।  

corona
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ୨୨୮୨ ପଜିଟିଭ୍ ଚିହ୍ନଟ, ୬୫ ମୃତ

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ଖସୁଛି । ଗତ ମାସ ୧୫ ତାରିଖ ପର ଠାରୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାରକୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୮୨ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୩୧୫ ଜଣ ଜିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୬୭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨କୁ ବୃଦ୍ଧି । ସେହିପରି ପାଖାପାଖି ୯ ଦିନ ହେବ ୨ ହଜାର ଉପରେ ରହିଛି ସଂକ୍ରମଣ ।

Nagavali River
ରାୟଗଡ଼ାବାସୀଙ୍କ ପାଇଁ ଦୁଃଖ ପାଲଟିଛି ନାଗାବଳୀ ନଦୀ: ଗତିପଥ ବଦଳୁଥିବାରୁ ସଙ୍କଟରେ ଜୀବନ-ଜୀବିକା

ବର୍ଷାଦିନ ଆସିଲେ ନିଦ ହଜିଯାଉଛି । ନଦୀ ଫୁଲିଲେ ବଢୁଛି ଚିନ୍ତା । ଗାଁ ଆଡକୁ ମାଡି ଆସୁଛି ବିପଦ । ରାୟଗଡ଼ା ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ଲୋକଙ୍କ ପାଇଁ ଦୁଃଖ ସାଜିଛି ନାଗାବଳୀ ନଦୀ । ଲଗାଣ ବର୍ଷା ହେଲେ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡା ଖସୁଛି । ପ୍ରତିବର୍ଷ ନଦୀ ଗତିପଥ ପରିବର୍ତ୍ତନ କରି ଗାଁ ଆଡ଼କୁ ମାଡି ମାଡ଼ି ଆସୁଛି । ଫଳରେ ଲୀନ ହେବାକୁ ବସିଲାଣି ଲୋକଙ୍କ ଘରଦ୍ୱାର, ଚାଷଜମି । ସ୍ଥାୟୀ ସମାଧାନ ନେଇ ଗାଁଲୋକେ ପ୍ରଶାସନକୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।

Tiger Skin Smuggling Racket
ବୁଡ଼ି ଯିବ କି ବାଘ ବଂଶ ? କଳାହାଣ୍ଡିରୁ ବଡ଼ ଧରଣର ବାଘ ଛାଲ ରାକେଟର ପର୍ଦ୍ଦାଫାସ୍

ଗତ ଦୁଇ ଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଲଗାତର ଭାବେ ଜବତ ହେବାରେ ଲାଗିଛି ବାଘ ଛାଲ ସହ ନଖ ଏବଂ ଦାନ୍ତ । ଗତକାଲି ପୁଣି ଥରେ ଆଉ ୪ଟି ବାଘଛାଲକୁ ଜବତ କରିଛି ପୋଲିସ ଏବଂ ବନବିଭାଗର ମିଳିତ ଟିମ୍ । ବଫଲା ଗାଁର ରଙ୍ଗାଚରଣ ଭୋଇ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ୪ଟି ବାଘ ଛାଲ ଜବତ ହୋଇଛି । ଏହାକୁ ମିଶାଇ ଗତ ଦୁଇଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ବନଖଣ୍ଡରୁ ଜବତ ହେଲାଣି ୯ଟି ବାଘ ଛାଲ । କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍ଓ ନିତିଶ କୁମାର ଏହି ସୂଚନା ଦେଇଛନ୍ତି । ତାସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।

Rath jatra
ରଥ ପ୍ରସ୍ତୁତ,ପଥ ପ୍ରସ୍ତୁତ

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।

arrest
ଚାକିରି ନାଁରେ ଠକେଇ; ୭ଜଣଙ୍କୁ ବାନ୍ଧିଲା ପୁଲିସ୍‌

କେନ୍ଦୁଝର: ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ କେନ୍ଦୁଝର ପୁଲିସ୍‌ ୭ଜଣଙ୍କୁ ଗିରଫ କରିଛି। ଏମାନେ ଚାକିରି କରାଇ ଦେବା କହି ପ୍ରତି ପିଲାଙ୍କ ଠାରୁ ୧୨ ରୁ ୧୪ ହଜାର ଟଙ୍କା ନେଉଥିଲେ ବୋଲି ପୁଲିସ୍‌ କହିଛି। ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ଗ୍ଲେଜ ଇଣ୍ଡିଆ ନାମକ ମାର୍କେଟିଂ ସଂସ୍ଥା ବିରୋଧରେ ଠକେଇ ଅଭିଯୋଗ ଆସିବା ପରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର  ଜବତ ହୋଇଛି। ଏହି ମାର୍କେଟିଂ ସଂସ୍ଥା ଯୁବକ ଯୁବତୀଙ୍କୁ […]

  • Sunday, 11 July 2021
puri
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଏହି ନୋଟିସ୍ ଜାରି ହୋଇଛି। ଏହାସହ ସ୍ନାନମଣ୍ଡପକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ନେଇ ଯାଇଥିବା ସେବାୟତଙ୍କୁ ମଧ୍ୟ ନୋଟିସ୍ ପଠା ଯାଇଛି। ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀକୁ ବିଧାୟକ ଯାଇଥିଲେ। ା ସ୍ନାନମଣ୍ଡପକୁ ଯିବା ଘଟଣାକୁ ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି,“ଏହା ଫାଲତୁ କଥା। ମୁଁ […]

train
ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନରେ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଜଣେ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ୱର-ଭଦ୍ରକ ମେମୁ ପାସେଞ୍ଜର ଟ୍ରେନ୍‌ ପ୍ଲାଟଫର୍ମ ଛାଡ଼ୁ ଥିବା ବେଳେ ଯାତ୍ରୀ ଜଣଙ୍କ ସେଥିରୁ ଡେଇଁ ପଡ଼ିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ଯାତ୍ରୀ ଜଣକ ପଡ଼ି ଯାଇଥିଲେ। ଏହି ସମୟରେ ଉପସ୍ଥିତ ଆର୍‌ପିଏଫ୍ କନଷ୍ଟେବଳ ସଙ୍ଗେସଙ୍ଗେ ଦୌଡ଼ି ଯାଇ ତାଙ୍କୁ ରକ୍ଷା କରିଥିଲେ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଏହି ଯାତ୍ରୀଙ୍କ […]

  • Sunday, 11 July 2021
admission
ଆଜିଠୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୩ରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଦିନ ୧୧ଟାରୁ ଛାତ୍ରଛାତ୍ରୀ ମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁଲାଇ ୮ ରହିଛି। ସେହିଦିନ ରାତି ୧୧ଟା ଯାଏ ଆବେଦନ କରିହେବ। ଜୁଲାଇ ୧୮ରେ ପ୍ରଥମ କଟ୍‌ଅଫ ମାର୍କ ତାଲିକା ପ୍ରକାଶ ପାଇବ। ପ୍ରଥମ ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ମଧ୍ୟରେ ନାମ ଲେଖାଇ ପାରିବେ। ସେହିଭଳି  ଦ୍ୱିତୀୟ କଟ୍‌ଅଫ ମାର୍କ […]

  • Sunday, 11 July 2021
saroj meher
କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ ଘଟଣାରେ ପାଟଣାଗଡ଼ ବିଧାୟକ ଅଟକ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଛି। କୌଣସି ଏକ ଅଜଣା ସ୍ଥାନରେ ବିଧାୟକଙ୍କୁ ପୁଲିସ୍‌ ଜେରା କରୁଥିବା ଜଣାପଡ଼ିଛି। ପାଟଣାଗଡ଼ର ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ ଘଟଣାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୨୬ରେ ବିଧାନସଭା […]

  • Sunday, 11 July 2021
nayagarh
ପୁଣି କଙ୍ଗାରୁ କୋର୍ଟ! ଚୋର ଧରିବା ପାଇଁ ରାତି ଅଧିରେ ବୁଲିଲା ଖଟ

ନୟାଗଡ଼: ପୁଣି କଙ୍ଗାରୁ କୋର୍ଟ!  ଚୋର ଧରିବା ପାଇଁ ରାତି ଅଧିରେ ବୁଲିଲା ଖଟ। ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଉଦୟପୁର ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଏହି ଗାଁର ଜଣେ ମହିଳା ନିଜ ଦିଅରଙ୍କ ଘରୁ ସୁନା ଗହଣା ଚୋରି କରିଥିବା ଅଭିଯୋଗ  ହୋଇଥିଲା। ଏ ନେଇ ଗ୍ରାମସଭା ଡ଼କା ଯାଇଥିଲା। ଚୋର ଧରିବା ପାଇଁ ଗାଁରେ ଖଟ ବୁଲାଯିବା ବୋଲି ସଭାରେ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁସାରେ, […]

  • Sunday, 11 July 2021
loot
ବାଲେଶ୍ୱରରେ ସିରିଜ୍‌ ଚୋରି; ୪ଟି ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ବଜାରରେ ଗତକାଲି ବିଳମ୍ବିତ ରାତିରେ ୪ଟି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁବୃର୍ତ୍ତମାନେ ଏକ ତେଜରାତି ଦୋକାନ ସହିତ ବିୟୁଟି ପାର୍ଲର, ଗ୍ୟାରେଜ୍‌ ଓ ପାନ ଦୋକାନର ତାଲା ଭାଙ୍ଗି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଗୋପାଳପୁର ବଜାରରେ ବାରମ୍ୱାର ସିରିଜ୍‌ ଚୋରି ହେଉଥିଲେ ବି ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ […]

  • Sunday, 11 July 2021
dharmendra pradhan
ଅଶ୍ୱିନୀଙ୍କୁ ନେଇ ବଢ଼ୁଛି ବୟାନବାଜି: ଗୁପ୍ତ ନୁହେଁ, ଖୋଲା ବୁଝାମଣା ହୋଇଛି ବୋଲି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି। ବିଜେଡି-ବିଜେପି ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ପୂର୍ବରୁ କଂଗ୍ରେସ ଅଭିଯୋଗ କରିଥିବା ବେଳେ ଏହାକୁ ଖୋଲା ବୁଝାମଣା ବୋଲି ଧର୍ମେନ୍ଦ୍ର କହିଛନ୍ତି। ‘ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ।  ତାଙ୍କ କଥାକୁ ରକ୍ଷା କରିଛନ୍ତି ନବୀନ।  ଏହି ବୁଝାମଣା ପଛରେ ବିକାଶ ହିଁ ପ୍ରମୁଖ […]

  • Sunday, 11 July 2021
rain
ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟକୁ ମୌସୁମୀ ଛୁଇଁଥିଲେ ବି ଆସନ୍ତା ୨ ଦିନ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଅନେକ ସ୍ଥାନରେ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ତାଲଚେରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ […]

  • Sunday, 11 July 2021
Biju Patnaik International Airport
ବିମାନରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉତ୍ପାତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ଏକ ବିମାନ ଜରୁରୀ ଅବତରଣ କରିଛି। ଜଣେ ମାନସିକ ବିକାରଗ୍ରସ୍ତ ଯାତ୍ରୀଙ୍କ ଉତ୍ପାତ ଯୋଗୁ ଇଣ୍ଡିଗୋର ଏହି ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ବିମାନଟି ହାଇଦ୍ରାବାଦରୁ ଗୌହାଟି ଅଭିମୁଖେ ଯାଉଥିଲା। ସୂଚନା ଅନୁସାରେ, ଇର୍ସାଦ ଅଲ୍ଲୀ ନାମକ ଜଣେ ଯୁବକ ବିମାନ ଭିତରେ ଚିତ୍କାର କରିବା ସହ ଲୋକଙ୍କୁ ଗାଳିଗୁଲଜ, ପାଟି କରୁଥିଲେ। ଏପରିକି ବିମାନ ଉଡ଼ୁଥିବା ସମୟରେ ସେ ଏଣେତେଣେ ଚଲାବୁଲା ମଧ୍ୟ କରୁଥିଲେ। ଫଳରେ ତାଙ୍କର […]

  • Sunday, 11 July 2021
accident
ଦୁଇ କାର୍ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୪ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ଜରିପାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଏଥିରେ ୪ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଦମ୍ପତି ହେଲେ ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଓ ଲୀଳାବତୀ ପଟ୍ଟନାୟକ। ଆହତଙ୍କ ମଧ୍ୟରେ ଜଣେ ଦଶ ବର୍ଷର ପୁଅ, ୪ ବର୍ଷର ଝିଅ ଓ […]

  • Sunday, 11 July 2021
miss queen universe
‘ମିସେସ୍‌ କ୍ୱିନ୍‌ ୟୁନିଭର୍ସ’ ମୁକୁଟ ପିନ୍ଧିଲେ ଭୁବନେଶ୍ୱରର ପ୍ରତିମା ପଣ୍ଡା

ଭୁବନେଶ୍ୱର: ନୂଆଦିଲ୍ଲୀରେ ଓଡ଼ିଆ ବୋହୂଙ୍କ ସଫଳତା। ଭୁବନେଶ୍ୱରର ପ୍ରତିମା ପଣ୍ଡା ମିସେସ୍‌ କ୍ୱିନ୍‌ ୟୁନିଭର୍ସ ଟାଇଟଲ ମୁକୁଟ ପିନ୍ଧିଛନ୍ତି। ଦିଲ୍ଲୀରେ ଆୟୋଜିତ ଏହି ପ୍ରତିଯୋଗିତାରେ ଚାଇନା ସମେତ ଭାରତର ବିଭିନ୍ନ ରାଜ୍ୟର ୪୬ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ। ହେଲେ ପ୍ରତିମା ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲ୍‌ ହାତେଇ ନେଇଥିଲେ। ମିସେସ ଇଣ୍ଡିଆ ହୋମ୍‌ ମେକର ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଓଡ଼ିଆ ଫିଲ୍ମରେ ଅଭିନୟ ସାଙ୍ଗକୁ ଏକ ମଡେଲ ସ୍କୁଲ ଖୋଲିବାକୁ ଇଚ୍ଛା […]

  • Sunday, 11 July 2021