• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Wildlife Smuggling Racket

Tiger Skin
ସେଫ୍‌ ନୁହେଁ ଜଙ୍ଗଲ; ମାତିଲେଣି ମାଫିଆ, ସଙ୍କଟରେ ବାଘ ବଂଶ

ଜଙ୍ଗଲ ଭିତରେ ବାଘ ଶୀକାର, ଜଙ୍ଗଲ ବାହାରେ ଛାଲ ଡିଲ୍। ମାତିଛନ୍ତି ଆନ୍ତଃରାଜ୍ୟ ମାଫିଆ, ଓଡ଼ିଶା ମାଟିରେ ଚଳାଇଛନ୍ତି ବାଘ ଚମଡ଼ାର ବେପାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ହାତରେ ଲାଗିଛି ୫ କଲରାପତରିଆ ବାଘ ଛାଲ ସମେତ ଗୋଟିଏ ଲେଖାଏଁ ଜଙ୍ଗଲୀ ଓ ମାଛରଙ୍କା ବିରାଡ଼ି ଚମଡ଼ା।

Tiger Skin Smuggling Racket
ବୁଡ଼ି ଯିବ କି ବାଘ ବଂଶ ? କଳାହାଣ୍ଡିରୁ ବଡ଼ ଧରଣର ବାଘ ଛାଲ ରାକେଟର ପର୍ଦ୍ଦାଫାସ୍

ଗତ ଦୁଇ ଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଲଗାତର ଭାବେ ଜବତ ହେବାରେ ଲାଗିଛି ବାଘ ଛାଲ ସହ ନଖ ଏବଂ ଦାନ୍ତ । ଗତକାଲି ପୁଣି ଥରେ ଆଉ ୪ଟି ବାଘଛାଲକୁ ଜବତ କରିଛି ପୋଲିସ ଏବଂ ବନବିଭାଗର ମିଳିତ ଟିମ୍ । ବଫଲା ଗାଁର ରଙ୍ଗାଚରଣ ଭୋଇ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ୪ଟି ବାଘ ଛାଲ ଜବତ ହୋଇଛି । ଏହାକୁ ମିଶାଇ ଗତ ଦୁଇଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ବନଖଣ୍ଡରୁ ଜବତ ହେଲାଣି ୯ଟି ବାଘ ଛାଲ । କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍ଓ ନିତିଶ କୁମାର ଏହି ସୂଚନା ଦେଇଛନ୍ତି । ତାସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।