ଭଦ୍ରକ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ। ଆଉ ଫଳ ସ୍ୱରୂପ ବିଡିଓଙ୍କୁ ବଗିଚା କାମ କରିବାକୁ ପଡ଼ିବ। ଭଦ୍ରକ ଜିଲ୍ଲା ତିହିଡି ବିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟ କହିଛନ୍ତି, ସେ ବିଡିଓ ଭାବେ ଅଫିସ୍ କାର୍ଯ୍ୟ କରିବା ସହିତ ବଗିଚାର ସୁପରଭାଇଜର୍ ଭାବେ ମଧ୍ୟ କାମ କରିବେ। ନିଜ ପସନ୍ଦ ମୁତାବକ ଜିଲ୍ଲାରେ ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଯେ କୌଣସି ବଗିଚାରେ ସେ ଆସନ୍ତା ୨୩ ତାରିଖ […]
ଭୁବନେଶ୍ୱର: ଶ୍ରୀଧର ପାତ୍ର ହେବେ ନାଲ୍କୋର ନୂଆ ମୁଖ୍ୟ । ଶ୍ରୀଧରଙ୍କୁ ନାଲ୍କୋର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ଲାଗି ଖଣି ମନ୍ତ୍ରାଳୟର ପ୍ରସ୍ତାବ ଉପରେ ମୋହର ମାରିଛି ଆପଏଣ୍ଟମେଣ୍ଟ କମିଟି ଅଫ୍ କ୍ୟାବିନେଟ। ସେ ୨୦୨୪ ଅକ୍ଟୋବର ୩୧ ଯାଏ କାର୍ଯ୍ୟଭାର ସମ୍ଭାଳିବେ। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ନାଲ୍କୋର ଅଧ୍ୟକ୍ଷ ତପନ ଚାନ୍ଦ ଅବସର ନେଇଥିଲେ।
ବାରିପଦା: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାର ଏକ କାର୍ଟୁନ ଗୋଦାମରେ ଗତକାଲି ମଧ୍ୟରାତ୍ରିରେ ନିଆଁ ଲାଗି ଯାଇଛି। ଫଳରେ ଗୋଦାମରେ ଥିବା ବହୁମୂଲ୍ୟ ଟଙ୍କାର କାର୍ଟୁନ ପୋଡ଼ି ପାଉଁଶ ହୋଇ ଯାଇଥିଲେ ହେଁ ଗୋଦାମ ମାଲିକଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ରାତିରେ ସମସ୍ତେ ଶୋଇବା ପରେ ରାତି ୧୨ଟାରେ ନିଆଁ ଲାଗିଥିଲା। ପରିବାର ଲୋକେ ଗୋଦାମ ଘରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ବାହାରକୁ ଚାଲି ଆସିଥିଲେ। ଦମକାଳ ବାହିନୀକୁ ଖବର ଦେଇଥିଲେ। ୩ଟି […]
ଭୁବନେଶ୍ୱର: ବିମାନ ସେବା ବାତିଲକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଦେଖା ଦେଇଛି ଉତ୍ତେଜନା। ଏହାକୁ ନେଇ ଯାତ୍ରୀମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏୟାର ଏସିଆର ଏକ ବିମାନ ସେବା ବାତିଲ ହୋଇଯାଇଥିଲା। ଶେଷ ମୁହୂର୍ତ୍ତରେ ବିମାନଟିକୁ ବାତିଲ କରାଯାଇଥିବାରୁ ଯାତ୍ରୀମାନେ ତାତି ଉଠିଥିଲେ। କମ୍ପାନୀ ପକ୍ଷରୁ ଯାତ୍ରୀଙ୍କ ପାଇଁ ସେବାର ବିକଳ୍ପ ନକରି ଟିକେଟ୍ ବାବଦ ଅର୍ଥ ଫେରାଇ ନେବାକୁ କୁହାଯାଇଥିଲା। ଫଳରେ ଯାତ୍ରୀମାନେ କ୍ଷୁବ୍ଧ ହୋଇଥିଲେ। ଏହାକୁ […]
ପୁରୀ:ପୁରୀରେ ଚାଲିଥିବା ଉନ୍ନତୀକରଣ ଯୋଜନାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ସବୁକିଛି ଚାଲିଛି ବୋଲି କହିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦଶମ ବାର୍ଷିକ ଉତ୍ସବ ଅବସରରେ ଗଜପତି ମହାରାଜ କହିଛନ୍ତି, ଦେଶ ସ୍ୱାଧୀନ ହେବା ପରେ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଅନେକ ସରକାର ଆସିଛନ୍ତି। ହେଲେ କୌଣସି […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଗୁଆହାଟୀ, ହାଓଡ଼ା ଓ ଚେନ୍ନାଇ ରୁଟ୍ରେ ବହୁ ଟ୍ରେନ୍ ବାତିଲ ହୋଇଛି। ଆଜିର ୫ଟି ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ୍ ଆଂଶିକ ଭାବେ ବାତିଲ ହୋଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା-ସିଆଲାଦରୁ ବାହାରୁଥିବା ସିଆଲାଦ-ପୁରୀ ଏକ୍ସପ୍ରେସ୍, ହାଓ୍ୱଡ଼ାରୁ ବାହାରୁଥିବା ହାଓ୍ୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓ୍ୱଡ଼ା-ୟଶଓ୍ୱନ୍ତପୁର ଏକ୍ସପ୍ରେସ୍, ହାଓ୍ୱଡ଼ା-ଚେନ୍ନାଇ […]
ବାଲେଶ୍ୱର:ଏବେ ପର୍ଯ୍ୟଟନର ଋତୁ। ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ । ଆଉ ଏଇ ମୌକାରେ ଦଲାଲମାନେ ଖୋଲାଖୋଲି ଚଲାଇଛନ୍ତି ଦେହ ବେପାର। ବଙ୍ଗୀୟ ଲଳନାମାନଙ୍କୁ ଆଣି ହୋଟେଲ ଓ ଗେଷ୍ଟ ହାଉସମାନଙ୍କରେ ବେଫିକର ଭାବେ ଏହି କାରବାର କରୁଛନ୍ତି। ନା ଅଛି କାହାକୁ ଡର ନା ଭୟ। ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ ଅଞ୍ଚଳରେ। ପର୍ଯ୍ୟଟନ ଋତୁରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ଭୋଗରାଇକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ହେଲେ ଏହି […]
କଟକ:ପାଖେଇ ଆସୁଛି ଡିସେମ୍ବର ୨୨। ବାରବାଟୀରେ ହେବ ଭାରତ-ୱେଷ୍ଟଇଣ୍ଡିଜ ଓ୍ୱାନ୍ ଡେ ମ୍ୟାଚ୍। ସେଥିପାଇଁ ପ୍ରସ୍ତୁତ ହେଉଛି ଷ୍ଟାଡିୟମ। ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପିଚ ଓ ଆଉଟ ଫିଲ୍ଡ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ସବୁଥର ଭଳି ଏଥର ବି ବାରବାଟୀ ପିଚ୍ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କୁ ସୁହାଇବ ବୋଲି କ୍ୟୁରେଟରଙ୍କ ମତ ଦେଇଛନ୍ତି। ସେପଟେ ବାରବାଟୀର ଶୋଭାବର୍ଦ୍ଧନ କରୁଥିବା କ୍ଲକ ଟାଓ୍ୱାର ଏଥର ଝଲସିବ ନୂଆ ରୂପରେ। ଘଣ୍ଟାରେ ଲେଖାଯିବ ରୋମାନ ଅକ୍ଷର। […]
ଜୟପୁର: ସେ ଦୁହେଁ ଅକ୍ଷମ କିନ୍ତୁ ସକ୍ଷମଙ୍କଠାରୁ କାହିଁ କେତେ ଗୁଣରେ ପାରଙ୍ଗମ। ଅନ୍ୟମାନଙ୍କ ପରି ସେମାନେ ବି ରୋଜଗାର କରୁଛନ୍ତି, ପରିବାରର ଦାୟିତ୍ୱ ସମ୍ଭାଳୁଛନ୍ତି । ତାଙ୍କ ପରିପୂର୍ଣ୍ଣ ପରିବାରରେ ଭରି ରହିଛି ସୁଖ, ଶାନ୍ତି ଓ ଭଲପାଇବା। ନିଜ ଅକ୍ଷମତା ପାଇଁ ସେମାନଙ୍କ ମନରେ ଅଭିଯୋଗ ନାହିଁ କି ନାହିଁ ଅଭିମାନ। ଏହି ଦମ୍ପତ୍ତି ହେଉଛନ୍ତି ଭିନ୍ନକ୍ଷମ ଗିରିଶ ଓ ସିଲି । ରହୁଛନ୍ତି କୋରାପୁଟ ଜିଲ୍ଲା ଜୟପୁର ସହରରେ। ଭୁବନେଶ୍ୱର ବାଲିଅନ୍ତାର ଗିରିଶ ସାହୁ। […]
ଜି ଉଦୟଗିରି:ମୃତ୍ୟୁର ୨୨ ମାସ ପରେ ପୋଲିସ ଜଣେ ମହିଳାଙ୍କ ମୃତ ଦେହକୁ କବର ଖୋଳି ବାହାର କରିଛି। ମହିଳା ଜଣକ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା ତାହାର ତଦନ୍ତ କରିବା ପାଇଁ ପୋଲିସ ଆଜି ଶବକୁ କବର ଭିତରୁ ବାହାର କରିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳରେ। ସ୍ଥାନୀୟ କୁମ୍ଭାରକୁପା ଗାଁର ୟୁହୋସିଓ ନାୟକଙ୍କ ଝିଅ ଜେ. ଏସ. ସେଲିବ୍ରେଟଙ୍କ ମୃତ୍ୟୁ ଘଟିଥିଲା ୨୦୧୮ ଫେବୃଆରୀରେ ମାସରେ । […]
ବାରିପଦା: ସ୍କୁଲ୍ ଯିବାକୁ ଇଚ୍ଛା ନ ଥିଲା। ହେଲେ ବଡ଼ ଭଉଣୀ ତାଙ୍କୁ ବାଧ୍ୟ କରିଥିଲେ ସ୍କୁଲ ଯିବାକୁ। ଏଇ ସାମାନ୍ୟ ଘଟଣାକୁ ନେଇ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ୍ ପଶୁଦା ଗାଁରେ। ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ […]
ଅନୁଗୁଳ: ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ମାସ ବିତିଗଲାଣି। ଯନ୍ତ୍ରଣାରେ ଛଟପଟ ହେଉଛି ଛୋଟି ଝିଅଟି। କାରଣ ଶରୀରରେ ଭାଙ୍ଗି ରହିଛି ଇଞ୍ଜେକସନ୍ ଛୁଞ୍ଚି । ଅନେକ ଜାଗାରେ ଚିକିତ୍ସା କରାଇଲେଣି ପରିବାର ଲୋକେ। ହେଲେ କିଛି ଲାଭ ହେଉନି। ଅନୁଗୁଳର ଏକ ଘରୋଇ କ୍ଲିନିକ କର୍ମଚାରୀଙ୍କ ତ୍ରୁଟି ପାଇଁ ଝିଅଟି ଏମିତି କଷ୍ଟ ପାଉଛି ବୋଲି କହିଛନ୍ତି ପରିବାର ଲୋକେ। ଅନୁଗୁଳ ଜିଲ୍ଲା ତାଳଚେର ବାଲୁଙ୍ଗା ଗାଁର ନିରଞ୍ଜନ ବେହେରା […]
ରାୟପୁର:ଛତିଶଗଡ ବସ୍ତରର ଇନ୍ଦ୍ରାବତୀ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ପୁଣି କମିଲା। ଏହି ରିଜର୍ବରୁ ଆଉ ଏକ ବାଘକୁ ୯ ଜଣ ମିଶି ମାରି ଦେଇଛନ୍ତି। ଏହି ୯ଜଣଙ୍କ ମଧ୍ୟରେ ଅଛନ୍ତି ପୋଲିସ କର୍ମଚାରୀ, ସାମ୍ବାଦିକ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପରି ଦାୟିତ୍ୱସମ୍ପନ୍ନ ବ୍ୟକ୍ତି। ତିନି ବଷର ଏହି ବାଘକୁ ଦୀପାବଳି ସମୟରେ ବାଘ ଶିକାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ କାଙ୍କେର ବନ ମଣ୍ଡଳରେ କିଛି ଲୋକ ଏକ ବାଘ ଚମଡା […]
ନୂଆଦିଲ୍ଲୀ: ପୁଣି ବିଦେଶରେ ଚମକିଲେ ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରି ମିସ୍ ଫୋଟୋଜନିକ ଟାଇଟଲ ହାସଲ କରିଛନ୍ତି ସାନ୍ତ୍ୱନା ବି ସିମ୍ରନ। କୋରାପୁଟ ଦାମନଯୋଡିର ଝିଅ ସାନ୍ତ୍ୱନା ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସମ୍ମାନ ପାଇଛନ୍ତି । ଝିଅର ଏହି ସଫଳତାକୁ ନେଇ ବେଶ ଗର୍ବିତ ପରିବାର ଲୋକେ । ଆଗକୁ ସେ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ […]
ନୂଆଦିଲ୍ଲୀ:ସଂସଦରେ ଆଗତ ନାଗରିକତା ବିଲ୍ ପ୍ରସ୍ତାବକୁ BJD ସମର୍ଥନ କରିଛି। ନାଗରିକତା ସଂଶୋଧନ ବିଲ୍ ପ୍ରସ୍ତାବକୁ ନେଇ ସଂସଦରେ ଆଜି ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାକୁ ନେଇ ଭୋଟ ହୋଇଥିଲା। ବିଜେଡି ନାଗରିକତା ସଂଶୋଧନ ବିଲ୍ ଆଗତ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ । ବିଲ୍ ସମ୍ପର୍କରେ OTVକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ରଖି ଏହି ସୂଚନା ଦେଇଛନ୍ତି । ବିଲ୍ରେ କୌଣସି ଅସୁବିଧା ନାହିଁ। JPCକୁ ପଠାଇବାକୁ ଆମେ କହିଥିଲୁ ବୋଲି […]
ଭୁବନେଶ୍ୱର: ଭୁବନେଶ୍ୱର କେ.ଭି-୩ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ଘଟଣା ପରେ ଖେଳ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଏ ନେଇ ଭୁବନେଶ୍ୱର ରିଜିଅନ ଡେପୁଟି କମିଶନରଙ୍କ ଚିଠି ଲେଖି ଜଣାଇଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ନିର୍ଯାତନାରେ ଅତିଷ୍ଠ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାକୁ ନେଇ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିଥିଲେ। ଘଟଣା ପାଇଁ ସ୍କୁଲର ପ୍ରିନ୍ସିପାଲ ଓ ପିଇଟି ଶିକ୍ଷୟିତ୍ରୀଙ୍କୁ […]
ଖୋର୍ଦ୍ଧା:ବରୁଣେଇ ହେଉଛି ବୀରଭୂମି। ପାଇକମାନେ ବହୁତ ସ୍ୱାଭିମାନୀ ଥିଲେ। ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କର ଏହି ବିପ୍ଳବକୁ ଇଂରେଜମାନେ ଦମନ କରିଥିଲେ ମଧ୍ୟ ପାଇକ ବିଦ୍ରୋହ ସ୍ମରଣୀୟ। ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରି ଏମିତି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି। ଏହି ଅବସରରେ ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ […]
ଗଜପତି : ପୁଣି ଶବକୁ ମିଳିଲାନି ସମ୍ମାନ। ମହାପ୍ରୟାଣ ଗାଡ଼ି ନ ମିଳିବାରୁ ବାଇକ୍ରେ ବୋହି ଶବକୁ ଘରକୁ ନେଲେ ପରିବାର ଲୋକେ। ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ରେ। ଗଜପତି ଜିଲ୍ଲାର ହାତୀବାଡ଼ି ଗାଁର ଗୋବିନ୍ଦ ଭୂୟାଁ ଅସୁସ୍ଥ ଥିବାରୁ ପରିବାର ଲୋକେ ଚିକିତ୍ସା ରାୟଗଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର […]
ରେଢ଼ାଖୋଲ: ଜେଲ ଗଲେ ଲାଞ୍ଚୁଆ ଜେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରେଢ଼ାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଶ୍ୟାମ ସାଗର ସୋଏଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଥିଲା । ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ସୋଏଙ୍କ ସୁନ୍ଦରଗଡ଼ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତାଙ୍କର ମୋଟ ସଂପତ୍ତି ୧ କୋଟି ୭୭ ଲକ୍ଷ ଥିବାବେଳେ ବେନାମୀ ସମ୍ପତ୍ତି ୯୩ ଲକ୍ଷ ୪୨ ହଜାର […]
ଭୁବନେଶ୍ୱର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳର ଶିଳାନ୍ୟାସ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୯ଟା ୫୦ରେ ସେ ବରୁଣେଇରେ ପହଞ୍ଚିବେ। ୧୦ଟା ୩୫ରେ ସହିଦ୍ ସ୍ମାରକୀର ଶିଳାନ୍ୟାସ କରିବା ପରେ ଉଦ୍ବୋଧନ ଦେବେ ରାଷ୍ଟ୍ରପତି । ଏହା ପରେ ମଧ୍ୟାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ […]
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲେ। ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିଲେ। ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଭାବେ ୨ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ପଞ୍ଚମ ବିଧାନସଭାକୁ ସେ ପ୍ରଥମେ ପ୍ରଜା ସୋସିଆଲିଷ୍ଟ୍ ପାର୍ଟି ଟିକେଟ୍ରେ ନିର୍ବାଚିତ ହୋଇଥିଲେ। ଏହା ପରେ କଂଗ୍ରେସ ଟିକେଟ୍ରେ ନବମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରେ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶେରଗଡ଼ ନିକଟରେ ଏକ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ବାଲିସାହିରୁ ୧୮ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ଟ୍ରାଭେଲର ଗାଡ଼ି ଦେବକୁଣ୍ଡ ଯାଉଥିଲା। ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଟ୍ରାଭେଲରଟି ଭାରସାମ୍ୟ ହରାଇ ଠିଆ ହୋଇଥିବା ଏକ ଟ୍ରକର […]
ଭୁବନେଶ୍ୱର:‘ଗଛ ଲଗାଅ, ବିଶ୍ୱ ବଞ୍ଚା’ ଅଭିଯାନ, ବିଶ୍ୱ ଆମ ଘର, ତାକୁ କରିବା ସବୁଜ, ସ୍ୱଚ୍ଛ, ସୁନ୍ଦର, ସବୁଜ ବିଶ୍ୱ ପାଇଁ ଓଡ଼ିଆ ପୁଅର ରଣହୁଙ୍କାର ପରି ଅନ୍ତର୍ଜାତୀୟ ସ୍ତର କାର୍ଯ୍ୟକ୍ରମର ନେତୃତ୍ୱ ନେବା, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ଆମ ରାଜ୍ୟ, ଦେଶ ଓ ବିଦେଶରେ ୪୦, ୦୦୦ ଗ୍ରୀନ୍ ଆର୍ମିଙ୍କୁ ସୃଷ୍ଟି କରିଥିବାରୁ ପୂର୍ବତନ ବିଧାୟକ ତଥା ଇଣ୍ଟରନାଶନାସଲ ଗ୍ରୀନ ଆର୍ମିର କମାଣ୍ଡର ଇନ ଚିଫ୍ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ […]
ଭୁବନେଶ୍ୱର:ଆସନ୍ତା ସୋମବାର ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ଅଭୟ। ୧୯୮୬ ବ୍ୟାଚର IPS ଅଫିସର ଅଭୟ ନ୍ୟାସନାଲ ପୋଲିସ ଏକଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଏକାଡେମୀ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ପରେଡ୍ ମଧ୍ୟ କରାଯାଇଥିଲା । ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ସରକାର ଅବ୍ୟାହତି ଦେବା ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ […]
ଟିଟିଲାଗଡ଼:ଚାକିରି ଦେବା ନାଁରେ ଟିଟିଲାଗଡ଼ ଅଞ୍ଚଳର ଯୁବତୀଙ୍କୁ ସୁଦୂର ହାଇଦ୍ରାବାଦ ନେଇ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ସେଠାରେ ଅତ୍ୟଧିକ କାମ ଦିଆଯାଉଥିଲେ ମଧ୍ୟ ପାରିଶ୍ରମିକ ଦିଆଯାଉ ନ ଥିଲା। ଏପରିକି ପ୍ରତିବାଦ କଲେ ମାଡ଼ ମରାଯାଉଥିଲା। ଯୁବତୀମାନେ କୌଣସି ପ୍ରକାରେ ସେଠାରୁ ଖସି ଆସି ଘରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି। ଟିଟିଲାଗଡ଼ ସଇଁତଳା ବ୍ଲକ ଅଞ୍ଚଳର କେତେକ ଯୁବତୀଙ୍କୁ ସରକାରଙ୍କ ଦକ୍ଷତାବିକାଶ କାର୍ଯ୍ୟକ୍ରମରେ ଟ୍ରେନିଂ ଦିଆଯାଇଥିଲା। ଟ୍ରେନିଂ ଶେଷ କରିବା […]