• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୨ଦିନରେ ୯ଟି ଛାଲ ଜବତ ସହ ଗିରଫ ହେଲେଣି ୭ ଚାଲାଣକାରୀ

  • ରାୟପୁର ଚୋରାଚାଲାଣ ପୂର୍ବରୁ ଧରିଲା ପୋଲିସ ଓ ବନିବିଭାଗର ମିଳିତ ଟିମ୍

କଳାହାଣ୍ଡି : ବୁଡ଼ି ଯିବ କି ବାଘ ବଂଶ ? ଗତ ଦୁଇ ଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଲଗାତର ଭାବେ ଜବତ ହେବାରେ ଲାଗିଛି ବାଘ ଛାଲ ସହ ନଖ ଏବଂ ଦାନ୍ତ । ଗତକାଲି ପୁଣି ଥରେ ଆଉ ୪ଟି ବାଘଛାଲକୁ ଜବତ କରିଛି ପୋଲିସ ଏବଂ ବନବିଭାଗର ମିଳିତ ଟିମ୍ । ବଫଲା ଗାଁର ରଙ୍ଗାଚରଣ ଭୋଇ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ୪ଟି ବାଘ ଛାଲ ଜବତ ହୋଇଛି । ଏହାକୁ ମିଶାଇ ଗତ ଦୁଇଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ବନଖଣ୍ଡରୁ ଜବତ ହେଲାଣି ୯ଟି ବାଘ ଛାଲ । କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍ଓ ନିତିଶ କୁମାର ଏହି ସୂଚନା ଦେଇଛନ୍ତି । ତାସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।

ସେହିପରି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କେଗାଁର ଭୁଲିଆର ବାଗ୍, କୋଦଣ୍ଡ ଗୌଡ଼ ଏବଂ ଉଆଁସୁ ଜାନିଙ୍କ ଠାରୁ ୨ଟି ବାଘ ଛାଲ ଜବତ କରିବା ସହ ଗିରଫ କରାଯାଇଥିଲା । ଏହି ରାକେଟରେ ଆଉ କେଉଁମାନେ ଜଡିତ ଅଛନ୍ତି, ସେନେଇ ତଦନ୍ତ ଚାଲିଥିବା ଦକ୍ଷିଣ ବନଖଣ୍ଡ ଅଧିକାରୀ କହିଛନ୍ତି । ବନବିଭାଗର ସୂଚନା ଅନୁଯାୟୀ, ଛତିଶଗଡ଼ ରାୟପୁର ଅଞ୍ଚଳରେ ବାଘ ଛାଲ ଏବଂ ନଖର ଚାହିଦା ଥିବାରୁ ଛତିଶଗଡ଼ ସୀମା କିମ୍ବା ଖରିଆର ବନାଞ୍ଚଳରେ ବାଘ ଶୀକାର କରି ତାର ଛାଲ, ନଖ ଏବଂ ଦାନ୍ତକୁ ବିକ୍ରି ପାଇଁ ଯୋଜନା ରହିଥିଲା ।

ତେବେ ଜିଲ୍ଲାରେ ବାଘ ସଂଖ୍ୟା ସେଭଳି ଆଖି ଦୃଶିଆ ନଥିବା ଟ୍ରାକିଂରୁ ଜଣାପଡ଼ିଛି । ଆନୁମାନିକ ଭାବେ ୪ରୁ ୬ ଟି ବାଘ ଥିବା ବେଳେ ଏହା ଅନ୍ୟ ଅଞ୍ଚଳର ହୋଇଥାଇ ପାରେ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।