ପୁରୀ: ଆସନ୍ତାକାଲି ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥଖଳାରୁ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି। ପ୍ରଥମେ ନନ୍ଦିଘୋଷ ରଥକୁ ନିଆଯାଇଥିଲା। ଏହା ପରେ ଦେବଦଳନ ଓ ତାଳଧ୍ୱଜ ରଥକୁ ନିଆଯାଇଛି। ଏହା ପୂର୍ବରୁ ଅନୁଷ୍ଠିତ ହୋଇଛି ରଥ ଆଜ୍ଞାମାଳ ନୀତି। ପରମ୍ପରା ମୁତାବକ ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ତିନି ବାଡ଼ରୁ ଆଜ୍ଞାମାଳ ଆଣି ତିନି ରଥରେ ଦେଇଥିଲେ। ୩ ରଥକୁ ଆଜ୍ଞାମାଳ ବିଜେ କରିଥିଲେ ପୂଜା ପଣ୍ଡା। ସେପଟେ […]
ପୁରୀ : କୋଟି ହୃଦୟର ଦେବତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ଲୀଳାଖେଳା। ସନ୍ଧ୍ୟାଧୂପ ନୀତି ପରେ ନୀଳାଦ୍ରି ବିଜେ କରିଛନ୍ତି ଶ୍ରୀଜିଉ। ନୀଳାଦ୍ରି ବିଜେ ପୂର୍ବରୁ ଚାରମାଳ ଉପରେ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ଅନନ୍ୟ ଭେଟ ନୀତି ସଂପନ୍ନ ହୋଇଥିଲା। ପରମ୍ପରା କ୍ରମେ, ଜୟବିଜୟ ଦ୍ୱାର ନିକଟରେ ବଚନିକା ପରେ କାଳିଆସାଆନ୍ତ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି। ଗଇଁଠାଲ ଫିଟା ନୀତି ମଧ୍ୟ ଅନୁଷ୍ଠିତ ହୋଇଛି। ଭିତରଛ ମହାପାତ୍ର ବନ୍ଦାପନା ନୀତି କରିବା ସହ ନିଜେ […]
ପୁରୀ : ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବ। ବିଳମ୍ବିତ ରାତିରେ ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ହଂସପଟାର କିଛି ଅଂଶ ଭାଙ୍ଗିଛନ୍ତି ମହାଲକ୍ଷ୍ମୀ। କାରଣ […]
ପୁରୀ : ଆଡ଼ପ ମଣ୍ଡପରେ ଶ୍ରୀଜିଉ। ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏନେଇ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଜନସମାଗମ । ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଥିଲେ ଚତୁର୍ଦ୍ଧା ମୂର୍ତ୍ତି। ଶୁକ୍ରବାର ସଂଧ୍ୟାରେ ଠାକୁର ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଇଥିଲେ। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶେଷରେ […]
ପୁରୀ : ନବବଧୂ ଭଳି ସଜେଇ ହୋଇଛି ନୀଳକନ୍ଦର। ରଙ୍ଗବେରଙ୍ଗ ଫୁଲରେ ଝଟକୁଛି ନୀଳାଚଳ ଧାମ। ମହମହ ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ। ପୂର୍ବରୁ ପଥର ଦେହରେ ସୂକ୍ଷ୍ଣ କାରୁକାର୍ଯ୍ୟ ଦେଖି ମନ୍ତ୍ରମୁଗ୍ଧ ହେଉଥିବା ଭକ୍ତ ଏବେ ବିମୋହିତ ହେଉଛି ଶ୍ରୀମନ୍ଦିରର ଏଭଳି ପୁଷ୍ପ ଶୃଙ୍ଗାର ଦେଖି। ଆଖି ଲାଖିଯାଉଛି ସୁସଜ୍ଜିତ ସିଂହଦ୍ୱାରଠାରେ, ଯେଉଁଠି ଫୁଲ ବି କହୁଛି ‘ଜୟ ଜଗନ୍ନାଥ।’ କେବଳ ସିଂହଦ୍ୱାର ନୁହେଁ, ଚାରି ଦ୍ୱାର ଠୁ ଆରମ୍ଭ କରି ମେଘନାଦ ପାଚେରୀ, ବାଇଶି ପାହାଚ, […]
ପୁରୀ : ରଥାରୁଢ଼ ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ଶ୍ରୀଜିଉ। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି। ତା ପରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି। ଦିନ ବେଳା ରଥରେ ବିରାଜମାନ ହୋଇଥିବା ମହାପ୍ରଭୁ ବାମନ ରୂପର ସାନିଧ୍ୟ ଦେଇଛନ୍ତି। ସଂଧ୍ୟା ଆରତୀ ଓ ସଂଧ୍ୟା ଧୂପ ପରେ ଘୋଡ଼ା ଫିଟିଥିଲା ଓ ଚାରମାଳ […]
ଯାଜପୁର : ରଥଚକ ଭାଙ୍ଗିଯିବାରୁ ବାଉଁଶରେ ବୁହା ହେଲେ ତିନି ଠାକୁର। ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ। ରଥ ଟଣା ବେଳେ କାଠ ଚକ ଭାଙ୍ଗିଯିବାରୁ ଭକ୍ତମାନେ ତିନି ଠାକୁରଙ୍କ ବିଗ୍ରହକୁ ବାଉଁଶରେ ବାନ୍ଧି ମାଉସୀମା ମନ୍ଦିର ଯାଏଁ କାନ୍ଧରେ ବୋହିଥିଲେ। ବ୍ୟାସନଗର ପୌର ପରିଷଦ ପକ୍ଷରୁ ରଥ ମରାମତି ପାଇଁ ୮୦ ହଜାର ଟଙ୍କା ଦିଆଯିବା ସତ୍ତ୍ୱେ ପୁରୁଣା ଚକରେ ରଥ ଟାଣିବାରୁ ଏଭଳି ଅଘଟଣ ଘଟିଥିବା […]
ନୂଆଦିଲ୍ଲ/ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ଥିବା ହୌଜ୍ ଖାସ୍ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥ ଉପରେ ଛେରାପହଁରା କରିଥିଲେ। ରଥରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ଏହି ମହାପର୍ବରେ ସାମିଲ ହୋଇଥିବା ସମସ୍ତ ଭକ୍ତଗଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିା ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ସାମିଲ ହୋଇଥିଲେ। […]
ଭୁବନେଶ୍ୱର : ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ବେଶ୍ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଛି ରଥଯାତ୍ରା। ବାରିପଦାରେ ଆଜି ତିନି ରଥରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଛି। ଏଠାରେ ଆସନ୍ତାକାଲି ବଳଭଦ୍ରଙ୍କ ରଥ ଟଣା ଯିବ ଏବଂ ପରଦିନ ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ଟାଣିବେ ଭକ୍ତ। ସେହିଭଳି ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ରଥାରୁଢ଼ କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ, ଏଠାରେ ଆଦିବାସୀ […]
ପୁରୀ : ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ। ରାତି ପାହିଲେ ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ରଥଯାତ୍ରା ହେବ। ଏଥିପାଇଁ ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ଆଉ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ରଜ୍ଜୁ ଟାଣି ଜୀବନ କୃତାର୍ଥ କରିବାକୁ ଉଛନ୍ନ ହେଲେଣି ଭକ୍ତ। ଭଜନ ଓ କୀର୍ତ୍ତନରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ। ଆସନ୍ତାକାଲି ସକାଳ ୯ଟାରେ ମଦନମୋହନ, ବଳଭଦ୍ର, […]
ପୁରୀ :୧୫ ଦିନ ଅପେକ୍ଷାର ଅନ୍ତ ଘଟିଲା। ପୁଣି ଥରେ ଝଲସି ଉଠିଲା କୋଳାହଳ ଶୂନ୍ୟ ହୋଇପଡିଥିବା ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଅନନ୍ୟ ନବଯୌବନ ବେଶର ଦିବ୍ୟ ସାନ୍ନିଧ୍ୟ ଲାଭ କଲେ ହଜାର ହଜାର ଭକ୍ତ। ଦତ୍ତ ମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଗାର ଶେଷ କରିବା ପରେ ପ୍ରଥମେ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନରେ ନବଯୌବନ ରୂପରେ ଦର୍ଶନ କଲେ ଭକ୍ତ। ୧୫ ଦିନ ଧରି ଦର୍ଶନ ନପାଇ ବିରହ ଅବସ୍ଥାରେ ଥିବା ଭକ୍ତଗଣ ଶ୍ରୀଜୀଉଙ୍କୁ […]
ସେ ଜଗତର ନାଥ ଜଗନ୍ନାଥ। କାହା ପାଇଁ ବନ୍ଧୁ ତ କାହା ପାଇଁ ଦେବତା। ସେ ଅନାଥର ନାଥ। ସେ ଜୀବର ଜୀବନ। ଯାହାଙ୍କ ପାଇଁ ଆତଯାତ ଏ ଶରୀରରେ ବାୟୁ ରୂପରେ ପ୍ରାଣ। ପ୍ରତିବର୍ଷ ଭଳି ସେ ରଥରେ ବସି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ। କୋଟିଏ ମନ ହେବ ଗୋଟିଏ। ଗଗନ ପବନ କମ୍ପିବ ଗୋଟିଏ ଧ୍ୱନିରେ …ଜୟ ଜଗନ୍ନାଥ। ଗୋଟିଏ ଦେବତା ସେ । କୋଟି କୋଟି ଭକ୍ତ ତାଙ୍କର। କାହା […]
୨୦୧୭ ଅକ୍ଟୋବର। ଦଶହରା ସମୟ। ଏକ ନିର୍ଦ୍ଦିଷ୍ଟ କାମରେ ମୁଁ ତାଳଚେରରେ ଥାଏ। ଦିନେ କାଇଁ କେଜାଣି ଇଚ୍ଛା ହେଲା କାଳିଆ ଦର୍ଶନ କରିବାକୁ। ହେଲେ ପୁରୀ ଯାଇ ଫେରିବା ସମ୍ଭବ ହେବନି, ଏ କଥା ଭାବି ମନ ଉଣା ହେଲା। କିନ୍ତୁ କାଳିଆ ମହନି ଲଗେଇଥିଲା ଯେ, ମନଟା ଖାଲି ଛାଟିପିଟି ହେଉଥାଏ। ଫୋନ୍ କଲା ଚଗୁଲୁ, ମୋର ଅତି ଅନ୍ତରଙ୍ଗ ପିଲାବେଳର ବନ୍ଧୁ। ଗୋଟିଏ ନିର୍ଦ୍ଦିଷ୍ଟ କାମ ଯାହା ସେଦିନ ହେବା କଥା ସେ […]
କିଏ ତାଙ୍କୁ କହେ ଅନ୍ତର୍ଯ୍ୟାମୀ। ପୁଣି କାହା ବିଶ୍ୱାସରେ ସେ ପ୍ରାଣର ଦେବତା। ଅନେକଙ୍କ ଶୟନ, ସପନ ଓ ଜାଗରଣରେ ବି ସେ ଚିର ବିରାଜିତ। ତାଙ୍କୁ ନେଇ ପ୍ରତିଟି ଓଡ଼ିଆଙ୍କର ରହିଛି ଅନେକ ଅଭୂଲା ଅନୁଭବ। ଆମେ କହୁଛୁ, କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ କଥା। ରଥ ଯାତ୍ରା ପାଖେଇ ଆସୁଥିବାବେଳେ କାହା ଅନୁଭବରେ ସେ କେମିତି କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ –ଅନୁଭୂତିରେ ଜଗନ୍ନାଥ। ଆମ ସହ ନିଜର […]
ପୁରୀ : ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମଝିରେ ଅଛି ମାତ୍ର ୫ଦିନ। ଏଥର ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଶେଷ ସମନ୍ୱୟ କମିଟି ବୈଠକ। ଯେଉଁଥିରେ ମୁଖତଃ ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ରେଳ ବ୍ୟବସ୍ଥା, ଭକ୍ତଙ୍କ ସୁରକ୍ଷା ସହ ଓ ଶୃଙ୍ଖଳିତ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା। ଏକ ବଡ଼ ନିଷ୍ପତ୍ତି କ୍ରମେ ଏଥର ଗୁଣ୍ଡିଚା, ବାହୁଡ଼ା ଓ […]
ପୁରୀ (ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍ ଜାରି କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଏହି ନୋଟିସ୍ ଜାରି ହୋଇଛି। ଏହାସହ ସ୍ନାନମଣ୍ଡପକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ନେଇ ଯାଇଥିବା ସେବାୟତଙ୍କୁ ମଧ୍ୟ ନୋଟିସ୍ ପଠା ଯାଇଛି। ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀକୁ ବିଧାୟକ ଯାଇଥିଲେ। ା ସ୍ନାନମଣ୍ଡପକୁ ଯିବା ଘଟଣାକୁ ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି,“ଏହା ଫାଲତୁ କଥା। ମୁଁ […]
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଚାଲିଛି। ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଛି। ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ମଧ୍ୟାହ୍ନ ଧୂପ ପରେ ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଇବେ। ଆଜି ଷଷ୍ଠୀଠୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ। ଫଳରେ କିଛି ମାତ୍ରାରେ […]
ପୁରୀ: ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରେ କରୁଛନ୍ତି ଲୀଳାଖେଳା। ସାଙ୍ଗରେ ଭାଇଭଉଣୀଙ୍କୁ ଧରି ଆସିଲେ। ହେଲେ ମହାଲକ୍ଷ୍ମୀଙ୍କୁ ଆଣିଲେନି। ଅଭିମାନିନୀ ଲକ୍ଷ୍ମୀ କ’ଣ ଆଉ କରନ୍ତେ ? ଦୁଃଖ ଆଉ କ୍ଷୋଭରେ ଲକ୍ଷ୍ମୀ ବିମାନରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଲୁଚି ଲୁଚି ଆସିବେ । ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯିବେ। ଏମିତି ପରମ୍ପରା ରଥଯାତ୍ରାରେ ରହିଛି। ଆଜି ହେରା ପଞ୍ଚମୀ ତିଥିରେ ଲକ୍ଷ୍ମୀ ଆସି ରଥ ଭାଙ୍ଗିବେ। ତା ପୂର୍ବରୁ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର ବା […]
ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥକାମ। ଚଳଚଞ୍ଚଳ ହୋଇଉଠିଛି ରଥଖଳା। ତିନି ରଥରେ ପ୍ରଥମ ଭୂଇଁ ଲାଗିବା ପରେ ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାମ ଆରମ୍ଭ କରିଛନ୍ତି। ଦ୍ୱିତୀୟ ଭୂଇଁ ସଂଯୋଗ ପୂର୍ବରୁ ଚଉଦ ନାହାକା, ଖଦିଓରା କାମ ସମ୍ପନ୍ନ ହେବ । ଏହି କାମ ସରିବା ପରେ ଦ୍ୱିତୀୟ ଭୂଇଁ ତିନି ରଥରେ ସଂଯୋଗ ହେବ। ମହାରଣାଙ୍କ ସହ ରୂପକାର ସେବକମାନେ ମଧ୍ୟ ସେମାନଙ୍କ କାମରେ ବ୍ୟସ୍ତ ରହିଛନ୍ତି । ଇତିମଧ୍ୟରେ ତିନି […]