• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 29 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଭାଇରାଲ ହେଲା ଶର୍ମିଷ୍ଠାଙ୍କ ଫେରାର ପୂର୍ବର ଭିଡିଓ ! ରେକର୍ଡ କରିଥିଲେ ମାନସଙ୍କ ସହଯୋଗୀ

୨ ମିନିଟ୍‌ରୁ ଅଧିକ ସମୟ ଅବଧିର ଏହି ଭାଇରାଲ୍ ଭିଡ଼ିଓରେ ଦୀପକ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହେଉଥିବା ମଧ୍ୟ ଶୁଣିବାକୁ ମିଳିଛି । More
  • Satyendu Shekher Mishra
  • 2 years ago

ଜଳୁଛି ଜଙ୍ଗଲ ! କିଏ ଲଗାଉଛି ନିଆଁ ? ପୋଡ଼ି ଯାଉଛନ୍ତି କିଟ ପତଙ୍ଗ-ପଶୁ ପକ୍ଷୀ-ଔଷଧୀୟ ଗଛ

ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା । More
  • Satyendu Shekher Mishra
  • 2 years ago

ସାରା ରାଜ୍ୟରେ ଜିତୁଛି ବିଜେଡି, ହେଲେ ଦୋହଲିଲାଣି ନବୀନଙ୍କ ଗଡ଼

ଗଞ୍ଜାମ ଏନ୍ଏସିରେ ୧୨ଟି ୱାର୍ଡରୁ ୧୦ଟି ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ଜିତିଥିଲେ ମଧ୍ୟ ଏନ୍ଏସି ଚେୟାରମ୍ୟାନ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢୀ । More
  • Satyendu Shekher Mishra
  • 2 years ago

ମାନସ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିବ ତ ମେମୋରି ଚିପ୍‌ ? ଅଭିଯୁକ୍ତଙ୍କୁ ଘନ ଘନ ଜେରା

୫ ଦିନିଆ ରିମାଣ୍ଡରେ ନେଇ ସମ୍ପୂର୍ଣ୍ଣା ନ୍ୟୁଜ୍‌ ପୋର୍ଟାଲ୍‌ର ମାଲିକାଣି ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଂଜନ ସେଠୀ ଓ ରାଜ୍ କମ୍ୟୁନିକେସନ୍‌ର ମାଲିକ ରଂଜନ ନାୟକ ଓରଫ୍ ରାଜ୍‌କୁ ଘାଣ୍ଟୁଛି ସ୍ୱତନ୍ତ୍ର ଟିମ୍ ।  More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିରରେ ଚାରିପଟେ ଚାଲିଛି ବେଆଇନ୍‌ ଖନନ, କେହି ଦେଇ ନାହାନ୍ତି ଅନୁମତି !

ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି-ଖନନ ଯୋଗୁଁ ସୃଷ୍ଟି ହେଉଥିବା ଭାଇବ୍ରେସନ କାରଣରୁ ଶ୍ରୀମନ୍ଦିରରେ ଫାଟ ହୋଇଛି । ତେଣୁ ବିକାଶ ନାଁରେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ହେବେ । More
  • Satyendu Shekher Mishra
  • 2 years ago

ରାଜ୍ୟରେ ଜାରି ରହିବ ଖରା, ଆହୁତି ତାତିବ

ମାର୍ଚ୍ଚ ୩୦ ତାରିଖରୁ ଏପ୍ରିଲ ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଥିପାଇଁ ୮ଟି ଜିଲ୍ଲାକୁ IMD ୟେଲୋ ୱାର୍ଣ୍ଣିଂ ଜାରି କରିଛି । More
  • Satyendu Shekher Mishra
  • 2 years ago

ଖଣି-ପାଣିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ଗୋଟିଏ ପଟେ ଶ୍ରୀମନ୍ଦିର ଚାରିପଟେ କାହା ଆଦେଶରେ ଖନନ କାର୍ଯ୍ୟ ଚାଲିଛି ବୋଲି ବିଜେପି ପ୍ରଶ୍ନ ଉଠାଇ ସରକାରଙ୍କୁ ଘାଇଲା କରିଥିବା ବେଳେ କଂଗ୍ରେସ ଖଣି ଦୁର୍ନୀତି କଥା ଉଠାଇଛି । ରାଜ୍ୟରୁ ଖଣି ଚୋରି ହୋଇଥିବା କହି ସରକାରଙ୍କୁ ଜୋରଦାର ଆଟାକ୍‌ କରିଛି କଂଗ୍ରେସ । More
  • Satyendu Shekher Mishra
  • 2 years ago

‘ଶ୍ରୀମନ୍ଦିରର ବିକାଶ ଆଳରେ ବିନାଶ ନ ହେଉ’ ! ଖନନ କାର୍ଯ୍ୟକୁ କିଏ ଦେଲା ଅନୁମତି ?

ASI ଓ NMA  କହିଛନ୍ତି, ଆମେ କୌଣସି ପ୍ରକାରର ସ୍ଥାନୀୟ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇନାହୁଁ । ପ୍ରକୃତରେ ବାସ୍ତବତା କଣ ବୋଲି ପ୍ରଶ୍ନ କରିଛନ୍ତି ଜୟନ୍ତ ଷଡ଼ଙ୍ଗୀ । ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବାକୁ ସେ ଦାବି କରିଛନ୍ତି । More
  • Satyendu Shekher Mishra
  • 2 years ago

ସଂସଦ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡିକୁ ସଂସଦରେ ଉପସ୍ଥାପିତ କରିବାକୁ ସେ ବିଜେଡି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । More
  • Otv Khabar Bureau
  • 2 years ago

ଜଙ୍ଗଲରୁ ଦରପୋଡା ମୃତଦେହ ମିଳିବା ଘଟଣା; ୨ ଅଭିଯୁକ୍ତ ଗିରଫ

ମୟୂରଭଂଜ ଯଶୀପୁର ବଡଶିଆଳିନଇଁ ଗାଁ ଜଙ୍ଗଲରୁ ଦରପୋଡା ମୃତଦେହ ମିଳିବା ଘଟଣାରୁ ହଟିଛି ପରଦା । ଉଦ୍ଧାର ହୋଇଥିବା ଦରପୋଡା ମୃତଦେହଟି କେନ୍ଦୁଝର ଟାଉନଥାନା ରାଙ୍କି ଗାଁର ସତ୍ୟବ୍ରତ ସାହୁଙ୍କ ପୁଅ ଆଦିତ୍ୟ ସ୍ୱାଇଁଙ୍କ ବୋଲି ଜଣାପଡିଛି । More
  • Prangyan Parimita
  • 2 years ago

୧୩ ବର୍ଷ ବଡ଼ ଆଇଏଏସ୍ ଅଫିସର ପ୍ରଦୀପଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଟିନା ଡାବି

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଟିନା ଡାବି । ଜାଣନ୍ତୁ କିଏ ତାଙ୍କର ଭାବି ସ୍ୱାମୀ ? More
  • Pallipuspa Samal
  • 2 years ago

ପ୍ରସିଦ୍ଧ ହରିରାଜପୁର ମେଲଣ, ଫୁଲର ହୋଲି ଖେଳିଲେ ଠାକୁର

ଶେଷ ହୋଇଛି ଓଡ଼ିଶା ପ୍ରସିଦ୍ଧ ପୁରୀ ହରିରାଜପୁର ମେଲଣ । ଚଳିତ ଥର ଫଗୁ ବଦଳରେ ଫୁଲର ହୋଲି ଖେଳିଲେ ଠାକୁର । ଶେଷ ଦିନରେ ହରିହର ଭେଟ ହେବା ସହ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । More
  • Prangyan Parimita
  • 2 years ago

ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳିକରି ହତ୍ୟା: ୩ ଅଟକ, ବାକି ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ପ୍ରୟାସ

ବେଲପଡ଼ା ବ୍ଲକ ବାଗଡୋର ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । More
  • Pallipuspa Samal
  • 2 years ago

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ୧ କୋଟି ୩୬ ଲକ୍ଷ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ପୁଳାପୁଳା ସମ୍ପତ୍ତି ବାହାରୁଛି । ଏଯାବତ୍ ଆଶିଷ ଦାସଙ୍କ ୨କେଜିରୁ ଅଧିକ ସୁନା ଜବତ କରାଯାଇଛି । More
  • Prangyan Parimita
  • 2 years ago

BIG BREAKING ! ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ

ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ More
  • Prangyan Parimita
  • 2 years ago

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ; ହସ୍ପିଟାଲ ସ୍ଥାନାନ୍ତର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । More
  • Pallipuspa Samal
  • 2 years ago

ଶ୍ରୀଜିଉଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କଲେ । ଶ୍ରୀମନ୍ଦିର ପ୍ରଶାସନକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । More
  • Otv Khabar Bureau
  • 2 years ago

National Para Athletics Championship 2022: କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହେଲା ଟୁର୍ଣ୍ଣାମେଣ୍ଟ୍

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ-୨୦୨୨ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ପ୍ରତିଯୋଗିତା ହେଉଛି । ଏଥିରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି । More
  • Pallipuspa Samal
  • 2 years ago

ପିଏମ୍ ଅନ୍ନ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ପିଏମ୍ ଅନ୍ନ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଅଗ୍ରାହ୍ୟକୁ ନେଇ ଫେରାଦ ହେଲା ।ଏନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିଜେପି ପ୍ରତିନିଧି ଦଳ । ପୂର୍ବରୁ ମାଗଣା ରାସନ ଅବଧି ବଢ଼ାଇଥିବାରୁ ବିଜେପି ପ୍ରସ୍ତାବ ଆଣିଥିଲା । More
  • Prangyan Parimita
  • 2 years ago

ଖୋଲିବ କି କ୍ୟାମେରାମ୍ୟାନ୍ ମାନସ ହତ୍ୟାର ଗୁମର? ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ତଥ୍ୟ ଓଗାଳିବ କ୍ରାଇମବ୍ରାଞ୍ଚ

ହତ୍ୟା ପଛରେ ଯେଉଁ ମେମୋରି ଚିପ୍ କଥା କୁହାଯାଉଥିଲା, ତାପଛର ରହସ୍ୟ କଣ ? ମେମୋରୀ ଚିପ୍ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ସହ ହତ୍ୟା ପର୍ଯ୍ୟନ୍ତ କଥା ଗଲା? କେଉଁଠି ଅଛି ସେହି ମେମୋରି ଚିପ୍? ଦୟାଲ୍ ଆଶ୍ରମରୁ କେୟାରଟେକର ପାଇଥିବା ମାନସଙ୍କ ମୃତ୍ୟୁ ପୂର୍ବର ଚିଠି ଏବେ କେଉଁଠି? More
  • Pallipuspa Samal
  • 2 years ago

ସୋରରେ ୨ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼, ଥାନା ଘେରାଉ କଲେ ଦଳୀୟ କର୍ମୀ

ବାଲେଶ୍ୱର ଜିଲ୍ଲା ସୋରରେ ୨ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼ । ବିଜୟ ଶୋଭାଯାତ୍ରା ସାରି ଘରକୁ ଫେରିବାବେଳେ ଭୁଜାଲି ମାଡ଼ ହୋଇଥିବା ସୂଚନା ମିଳିଛି । ତାଳନଗର ଗାଁର ପ୍ରଫୁଲ୍ଲ ଦାସ ଓ ଶରତ ଦାସଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । More
  • Chandan Shishu
  • 2 years ago

କିଏ ହେବେ କଟକ, ଭୁବନେଶ୍ୱରର ଡେପୁଟି ମେୟର ?

ଏହାପୂର୍ବରୁ ଆଶାୟୀଙ୍କ ତାଲିକା ବଢି ଚାଲିଛି। More
  • Chandan Shishu
  • 2 years ago

ମହୁଲ ଫୁଲର ଅଭାବୀ ବିକ୍ରି: ଗ୍ରାହକଙ୍କୁ ଅନେଇ ବସିଛନ୍ତି ବେପାରୀ

ମହୁଲ କାହାପାଇଁ ମହୁଲି ନିଶା ତ କାହାର ଭାତହାଣ୍ଡି। ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ। More
  • Otv Khabar Bureau
  • 2 years ago

ଦିନେ କ୍ୟାମେରା ଆଗରେ ମୁହଁ ଦେଖାଉଥିଲେ, ହେଲେ ଆଜି କ୍ୟାମେରା ଦେଖି ଲୁଚୁଛନ୍ତି

ଶର୍ମିଷ୍ଠା ରାଉତଙ୍କ ଖେଳ ଖତମ୍ । ସମ୍ପୂର୍ଣ୍ଣ ନ୍ୟୁଜ୍ ୱେବ୍ ଚାନେଲ୍‌ର ମାଲିକାଣି ଶର୍ମିଷ୍ଠା ରାଉତ କ୍ରାଇମବ୍ରାଞ୍ଚ କବ୍ଜାରେ । ପ୍ରାୟ ଦେଢ଼ମାସର ଛାନ୍‌ଭିନ୍ ଭିତରେ ସହଯୋଗୀ ଝୁନା ଭୋଇ ଏବଂ ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି । More
  • Chandan Shishu
  • 2 years ago

୫ ଦିନିଆ ରିମାଣ୍ଡରେ ଯିବେ ଶର୍ମିଷ୍ଠା

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। More
  • Otv Khabar Bureau
  • 2 years ago

ରାଜ୍ୟ ସରକାରୀ କର୍ମଚାରୀଙ୍କ ମାର୍ଚ୍ଚ ଖୁସି

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନର ୨୦ ପ୍ରତିଶତ ବକେୟା ପ୍ରାପ୍ୟ । ଚଳିତ ମାର୍ଚ୍ଚ ମାସ ଦରମାରେ ଏହି ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More