Advertisment

ଖୋଲିବ କି କ୍ୟାମେରାମ୍ୟାନ୍ ମାନସ ହତ୍ୟାର ଗୁମର? ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ତଥ୍ୟ ଓଗାଳିବ କ୍ରାଇମବ୍ରାଞ୍ଚ

ହତ୍ୟା ପଛରେ ଯେଉଁ ମେମୋରି ଚିପ୍ କଥା କୁହାଯାଉଥିଲା, ତାପଛର ରହସ୍ୟ କଣ ? ମେମୋରୀ ଚିପ୍ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ସହ ହତ୍ୟା ପର୍ଯ୍ୟନ୍ତ କଥା ଗଲା? କେଉଁଠି ଅଛି ସେହି ମେମୋରି ଚିପ୍? ଦୟାଲ୍ ଆଶ୍ରମରୁ କେୟାରଟେକର ପାଇଥିବା ମାନସଙ୍କ ମୃତ୍ୟୁ ପୂର୍ବର ଚିଠି ଏବେ କେଉଁଠି?

author-image
Prangyan Parimita
Cameraman Manas Swain Murder Case

Cameraman Manas Swain Murder Case

ଖୋଲିବ କି କ୍ୟାମେରାମ୍ୟାନ୍ ମାନସ ହତ୍ୟାର ଗୁମର ? ଗିରଫ ଅଭିଯୁକ୍ତଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଇ ତଥ୍ୟ ଓଗାଳିବ କ୍ରାଇମବ୍ରାଞ୍ଚ । ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତଙ୍କ ସମେତ ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନର ମାଲିକ ରଂଜନ ନାୟକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ୮ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଅପରାଧର ଉଦ୍ଦେଶ୍ୟ ଏଯାଏଁ ସାମ୍ନାକୁ ଆସିନି ।

Advertisment

ହତ୍ୟା ପଛରେ ଯେଉଁ ମେମୋରି ଚିପ୍ କଥା କୁହାଯାଉଥିଲା, ତାପଛର ରହସ୍ୟ କଣ ? ମେମୋରୀ ଚିପ୍ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ସହ ହତ୍ୟା ପର୍ଯ୍ୟନ୍ତ କଥା ଗଲା? କେଉଁଠି ଅଛି ସେହି ମେମୋରି ଚିପ୍? ଦୟାଲ୍ ଆଶ୍ରମରୁ କେୟାରଟେକର ପାଇଥିବା ମାନସଙ୍କ ମୃତ୍ୟୁ ପୂର୍ବର ଚିଠି ଏବେ କେଉଁଠି? କାହା ଛତ୍ରଛାୟାରେ ରହି ଶର୍ମିଷ୍ଠା ଚଳାଇଥିଲେ ନିଜର ସାମ୍ରାଜ୍ୟ? ଏଭଳି ଏକାଧିକ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ।

ପ୍ରାୟ ଦେଢ଼ ମାସର ଲୁଚକାଳି ପରେ ଗତକାଲି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ କରିଛି । କ୍ରାଇମବ୍ରାଞ୍ଚ କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସରୁ ଭଦ୍ରକର ନଳଙ୍ଗାଠାରେ ଉଭୟଙ୍କୁ ଧରିଥିଲା ଚାନ୍ଦବାଲି ପୋଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍ ।

Advertisment

ଗିରଫ ପରେ ପ୍ରଥମେ ତାଙ୍କୁ ତିହିଡ଼ି ଥାନାରେ ପଚରାଉଚରା କରାଯାଇଥିଲା, ସେଠାରୁ ଉଭୟଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇ ରିମାଣ୍ଡ ଆବେଦନ କରାଯାଇଥିଲା । ଶର୍ମିଷ୍ଠା ଧରାପଡ଼ିବା ପରେ ମାନସଙ୍କ ମା ଅଭିଯୁକ୍ତମାନଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି । ତାସହ କହିଛନ୍ତି, ପୋଲିସ୍‌କୁ ଜଣାଇବା ସତ୍ତ୍ୱେ ଦିନ ଗଡ଼ାଇ ଚାଲିଥିବାରୁ ପୁଅର ମୃତ୍ୟୁ ଘଟିଲା ।

Manas Swain Murder Case
Advertisment
Advertisment