• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ହାତକୁ ଦିହାତ ହେବେ ଟିନା ଡାବି । ଚର୍ଚ୍ଚିତ ଆଇଏଏସ ଅଧିକାରୀ ଟିନା ଡାବି (IAS Tina Dabi) ପୁଣିଥରେ ବାହା ହେବାକୁ ଯାଉଛନ୍ତି । ରାଜସ୍ଥାନର ଜୟପୁରରେ ଏପ୍ରିଲ ୨୨ରେ ବିବାହ ସଂପନ୍ନ ହେବ ବୋଲି ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରାଯାଇଛି । ଏହା ପୂର୍ବରୁ ନିକଟରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବା ନେଇ ନିଜେ ଟିନା ଡାବି ତାଙ୍କ ଇନଷ୍ଟ୍ରାଗ୍ରାମ୍ ପେଜରେ ଫଟୋ ସେୟାର କରିଛନ୍ତି ।

ନୂତନ ଜୀବନ ଆରମ୍ଭ ନେଇ ଫଟୋ ପୋଷ୍ଟ ପରେ ସୋସିଆଲ ମିଡିଆରେ ଏହା ଖୁବ୍ ଲୋକପ୍ରିୟତା ହାସଲ କରିଛି । ବହୁ ସଂଖ୍ୟାର ସମର୍ଥକ ତାଙ୍କୁ ପ୍ରଶଂସା କରିଛନ୍ତି ଏହାସହ ନିର୍ବନ୍ଧର ଫଟୋ ତାଙ୍କର ଭାବି ସ୍ୱାମୀ ୨୦୧୩ ବ୍ୟାଚର ଆଇଏଏସ୍ ଅଫିସର ପ୍ରଦୀପ ଗଓ୍ୱାଣ୍ଡେଙ୍କୁ (IAS Pradeep Gawande) ଟ୍ୟାଗ୍ କରିଛନ୍ତି । ସେହିପରି ପ୍ରଦୀପ ମଧ୍ୟ ଟିନାଙ୍କ ସହ ନିର୍ବନ୍ଧର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ପ୍ରଦୀପ ଟିନାଙ୍କ ଠାରୁ ୧୩ ବର୍ଷ ବଡ଼ ବୋଲି ଜଣାପଡ଼ିଛି ।

ପୂର୍ବରୁ ୨୦୧୮ରେ ଟିନା ନିଜ ବ୍ୟାଚର ଆଇଏଏସ୍ ଅଫିସର ଆଥର ଆମିର ଖାନଙ୍କୁ ବିବାହ କରିଥିଲେ । ସେତେବେଳେ ଉପ ରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ, ତତ୍କାଳୀନ ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଏହି ବିବାହରେ ଯୋଗ ଦେଇଥିଲେ । ସାରା ଦେଶରେ ଲଭ୍ ଜିହାଦ୍ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଆଥରଙ୍କୁ ଟିନାଙ୍କ ବିବାହ ଖବରର ଶିରୋନାମା ସାଜିଥିଲା । ତେବେ ଟିନା ଏହାକୁ ଭ୍ରୁକ୍ଷେପ କରିନଥିଲେ ।

ଟିନା ୨୦୧୫ରେ ଆାଇଏଏସ୍ ଟପ୍ପର ହୋଇଥିବାବେଳେ ଆଥର ଆମିର ସେକେଣ୍ଡ ଟପ୍ପର ହୋଇଥିଲେ । ତେବେ ତାଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା । ୨୦୧୮ରେ ଦୁହେଁ ପରସ୍ପରକୁ ବିବାହ କରିଥିବାବେଳେ ଗତବର୍ଷ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା ।