Advertisment

ଶ୍ରୀଜିଉଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କଲେ । ଶ୍ରୀମନ୍ଦିର ପ୍ରଶାସନକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

author-image
Pallipuspa Samal
Biswabhushan Harichandan visited Lord jagannath temple

Biswabhushan Harichandan visited Lord jagannath templejagannath

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀଜିଉଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଆନନ୍ଦିତ ହୋଇଥିବା କହିଛନ୍ତି । ଦର୍ଶନ ପାଇଁ ଦୀର୍ଘ ଦିନରୁ ଇଚ୍ଛା ଥିଲେ ମଧ୍ୟ କରୋନା ପାଇଁ ଆସିପାରୁନଥିଲେ ଏବେ କରୋନା ଟିକେ କମିବା ପରେ ପୁରୀ ଗସ୍ତ କରି ସେ ଶ୍ରୀଜିଉଙ୍କୁ ଦର୍ଶନ କରିଥିବା କହିଛନ୍ତି ।

Advertisment

ପୁରୀ ସର୍କିଟ ହାଉସରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ପରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନକୁ ୫୦ ହଜାର ଟଙ୍କା ଦାନ କରିଛନ୍ତି ....

Biswa Bhusan Harichandan
Advertisment
Advertisment