• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ବିଷୟ ଉଠାଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେ କହିଛନ୍ତି, ଶ୍ରୀମନ୍ଦିରର ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରୁନାହାନ୍ତି । କିନ୍ତୁ ବିକାଶ ନାଁରେ ମନ୍ଦିର ପ୍ରତି ଯଦି ବିପଦ ସୃଷ୍ଟି ହେବ, ସେଥିପାଇଁ ଦାୟୀ ରହିବେ ସରକାର । ଭାଇବ୍ରେସନ ପାଇଁ ମନ୍ଦିରରେ ଫାଟ ହୋଇଛି । ASI ଓ NMA  କହିଛନ୍ତି, ଆମେ କୌଣସି ପ୍ରକାରର ସ୍ଥାନୀୟ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇନାହୁଁ । ପ୍ରକୃତରେ ବାସ୍ତବତା କଣ ବୋଲି ପ୍ରଶ୍ନ କରିଛନ୍ତି ଜୟନ୍ତ ଷଡ଼ଙ୍ଗୀ । ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବାକୁ ସେ ଦାବି କରିଛନ୍ତି ।

ଅନ୍ୟପଟେ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି । ଏହି ପ୍ରସଙ୍ଗରେ ବିଜେପି ସଭ୍ୟ ଗୃହରେ ହଙ୍ଗାମା କରିଥିଲେ । ଅଫିସରଙ୍କ ଅଭିନନ୍ଦନ ନେଇ ମଧ୍ୟ ଗୃହରେ ନାରାବାଜି ହୋଇଥିଲା । ଏହା ପରେ ବାଚସ୍ପତି ଗୃହକୁ ୪ଟା ଯାଏ ମୁଲତବୀ ରଖିଥିଲେ । 

ସୂଚନାଯୋଗ୍ୟ, ପୁରୀରେ ଜୋରସୋରରେ ଚାଲିଛି ଖନନ କାର୍ଯ୍ୟ । ଶ୍ରୀମନ୍ଦିରର ଶହେ ମିଟର ପରିଧିରେ ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ଗଭୀର ଖନନ କାର୍ଯ୍ୟ ଲାଗି ଅନୁମତିକୁ ନେଇ ବଢ଼ିବାରେ ଦ୍ୱନ୍ଦ୍ୱ ଲାଗି ରହିଛି । ଏଥିପାଇଁ ASI ଓ NMA କର୍ତ୍ତୃପକ୍ଷ ନୋ-ଅବଜେକ୍ସନ ସାର୍ଟିଫିକେଟ୍ ଦେଇଥିବା ଖୋଦ୍ ପୁରୀ ଜିଲ୍ଲାପାଳ କହିଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ASI କର୍ତ୍ତୃପକ୍ଷ । ତାସହ ସ୍ପଷ୍ଟ କରିଛନ୍ତି କୌଣସି ମହାନ କିର୍ତ୍ତୀରାଜିର ଶହେ ମିଟର ପରିଧିରେ ଆଦୌ ନୂଆ ନିର୍ମାଣ ହୋଇ ପାରିବନାହିଁ । 

ଉତ୍ତର-ଦକ୍ଷିଣ-ପଶ୍ଚିମ । ଶ୍ରୀମନ୍ଦିରର ସବୁ ଦିଗରେ ଚାଲିଛି ଖୋଳା-ତଡ଼ା । କେଉଁଠି ୬ଫୁଟ୍ ତ କେଉଁଠି ୧୨ଫୁଟ୍ ଗଭୀର ଗାତ । ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ଶହେ ମିଟର ଚୌହଦିରେ ଏଭଳି ଖନନକୁ ନେଇ ଉଠିଛି ବିରାଟ ପ୍ରଶ୍ନ । କାରଣ ଜାତୀୟ କିର୍ତ୍ତୀରାଜି ସଂରକ୍ଷଣ ପ୍ରାଧୀକରଣ ବା ASI ଓ AMASR ACTରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି କୌଣସି ମହାନ କିର୍ତ୍ତୀରାଜିର ୧୦୦ ମିଟର ପରିଧି ସମ୍ପୂର୍ଣ୍ଣ ନିଷିିଦ୍ଧାଞ୍ଚଳ ଅଟେ । ଏହା ମଧ୍ୟରେ ଆଦୌ ନୂଆ ନିର୍ମାଣ କାମ ହୋଇପାରିବ ନାହିଁ ।