• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୟୂରଭଂଜ ଯଶୀପୁର ବଡଶିଆଳିନଇଁ ଗାଁ ଜଙ୍ଗଲରୁ ଦରପୋଡା ମୃତଦେହ ମିଳିବା ଘଟଣାରୁ ହଟିଛି ପରଦା । ଉଦ୍ଧାର ହୋଇଥିବା ଦରପୋଡା ମୃତଦେହଟି କେନ୍ଦୁଝର ଟାଉନଥାନା ରାଙ୍କି ଗାଁର ସତ୍ୟବ୍ରତ ସ୍ୱାଇଁଙ୍କ ପୁଅ ଆଦିତ୍ୟ ସ୍ୱାଇଁଙ୍କ ବୋଲି ଜଣାପଡିଛି ।

ଦୁଇ ଅଭିଯୁକ୍ତ ବବଲୁ ପାଢୀ ଓ ସ୍ୱରୂପ ଆଦିତ୍ୟଙ୍କୁ ଘରୁ ଡାକିନେଇ ଏକ ସଫାରି ଗାଡିରେ ବାରିପଦା ଆଣିବା ରାସ୍ତାରେ ପିଟିପିଟି ହତ୍ୟା କରିଥିଲେ । ପରେ ସାନଶିଆଳିନଇ ଗାଁ ନିକଟରେ ଥିବା ଏକ ବନ୍ଧ ହିଡ ନିକଟରେ ନିଆଁ ଲଗାଇପୋଡି ଦେଇଥିବା ଅଭିଯୋଗ ହୋଇଛି ।

ଘଟଣାର ତଦନ୍ତ କରି ମୟୂରଭଂଜ ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ବ୍ୟବହୃତ ଗାଡିତକୁ ଜବତ କରିଛି । ତେବେ ଅଭିଯୁକ୍ତମାନେ କିପରି ହତ୍ୟା କଲେ ସେନେଇ ଆଜି କ୍ରାଇମ୍ ସିନ୍ ରିକ୍ରିଏସନ କରାଯିବ । ଏହାସହ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ କରାଯିବ ବୋଲି ମୟୂରଭଂଜ ଏସ୍ପି ରିଷିକେଶ ଜ୍ଞାନଦେଓ ଖିଲାରୀ ସୂଚନାଦେଇଛନ୍ତି ।

ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ମୟୁରଭଞ୍ଜ କରଞ୍ଜିଆ ଯଶୀପୁର ଥାନା ବଡ଼ ଶିଆଳିନଈ ଗାଁ ନିକଟସ୍ଥ ଜଙ୍ଗଲରୁ ଏକ ଦରପୋଡ଼ା ହାଡ଼ ମାଂସ ଉଦ୍ଧାର ହୋଇଥିଲା । ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ, ଦରପୋଡ଼ା ହାଡ଼ ମାଂସ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ହାଡ଼ମାଂସ ଜବତ କରିବା ସହ ଏକ ମାମଲା ରୁଜୁ କରିଥିଲା ।