Advertisment

କିଏ ହେବେ କଟକ, ଭୁବନେଶ୍ୱରର ଡେପୁଟି ମେୟର ?

ଏହାପୂର୍ବରୁ ଆଶାୟୀଙ୍କ ତାଲିକା ବଢି ଚାଲିଛି।

author-image
Chandan Shishu
deputy Mayor

deputy Mayor

କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ଆଶାୟୀଙ୍କ ତାଲିକା ବଢୁଛି, ଲବି ମଧ୍ୟ ଜୋର୍ ଧରୁଛି। ମେୟର ମହିଳା ହୋଇଥିବାରୁ ଡେପୁଟି ମେୟର ପଦ କୌଣସି ପୁରୁଷ କର୍ପୋରେଟରଙ୍କୁ ମିଳିପାରେ। ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ଏବେଠାରୁ ଡେପୁଟି ମେୟର ରେସ୍‌ରେ ଦଳର ଅନେକ କର୍ପୋରେଟର ଦୌଡ଼ରେ ଆଗରେ ଅଛନ୍ତି। ୫୯ ନମ୍ବର ଓ୍ୱାର୍ଡର ବିରଞ୍ଚି ନାରାୟଣ ମହାସୁପକାର ୨୦୦୩ରେ କର୍ପୋରେସନ ହେବା ଦିନଠାରୁ ସେ କର୍ପୋରେଟର ଭାବେ ବିଜୟୀ ହୋଇ ଆସିଛନ୍ତି। ଲଗାତର ୪ଥର ବିଜୟୀ ହୋଇ ବର୍ତ୍ତମାନର ସବୁଠାରୁ ସିନିୟର କର୍ପୋରେଟର ବନିଛନ୍ତି।

Advertisment

ବିରଞ୍ଚିଙ୍କ ପରେ ରେସ୍‌ରେ ଅଛନ୍ତି ୪୫ ନମ୍ବର ଓ୍ୱାର୍ଡର ଅମରେଶ ଜେନା। ସେ ତିନିଥର ବିଜୟୀ ହୋଇଛନ୍ତି। ଶାସକ ଦଳ ପକ୍ଷରୁ ଏକ ନମ୍ବର ଓ୍ୱାର୍ଡର ମିହିର ରାଉତ ବି ରେସ୍‌ରେ ଅଛନ୍ତି। ୨୦୧୪ରେ ନିଜ ପତ୍ନୀ ଓ ୨୦୨୨ରେ ନିଜେ ଏକ ନମ୍ବର ଓ୍ୱାର୍ଡରୁ ବିଜୟୀ ହୋଇଛନ୍ତି ମିହିର। ଦୁଇଥର ବିଜୟୀ ହୋଇଥିଲେ ବି ଏକ ନମ୍ବର ଓ ଦୁଇ ନମ୍ବର ଓ୍ୱାର୍ଡରେ ମିହିରଙ୍କ ଦବଦବା ରହିଛି। ଏପ୍ରିଲ ୯ରେ ଡେପୁଟି ମେୟର ନିର୍ବାଚନ ହେବ। ଏହାପୂର୍ବରୁ ଆଶାୟୀଙ୍କ ତାଲିକା ବଢି ଚାଲିଛି। ଯାହାକୁ ନେଇ ଦଳ ଭିତରେ ଦ୍ୱନ୍ଦ୍ୱ ବି ଦେଖାଦେଲାଣି।

ସେପଟେ ଭୁବନେଶ୍ୱର ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଡେପୁଟି ମେୟର ନିର୍ବାଚନ ପୂର୍ବରୁ ୯ ସ୍ୱାଧୀନ କର୍ପୋରେଟରଙ୍କୁ ଦଳକୁ ଆଣିବାକୁ ଆପ୍ରାଣ ଉଦ୍ୟମ କଲେଣି। ଆଉ ହାଇକମାଣ୍ଡଙ୍କ ପାଖରେ ଏହାକୁ ନିଜ ନିର୍ବାଚନ ମଣ୍ଡଳର ବିଜୟ ସଂଖ୍ୟା ବଢାଇ ଡେପୁଟି ମେୟର ପ୍ରାର୍ଥୀ ଲାଗି ଲବି ଆରମ୍ଭ କରିଦେଲେଣି। ସେପଟେ ସ୍ୱାଧୀନ ଭାବେ ପୌର ନିର୍ବାଚନ ଲଢି ଦଳରୁ ନିଲମ୍ବିତ ହୋଇଥିବା ନେତା ଏବେ ଦଳରୁ ଅଫର୍ ପାଉଛନ୍ତି ସତ କିନ୍ତୁ ନିଜ କିଛି ସର୍ତ୍ତ ବି ରଖୁଛନ୍ତି।

Advertisment

କଟକରେ ବି ଡେପୁଟି ମେୟର ଦୌଡ଼ ଆରମ୍ଭ ହୋଇଗଲାଣି। ଏଠାରେ ବିଜେଡିର ସୁବାସ ସିଂ ମେୟର ହୋଇଥିବାରୁ ଡେପୁଟି ମେୟର ଜଣେ ମହିଳାଙ୍କୁ ଦେଇପାରେ ଦଳ। କଟକ ବାଲିସାହି ବସ୍ତିରେ ରହୁଥିବା ୨୨ ବର୍ଷିୟା ଦମୟନ୍ତୀ ମାଝି ସର୍ବ କନିଷ୍ଠ କର୍ପୋରେଟର ଭାବେ ପ୍ରଥମ ଥର ପାଇଁ ବିଜୟ ହୋଇଛନ୍ତି। ସେ ଉଚ୍ଚ ଶିକ୍ଷିତା ବି। ତାପରେ ୧୭ ନମ୍ବର ଓ୍ୱାର୍ଡର ଏ. ଶ୍ରୀଦେବୀ ଏବଂ ୮ ନମ୍ବର ଓ୍ୱାର୍ଡର ନମିତା ବାରିକ, ୩୬ ନମ୍ବର ଓ୍ୱାର୍ଡର ମଧୁସ୍ମିତା ବାରିକ ଓ ୪୬ ନମ୍ବର ଓ୍ୱାର୍ଡର ପ୍ରଳୟା ବେଉରା ଏହି ୪ ଲେଡି କର୍ପୋରେଟର ଏବେ ରେସ୍‌ରେ ଅଛନ୍ତି।

ରିପୋର୍ଟ: ଦେବାଶିଷ ମହାନ୍ତି, ଜଗଦୀଶ ଦାସ

Municipal Elections 2022 Odisha Municipal Elections
Advertisment
Advertisment