• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନର ୨୦ ପ୍ରତିଶତ ବକେୟା ପ୍ରାପ୍ୟ । ଚଳିତ ମାର୍ଚ୍ଚ ମାସ ଦରମାରେ ଏହି ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରୀ କର୍ମଚାରୀମାନେ ପୂର୍ବରୁ ଏ ବାବଦରେ ୮୦ ପ୍ରତିଶତ ବକେୟା ପାଇଥିଲେ ।

ତେବେ ଅବଶିଷ୍ଟ ୨୦ ପ୍ରତିଶତ ବକେୟା ରାଶି ମିଳିବାକୁ ଥିବାରୁ ଏହାଦ୍ୱାରା ରାଜ୍ୟର ୪ ଲକ୍ଷ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ସରକାର ସପ୍ତମ ବେତନ କମିଶନଙ୍କ ସୁପାରିସକୁ ଗ୍ରହଣ କରି ୨୦୧୬ ଜାନୁଆରୀରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବରରୁ କର୍ମଚାରୀଙ୍କୁ ବର୍ଦ୍ଧିତ ଦରମା ମିଳିଥିଲା ।