/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693478683.jpg)
Parliament Session
ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେପଟେମ୍ବର ୧୮ରୁ ୨୨ ତାରିଖ ଯାଏ ଉଭୟ ରାଜ୍ୟ ସଭା ଓ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।
କିନ୍ତୁ ପ୍ରକୃତରେ କେଉଁ କାରଣ ପାଇଁ ମୋଦି ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । କିଛି ଦିନ ହେଲା ଚର୍ଚ୍ଚା ହେଉଛି ଯେ, ଆଗୁଆ ସରକାର ଭାଙ୍ଗି ସାଧାରଣ ନିର୍ବାଚନ ଆଗୁଆ କରାଯାଇପାରେ । ଏଥିପାଇଁ ବିଜେପି ପ୍ରସ୍ତୁତି କରୁଥିବା ଆଗରୁ ମମତା ବାନାର୍ଜୀ ଓ ନୀତିଶ କୁମାର କହିଥିଲେ।
ସେପଟେ ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ବିରୋଧୀ ମେଣ୍ଟ । ଏ ସୂଚନା ଅନୁସାରେ ସେମିତି କିଛି ଖାସ୍ ବିଲ୍ ପାସ୍ କରାଇବାର କେନ୍ଦ୍ରର ଯୋଜନା ନାହିଁ । ତଥାପି କାହିଁକି କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି, ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)