• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୦୨୨ OTET ପରୀକ୍ଷା ଫଳ ପ୍ରକାଶ କଲା BSE । www.bseodisha.ac.in ରେ ପରୀକ୍ଷାର୍ଥୀ ନିଜ ରେଜଲ୍ଟ ଦେଖିପାରିବେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଥରେ OTET(Odisha Teacher Eligibility Testରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ପୂର୍ବରୁ OTETର ବୈଧତା ୭ ବର୍ଷ ଥିବାବେଳେ ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ ପାଇଁ ବଢ଼ାଇ ଦେଇଛନ୍ତି ।

ଯେଉଁ ପ୍ରାର୍ଥୀ ଥରେ OTETରେ ସଫଳ ହେବେ ସେ ଶିକ୍ଷକତା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକତା ପାଇଁ OTETରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।