• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

G20 ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ ଦିଲ୍ଲୀ । କାରଣ ଏହି ଆନ୍ତର୍ଜାତୀୟ ସ୍ତରର ସମ୍ମିଳନୀକୁ ଆସୁଛନ୍ତି ବହୁ ବଡ଼ ବଡ଼ ନେତା ତଥା ବିଶିଷ୍ଟ ବ୍ୟକ୍ତିତ୍ୱ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଶ୍ୱର ବଡ଼ ବଡ଼ ନେତା ଏହି ସମ୍ମିଳନୀରେ ସାମିଲ ହେବାକୁ ଆସୁଛନ୍ତି ଭାରତ । ତେବେ ସେମାନଙ୍କ ସ୍ୱାଗତ ପାଇଁ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ G20 କାର୍ଯ୍ୟକ୍ରମ ଆୟୋଜନ ହେଉଛି ।

ଏହାରି ଭିତରେ ଏବେ ଦିଲ୍ଲୀରେ ହେବ ପ୍ରମୁଖ ବୈଠକ । ତେଣୁ ଦିଲ୍ଲୀକୁ ବିଭିନ୍ନ ଆଲୋକମାଳାରେ ସାଜସଜ୍ଜା କରିବା ସହ ରାସ୍ତାଘାଟ ଠାରୁ ଆରମ୍ଭ କରି ଇଲେକ୍ଟ୍ରିଫିକେସନ୍‌ ପର୍ଯ୍ୟନ୍ତ, ସବୁ କ୍ଷେତ୍ରକୁ ଟିପ୍‌ଟପ୍‌ କରାଯାଉଛି । ସୁନ୍ଦର ଦେଖାଯିବା ପାଇଁ ରାସ୍ତାରେ ବା ପବ୍ଲିକ୍‌ ପ୍ଲେସ୍‌ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନାମୀ ଦାମୀ ସୁନ୍ଦର ସୋ’ ଗଛ ତଥା ଫୁଲ ଗଛ ଲଗାଯାଉଛି । ମିଳିଥିବା ସୂଚନା ଅନସାରେ ପାଖାପାଖି ୭ ଲକ୍ଷ ସୋ’ ଗଛ ଲଗାଯାଇ ଦିଲ୍ଲୀକୁ ସୁନ୍ଦର ଭାବେ ସାଜସଜା କରାଯିବାର ଯୋଜନା ରହିଛି ।

ସବୁଠାରୁ ମଜାଦାର କଥା ହେଲା, ଏହି ସାଜସଜା ଭିତରେ ଦିଲ୍ଲୀର ବିଭନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଲଙ୍ଗୁର( ବଡ଼ ଲାଞ୍ଜ ଥିବା ମାଙ୍କଡ଼) କଟ୍‌ଆଉଟ୍ । ଆପଣଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ ଏସବୁ କାହିଁକି ? ତେବେ ଏହାର ଉତ୍ତର ହେଲା, ବିଦେଶୀ ଅତିଥିମାନେ ବାହାରେ ବୁଲାବୁଲି କରିବା ବେଳେ ଯେମିତି ମାଙ୍କଡ଼ଙ୍କ ଦ୍ୱାରା କୌଣସି ଅସୁବିଧା ନହୁଏ, ସେଇଥିପାଇଁ ବିଭିନ୍ନ ସ୍ଥାନରେ ଲଙ୍ଗୁରଙ୍କ ଫଟୋ ବା କଟ୍‌ଆଉଟ ଲଗାଯାଇଛି । କାରଣ ଲଙ୍ଗୁରଙ୍କ ଫଟୋ ଦେଖିଲେ ଅନ୍ୟ ମାଙ୍କଡ଼ମାନେ ସାଧାରଣତଃ ଟିକେ ଭୟ କରିଥାନ୍ତି । ଆଉ ସେହି ସ୍ଥାନଠାରୁ ଦୂରରେ ରହିଥାନ୍ତି ।

ଖାଲି ସେତିକି ନୁହେଁ.. କିଛି ଲୋକଙ୍କୁ ଭଡ଼ାରେ ରଖାଯାଇଛି, ଯେଉଁମାନେ ପାଟିରେ ମାଙ୍କଡ଼ଙ୍କ ଶବ୍ଦ ବହାର କରିବେ । ଯାହାଫଳରେ ବିନା ଠେଙ୍ଗା ବାଡ଼ିରେ ତଥା ବିନା ଢ଼େଲା ପଥରରେ ମାଙ୍କଡ଼ଙ୍କୁ ଘଉଡ଼ାଯାଇପାରିବ ।

ଅନ୍ୟପଟେ ଦିଲ୍ଲୀର ଚାନ୍ଦିନୀ ଚୌକଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ଥିବା ଦୋକାନୀମାନଙ୍କୁ ଟ୍ରାନ୍ସଲେଟର ରଖିବାକୁ କୁହାଯାଇଛି । କାରଣ ବିଦେଶୀ ଅତିଥିମାନଙ୍କୁ କିଣାକିଣି ତଥା ମାର୍କେଟିଂ ବେଳେ ଭାଷା ଏକ ପ୍ରତିବନ୍ଧକ ସାଜିବାର ସମ୍ଭାବନା ରହିଛି । ଏହି ପ୍ରତିବନ୍ଧକ ହଟାଇବା ପାଇଁ ଦୋକାନୀମାନଙ୍କୁ ସ୍ୱତନ୍ତ୍ର ଟ୍ରାନ୍ସଲେଟର ରଖିବାକୁ କୁହାଯାଇଛି । ଅର୍ଥାତ୍‌ ଅତିଥିମାନଙ୍କ କଥା ବା ଇଂରାଜୀ ଭାଷା ବୁଝିପାରୁଥିବା ଓ କହିପାରୁଥିବା ଲୋକ ପ୍ରତ୍ୟେକ ଦୋକାନରେ ରଖିବାକୁ କୁହାଯାଇଛି । ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଟ୍ରାନ୍ସଲେଟରଙ୍କୁ ଦୋକାନରେ ନିୟୋଜିତ କରିବାକୁ କୁହାଯାଇଛି ।

ଦୋକାନୀମାନେ ଟ୍ରାନ୍ସଲେଟର ରଖିନପାରିଲେ ଭଲ ଇଂରାଜୀ କହିପାରୁନଥିବା ସେମାନଙ୍କ ପିଲାମାନଙ୍କୁ ମଧ୍ୟ ଏହି ସମୟରେ ଦୋକାନରେ ବସାଇବାକୁ କୁହାଯାଇଛି। ଫଳରେ ବିଦେଶୀ ଅତିଥି ମାନେ ସୁରୁଖୁରୁରେ ସେମାନଙ୍କ ମନ ପସନ୍ଦର ଜିନିଷ କିଣି ପାରିବେ।  ଏହି ସମ୍ମିଳନୀ ସେପ୍ଟେମ୍ବର ୯ ଓ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

ସେହିଭଳି ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରାଜଘାଟରେ ୧୧୫ ଫୁଟ୍‌ର ଏକ ତ୍ରିରଙ୍ଗା ପତାକା ଲଗାଯିବାର ଯୋଜନା ରହିଛି । ସେଠାରେ ଅତିଥିମାନଙ୍କ ବୁଲାବୁଲି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ଗତ କିଛି ବର୍ଷ ମଧ୍ୟରେ ରାଜଘାଟରୁ ଲାଲକିଲା ପର୍ଯ୍ୟନ୍ତ ରାସ୍ତାକୁ ପ୍ରସସ୍ଥ କରାଯାଇଛି । ରାସ୍ତାରେ ଖୋଲା ଆକାଶ ତଳେ ବସିବାର ସୁନ୍ଦର ବ୍ୟବସ୍ଥା କରାଯିବା ସହ ଏକ ପାର୍କ ଭଳି ସଜା ଯାଇଛି । ଖାଲି ସେତିକି ନୁହେଁ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା କାନ୍ଥରେ ଆଖିଦୃଶିଆ ଚିତ୍ର ମଧ୍ୟ ଅଙ୍କାଯାଇଛି । ଯାହାକି ଅତିଥିଙ୍କ ମନମୁଗ୍ଧ କରିବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ବିଦେଶରୁ ଯେତେ ବି ଅତିଥି ଆସନ୍ତି ପ୍ରାୟ ସମସ୍ତେ ମହାତ୍ମା ଗାନ୍ଧିଙ୍କ ସ୍ମୃତି ସ୍ଥଳକୁ ଯିବା ପାଇଁ ଆଗ୍ରହ ଦେଖାଇଥାନ୍ତି । ସେଥିପାଇଁ ଏହି ସ୍ଥାନକୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦିଆଯାଇଛି ।