• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

123456
ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ

ବରଗଡ଼: ସ୍କୁଲ ପିଲାଙ୍କୁ ଗଣିତ ପଢାଇ ଚର୍ଚ୍ଚାକୁ ଆସିଥିଲେ ମାଲକାନଗିରି ଜିଲ୍ଲାପାଳ। ତା ପରେ ଗଜପତି ଜିଲ୍ଲାପାଳ ସ୍କୁଲପିଲାଙ୍କୁ ଭୂଗୋଳ ପଢାଇ ବି ଏମିତି ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରି ପ୍ରଶଂସା ସାଉଁଟୁଛନ୍ତି ବରଗଡ଼ ଜିଲ୍ଲାପାଳ। ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜନକେଡ଼ାରେ ଥିବା ଗୋପବନ୍ଧୁ ସେବା ସଦନକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ମଧ୍ୟାହ୍ନ ଭୋଜନର ମାନ ପରଖିବା ପାଇଁ ଜିଲ୍ଲାପାଳ […]

ram-temple
ରାମ ମନ୍ଦିର ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ୫ ବର୍ଷ !

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ। ଏ ନେଇ ସୁପ୍ରିମ କୋର୍ଟ ରାୟ ଦେବା ପରେ ସମସ୍ତଙ୍କ ମନରେ ଜିଜ୍ଞାସା ବୃଦ୍ଧି ପାଇବାରେ ଲାଗିଛି। କେବେ ନିର୍ମାଣ ହେବ ରାମ ମନ୍ଦିର ? କେମିତି ହେବ ତାର ପରିପାଟି ? ଯଦି ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଡିଜାଇନ୍‌କୁ ସ୍ୱୀକୃତି ମିଳେ ତେବେ କମ୍‌ ସେ କମ୍‌ ମନ୍ଦିର ନିର୍ମାଣ ପାଇଁ ୫ ବର୍ଷ ଲାଗିଯିବ। ରାମ ମନ୍ଦିର ସହ […]

12
କଂଗ୍ରେସ ସହ ମେଣ୍ଟ କରିପାରେ ଶିବସେନା !

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଅଙ୍କକଷା ଛିଣ୍ଡୁନି। ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ବଢି ବଢି ଚାଲିଛି ସିନା ସମାଧାନର ବାଟ ଫିଟୁନି। ଆଜି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପି ବିରୋଧରେ ବର୍ଷିଛନ୍ତି। ଏଥିସହ ଶିବସେନା କଂଗ୍ରେସ ସହ ମେଣ୍ଟ କରି  ସରକାର ଗଢ଼ିବା ପାଇଁ ପ୍ରସ୍ତୁତ ଅଛି ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,  କଂଗ୍ରେସ ଓ ଶିବସେନାର ରାଜନୀତିକ ଚିନ୍ତାଧାରାରେ ମତ ପାର୍ଥକ୍ୟ ରହିପାରେ, ହେଲେ ରାଜ୍ୟର […]

Capture-1
ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଦେଖିବାକୁ ଭକ୍ତଙ୍କ ଭିଡ

ଭୁବନେଶ୍ୱର: ଆଜି ବଡ଼ ଓଷା। ସକାଳୁ ସକାଳୁ ବେଶ୍ ଚଳଚଞ୍ଚଳ ହୋଇଉଠିଛି  ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠ। ଆଜି ବାବା ଧବଳେଶ୍ୱର ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି। ରାତି ପ୍ରାୟ ୩ଟା ସମୟରେ ବାବା ଧବଳେଶ୍ୱରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା।  ପରେ ମଙ୍ଗଳଆଳତି, ମଇଲମ ଆଦି ସମସ୍ତ ରୀତିନୀତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପାଦିତ ହୋଇଥିଲା। ଏହାପରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ମଧ୍ୟରାତ୍ରୀରେ […]

 Afghanistan
ଆଫଗାନିସ୍ତାନରେ ଘମାଘୋଟ, କାନ୍ଦାହାର ଦୂତାବାସରୁ ୫୦ ଜଣଙ୍କୁ ଫେରାଇ ଆଣିଲା ଭାରତ

ଆଫଗାନିସ୍ତାନ କାନ୍ଦାହାର ଦୂତାବାସର ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ଫେରାଇ ଆଣିଛି ଭାରତ । ଏୟାରଫୋର୍ସର ଏକ ସ୍ୱତନ୍ତ୍ର ବିମାନରେ ଗତକାଲି ଏହି କର୍ମଚାରୀଙ୍କୁ ନୂଆଦିଲ୍ଲୀ ଅଣାଯାଇଛି । ତାଲିବାନ ଓ ଆଫଗାନିସ୍ତାନର ସୈନ୍ୟଙ୍କ ମଧ୍ୟରେ କାନ୍ଦାହାର ନିକଟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

Elephant
କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବଢି ଚାଲିଛି ହାତୀ ଉପଦ୍ରବ : ଆତଙ୍କିତ ଗ୍ରାମବାସୀ

ଏହି ହାତୀ ପଲ କରଞ୍ଜିଆ ରେଞ୍ଜର ମହୁଲିଆସୁଳି,ରାଉତାଲିପାଟ,ତୁଟି ସାହି ,ହଳଦିଆ, କାଶିଆ ପୋଖରିଆ,ଶିରମଣିପୁର,ଘରମାବେଡା, ସୁନାପୋଷି ଅଞ୍ଚଳରେ ଉତ୍ପାତ ଜାରି ରଖିଛନ୍ତି। ଯାହା ଫଳରେ ଉଭୟ ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ନାନାଦି ପ୍ରୟାସ ସତ୍ତ୍ୱେ ହାତୀ ପୁନର୍ବାର ଆସୁଥିବା ବିଭାଗ ସୂଚନା ଦେଇଛି

Puri Sankaracharya
ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି, ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ କ୍ରିଷନ କୁମାର

ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସ୍ପିଟାଲ ପରିସରରେ ଏହି ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ରଥଯାତ୍ରା ସୁରକ୍ଷା ନେଇ ବ୍ୟାପକ ଆଲୋଚନା ହୋଇଥିଲା ।

Ratha jatra
ଏହି ସ୍ଥାନରୁ ତୁଳସୀ ଗଲେ ମହାପ୍ରଭୁଙ୍କର ହୁଏ ନୀତିକାନ୍ତି

ନାମ ସଂକୀର୍ତନ ଚାଲିଛି । ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ କେବଳ ସୁବୁଛି ହରିନାମ। ନାମ ସଂକୀର୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ନିକଟ ବାଲିଗାଁରେ ଥିବା ଭକ୍ତ ଶିରୋମଣୀ ଦାସିଆ ବାଉରୀଙ୍କ ପୀଠରେ । ଭକ୍ତ ଦାସିଆଙ୍କ ଛୋଟ କୁଡ଼ିଆଟି ପରିଣତ ହୋଇଛି ଏକ ଆଶ୍ରମରେ । ଯେଉଁଠି ରହିଛି ଦାସିଆଙ୍କ ସମାଧି ପୀଠ । ପୀଠର ମୂଖ୍ୟ ସ୍ଥଳକୁ ଛାଡ଼ିଦେଲେ ରହିଛି ଏକ ତୁଳସୀ ଉଦ୍ୟାନ

soumya
ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ଭୁଲ୍‌: ସୌମ୍ୟରଞ୍ଜନ

ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି ।

Mobile Net Work Problem
ଗାଁରେ ଆସୁନି ନେଟ୍‌ୱାର୍କ, ପାହାଡ଼ ଉପରେ ପାଠ ପଢ଼ୁଛନ୍ତି ପିଲା

ଆଦିବାସୀ ଅଧ୍ୟୁସିତ ବଣ ପାହାଡ ଘେରା କୁଚିଣ୍ଡା ଉପଖଣ୍ଡର ଶିରିଡ ଗାଁରେ ଅପହଂଚ ମୋବାଇଲ ନେଟୱାର୍କ। । ଇଂଟରନେଟ ସେବା ଉପଲବ୍ଧ ହେଉନଥିବାରୁ ଚାଷୀଙ୍କ ଧାନ ବିକ୍ରି ଠାରୁ ଆରମ୍ଭ କରି ଗ୍ରାମର ଉନ୍ନୟନ ମୂଳକ କାମ, ପୋଷ୍ଟ ଅଫିସ କାମ କି ଛାତ୍ର ଛାତ୍ରୀଙ୍କ ପାଠପଢା ସବୁ ବାଧାପ୍ରାପ୍ତ ହେଉଛି । କଥା ହେବା ଠାରୁ ଆରମ୍ଭ କରି ନେଟ ସେବା ପାଇଁ ଗାଁ ମୁଣ୍ଡ ସ୍ଥିତ ପଥୁରିଆ ପାହାଡ ସାହା ଭରସା ଏବେ ପାଲଟିଛି ।

Fill Potholes
ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ନିଜ ଟଙ୍କାରେ ଖାଲଖମା ମରାମତି କରୁଛନ୍ତି ବୃୃଦ୍ଧ ଦମ୍ପତି

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ବୃୃଦ୍ଧ ଦମ୍ପତିଙ୍କ ଅଭିନବ ପ୍ରୟାସ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୧ ବର୍ଷ ହେଲା ରାସ୍ତାରେ ଥିବା ଖାଲଖମାକୁ ମରାମତି କରୁଛନ୍ତି ହାଇଦ୍ରାବାଦର ବୃଦ୍ଧ ଦମ୍ପତି।

Man Abducted
ଉଦ୍ଧାର ହେଲେ ଅପହୃତ ବ୍ୟକ୍ତି, ଚାକିରି ନାଁରେ ଠକୁଥିଲେ

ଚାକିରି ନାଁରେ ଲୋକଙ୍କୁ ଠକୁ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ପୋଲିସ୍‌ ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି।

auditorium
କାଲିଠୁ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଅଡିଟୋରିୟମ

ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେଣୁ ଆଜି ଦିଲ୍ଲୀ ସରକାର ଅନଲକ୍‌-୭ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତେବେ ନୂଆ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଅର୍ଥାତ୍‌ ସୋମବାରଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ। କିନ୍ତୁ ସାଧାରଣ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ।

Puri
ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ

ସିଂହଦ୍ୱାର ସାମ୍ନାରେ ଲାଗିଛି ୩ ରଥ। ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ ସେବାୟତମାନେ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ।

 Poultry Farmer
ଜଗଦୀଶଙ୍କୁ ଭିନ୍ନ ପରିଚୟ ଦେଇଛି ଫାଇଟର କୁକୁଡ଼ା ଚାଷ : ଗୋଟିଏ କୁକୁଡ଼ାର ମୂଲ୍ୟ ୬ରୁ ୧୦ ହଜାର

ପେଶାରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ହେଲେ ନିଶା ଚାଷ ପ୍ରଣାଳୀରେ କିଛି ନୂଆ କରି ଦେଖାଇବା। ଇଣ୍ଟରନେଟରେ ଚାଷ ପାଇଁ ନୂଆ କୌଶଳ ଖୋଜୁ ଖୋଜୁ ଦେଖିଥିଲେ ତାମିଲନାଡୁର ଦାମୀ ଫାଇଟର କୁକୁଡ଼ା । ଫାଇଟର କୁକୁଡ଼ା ସମ୍ପର୍କରେ ଜାଣିବା ପରେ ବିଳମ୍ବ ନକରି ଆରମ୍ଭ କଲେ କୁକୁଡ଼ା ଚାଷ, ଯାହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । କୁକୁଡ଼ା ଚାଷ ସହ ଛେଳି ଚାଷ କରି ସେ ଆଜି ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ।

barmer
ନବଜାତକକୁ ବଞ୍ଚାଇଦେଲା ମମତା : ମା’ର ବିକଳ କାନ୍ଦଣା ଦେଖି କୁନି ପୁଅକୁ ଫେରାଇ ଦେଲା ଚୋର

ମମତାର ଶକ୍ତି ମା’, ମମତାର ମୂର୍ତ୍ତି ମା’ । ବାଡମେର୍ ଅଲସୁବା ଜିଲ୍ଲା ଡାକ୍ତରଖାନାରୁ ଚୋରି ହୋଇ ଯାଇଥିଲା ତିନି ଦିନର କୁନି ଶିଶୁ । ପୁଅର ମୁହଁକୁ ଭଲରେ ଦେଖିବା ଆଗରୁ ମା’ର କୋଳଶୂନ୍ୟ ହୋଇସାରିଥିଲା । କେହି ଜଣେ ଡାକ୍ତରଖାନାରୁ ନବଜାତକକୁ ଚୋରାଇ ନେଇଥିଲା । ପୁଅକୁ ନପାଇ ବିକଳରେ କାନ୍ଦୁଥିଲେ ମହିଳା ଜଣକ । କେତେବେଳ କାନ୍ଦି କାନ୍ଦି ବେହୋସ ହୋଇଯାଉଥିଲେ ତ ଆଉ କେତେବେଳେ ପୁଅକୁ ଖୋଜି ଆଣିବାକୁ ସ୍ୱାମୀ ନିକଟରେ ଗୁହାରୀ କରୁଥିଲେ । ଏପରିକି କାନ୍ଦି କାନ୍ଦି ପୁଅକୁ ଫେରାଇ ଦିଅ କହି ଚୋର ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଅଭିଯୋଗ ପରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସ ନବଜାତକକୁ ଖୋଜାଖୋଜି କରୁଥିଲେ ।

Coronavirus
ଏକା ସମୟରେ କରୋନାର ୨ଟି ଭାରିଏଣ୍ଟସ୍‌ରେ ସଂକ୍ରମିତ ହେବା ପରେ ଚାଲିଗଲା ମହିଳାଙ୍କ ଜୀବନ

ଏବେ କରୋନା ଭାଇରସ୍‌ର ନୂଆ ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହେଉଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ବେଲ୍‌ଜିୟମରେ ଜଣେ ମହିଳା ଏକା ସମୟରେ କରୋନା ଭାଇରସ୍‌ର ଅଲଗା ଅଲଗା ଭାରିଏଣ୍ଟରେ ସଂକ୍ରମିତ ହେବା ପରେ ୫ ଦିନରେ ତାଙ୍କର ମୃତ୍ୟୁ ଘଟିଛି।

dancing kid
ଦମଦାର ଡାନ୍ସ ସାଙ୍ଗକୁ ଜବରଦସ୍ତ ଏକ୍ସପ୍ରେସନ୍ : ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ

ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଲେ ବାରିପଦାର ଦୁଇ କୁନି ଝିଅ । ନିଜ ନାଚର ଯାଦୁରେ କିମିଆଁ କରି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ । ଜୁନିଅର ମଡେଲ ଇଣ୍ଟରନେସନାଲ ରାଇଜିଂ ଷ୍ଟାର ଅଫ ଇଣ୍ଡିଆର ଟାଇଟଲ୍ ଜିତିବା ପରେ ଏବେ ଅନ୍ତର୍ଜାତୀୟ ଟ୍ୟାଲେଣ୍ଡ ଶୋରେ ପ୍ରତିଯୋଗିତା କରିବେ ଅର୍ଚ୍ଚିତା ଓ ଦିବ୍ୟାଙ୍ଗନା ।

Hirakud Dam
ହୀରାକୁଦ ଡ୍ୟାମରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି।

corona
କରୋନା ଛଡ଼ାଇନେଲା ଜୀବନ-ଜୀବିକା : ସଙ୍କଟରେ ମୃଦଙ୍ଗବାଦ୍ୟ କାରିଗର

ଲୋକକଳା, ଲୋକ ସଂସ୍କୃତି ତଥା ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ ଅବସ୍ଥାରେ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା । ଲକଡାଉନ, ସଟଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବକ୍ରି ହେଉନଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର।

health-workers
ରାସ୍ତା ରୋକି ପାରିଲାନି ପ୍ରଖର ଜଳସ୍ରୋତ : ଉଚ୍ଛୁଳା ନଈ ପାର୍ ହୋଇ ଟିକା ଦେବା ପାଇଁ କଲେ ସ୍ୱାସ୍ଥ୍ୟକର୍ମୀ

ହାତରେ ଭ୍ୟାକ୍ସିନ୍ ଡବା । ଆଉ ସାମ୍ନାରେ ନଦୀର ପ୍ରଖର ଜଳପ୍ରୋତ । ତଥାପି ମନରେ ତିଳେ ମାତ୍ର ଭୟ ନାହିଁ । ଲୋକଙ୍କ ପାଇଁ ଡାକ୍ତରୀ ଟିମ୍ ଜଣେ ଜଣଙ୍କ ହାତ ଧରି ନଦୀ ପାର ହେଉଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲେ କାହାର ବି ଦେଶ ଶୀତେଇ ଯିବ । ଉଚ୍ଛୁଳା ନଈକୁ ଦେଖିଲେ ଆଗକୁ ବଢ଼ିବାକୁ ସାହସ ହେବନି । ସ୍ୱାସ୍ଥ୍ୟକର୍ମୀ ମାନେ ବର୍ତ୍ତମାନ ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମଣ ଭୟକୁ ଏଡାଇ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି । ବର୍ତ୍ତମାନ କରୋନା ଯୋଦ୍ଧାଙ୍କର ସେହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତ୍ରାଲା ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଡକ୍ଟର ଇରାମ ୟାସିମିନ ଏହି ଭିଡିଓ ଉତ୍ତୋଳନ କରିଛନ୍ତି ।

Copa America Final
 କୋପା ଆମେରିକା ଫାଇନାଲ୍‌ ମ୍ୟାଚ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା

କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌(Copa America Final)ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍‌।

hoshangabad
ବାହାବେଦୀରେ ବସିଥିଲା ପ୍ରେମିକ : ବାହାରେ ସୋନା, ବାବୁ କହି କହି ବିକଳରେ କାନ୍ଦୁଥିଲା ପ୍ରେମିକା

ଆଉ କାହା ପାଇଁ ଚନ୍ଦନ ନାଇ, ମୁକୁଟ ପିନ୍ଧି ସଜ ହୋଇଥିଲେ ଯୁବକ । ବିବାହ ଚାଲିଥିବା ମଣ୍ଡପର ଫାଟକ ବାହାରେ ସୋନା, ବାବୁ ଡାକି କାନ୍ଦି କାନ୍ଦି ଗଡ଼ିଯାଉଥିଲା ପ୍ରେମିକା । ତିନି ବର୍ଷ ଲିଭ୍ ଇନରେ ରହିବା ପରେ ଧୋକା ଦେଲା ପ୍ରେମିକ । ବିଶ୍ୱାସରେ ବିଷ ମିଶାଇ ଅନ୍ୟ ଜଣକ ସହ ସାରା ଜୀବନ ରହିବାକୁ ରାଜି ହୋଇଗଲା । ମଧ୍ୟପ୍ରଦେଶ ହୋସଙ୍ଗାବାଦରେ ଏପରି ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ବିବାହ ରୋକିବାକୁ ଭୋପାଳରୁ ହୋସଙ୍ଗାବାଦ ଚାଲି ଆସିଥିଲେ ଯୁବତୀ । ଏକ ବିବାହ ମଣ୍ଡପରେ ପ୍ରେମିକର ବିବାହ ଚାଲିଥିବା ବେଳେ ଜୋରଦାର ହଙ୍ଗାମା କରିଛନ୍ତି ପ୍ରେମିକା । ହେଲେ ବିବାହ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହେଲେ ଯୁବତୀ । ତାଙ୍କୁ ବାରମ୍ବାର ଫାଟକରୁ ତଡ଼ି ଦେଉଥିଲେ ପରିବାର ଲୋକ । ତଥାପି ସୋନା-ବାବୁ ଡାକି ଡାକି ଫାଟକ ନିକଟକୁ ଚାଲି ଯାଉଥିଲେ ପ୍ରେମିକା ।

prajameli
ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଏକାଠି ହେଲେ ଶତାଧିକ ଗ୍ରାମବାସୀ

ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି।  

corona
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ୨୨୮୨ ପଜିଟିଭ୍ ଚିହ୍ନଟ, ୬୫ ମୃତ

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ଖସୁଛି । ଗତ ମାସ ୧୫ ତାରିଖ ପର ଠାରୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାରକୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୮୨ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୩୧୫ ଜଣ ଜିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୬୭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨କୁ ବୃଦ୍ଧି । ସେହିପରି ପାଖାପାଖି ୯ ଦିନ ହେବ ୨ ହଜାର ଉପରେ ରହିଛି ସଂକ୍ରମଣ ।