• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pond
ବିନା କାମରେ ଏମାନେ ଟଙ୍କା ପାଇଲେ କେମିତି?

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତ ସୁନାକେରା ଗ୍ରାମରୁ ଆସିଛି ଦୁର୍ନୀତିର ଅଭିଯୋଗ। ଏହି ଗ୍ରାମରେ ବହୁ ଦୀର୍ଘ ଦିନ ଧରି ବାଲି ଆଗୁଳ ପୋଖରୀ ପୁନଃ ଉଦ୍ଧାର ନହୋଇ ପଡିରହିଛି। ଯେମିତିକି ପୋଖରୀକୁ ଦେଖିଲେ ଲାଗୁଛି ଖେଳ ପଡିଆପରି

china
LACରେ ଅଧିକ ୩୫ ହଜାର ଯବାନ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ସାମାନ୍ୟ ହ୍ରାସ ପାଇଥିବା ପରି ମନେ ହେଉଛି । ତଥାପି ଯେ କୌଣସି ମୁହୂର୍ତ୍ତ   ପାଇଁ ସଜାଗ ରହିଛନ୍ତି ଭାରତ ସରକାର ।  ଦୁଇ ଦେଶ ମଧ୍ୟରେ ଥିବା ୩୪୮୮ କିଲୋମିଟର ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ ଅତିରିକ୍ତ ୩୫ ହଜାର ଯବାନ ମୁତୟନ କରୁଛି । ନାମ ଗୋପନ ସର୍ତ୍ତରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସୀମା ବିବାଦର ଶୀଘ୍ର ସମାଧାନ ଲାଗି ବଜେଟ୍ […]

corona
ଦିନକରେ ଓଡ଼ିଶାରୁ ୧,୪୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୪୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୮୫  ରହିଛି। ଗଞ୍ଜାମରୁ ସର୍ବାଧିକ ୩୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ […]

ଓଡ଼ିଶାରେ କରୋନା ସ୍ଥିତି: ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି। ଗଞ୍ଜାମରୁ ଆଜି ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ୪ ଜଣ ଯାକ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ   ୮୧, ୪୯, ୭୩ ଓ ୪୫ ବର୍ଷ। ସେହିପରି  ନୟାଗଡ଼, ଗଜପତି, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରୁ […]

corona
ବିଷ ପିଇ ଦେଇଥିଲେ, ମେଡିକାଲ୍‌ ଆସିବା ପରେ ଜଣାପଡ଼ିଲା କରୋନା ପଜିଟିଭ୍‌

କଟକ: ବିଷ ପିଇ ଦେଇଥିଲେ, ଚିକିତ୍ସା ପାଇଁ ମେଡିକାଲ୍‌ ଆସିବା ପରେ ଜଣାପଡ଼ିଥିଲା ତାଙ୍କୁ କରୋନା ହୋଇଛି। କରୋନା ପଜିଟିଭ ଜଣାପଡ଼ିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଚିକିତ୍ସା କରାଯାଉ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ, ଗତକାଲି ବାଲେଶ୍ୱରର ଜଣେ ବ୍ୟକ୍ତି ବିଷ ପିଇ ଦେଇଥିଲେ। ତାଙ୍କୁ କାଲି ରାତି ୯ଟାରେ SCB କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। […]

lawer
ଗରିବଙ୍କ ସାହା, ସଂଗ୍ରାମୀଙ୍କ ସାଥୀ ବାସୁଦେବ; ସଞ୍ଚିତ ଅର୍ଥ ଦାନ କରି ସୃଷ୍ଟି କଲେ ଉଦାହରଣ

ଜଗତସିଂହପୁର: ସେ ଜଣେ ନିଆରା ମଣିଷ। ଅର୍ଥ ରୋଜଗାର କରୁଛନ୍ତି ସତ, ହେଲେ ଅର୍ଥ ପାଇଁ ତାଙ୍କ ମନରେ ଲୋଭ ନାହିଁ କି  ଗର୍ବ  ନାହିଁ। ଉପାର୍ଜିତ ଅର୍ଥ ସେ ଖର୍ଚ୍ଚ କରନ୍ତି ଅନ୍ୟମାନଙ୍କ ପାଇଁ।  କେଉଁଠି ଦୁଃଖୀ ମଣିଷଟିଏ ଦେଖିଲେ ତାଙ୍କର ଆତ୍ମା ଯେମିତି କାନ୍ଦି ଉଠେ, ଅନ୍ୟର ସଂଘର୍ଷ ଦେଖିଲେ ତାଙ୍କ ରକ୍ତ ମଧ୍ୟ ସେମିତି ତାତି ଉଠେ। ସେମିତି ଦେଶଦ୍ରୋହୀଙ୍କୁ ଦେଖିଲେ ତାଙ୍କ ମନ ବିଦ୍ରୋହ କରିଉଠେ। ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ସିପି […]

ଲାଞ୍ଚ ମାଗି ନିଲମ୍ବିତ ହେଲେ ପୋଲିସ୍‌ ବାବୁ

ଅନୁଗୁଳ: ରେଙ୍ଗାଳି ଡ୍ୟାମ୍‌ ସାଇଟ ଥାନା ASI କାର୍ତ୍ତିକ ବେହେରା ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି। ଏକ ଡ୍ରେନ୍‌କୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ଉଭୟ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ଏତଲା ମଧ୍ୟ ଦେଇଥିଲେ। ପରେ ଉଭୟ  ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା। ତେବେ ଘଟଣାର ସମାଧାନ ପାଇଁ ASI ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଉତ୍ତର କେନ୍ଦ୍ରାଞ୍ଚଳ IG ନରସିଂହ […]

ed
ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ବିହାର ପୋଲିସକୁ FIR କପି ମାଗିଲା ଇଡି

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢିଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହସ୍ତକ୍ଷେପ କରିଛି। ଇଡି ବିହାର ପୋଲିସକୁ FIR ରିପୋର୍ଟ ମାଗିଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ସମ୍ଭବତଃ ମନି ଲଣ୍ଡରିଂର  ଯାଞ୍ଚ କରିବା ପାଇଁ ଇଡି ଏହି ରିପୋର୍ଟ ମାଗିଛି । ଏ ନେଇ ଇଡି ବିହାର ପୋଲିସକୁ ଏକ ଚିଠି ଲେଖିଛି। ସୂଚନାଥାଉ କି,  ସୁଶାନ୍ତଙ୍କ ବାପା କେକେ ସିଂହ ନିଜ […]

tesing
ଦେଶରେ ୨୪ ଘଣ୍ଟାରେ ୫୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୫୫ ହଜାର ୦୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୪ ଘଣ୍ଟାରେ ୭୭୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ପାର କରିିଛି। ଆଜିର ସଂଖ୍ୟାକୁ ମିଶାଇବା ପରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୧ରେ ପହଞ୍ଚିଛି। ଏବେ ୫ ଲକ୍ଷ […]

driving
ଗାଡ଼ି ଚଲାଇବା ବେଳେ ଫୋନ୍‌ରେ କଥା ହେଲେ ୧୦ ହଜାର ଟଙ୍କା ଫାଇନ୍‌

ଲକ୍ଷ୍ନୌ: ଏଣିକି ଗାଡ଼ି ଚଲାଇବା ବେଳେ ଫୋନ୍‌ରେ କଥା ହେଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଦୁର୍ଘଟଣା ରୋକିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ନିୟମ ଲାଗୁ କରିଛନ୍ତି। ସଡ଼କ ସୁରକ୍ଷା ନିୟମକୁ ଆହୁରି କଡ଼ାକଡ଼ି କରିବା ପାଇଁ ଗୁରୁବାର ଉତ୍ତର ପ୍ରଦେଶ ସରକାର ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଯେଉଁବ୍ୟକ୍ତି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚଲାଉଥିବା ବେଳେ ଫୋନ୍‌ରେ କଥା ହେଉଥିବା ଧରାପଡ଼ନ୍ତି, ତା’ହେଲେ ସେମାନଙ୍କ […]

susataaa
ଦେଢ଼ମାସ ପରେ ମୁହଁ ଖୋଲିଲେ ଅଙ୍କିତା, କହିଲେ ମୁଁ ଚ୍ୟାଲେଞ୍ଜ ଦେଇ କହିବି ସେ...

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର ଦେଢ଼ ମାସ ପରେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ସୁଶାନ୍ତ ସବୁବେଳେ ହସ ଖୁସିରେ ରହୁଥିବା ମଣିଷ ଓ ରିଏଲ ହିରୋ ଥିଲେ। ସେ କୌଣସି କଥାକୁ ନେଇ ମନଦୁଃଖ କରିପାରନ୍ତି କିନ୍ତୁ  ଡିପ୍ରେସନ୍‌ରେ ରୁହନ୍ତି ନାହିଁ। ଅଙ୍କିତା ଏକ ଗଣମାଧ୍ୟମକୁ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର ୧୫ ମିନିଟ୍‌ ମଧ୍ୟରେ ମୋ ପାଖକୁ ଫୋନ୍‌ ଆସିଥିଲା ଯେ ସେ ଆତ୍ମହତ୍ୟା […]

ସ୍କୁଟି ହାଣ୍ଡେଲ୍‌ ଭିତରୁ ବାହାରିଲା ସାପ

ବାଙ୍କୀ: ସ୍କୁଟି ହାଣ୍ଡେଲ୍‌ ଭିତରୁ ବାହାରିଲା ସାପ। କଟକ ଜିଲ୍ଲା ବାଙ୍କୀ ଚର୍ଚ୍ଚିକା ସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚର୍ଚ୍ଚିକା ସାହିର ଜଣେ ମହିଳା ସ୍କୁଟି ଷ୍ଟାର୍ଟ କରିବା ମାତ୍ରେ, ହାଣ୍ଡେଲ୍‌ ଭିତରୁ ଏକ ସାପର ମୁଣ୍ଡ ଦେଖାଯାଇଥିଲା। ଏହାଦେଖି ମହିଳା ଜଣକ ଭୟଭୀତ ହୋଇ ଗାଡ଼ି ଛାଡ଼ି ପଳାଇଥିଲେ। ଏହାପରେ ସ୍ନେକ୍‌ ହେଲ୍‌ପ୍‌ଲାଇନ୍‌କୁ ଫୋନ୍‌ କରି ଜଣାଇଥିଲେ। ଖବରପାଇ ସ୍ନେକ୍‌ ହେଲ୍‌ପ୍‌ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି […]

Untitled-2
ଦାନା ବାନ୍ଧୁଛି ଲଘୁଚାପ; ଅଗଷ୍ଟ ୪ରୁ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି ଭାରତର ଉତ୍ତର-ପଶ୍ଚିମ ତଥା  କେନ୍ଦ୍ରାଞ୍ଚଳରେ ଅନାବୃଷ୍ଟି ଦେଖା ଦେଇଥିବାବେଳେ ଏବେ IMD ପକ୍ଷରୁ ଏକ ଆଶ୍ୱସ୍ତିକର ସୂଚନା ମିଳିଛି। ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଅଗଷ୍ଟ ୪ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଲୋ ପ୍ରେସର ଆନ୍ଧ୍ର ଉପକୂଳ ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହେଉଥିବା ଜଣାଯାଇଛି। ଆସନ୍ତା ସପ୍ତାହରେ ଏହା ୱେଷ୍ଟ ପେସିଫିକ ଓ […]

china-1
LACରେ ଚୀନର ପୁଣି ବିଶ୍ୱାସଘାତକତା; ପାଙ୍ଗୋଙ୍ଗ ଝିଲ ନିକଟରେ ସେନା ଛାଉଣୀ

ନୂଆଦିଲ୍ଲୀ:ଲାଇନ ଅଫ କଣ୍ଟ୍ରୋଲ୍‌ (LAC) ରେ ଚୀନର ପୁଣି ବିଶ୍ୱାସଘାତକତା।  LACରୁ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯିବା ପରେ ମଧ୍ୟ ଚୀନ୍‌ର ପାଙ୍ଗୋଙ୍ଗ  ଝିଲ ନିକଟରେ ପୁଣି ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଜୁଲାଇ ୧୪ ତାରିଖ ଦ୍ୱିପାକ୍ଷିକ ଅଲୋଚନା ପରେ ଚୀନ ତାର ଅତିରିକ୍ତ ସେନା ଏବଂ ବୋଟ  ପାଙ୍ଗୋଙ୍ଗ  ଝିଲ ନିକଟରେ ମୁତୟନ କରିଛି। ବିବାଦୀୟ ଇଲାକାରେ ଚୀନ୍‌ର ଏପରି  ଶକ୍ତି ପ୍ରଦର୍ଶନ ଯୋଗୁ ପୁଣି ଉତ୍ତେଜନା ବୃଦ୍ଧି ପାଇ‍ର ଆଶଙ୍କା […]

train
ପାରାଦୀପ-ହରିଦାସପୁର ରେଳ ଚଳାଚଳ; ଗଡ଼ିବା ପୂର୍ବରୁ ବିରୋଧ

ପାରାଦୀପ: ଟ୍ରାଏଲ୍ ହେଉଣୁ ରେଳରୋକ। ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ନୂଆଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରଥମ ଥର ପାଇଁ ଆଜି ମାଲବାହୀ ଟ୍ରେନ୍‌ରେ ଟ୍ରାଏଲ ରନ୍ କରାଯାଇଛି । ଆଜି ପୂର୍ବାହ୍ନ ୧୧ଟା ୧୫ରେ ପାରାଦୀପ ଷ୍ଟେସନ୍‌ରୁ ଗଡ଼ିଥିଲା କୋଇଲା ବୋଝେଇ ଟ୍ରେନ୍। କରୋନା କଟକଣା ଯୋଗୁ ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର ଭର୍ଚୁଆଲ ଉଦ୍‌ଘାଟନ କରିଥିଲେ।  ପାରାଦୀପରୁ ୫୮ ‌ୱାଗନ ବିଶିଷ୍ଟ ମାଲବାହୀ ଟ୍ରେନ ରାଉରକେଲା ଯାଉଛି, ହେଲେ ରେଳ ଲାଇନ୍‌ରେ ପାସେଞ୍ଜର ଟ୍ରେନ […]

100-tanka
ଲାଞ୍ଚ ନେଉଥିବା ବେଳେ ଭାଇରାଲ୍ ହେଲା ଭିଡ଼ିଓ

ତେବେ ଟଙ୍କା ଦେଇଥିବା ଠିକାଦାରଙ୍କ ନାଁ ସଚିତାନନ୍ଦ ଧଳ। ତେବେ ଟେଣ୍ଡର ପେପର କିଣିବା ପାଇଁ ସେ ଅନ୍ୟ କିଛି ଠିକାଦାରଙ୍କ ଠାରୁ ମଧ୍ୟ ଟଙ୍କା ଆଣି କାର୍ଯ୍ୟାଳୟରେ ଦେଇଥିଲେ ଏବଂ ଏହାର ଭିଡିଓ ମଧ୍ୟ କରିଥିଲେ

ହିଡ଼ ହାଣୁଥିଲେ, ବାହାରିଲା ବିରଳ ମୂର୍ତ୍ତି

ଭଦ୍ରକ: ଚାଷ ଜମିରୁ ମିଳିଲା ବିରଳ ମୂର୍ତ୍ତି। ଭଦ୍ରକ ଜିଲ୍ଲା ଜଳଙ୍ଗା ଗାଁରୁ ଏକ କଳାମୁଗୁନି ପଥରର ବିରଳ ମୂର୍ତ୍ତି ମିଳିଛି। ଗାଁର ରମେଶ ମଲ୍ଲିକ ଆଜି ଚାଷ ଜମିରେ ହିଡ଼ ପାଖ ହାଣୁଥିଲେ। ଏହି ସମୟରେ ତାଙ୍କ କୋଦାଳରେ ପଥର ବାଜିବାର ଶବ୍ଦ ହୋଇଥିଲା। ଏହାପରେ ରମେଶ ମାଟି ଭିତରୁ ଏକ କଳାମୁଗୁନି ପଥରର ମୂର୍ତ୍ତି ଦେଖିବାକୁ ପାଇଥିଲେ। ମୂର୍ତ୍ତିରେ ଭଗବାନ ରାମଙ୍କ ଚିତ୍ର ଥିବା ଦେଖି ସେ ମୂର୍ତ୍ତିଟିକୁ ନେଇ ଗାଁକୁ ପଳେଇ ଆସିଥିଲେ। […]

khurda
ଗାଁ ସମ୍ପାଦକଙ୍କ ଘର ଉପରକୁ ବୋମାମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ଗୁରୁଜଙ୍ଗରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଗାଁ କମିଟି ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ବୋମାମାଡ଼ରେ ସେଭଳି ବଡଧରଣର କୌଣସି କ୍ଷୟକ୍ଷତି ହୋଇନି । ପୂର୍ବ ଶତ୍ରୁତାରୁ ଗତକାଲି ବିଳମ୍ବିତ ରାତିରେ ଘର ଉପରେ ବୋମାମାଡ କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜିତେନ୍ଦ୍ର।  ୬ ଜଣଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଛାନଭିନ୍‌ ଆରମ୍ଭ କରିଛି।

susanta
କାହିଁକି ଖରାପ ହେଲା ସୁଶାନ୍ତଙ୍କ ସ୍ୱାସ୍ଥ୍ୟା ? ଟ୍ରେନର୍‌ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟମୟ ହେଉଛି। ପ୍ରତିଦିନ ଏହି ମାମଲା ନୂଆ ମୋଡ ନେଉଥିବା ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଥମେ ଅଙ୍ଗୁଳି ଉଠିଥିଲା ବଲିଉଡ୍‌ରେ ଚାଲିଥିବା ନେପୋଟିଜିମ୍‌ ଆଡକୁ। ହେଲେ ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR  ଦାଏର କରିବା ପରେ ମାମଲା ନୂଆ ମୋଡ ନେଇଛି। ଏଇ ସମୟରେ ସୁଶାନ୍ତଙ୍କ ଟ୍ରେନର ସୁଶାନ୍ତଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି।  ଟ୍ରେନର ସମୀ ମହମ୍ମଦ ମିଡିଆକୁ ବୟାନ […]