ଯେଉଁମାନେ ବିଜୁଙ୍କ ଦୟାଦ କହୁଛନ୍ତି ସେମାନେ ବାଘଛାଲ ପିନ୍ଧି ଦେଖେଇ ହେଉଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମୁଲତବୀ ଆଲୋଚନା ବେଳେ ବିଜେଡିକୁ ଟାର୍ଗେଟ କରି ଏମିତି କହିଛନ୍ତି । ରାଜ୍ୟ ସରକାର ବିଜୁ ଜୟନ୍ତୀ ବନ୍ଦ କରିବା ନେଇ ନିଜେ ବିଜେଡି ଆଣିଥିଲା ମୁଲତବୀ ପ୍ରସ୍ତାବ । ହେଲେ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବିଜୁ ବାବୁଙ୍କ ଅସ୍ଥି ପୂଜା କରାଯାଉଥିଲା । ଯେଉଁ ଦିନ ସନ୍ଧ୍ୟା ଦୀପ ଦିଆ ଯାଇନଥାଏ, ସେଦିନ ରାତିରେ ଅସ୍ଥି କବାଟ ଧଡଧଡ କରେ ବୋଲି କହିଛନ୍ତି ବିଜୟ । କଥା କହିଲା ଭଳି ସବୁ ପ୍ରକାଶ କରିବ ବାହାରେ । ଏପରିକି ଦିନେ ଉତ୍ପାତ କଲା । କିଛି ନଥିବ କବାଟ ବାଡେଇ ହେବ । ହଠାତ୍ ଦୁଆର ଭିତରେ ପବନ ବହିବ ।
ବିଜୁ ବାବୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ରହି ଚିକିତ୍ସିତ ହେଉଥିଲା ବେଳେ ନବୀନ ବାବୁ ତାଙ୍କୁ ଗୋଟିଏ ଦିନ ବି ଦେଖା କରିବାକୁ କି ଆଶ୍ୱାସନା ଦେବାକୁ ଯାଇନାହାନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ । ହସ୍ପିଟାଲର ବିଲ୍ ସେତେବେଳେ ୨୨ ଲକ୍ଷ ଟଙ୍କା ହୋଇଥିଲା । ଏହା ଯେତେବେଳେ ନବୀନ ବାବୁଙ୍କୁ କୁହାଯାଇଥିଲା, ସେ ଘରେ ଲୁଚିଥିଲେ ବୋଲି କହିଛନ୍ତି ବାବୁ ।
ନାଟକ, ଏକ ଜୀବନ୍ତ ମାଧ୍ୟମ । ସମାଜର ପ୍ରତିଫଳନ 'ନାଟକ'ର ପ୍ରଦର୍ଶନ ପାଇଁ ଓଡ଼ିଶାରେ ଥିଲା ଅନେକ ବଡ ବଡ ତଥା ନାଁକରା ରଙ୍ଗମଂଚ । ହେଲେ ପରେ ନାଟକରେ ଭଟ୍ଟା ପଡିଛି, ଲୋକେ ଏଥିରୁ ଦୂରେଇ ଗଲେଣି । ଏପଟେ ନାଟ୍ୟକାରଙ୍କ ଆଶା, ଓଡ଼ିଶାକୁ ପୁଣି ଫେରୁଛି ନାଟକର ସୁବର୍ଣ୍ଣ ଯୁଗ । ସିନେମା ଓ ଯାତ୍ରା ଭିତରେ ବି ଲୋକେ ଟିକେଟ୍ କିଣି ନାଟକ ଦେଖିବାକୁ ଭିଡ ଲଗାଉଛନ୍ତି ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପାଳିତ ହୁଏ ପଞ୍ଚାୟତିରାଜ ଦିବସ। ଏହିଦିନ ରାଜ୍ୟର ସମସ୍ତ ପଞ୍ଚାୟତରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ। ଏଠାରେ ପ୍ରଶ୍ନ ଉଠେ ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରୁଥିବାବେଳେ ଓଡ଼ିଶାରେ ମାର୍ଚ୍ଚ ୫ କାହିଁକି….