• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

match
ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ବିଜୟ ଏବଂ ପାଞ୍ଚଦିନର ଲମ୍ବା ବ୍ରେକ୍ ପରେ ଟିମ୍ ଇଣ୍ଡିଆ ପୁଣିଥରେ କ୍ରିକେଟ୍ ମଇଦାନକୁ ଫେରିଛି। ଚଳିତ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଜି ତା’ର ପଞ୍ଚମ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଚମତ୍କାର ଫର୍ମରେ ଥିବା ଭାରତ ବିଜୟ ସହ ପୂରା ୨ ପଏଣ୍ଟ ପାଇବା ଆଶାରେ ପଡ଼ିଆକୁ ଓହ୍ଲାଇବ। ସେପଟେ ଶକ୍ତିଶାଳୀ ଭାରତ ବିପକ୍ଷରେ ପଏଣ୍ଟ ଖାତା ଖୋଲିବା, ଆଫଗାନିସ୍ତାନ ପାଇଁ କାଠିକର ପାଠ ହେବ। ଟିମ୍ ଇଣ୍ଡିଆ […]

cloudy
ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୨୨ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ୨୨ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଗଞ୍ଜାମ, ଗଜପତି, ନୂଆପଡ଼ା ଓ ବଲାଙ୍ଗିର। ଦିନ ୧୨ଟା ୧୫ ଯାଏ ସତର୍କ ରହିବାକୁ ଏହି […]

rain
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତକାଲି ଓଡ଼ିଶା ଛୁଇଁଛି। ଏବେ ମୌସୁମୀ ବାୟୁ ଉତ୍ତର ଓଡ଼ିଶାର ବାଲେଶ୍ୱର, ଯାଜପୁର ଓ ଭଦ୍ରକ, କେନ୍ଦ୍ରାପଡ଼ା ଭଳି ଅନେକ ଜିଲ୍ଲାରେ ପହଞ୍ଚି ସାରିଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ,କନ୍ଧମାଳ ଜିଲ୍ଲାରେ ମୌସୁମୀ ପ୍ରବେଶ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୌସୁମୀ ବାକି ଜିଲ୍ଲା ଗୁଡ଼ିକରେ ପହଞ୍ଚିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓ […]

imran khan
ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର କଡ଼ା ଚେତାବନୀ- ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ବନ୍ଦ କର, ନ ହେଲେ...

ଇସଲାମାବାଦ: ଆତଙ୍କବାଦୀଙ୍କୁ  ଆର୍ଥିକ ପ୍ରୋତ୍ସାହନ ବନ୍ଦ କରିବା ଲାଗି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଫାଇନାନ୍‌ସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌) ପାକିସ୍ତାନକୁ ଚେତାବନୀ ଦେଇଛି। ଅକ୍ଟୋବର ମାସ ଶେଷ ସୁଦ୍ଧା ଯଦି ପାକିସ୍ତାନ ଏଭଳି କାର୍ଯ୍ୟକଳାପ ବନ୍ଦ ନ କରେ ତେବେ କଳାତାଲିକା ଭୁକ୍ତ କରାଯିବ ବୋଲି FATF ଚେତାବନୀ ଦେଇଛି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଥିବା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ FATF ନିର୍ଦ୍ଦେଶ ଦେଇଛି।  […]

admission
ମିଳିନି ସାର୍ଟିଫିକେଟ୍; ଚିନ୍ତାରେ ମାଟ୍ରିକ ପାସ୍ କରିଥିବା ଛାତ୍ରଛାତ୍ରୀ

ପୁରୀ(ମଧୁସୂଦନ ମିଶ୍ର): ଚିନ୍ତାରେ ମାଟ୍ରିକ ପରୀକ୍ଷାରେ ପାସ୍ କରିଥିବା ଛାତ୍ରଛାତ୍ରୀ। ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବାର ମାସେ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନା ମିଳିଛି ବୋର୍ଡ ସାର୍ଟିଫିକେଟ୍ ନା ସ୍କୁଲ୍ ଲିଭିଂ କି କଣ୍ଡକ୍ଟ ସାର୍ଟିଫିକେଟ୍। ଫଳରେ କେମିତି କଲେଜରେ ଆଡମିଶନ କରିବେ ତାକୁ ନେଇ ପୁରୀ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଏବେ ଚିନ୍ତାରେ। ଯୁକ୍ତ ଦୁଇରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ହେଲେ ଏଯାଏ  ସାର୍ଟିଫିକେଟ୍ ମିଳିନଥିବାରୁ […]

puri
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହେବ ଫୁଲୁରି ତେଲ

ପୁରୀ(ମଧୁସୂଦନ ମିଶ୍ର): ଦିବ୍ୟସ୍ନାନ ପରେ ଜ୍ୱରରେ ପଡ଼ିଥିବା ଶ୍ରୀଜିଉଙ୍କର ଅଣସର ଘରେ ଚାଲିଛି ଗୁପ୍ତ ସେବା। ଆଜି ଅଣସର ପଞ୍ଚମୀ ଥିବାରୁ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ଜ୍ୱର କିଛି ମାତ୍ରାରେ ଉପଶମ ହେବ ବୋଲି ବିଶ୍ୱାସ ରହିଛି। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲୁରି ତେଲ ପ୍ରସ୍ତୁତ କରାଯାଇଛି। ଘସାପେଡ଼ା ରାଶିତେଲ, ସୁବାସିତ ଫୁଲ ଓ ଔଷଧୀୟ ଚେରମୂଳିରୁ ଏହି ତେଲ ପ୍ରସ୍ତୁତ କରାଯାଇଥାଏ। ଦଇତାପତିମାନେ ଏହି ଫୁଲୁରି ତେଲକୁ […]

naveen-modi
କେଉଁ ଉଦ୍ଦେଶ୍ୟରେ ମୋଦିଙ୍କ ନିକଟତର ହେବାକୁ ଚାହୁଁଛନ୍ତି ନବୀନ?

ଭୁବନେଶ୍ୱର: ଗଠନମୂଳକ ସହଯୋଗ ନା ଆଉ କିଛି? କେଉଁ ଉଦ୍ଦେଶ୍ୟରେ ମୋଦି ସରକାରଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? ସ୍ଥିତି ଏଭଳି ଯେ କେନ୍ଦ୍ରର ଆବଶ୍ୟକତା ନ ଥାଇ ମଧ୍ୟ କେତେକ ପ୍ରସଙ୍ଗରେ ନିଜ ଆଡୁ ସମର୍ଥନ ଜଣାଇଛି ବିଜେଡି। ଏହା ପଛର କାରଣକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ନବୀନଙ୍କୁ ସିବିଆଇ ଭୟ ଘାରିଛି ବୋଲି କଂଗ୍ରେସ କହିଛି। ଏନେଇ ବିଜେପି ମାପିଚୁପି ମନ୍ତବ୍ୟ ଦେଇଥିବା ବେଳେ ଭୟ କରିବାର ପ୍ରଶ୍ନ […]

koraput
୯୦ଟି ସ୍କୁଲରେ ପଡ଼ିଲା ତାଲା

କୋରାପୁଟ: ଦୀର୍ଘ ଦିନର ଖରାଛୁଟି ପରେ ଗତକାଲି ସାରା ରାଜ୍ୟରେ ସ୍କୁଲ ଖୋଲିଥିବା ବେଳେ କୋରାପୁଟ ଜିଲ୍ଲାର ୯୦ଟି ସ୍କୁଲରେ ତାଲା ଝୁଲିଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲାର ବାଲିପଦରଗୁଡ଼ା ସମେତ ୯୦ଟି ସ୍କୁଲରେ ତାଲା ପଡ଼ିଛି। ୧୦ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବାରୁ ସେହି ସ୍କୁଲ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏନେଇ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ବାଲିପଦରଗୁଡାର ସ୍କୁଲ ଶିକ୍ଷକ ଜୟରାମ ସୁନା କହିଛନ୍ତି, ‘ପାହାଡ଼ ପାଦଦେଶରେ ବାଲିପଦରଗୁଡା ଗାଁ ରହିଛି। […]

tejaswi
ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ନିଖୋଜ!

ପାଟନା: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନିଖୋଜ ଅଛନ୍ତି। ଯଦି ତାଙ୍କ ବାବଦରେ କେହି ସୂଚନା ଦିଅନ୍ତି ତାଙ୍କୁ ପୁରସ୍କାର ମିଳିବ। ଏଭଳି ଏକ ପୋଷ୍ଟର ବର୍ତ୍ତମାନ ମୁଜାଫରପୁରରେ ଦେଖିବାକୁ ମିଳୁଛି। ସ୍ଥାନୀୟ ଜଣେ ସାମାଜିକ କର୍ମୀ ତମନ୍ନା ହାଶମୀ ଏହି ପୋଷ୍ଟର ମାରିଛନ୍ତି ଏବଂ ସେ ସୂଚନାଦାତାଙ୍କୁ ୫୧୦୦ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଏହିଁ ପୋଷ୍ଟରରେ ତେଜସ୍ୱୀ ୨୦୧୯ […]

results ..
ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ, ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ www.chseodisha.nic.in, www.orissaresults.nic.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। କଳା ଫଳାଫଳ ଏଥର କଳାରେ ମୋଟ ୨ ଲକ୍ଷ ୩୫ ହଜାର ୧୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପାସ୍ କରିଛନ୍ତି।  ସେମାନଙ୍କ ମଧ୍ୟରୁ […]

stray dogs
ଶିଶୁର ମୃତଦେହକୁ ଖାଇଦେଲେ କୁକୁର

ବଲାଙ୍ଗିର: ବଲାଙ୍ଗିରର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସପିଟାଲ୍‌ ଗେଟ୍ ଆଗରେ ଗୋଟିଏ କୁକୁର ଏକ ଶିଶୁର ମୃତଦେହକୁ ଝୁଣି ଖାଉଥିବା ଦେଖିବାକୁ ମିଳିଛି। ଆଜି ସକାଳ ପ୍ରାୟ ୮ଟା ବେଳେ ଏହି ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଏହା ଦେଖି କୁକୁର ମୁହଁରୁ ମୃତଦେହଟିକୁ ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ଆଉ କିଛି କୁକୁର ପହଞ୍ଚି ମୃତଦେହକୁ ଝୁଣି ଖାଇ ଦେଇଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି,“ ମେଡିକାଲ ଛକରେ ମୁଁ ମୋ ବନ୍ଧୁମାନଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ କୁକୁରଟିଏ […]