Advertisment

ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ନିଜ ଟଙ୍କାରେ ଖାଲଖମା ମରାମତି କରୁଛନ୍ତି ବୃୃଦ୍ଧ ଦମ୍ପତି

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ବୃୃଦ୍ଧ ଦମ୍ପତିଙ୍କ ଅଭିନବ ପ୍ରୟାସ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୧ ବର୍ଷ ହେଲା ରାସ୍ତାରେ ଥିବା ଖାଲଖମାକୁ ମରାମତି କରୁଛନ୍ତି ହାଇଦ୍ରାବାଦର ବୃଦ୍ଧ ଦମ୍ପତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ନିଜ ଟଙ୍କାରେ ଖାଲଖମା ମରାମତି କରୁଛନ୍ତି ବୃୃଦ୍ଧ ଦମ୍ପତି

Fill Potholes

ହାଇଦ୍ରାବାଦ: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ବୃୃଦ୍ଧ ଦମ୍ପତିଙ୍କ ଅଭିନବ ପ୍ରୟାସ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୧ ବର୍ଷ ହେଲା ରାସ୍ତାରେ ଥିବା ଖାଲଖମାକୁ ମରାମତି କରୁଛନ୍ତି ହାଇଦ୍ରାବାଦର ବୃଦ୍ଧ ଦମ୍ପତି। ହାଇଦ୍ରାବାଦର ଗଙ୍ଗଧର କଟନମ୍ ଓ ପତ୍ନୀ ଭେଙ୍କଟେଶ୍ୱରୀ କଟନମ୍ ୧୧ ବର୍ଷ ହେଲା ନିଜ ଟଙ୍କାରେ ରାସ୍ତା ମରାମତି କରିଛନ୍ତି। ୧୧ ବର୍ଷ ଭିତରେ ସେମାନେ ୨ ହଜାର ୩୦ଟି ଖାଲ ପୋତିଥିବା ବେଳେ ଏ ବାବଦରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। 

Advertisment

ରାସ୍ତା ମରାମତି କରୁଥିବାରୁ ହାଇଦ୍ରାବଦରେ ଲୋକେ ୭୩ ବର୍ଷୀୟ ଗଙ୍ଗଧରଙ୍କୁ ‘ରୋଡ୍ ଡକ୍ଟର’ ବୋଲି ମଧ୍ୟ ଡାକନ୍ତି। ରେଲ୍‌ୱେ ଚାକିରି କରିଥିବା ଗଙ୍ଗାଧର ୨୦୦୮ରେ ଅବସର ନେଇଥିଲେ। ଏହାପରେ ହାଇଦ୍ରାବଦର ଏକ ସଫ୍ଟୱେର କମ୍ପାନୀରେ ଚାକିରି କରିଥିଲେ। ଅଫିସକୁ ଯିବାଆସିବା ବେଳେ ସେ ରାସ୍ତାରେ ଥିବା ଖାଲଖମା ଯୋଗୁ ଦୁର୍ଘଟଣା ଘଟୁଥିବା ଓ ଜୀବନହାନୀ ହେଉଥିବା ଦେଖିଥିଲେ। ଏନେଇ ସେ ବାରମ୍ବାର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ କିଛି ସୁଫଳ ନ ମିଳିବାରୁ ନିଜ ଖର୍ଚ୍ଚରେ ରାସ୍ତା ମରାମତି ଆରମ୍ଭ କରିଥିଲେ।

Advertisment

ରାସ୍ତାରେ ଯିବାବେଳେ ଯେଉଁଠି ଖାଲ ଦେଖନ୍ତି, ସେଠାରେ ଅଟକି ମରାମତି କରିଥାନ୍ତି। ଏଥିପାଇଁ ନିଜ ଗାଡ଼ିରେ ସିମେଣ୍ଟ, ବାଲି, ଚିପ୍ସ ଓ ମରାମତି ଉପକରଣ ସବୁବେଳେ ରଖିଥାନ୍ତି ବୋଲି ଗଙ୍ଗଧର କହିଛନ୍ତି। ଏହି କାର୍ଯ୍ୟରେ ପତ୍ନୀ ଭେଙ୍କଟେଶ୍ୱରୀଙ୍କୁ ଗଙ୍ଗଧରଙ୍କୁ ସାହାଯ୍ୟ କରନ୍ତି।

Potholes
Advertisment
Advertisment