Advertisment

କୋପା ଆମେରିକା ଫାଇନାଲ୍‌ ମ୍ୟାଚ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା

କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌(Copa America Final)ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍‌।

author-image
Rajalaxmi Sahoo
 କୋପା ଆମେରିକା ଫାଇନାଲ୍‌ ମ୍ୟାଚ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା

Copa America Final

ବ୍ରାସିଲିଆ: କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌(Copa America Final)ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍‌। ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନାର ଡି-ମାରିଆ ଏକମାତ୍ର ଗୋଲ୍‌ ଦେଇଥିଲେ। ଏହାପରେ ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଲିଓନାଲ ମେସିଙ୍କ ଟିମର କଡ଼ା ଡିଫେନ୍ସକୁ ଭେଦି ପାରିନଥିଲା ନିଏମାରଙ୍କ ଦଳ। ମ୍ୟାଚରେ ବ୍ରାଜିଲ କେତେକ ସୁଯୋଗ ପାଇଥିଲା, ତେବେ କୌଣସି  ଖେଳାଳି ସେହି ସୁଯୋଗକୁ ଗୋଲ୍‌ରେ ପରିଣତ କରିପାରିନଥିଲେ। ଏହାପୂର୍ବରୁ ୧୯୯୩ରେ ଆର୍ଜେଣ୍ଟିନା ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରିଥିଲା। 

Advertisment

ଅନ୍ୟପକ୍ଷେ, ସେପଟେ ୟୁରୋକପ୍ ଫାଇନାଲରେ ଆଜି ଇଟାଲୀକୁ ଭେଟିବ ଇଂଲଣ୍ଡ। ସେମି ଫାଇନାଲରେ ଇଂଲଣ୍ଡ ଡେନମାର୍କକୁ ୨-୧ ଗୋଲରେ ହରାଇ ଫାଇନାଲରେ ପହଞ୍ଚିଥିଲା। ସେହିପରି ଅନ୍ୟ ଏକ ସେମି`ଫାଇନାଲରେ ପେନାଲ୍ଟି ସୁଟ୍‌ଆଉଟରେ ସ୍ପେନକୁ ୪-୨ ଗୋଲରେ ହରାଇ ଇଟାଲୀ ଫାଇନାଲରେ ପହଞ୍ଚିଛି। Wembley ଷ୍ଟାଡିଅମ୍‌ରେ ୟୁରୋକପର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ। ଇଟାଲୀ ନିଜର ୩୩ଟି ମ୍ୟାଚ୍‌ରେ ଅପରାଜୟ ରହିଛି ।ସେପଟେ ଇଂଲଣ୍ଡ ଏହି ସିଜନରେ ଖେଳିଥିବା ୧୭ଟି ମ୍ୟାଚରୁ ୧୫ଟିରେ ବିଜୟୀ ହୋଇଛି। ୧୯୬୮ ମସିହାରେ ଇଟାଲୀ ୟୁରୋକପ ଜିତିଥିବା ବେଳେ ୨୦୦୦  ଓ ୨୦୧୨ ୟୁରୋକପ୍‌ ଫାଇନାଲରେ ରନର୍ସଅପ୍ ହୋଇଥିଲା। ସେପଟେ ଇଂଲଣ୍ଡ ପ୍ରଥମଥର ଲାଗି ୟୁରୋକପ୍ ଫାଇନାଲରେ ପହଞ୍ଚିଛି।  

Advertisment

ସେପଟେ ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ ଜୁଲାଇ ୧୭ ନୁହେଁ ୧୮ରୁ ଆରମ୍ଭ ହେବ। ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ୨ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ୧୩ ବଦଳରେ ୧୭ରୁ ଦୁଇ ଦେଶ ମଧ୍ୟରେ କ୍ରିକେଟ ସିରିଜ ଆରମ୍ଭ ହେବାର ଥିଲା। କିନ୍ତୁ ଏବେ ଏହି ମ୍ୟାଚ୍‌ ଜୁଲାଇ ୧୮ରେ ଖେଳାଯିବ। ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ୍‌ ଫ୍ଲାୱାର ଓ ଡାଟା ଆନାଲିଷ୍ଟ ଜିଟି ନିରୋଶାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗ୍ରାଣ୍ଟ୍‌ ଓ ନିରୋଶାନ୍ ଇଂଲଣ୍ଡ ଗସ୍ତରୁ ଫେରିବା ପରେ କରୋନା ଟେଷ୍ଟ କରାଇଥିଲେ ଓ ସେମାନଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ଶିଖର ଧୱନ ନେଉଥିବା ବେଳେ ରାହୁଲ ଦ୍ରାବିଡ କୋଚ୍‌ ରହିଛନ୍ତି। 

Copa America Final
Advertisment
Advertisment