• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ମଦ ମିଳିଲାନି ବୋଲି ପିଇଦେଲେ ସାନିଟାଇଜର, ୯ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମଦ ମିଳିଲାନି ବୋଲି ସାନିଟାଇଜର ପିଇ ଦେବାରୁ ଏମାନଙ୍କର ମୃତ୍ୟୁ ହୋଇଥିବା ସୂଚନା। ଆନ୍ଧ୍ର ପ୍ରଦେଶର ପ୍ରକାଶମ୍‌ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, କୁରିଚେଦୁ ସହରରେ ୯ ଜଣ ଲୋକ ମଦ ନ ମିଳିବାରୁ ହ୍ୟାଣ୍ଡ୍‌ ସାନିଟାଇଜର୍‌  ପିଇ ଦେଇଥିଲେ।  ଏହି ସାନିଟାଇଜାର୍‌ରେ ଅଧିକ ପରିମାଣର alcohol ମିଶିଥିଲା। ଫଳରେ ବୁଧବାର ରାତିରେ ଜଣଙ୍କର ମୃତ୍ୟୁ ଘଟିଥିବା […]

talak
ଦେଶରେ ବର୍ଷକରେ କମିଛି ୮୨% ଟ୍ରିପଲ ତଲାକ କେସ

ନୂଆଦିଲ୍ଲୀ: ଉଚ୍ଛେଦ ହୋଇଛି ଟ୍ରିପଲ୍ ତଲାକ। ତିନି ତଲାକକୁ ଅପରାଧ ମାନ୍ୟତା ମିଳିବାର ଏକ ବର୍ଷ ବିତିଛି। ୨୦୧୯ରେ ଅଗଷ୍ଟ ପହିଲାରେ ମୁସଲିମ୍ ମହିଳାଙ୍କ ବିବାହ ସମ୍ପର୍କିତ ଆଇନ-୨୦୧୯କୁ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ସମ୍ବିଧାନର ଉଭୟ ଗୃହରେ ପାରିତ ହେବା ପରେ ଏହାକୁ ଅପରାଧର ଶ୍ରେଣୀଭୃକ୍ତ କରାଯାଇଥିଲା॥ ଏହି ନିୟମ ଅନୁଯାୟୀ, କୌଣସି  ବ୍ୟକ୍ତି ନା ଟ୍ରିପଲ୍ ତଲାକ ଦେଇପାରିବେ ନା ଏହା ସମାଜରେ ଗ୍ରହଣୀୟ ହେବ।  ଏହି ଐତିହାସିକ ବିଲ୍ ଆଇନରେ ପରିଣତ ହେବା ପରେ […]

Abhijeet Mukherjee
କଂଗ୍ରେସକୁ ଆଉ ଏକ ଝଟକା, ପ୍ରଣବ ମୁଖାର୍ଜୀଙ୍କ ପୁଅ ଟିଏମ୍‌ସିରେ ସାମିଲ

ପଶ୍ଚିମବଙ୍ଗ: କଂଗ୍ରେସକୁ ଆଉ ଏକ ଝଟକା । ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି । ଆଜି ଟିଏମସିର ବରିଷ୍ଠ ନେତା…

swamy1
ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସ୍ ଉପରକୁ ଅଙ୍ଗୁଳି ଉଠାଇଲେ ବିଜେପି ସାଂସଦ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ଦେଢ଼ମାସରୁ ଅଧିକ ସମୟ ବିତି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ତଥ୍ୟ ସାମ୍ନା ଆସୁପାରୁନାହିଁ। ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି। କିନ୍ତୁ କିଛି ବି ଠୋସ୍ ପ୍ରମାଣ ମିଳିପାରିନାହିଁ। ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ସୁବମଣ୍ୟମ ସ୍ୱାମୀ। Why Mumbai Police not filed a FIR […]

dear
ଝିଅଟି ପାର୍କରେ ବୀଣା ବଜାଉଥିଲେ, କିନ୍ତୁ ହଠାତ୍‌ ତାଙ୍କ ପଛରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହରିଣର ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ। ଝିଅଟି ପାର୍କରେ ବାଦ୍ୟଯନ୍ତ୍ର ବୀଣା ବଜାଉଥଲେ। ସେହି ସମୟରେ ଝିଅର ପଛ ପଟେ ଏକ ହରିଣ ଗୀତ ଶୁଣିବାକୁ ଅଟକି ଯାଇଥିଲା। ଟ୍ୱିଟ୍‌ରରେ ଏହି ଭିଡିଓକୁ ‘Welcome To Nature’ ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି। Deer stops to listen to harp pic.twitter.com/zagX5fgVYp — Welcome To Nature […]

NAYAGARH
୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ତିଆରି କଲେ ଯୁବକ

ଜଗନ୍ନାଥଙ୍କ ପ୍ରେମରେ ବିଭୋର ୨୨ ବର୍ଷୀୟ ଯୁବକ। ୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ୩ ଠାକୁରଙ୍କ ବିରଳ ମୂର୍ତ୍ତି ନିର୍ମାଣ କରି ସାରା ଅଂଚଳରେ ଚର୍ଚ୍ଚିତ ହୋଇଛନ୍ତି  ନୟାଗଡ଼ ଜିଲ୍ଲା ଦଶପଲ୍ଲା ତ୍ରିନାଥ ବଜାରର ୨୨ ବର୍ଷୀୟ ଯୁବକ ଅବଦିତ ସାହୁ

vlcsnap-error599
ମରାମତି ହେବ ଶ୍ରୀଜିଉ ଓ ବଡ଼ ଠାକୁରଙ୍କ ସୁନା କୁଣ୍ଡଳ-ଶ୍ରୀଭୁଜ

ପୁରୀ: ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୁଜ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ସୁବର୍ଣ୍ଣ ଶ୍ରୀଭୁଜ ମରାମତି କରାଯିବ । ଶ୍ରୀଜଗନ୍ନାଥଙ୍କ ଦୁଇଟି ଓ ଶ୍ରୀ ବଳଭଦ୍ରଙ୍କର ଦୁଇଟି ଶ୍ରୀଭୂଜ ମରାମତି କରାଯିବ । ଶ୍ରୀଭୂଜର ଖଡୁ ବା…

padmnava
ନାବାଳିକା ଅସଦାଚରଣ ଓ ଆତ୍ମହତ୍ୟା ଘଟଣା; ଆଉ ଜଣେ ପୁଲିସ କର୍ମୀ ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳରେ ଅସଦାଚରଣର ଶିକାର ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଜଣେ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ତତ୍କାଳୀନ ଭାପୁର ଫାଣ୍ଡି ଅଧତ୍କାରୀ ପ୍ରଶାନ୍ତ ପଢ଼ିଆରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପ୍ରଶାନ୍ତଙ୍କ ନିଲମ୍ବନ ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଗତକାଲି ଏହି ଘଟଣାରେ ଭାପୁର ଫାଣ୍ଡିର ବର୍ତ୍ତମାନର ASI ପଦ୍ମନାଭ ସାହୁଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ଏପଟେ ପୀଡ଼ିତାଙ୍କ ପରିବାରକୁ ଭେଟିଛି ବିଜେପିର ଏକ ଟିମ୍‌। ବରିଷ୍ଠ ନେତା ରୁଦ୍ର ପାଣିଙ୍କ […]

police
ଭିଡିଓ ଭାଇରାଲ୍ ପରେ ଏଏସ୍ଆଇଙ୍କ ବଦଳି, କନଷ୍ଟେବଲ ନିଲମ୍ବିତ

ଖୋର୍ଦ୍ଧା: ପୁଲିସ ଭାବୁଙ୍କ ଭିଡିଓ ଭାଇରାଲ୍ ହେବା ପରେ ହେଲା କାର୍ଯ୍ୟାନୁଷ୍ଠାନ। ଖୋର୍ଦ୍ଧାରେ ପୋଲିସ୍ ଅଧିକାରୀଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ହେବା ପରେ ଏଏସ୍ଆଇ କୈଳାଶ ଚନ୍ଦ୍ର ମଲିକଙ୍କୁ ବଦଳି କରାଯାଇଛି। ତାଙ୍କୁ ଖୋର୍ଦ୍ଧାରୁ ବାଲୁଗାଁକୁ ବଦଳୀ କରିଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ। ସେହିପରି ସଂପୃକ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ଆଗାମୀ ଦିନରେ ଯେପରି ଏଭଳି ଘଟଣା ପୁଣି ଥରେ ଘଟିବନି ସେ ନେଇ ଖୋର୍ଦ୍ଧା ପୋଲିସ୍ ଯତ୍ନବାନ ହେବ […]

dhenkanal medical
କୋଭିଡ ମେଡିକାଲରେ ଅବ୍ୟବସ୍ଥା: ଅକ୍ସିଜେନ୍ ନଦେବାରୁ ଚାଲିଗଲା ରୋଗୀର ଜୀବନ

ଗଞ୍ଜାମ: ପୁଣି ପଦାକୁ ଆସିଲା ଗଞ୍ଜାମ ଜିଲ୍ଲା କୋଭିଡ ମେଡିକାଲର ଅବ୍ୟବସ୍ଥା। ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ରୋଗୀଙ୍କୁ ଦିଆଗଲାନି ଅକ୍ସିଜେନ୍। ଏମିତିକି ଡାକ୍ତର ଆସି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିନଥିବା ଅଭିଯୋଗ ହୋଇଛି। ଫଳରେ ଦୀର୍ଘ ଦୁଇ ଘଣ୍ଟା କାଳ ବେଡ୍‌ରେ ପଡ଼ି ପଡ଼ି ରୋଗୀର ଜୀବନ ଚାଲିଗଲା। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ କଲେଜ କୋଭିଡ କେୟାର ହସପିଟାଲ-୨ ବିରୋଧରେ। ଅଭିଯୋଗ ଅନୁଯାୟୀ, ଇଞ୍ଜିନିୟରିଂ ସ୍କୁଲ ରାଜୀବ ନଗର ଅଞ୍ଚଳର ଅବସରପ୍ରାପ୍ତ […]

covid19
କଟକ ସହରରେ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ; କଟକ ସହରରେ ଆଜି ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଦେୱାନ ବଜାରରୁ ୨, ଶିଖରପୁରରୁ ୧, ନୂଆପଡ଼ାରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଅରୁଣୋଦୟ ମାର୍କେଟରୁ ୧, ବାଦାମବାଡ଼ି ରକ୍ସିଲେନ୍‌ରୁ ୧ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳାବାଗରୁ ୧, ମହାନଦୀ ବିହାରରୁ ୧, କ୍ୟାଣ୍ଟନମେଣ୍ଟ ରୋଡରୁ ୧ ଚିହ୍ନଟ ହୋଇଛନ୍ତି। #COVID19 update […]

alchol
ମଦ ନେଲା ୨୧ ଜୀବନ

ଚଣ୍ଡୀଗଡ଼: କରୋନା ମହାମାରୀ ସମୟରେ ପଞ୍ଜାବରେ ଘଟିଛି ଅଭାବନୀୟ ଘଟଣା। ପଞ୍ଜାବର ଅମୃତସର ଏବଂ ତରନତାରନ ସହରରେ ବିଷାକ୍ତ ମଦ ପିଇ ୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ପୋଲିସ୍ ନକଲି ମଦ ତିଆରି କରୁଥିବା କିଛି ଲୋକଙ୍କୁ ଗିରଫ କରିଛି। ଏହି ମାମଲାର ତଦନ୍ତ ପାଇଁ ଏସଆଇଟି କମିଟି ଗଠନ କରାଯାଇଛି। ଏହି ମାମଲାର ସୂଚନା ଦେଇ ଡିଜିପି ଦିନକର ଗୁପ୍ତା କହିଛନ୍ତି, ଜୁନ୍ ୨୯ ତାରିଖରେ ଅମୃତସର ଗ୍ରାମାଞ୍ଚଳର ଥାନା ତରସିକର […]

tets
ଅଗଷ୍ଟ ମାସରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ ହେବ

ଭୁବନେଶ୍ୱର: ଅଗଷ୍ଟ ମାସରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ ହେବ। ୧୨ ହଜାର ବଦଳରେ ଦୈନିକ ୨୦ ହଜାର ଟେଷ୍ଟ କରାଯିବ। ୮ ହଜାର ଆର୍ଟିଫିସିଆର ଓ ବାକି ଆଣ୍ଟିଜେନ ଏବଂ ଟ୍ରୁନେଟ୍ ଟେଷ୍ଟ ହେବ। କରୋନା ସମୀକ୍ଷା ବୈଠକ ପରେ ILS ନିର୍ଦ୍ଦେଶକ ଅଜୟ ପରିଡା ଏଭଳି ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରତି ଜିଲ୍ଲାରେ ୩ ହଜାରରୁ ଅଧିକ ଆଣ୍ଟିଜେନ୍ କିଟ୍ସ ରହିଛି। ଦରକାର ପଡ଼ିଲେ ଅଧିକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। […]

jaleswar
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଗଲା ସୁବର୍ଣ୍ଣରେଖା ନଦୀର ଜଳ ଓ ମାଟି

ଜଳେଶ୍ୱର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶର ପବିତ୍ର ନଦୀରୁ ପାଣି ଯାଉଛି। ଏହିକ୍ରମରେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବି ଜଳ ଓ ମାଟି ଅଯୋଧ୍ୟା ପଠାଯାଇଛି। ଆସନ୍ତା ୫ ତାରିଖରେ ରାମ ମନ୍ଦିରରେ ଭୂମି ପୂଜା ଅବସରରେ ଏହା ଲାଗିବ। ଏଥିପାଇଁ ନମସ୍ତେ ଅଯୋଧ୍ୟା ପରିବାର ପକ୍ଷରୁ ଜଳେଶ୍ୱରରେ ସୁବର୍ଣ୍ଣରେଖା ନଦୀର ପାଣି ଓ ମାଟି ଡାକ ଯୋଗେ ପଠାଯାଇଛି। ନିକଟସ୍ଥ ରାଜପୁର କପିଳମୁନି ଆଶ୍ରମ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳ […]

modi
ଟ୍ରିପଲ୍ ତଲାକ୍: ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ମୁସଲିମ୍ ମହିଳା

ବାରାଣାସୀ: ଠିକ୍‌ ବର୍ଷକ ତଳେ ଟ୍ରିପଲ୍ ତଲାକ୍‌ର କୁପ୍ରଥାକୁ ବନ୍ଦ କରିବା ପାଇଁ ମୋଦି ସରକାର ଏକ ଆଇନ୍‌ ପ୍ରଣୟନ କରିଥିଲେ। ପିଏମ୍ ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀର ମୁସଲିମ୍ ମହିଳାମାନେ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏହି ଐତିହାସିକ ପଦକ୍ଷେପକୁ କିପରି ବା ଭୁଲି ପାରିବେ? ଏନେଇ ବାରାଣାସୀର ମୁସଲିମ୍ ମହିଳାମାନେ ମୋଦିଙ୍କୁ ନିଜ ଭାଇ କହିଥିଲେ। ଏମିତିକି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ ଦେଇଥିଲେ। ବାରାଣାସୀର ମୁସଲିମ୍ ସମ୍ପ୍ରଦାୟରେ ଥିବା ଡାଲମଣ୍ଡି ଅଞ୍ଚଳର ମୁସଲିମ୍ […]

niranjana
ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି: ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି। କେହି ମାନୁ ବା ନମାନୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ଟ୍ୱିଟ୍ କରି ଏପରି କହିଛନ୍ତି ପିସିସି ସଭାପତି। ଏଥିସହିତ କରୋନାର ଗୋଷ୍ଠୀ ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ନିରଞ୍ଜନ ଟ୍ୱିଟ୍ କରିଛନ୍ତି। Community transmission of Covid-19 has already begun in Odisha, one may accept […]