• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pakistan
ବିଶ୍ୱକପ୍‌ରେ ଭାରତଠୁ ମାତ୍‌ ଖାଇବା ପରେ ରାଗରେ ଗରଗର ପାକିସ୍ତାନୀ କ୍ରିକେଟ ପ୍ରେମୀ

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଭାରତ ଠୁ ପାକିସ୍ତାନ ମାତ୍ ଖାଇବା ପରେ ରାଗରେ ଗରଗର ପାକ୍ କ୍ରିକେଟ୍ ପ୍ରେମୀ।  କିଏ ରାଗରେ ଟିଭି କଚାଡ଼ି ଭାଙ୍ଗିଦେଲାଣି, ତ ଆଉ କିଏ ଏଲ୍ଇଡି ସ୍କ୍ରିନ୍ ଉପରେ ବି ରାଗ ଶୁଝାଇଲେଣି। ଭାରତ ଠୁ ପାକିସ୍ତାନ ମ୍ୟାଚ୍‌ ହାରିବା ପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ପାକିସ୍ତାନର ପୂର୍ବତନ କ୍ରିକେଟର୍ ସୋଏବ ଅଖତାର ବି ସର୍ଫରାଜଙ୍କ ଖରାପ କ୍ୟାପ୍ଟେନ୍‌ସିପ୍‌କୁ ନେଇ ଜବରଦସ୍ତ ସମାଲୋଚନା କରିଛନ୍ତି। ମାଞ୍ଚେଷ୍ଟରରେ ସର୍ଫରାଜ୍ ସେନା ମାତ୍ […]

drive
ଏଣିକି ବିନା ହେଲ୍‌ମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇପାରିବେନି

ଭୁବନେଶ୍ୱର: ବିନା ହେଲ୍‌ମେଟ୍‌ରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇପାରିବେ ନାହିଁ। ଆଉ ଯଦି ବି ବିନା ହେଲ୍‌ମେଟ୍‌ରେ ଯାଆନ୍ତି, ଏଥିପାଇଁ ଆପଣଙ୍କୁ ଆଇନ ଅନୁସାରେ ଦଣ୍ଡିତ ହେବାକୁ ପଡ଼ିବ। ଏଭଳି କିଛି କଟକଣା ରାଜଧାନୀ ଭୁବନେଶ୍ୱରରେ ଲାଗିଛି। ଏଣିକି ବିନା ହେଲ୍‌ମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ବାଇକ ଚାଳକ ଯାଇ ପାରିବେନି। ଯଦି ବିନା ହେଲମେଟ୍‌ରେ ବାଇକ ଚଲାଇଲେ କିମ୍ବା ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ […]

college students
ସରିଲା ଖରାଛୁଟି, ଖୋଲିଲା କଲେଜ

ଭୁବନେଶ୍ୱର: ଖରାଛୁଟି ପରେ ଆଜିଠୁ ରାଜ୍ୟର ସମସ୍ତ କଲେଜ ଖୋଲିଛି। ଆସନ୍ତା ୨୦ ତାରିଖରୁ ପାଠପଢ଼ା ଆରମ୍ଭ ହେବ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଥିବାରୁ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ସେହିପରି ଯୁକ୍ତ ତିନି ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ୨୦ରୁ ଆରମ୍ଭ ହେବ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଯୋଗୁ ସମସ୍ତ କଲେଜରେ ପରୀକ୍ଷା ଶୀଘ୍ର ହୋଇଯାଇଥିଲା। ଏହାପରେ ସମସ୍ତ କଲେଜ ବନ୍ଦ ରହିଥିଲା

nuclear arsenals
ନିଜର ଆଣବିକ ଅସ୍ତ୍ରାଗାର ବୃଦ୍ଧି କରିବାରେ ଲାଗିଛନ୍ତି ଭାରତ, ଚାଇନା ଓ ପାକ୍‌!

ୱାଶିଂଟନ୍‌: ସମଗ୍ର ବିଶ୍ୱରେ ଏବେ ଆଣବିକ ଯୁଦ୍ଧାସ୍ତ୍ର ଗୁଡ଼ିକ ହ୍ରାସ ପାଉଥିବା ବେଳେ ଏମିତି କିଛି ରାଷ୍ଟ୍ର ଅଛନ୍ତି, ଯେଉଁମାନେ ନିଜର ପରମାଣୁ ଅସ୍ତ୍ରାଗାରକୁ ଅତ୍ୟାଧୁନିକ କରିବା ସହିତ ସେଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ, ପାକିସ୍ତାନ ଓ ଚାଇନା ସର୍ବାଗ୍ରେ ରହିଛନ୍ତି। ୨୦୧୯ ଆରମ୍ଭରୁ ଆମେରିକା, ରୁଷ, ବ୍ରିଟେନ୍‌, ଫ୍ରାନ୍ସ, ଚାଇନା, ପାକିସ୍ତାନ, ଭାରତ, ଇସ୍ରାଏଲ ଓ ଉତ୍ତର କୋରିଆ ପାଖରେ ପାଖାପାଖି ୧୩,୮୬୫ଟି ଆଣଵିକ ଯୁଦ୍ଧାସ୍ତ୍ର ରହିଥିଲା। ଅର୍ଥାତ […]

dgp
ଓଡ଼ିଶାରେ ଖୋଲିବ ଆଉ ୩ଟି ସାଇବର ଥାନା

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୩ଟି ସାଇବର ଥାନା।  ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା କରାଯିବା ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ୩ ଦିନିଆ ସାଇବର ତଦନ୍ତ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଅବସରରେ ଡିଜିପି ଏହି ସୂଚନା ଦେଇଛନ୍ତି। ଏହାସହ  ରାଜ୍ୟରେ ସାଇବର ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ମାମଲା ଯେଉଁ ଅନୁପାତରେ ବଢ଼ୁଛି, ସେହି ଅନୁପାତରେ ଥାନା ନାହିଁ। ତେଣୁ ସାଇବର […]

maoist
କ୍ୟାଡର୍ ମାଓବାଦୀ ଚନ୍ଦନ ଗିରଫ

ମାଲକାନଗିରି: ମାଲକାନଗିରି ପୁଲିସ୍‌କୁ ବଡ଼ ସଫଳତା ମିଳିଛି। କ୍ୟାଡର୍ ମାଓବାଦୀ ଚନ୍ଦ୍ର ସିସା ଓରଫ୍ ଚନ୍ଦନକୁ ପୁଲିସ୍ ଗିରଫ କରିଛି। ଚନ୍ଦନ ଆନ୍ଧ୍ର-ଓଡ଼ିଶା ଜୋନାଲ୍ ବର୍ଡର୍ କମିଟି ସଦସ୍ୟ ଥିଲା। ତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଗତକାଲି ଚନ୍ଦନଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଏନେଇ ମାଲକାନଗିରି ଏସ୍‌ପି ଜଗମୋହନ ମିନା ସୂଚନା ଦେଇଛନ୍ତି। ଗତକାଲି ସ୍ୱାଭିମାନ ଅଞ୍ଚଳରେ ମାଲକାନଗିରି ପୁଲିସ୍‌ ଓ ବିଏସ୍ଏଫ୍ ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। […]

shahi parwal in odia
ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’ | Shahi Parwal Without Onion & Garlic

ଭୁବନେଶ୍ୱର: ପୋଟଳରେ ବିଭିନ୍ନ ପ୍ରକାର ଆଇଟମ୍‌ କରି ଖାଇବାକୁ ପସନ୍ଦ କରିଥାଉ। ପୋଟଳର ସବୁ ଆଇଟମ୍ ସମସ୍ତଙ୍କୁ ମଧ୍ୟ ପସନ୍ଦ ଆସିଥାଏ। ତେବେ ବିନା ପିଆଜ ରସୁଣରେ ପୋଟଳ ତରକାରି ଭଲ ଲାଗିବ ନାହିଁ ବୋଲି ଭାବି ସବୁବେଳେ ବିଭିନ୍ନ ପ୍ରକାର ମସଲା ପକାଇ ତିଆରି କରିଥାଉ। ଆଜି କିନ୍ତୁ ଆମେ ଆପଣଙ୍କୁ ବିନା ପିଆଜ ରସୁଣରେ ସାହି ପୋଟଳ ପ୍ରସ୍ତୁତ କରିବା ଶିଖାଇବୁ। ଯାହାକୁ ଥରେ ଖାଇଲେ ଆପଣଙ୍କୁ ସବୁବେଳେ ଖାଇବାକୁ ଇଚ୍ଛା ହେବ। ଏହି ସାହି […]

naveen patnaik
ରାଜ୍ୟସଭା ପାଇଁ କାହା ଉପରେ ଭରସା କରିବେ ନବୀନ ?

ଭୁବନେଶ୍ୱର: ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା? କାହା ଉପରେ ଭରସା କରିବେ ବିଜେଡି ସୁପ୍ରିମୋ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ନା ରାଜ୍ୟସଭାର ୩ଟି ସିଟ୍ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା ପରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ବିଜେଡି ସୁପ୍ରିମୋଙ୍କ ଶୁଭ ଦୃଷ୍ଟିରେ କିଏ ଅଛନ୍ତି, ତାକୁ ନେଇ ସସ୍‌ପେନ୍‌ସ୍‌ ଲାଗି ରହିଛି। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଜୁନ୍ ୨୫। ଏହା ପୂର୍ବରୁ ବିଜେଡି ତା’ର କାର୍ଡ ଖୋଲିବ କି? ସାଧାରଣ ନିର୍ବାଚନ […]

team india
ଟିମ୍‌ ଇଣ୍ଡିଆକୁ ପୁଣି ବଡ଼ ଝଟ୍‌କା

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ପୁଣି ପାକିସ୍ତାନକୁ ପରାସ୍ତ କରିଛି ଭାରତ। ଗତକାଲି ଦଳ ସପ୍ତମ ଥର ପାଇଁ ପାକିସ୍ତାନକୁ ହରାଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ୮୯ ରନ୍‌ରେ ବିଜୟୀ ହୋଇଥିଲା। କିନ୍ତୁ ଏହି ଖୁସି ଖବର ସହିତ ଏକ ଖରାପ ଖବର ବି ଆସିଛି। ଟିମ୍ ଇଣ୍ଡିଆର ମୁଖ୍ୟ ପେସ୍ ବୋଲର ଭୁବନେଶ୍ୱର କୁମାର ପରବର୍ତ୍ତୀ ଦୁଇ ତିନୋଟି ମ୍ୟାଚ୍ ଖେଳି ନପାରନ୍ତି। ଗତକାଲି ମ୍ୟାଚ୍ ବେଳେ ସେ ଆହତ ହୋଇଛନ୍ତି। ତାଙ୍କର ଗୋଟିଏ ଜଙ୍ଘର […]

murder
ଥାନାରେ ଅଭିଯୋଗ କରିବାରୁ ପତ୍ନୀ ଓ ଶାଶୂଙ୍କୁ ହାଣି ଦେଲା ଜ୍ୱାଇଁ

ବାରିପଦା (ମାଣିକ ଲାଲ ପାଣି): ଥାନାରେ ଅଭିଯୋଗ କରିବାରୁ ପତ୍ନୀଙ୍କ ସହିତ ଶାଶୂଙ୍କୁ ହାଣି ମାରି ଦେଇଛନ୍ତି ଜଣେ ବ୍ୟକ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ କଣ୍ଟାପାଳ ଗାଁରୁ ଏଭଳି ଅଭିଯୋଗ  ଆସିଛି। ମୃତକ ଦ୍ୱୟ ହେଲେ ମମତା ମହାନ୍ତ ଏବଂ ତାଙ୍କ ଝିଅ ସୁମତି ମହାନ୍ତ। ମମତାଙ୍କ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ପୁଲିସ୍ ଅଟକ ରଖିଛି। ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସବୁବେଳେ ମଦ ପିଇ ପତ୍ନୀ ସୁମତିଙ୍କୁ ମାରପିଟ କରୁଥିଲେ। ଏନେଇ ଗତକାଲି ସନ୍ଧ୍ୟାରେ […]

strike
ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା

ନୂଆଦିଲ୍ଲୀ/ଭୁବନେଶ୍ୱର: ଇଣ୍ଡିଆନ୍ ମେଡିକାଲ୍‌ ଆସୋସିଏସନ (ଆଇଏମ୍ଏ) ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ବନ୍ଦ ପାଳନ ବେଳେ ଜରୁରୀକାଳୀନ ଚିକିତ୍ସା ସେବାକୁ ଛାଡ଼ି ଅନ୍ୟ ସବୁ ବିଭାଗ ବନ୍ଦ ରହିବ। ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟକୁ IMA ଓଡ଼ିଶା ଶାଖା ପକ୍ଷରୁ ମଧ୍ୟ ସମର୍ଥନ ମିଳିଛି।  JDA, OMSA ଏବଂ […]

bolangir encounter
ବଲାଙ୍ଗିରରେ ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କଲା ପୁଲିସ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ମହିମୁଣ୍ଡାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଆହତ ହୋଇଛି। ସୀତାରାମର ବାମ ଗୋଡ଼ ଆଣ୍ଠୁ ନିକଟରେ ଗୁଳି ବାଜିଛି। ତାକୁ ପ୍ରଥମେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ବହୁ ଡକାୟତି ଓ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସୀତାରାମ ଗତକାଲି ମହିମୁଣ୍ଡାରେ ଥିବା ସୂଚନା ପାଇ ପୁଇଁନ୍ତଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ସେଠାରେ ଚଢ଼ାଉ […]

cloudy
ଧୂଳିଝଡ଼, ବଜ୍ରପାତ ସହ ବର୍ଷା ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବଜ୍ରପାତ ସହ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ଯାଏ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି  କେନ୍ଦୁଝର, ମୟୂରଭଂଜ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି।