ମସ୍କୋ: କରୋନା ଭାଇରସ୍ର ଟିକା ବା ଭ୍ୟାକ୍ସିନ୍ ବାହାର କରିବା ପାଇଁ ସାରା ବିଶ୍ୱ ଲାଗିପଡ଼ିଛି। କିଏ ଆଗ ଟିକା ବାହାର କରିବ ସେନେଇ ଏକ ପ୍ରକାରର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଆମେରିକା ଠାରୁ ଆରମ୍ଭ କରି ବହୁ ଛୋଟ ବଡ଼ ରାଷ୍ଟ୍ର ଟିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ଇଂଲଣ୍ଡର ଆଷ୍ଟ୍ରା ଜେନେକା ଅକ୍ସଫୋର୍ଡ ୟୁନିଭର୍ସିଟି ହେଉ କିମ୍ବା ଇଣ୍ଡିଆର ଭାରତ ବାୟୋଟେକ୍ ସମସ୍ତେ ଭାକ୍ସିନ୍ ପ୍ରସ୍ତୁତରେ ତତ୍ପର। ଏହି ରେସ୍ରେ କିନ୍ତୁ ଋଷିଆ ଆଗ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ ୩, ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of 10 Covid positive patients while under treatment in hospitals. 1. A 73-year […]
ନୂଆଦିଲ୍ଲୀ: ଏବେ କଥା ଆଉ ୩୦ ହଜାର ୪୦ ହଜାରରେ ନାହିଁ, ପ୍ରାୟ ସବୁଦିନ ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବି ଦେଶରେ ଦିନକରେ ୫୪, ୭୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୮୫୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭ ହଜାର ୩୬୪କୁ ବୃଦ୍ଧି ହୋଇଛି। ଆଜି ଚିହ୍ନଟ ହୋଇଥିବା ନୂଆ ୫୪, ୭୩୬ଜଣ କରୋନା ଆକ୍ରାନ୍ତଙ୍କୁ […]
ନୂଆଦିଲ୍ଲୀ: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଫ୍ୟାଶନ୍ ଡିଜାଇନର୍। ଶୁକ୍ରବାର ରାତିରେ ଦକ୍ଷିଣ ଦିଲ୍ଲୀ ଲାଜ୍ପତ୍ ନଗରର ଅମର କଲୋନୀ ଅଞ୍ଚଳରେ ଏହି ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରରେ ଏକ BMW କାର୍ ଚଢ଼ି ଯିବା ଫଳରେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା କାର୍ରେ ଜଣେ ୨୯ ବର୍ଷୀୟ ଫ୍ୟାଶନ୍ ଡିଜାଇନର୍ ଥିଲେ। ଦୁର୍ଘଟଣା ପରେ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଲିପୁଲେଖ ପାସ୍ ପାଖରେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ତାର ସୈନ୍ୟ ମୁତୟନକୁ ଆହୁରି ବୃଦ୍ଧି କରିଛି। ଏଲ୍ଏସି ପାଖରେ ଅଧିକ ଗୋଟିଏ ବାଟାଲିଅନ ପିଏଲ୍ଏ ଯବାନ ମୁତୟନ ହୋଇଛନ୍ତି। ଲଦାଖ ବାହାରେ ଏଲ୍ଏସି ପାଖରେ ଗତ ସପ୍ତାହ ମଧ୍ୟରେ ଚୀନ୍ ସୈନ୍ୟ ସଂଖ୍ୟା ବଢ଼ାଇ ଚାଲିଥିବା ସୂତ୍ରରୁ ଜଣାପଡ଼ିଛି। ମେ ମାସରେ ଲଦାଖରେ ଚୀନ୍ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରେ ଜୁନ୍ ୧୫ରେ ଉଗ୍ରରୂପ ଧାରଣ କରିଥିଲା। […]
ରାଜ୍ୟରେ ବ୍ଲାକ୍ଫଙ୍ଗସରେ ପ୍ରାଣ ହରାଇଛନ୍ତି ୧୮ ଜଣ। ଏଯାଏଁ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ତେବେ ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ୍ଫଙ୍ଗସ୍ କେସ୍ ସାମ୍ନାକୁ ଆସୁଛି
ଭୁବନେଶ୍ୱର: କରୋନା ଆକ୍ରାନ୍ତ ହୋଇ ଟାଙ୍ଗୀ ଡ୍ରିମସ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା କଟକର ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ସୋସିଆଲ ମିଡିଆରେ ନିଜର ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି। କଟକ ସହର ଉପକଣ୍ଠରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ଗାଁ ଲୋକ ହଇରାଣ କରୁଥିବା ଏବଂ ତାଙ୍କ ପରିବାର ଲୋକଙ୍କୁ ଏକ ପ୍ରକାର ବାସନ୍ଦ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବା ପାଇଁ ସେ ନିବେଦନ କରିଛନ୍ତି। ଭିଡିଓ […]
ଲକ୍ଷ୍ନୌ: କରୋନାରେ ଉତ୍ତର ପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଳା ରାଣୀ ବରୁଣଙ୍କ ପରଲୋକ ହୋଇଛି। କମଳା ଜୁଲାଇ ୧୮ରୁ ସଂକ୍ରମିତ ହୋଇ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। କମଳାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏହି ଘଟଣାରେ ପରେ ଆଜି ସେ ତାଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି। ଅଗଷ୍ଟ […]
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ଲାଗି ଆମକୁ ପରସ୍ପରଠାରୁ ଶିଖିବାକୁ ପଡିବ । ପରସ୍ପରକୁ ସହାୟତା କରିବାକୁ ପଡିବ । କରୋନା ମୁକାବିଲା ନେଇ କୋଓ୍ୱିନ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ…
ମୁମ୍ବାଇ(ସୁରେଶ ଦାଶ): ୨୦୧୯ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ହେଲେ ଗତ କିଛି ମାସ ମଧ୍ୟରେ ୧୫ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିଲା। ଏହି ଟଙ୍କାକୁ ରିୟା ଉଠାଇଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏସବୁ ଭିତରେ ସୁଶାନ୍ତଙ୍କ ବ୍ୟାଙ୍କ୍ ବିବରଣୀ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ରିୟା ସୁଶାନ୍ତଙ୍କ ଟଙ୍କାକୁ କେବଳ ନିଜ ପାଇଁ ନୁହେଁ ବରଂ ତାଙ୍କ ଭାଇଙ୍କ ପାଇଁ ମଧ୍ୟ ଖର୍ଚ୍ଚ କରିଥିଲେ। ଫ୍ଲାଇଟ୍ […]
ନୂଆଦିଲ୍ଲୀ: ଆସନ୍ତାକାଲି ଲଞ୍ଚ୍ ହେବାକୁ ଯାଉଛି ଗୁଗଲ୍ର ଦମ୍ଦାର ସ୍ମାର୍ଟଫୋନ୍ Pixel 4a ମୋବାଇଲ୍। ଏ ନେଇ କମ୍ପାନୀ ପୂର୍ବରୁ ଟିଜର୍ ଜାରି କରି ସୂଚନା ଦେଇ ସାରିଛି। ଏହି ସ୍ମାର୍ଟଫୋନ୍ର ଅନ୍ୟ ଏକ ଭ୍ୟାରିଏଣ୍ଟ ଗତବର୍ଷ ସୁଲଭ ମୂଲ୍ୟରେ ଲଞ୍ଚ ହୋଇସାରିଥିବା ବେଳେ ଏବେ ଏହାର ଆଉ ଏକ ଭ୍ୟାରିଏଣ୍ଟ ଲଞ୍ଚ ହେବାକୁ ଯାଉଛି। Pixel 4a ସ୍ମାର୍ଟଫୋନ୍ ଲଞ୍ଚ ହେବା ପୂର୍ବରୁ ଟେକ୍ ଏକ୍ସପର୍ଟମାନେ ବିଭିନ୍ନ ଲିକ୍ ଦେଇ ସାରିଛନ୍ତି। ଫୋନ୍ରେ କ’ଣ ସବୁ […]
ନୂଆଦିଲ୍ଲୀ: ଗୋଗ୍ରା ଓ ପାଙ୍ଗୋଙ୍ଗ ଟିଏସ୍ଓ ଅଞ୍ଚଳରେ ସେନା ପ୍ରତ୍ୟାହାର ପାଇଁ ଆଜି ଭାରତ ଓ ଚାଇନା ମଧ୍ୟରେ ପଞ୍ଚମ ଥର ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ହେବ। ଏହି ଦୁଇ ଅଞ୍ଚଳରେ ଏପର୍ଯ୍ୟନ୍ତ ଦୁଇ ଦେଶ ସେନା ପ୍ରତ୍ୟାହାର କରିନାହାଁନ୍ତି। ଏଥିପାଇଁ ଚାଇନା ତରଫରୁ ମୋଲଡୋରେ ଏହି ବୈଠକର ଆୟୋଜନ ହୋଇଛି। ପାଙ୍ଗୋଙ୍ଗ୍ ହ୍ରଦରେ ସୈନ୍ୟ ପ୍ରତ୍ୟାହାର ଘଟଣା ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ରହିବ ବୋଲି ସୂଚନା ରହିଛି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ଅଞ୍ଚଳରେ […]
ଉମରକୋଟ: ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଥିବା ଜାଣି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଉଦୟପୁର ଡିଏନ୍କେ ଗାଁର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଛାତ୍ରୀ ଜଣକ ଉଦୟପୁର ଡିଏନ୍କେ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲେ ଓ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ରେଜଲ୍ଟ ବାହାରିବା ଦିନ ସେ ଫେଲ୍ ହୋଇଥିବା ଖବର ପାଇ ମାନସିକ ଭାରସାମ୍ୟ ହରାଇଥିଲେ। ରବିବାର ମଧ୍ୟାହ୍ନରେ ଘରେ ବେକରେ ଗାମୁଛା ଲଗାଇ […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ। ବିଜେଡି ନେତାଙ୍କୁ ସୁପର ସ୍ପ୍ରେଡର କହି କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଅଭିଯୋଗ କରିଛନ୍ତି ଯେ, ବିଜେଡି ନେତା ନିୟମ ଭାଙ୍ଗୁଛନ୍ତି। ଆଉ ଏଥିରେ ତଳିଆ ଅଫିସରମାନେ ସହଯୋଗ କରୁଛନ୍ତି। ତଳିଆ କର୍ମଚାରୀ ଜୀବନ ବଞ୍ଚାଇବା ଜାଗାରେ ଚାକିରି ବଞ୍ଚାଉଛନ୍ତି ବୋଲି ଦେବାଶିଷ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାଙ୍କୀ […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ୩ ଦିନ ତଳେ ସାନ୍ତାକ୍ରୁଜ୍ ସ୍ଥିତ ଘରୁ ପରିବାର ସହ ଅନ୍ୟ ଏକ ସ୍ଥାନକୁ ସିଫ୍ଟ କରିଥିବା ଜଣାପଡ଼ିଛି। ରିୟା ଏବେ ତାଙ୍କ ପରିବାର ସହ ମୁମ୍ବାଇ ସ୍ଥିତ ଜଣେ ସେଲେବ୍ରିଟିଙ୍କ ଘରେ ଥିବା କୁହାଯାଉଛି। ସୁଶାନ୍ତ ସିଂ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ଆସିଥିବା ବିହାର ପୋଲିସ୍ର ଏକ ସ୍ପେଶାଲ୍ ଟିମ୍ ରିୟାଙ୍କ ବର୍ତ୍ତମାନ ଠିକଣା ସମ୍ପର୍କରେ ଟ୍ରାକ୍ କରି ଏହା […]
ଭୁବନେଶ୍ୱର: ଆସନ୍ତା ୪ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗିରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ୱର: ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ ଓ ଶିକ୍ଷକ, ଶିକ୍ଷା କଲେଜର ଶିକ୍ଷକଙ୍କୁ ମିଳିବ ଅନଲାଇନ ଶିକ୍ଷା ତାଲିମ୍ ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖରୁ ୫ ଦିନ ଧରି […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ସେପ୍ଟେମ୍ବର ୨୦୧୯ ଯାଏ ସୁଶାନ୍ତ କୌଣସି ବି ରୋଗ ପାଇଁ ଔଷଧ ନେଉନଥିଲେ। ବିହାର ପୋଲିସ୍କୁ ଏପରି କିଛି ବୟାନ ରଖିଛନ୍ତି ସୁଶାନ୍ତଙ୍କ ପୂର୍ବତନ ରୋଷେୟା ଅଶୋକ କୁମାର ଖାସୁ। ସୁଶାନ୍ତ ଅନ୍ୟଙ୍କ ପାଇଁ ଉଦାହରଣ ଥିଲେ। ଅବସାଦରେ ରହୁଥିବା ଲୋକଙ୍କ ସାହସ ବଢ଼ାଉଥିଲେ। ଏପରି ବ୍ୟକ୍ତି ଆତ୍ମହତ୍ୟା କରିବ ଏହା ବିଶ୍ୱାସ ବି କରିହେଉନି ବୋଲି କହିଛନ୍ତି ଅଶୋକ। ସେ ଆହୁରି ମଧ୍ୟ କହିଛନ୍ତି ଯେ […]