ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ଜରିପାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଏଥିରେ ୪ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଦମ୍ପତି ହେଲେ ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଓ ଲୀଳାବତୀ ପଟ୍ଟନାୟକ। ଆହତଙ୍କ ମଧ୍ୟରେ ଜଣେ ଦଶ ବର୍ଷର ପୁଅ, ୪ ବର୍ଷର ଝିଅ ଓ […]
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବାର ସମ୍ଭାବନା ରହିଥିବାରୁ ଭାରତର ବେସାମରିକ ବିମାନ ନିୟାମକ ଡିଜିସିଏ ପକ୍ଷରୁ ଭାରତୀୟ ବିମାନ ଉଡ଼ାଣ ନେଇ କଟକଣା ଜାରି କରାଯାଇଛି। ଶୁକ୍ରବାର ଆମେରିକାର ଉଡ଼ାଣ ନିୟନ୍ତ୍ରକ ଫେଡେରାଲ ଆଭିଏସନ୍ ଆଡମିନ୍ଷ୍ଟ୍ରେସନ୍ ମଧ୍ୟ ଏଭଳି ଏକ ନୋଟିସ୍ ଜାରି କରିଥିଲା। ଡିଜିସିଏ ଗତକାଲି ଟ୍ୱିଟରରେ କହିଛି, ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀଙ୍କୁ ଇରାନର ଆକାଶ ଦେଇ ଉଡ଼ାଣ ନ କରିବାକୁ କୁହାଯାଇଛି। […]
ଭୁବନେଶ୍ୱର: ନୂଆଦିଲ୍ଲୀରେ ଓଡ଼ିଆ ବୋହୂଙ୍କ ସଫଳତା। ଭୁବନେଶ୍ୱରର ପ୍ରତିମା ପଣ୍ଡା ମିସେସ୍ କ୍ୱିନ୍ ୟୁନିଭର୍ସ ଟାଇଟଲ ମୁକୁଟ ପିନ୍ଧିଛନ୍ତି। ଦିଲ୍ଲୀରେ ଆୟୋଜିତ ଏହି ପ୍ରତିଯୋଗିତାରେ ଚାଇନା ସମେତ ଭାରତର ବିଭିନ୍ନ ରାଜ୍ୟର ୪୬ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ। ହେଲେ ପ୍ରତିମା ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲ୍ ହାତେଇ ନେଇଥିଲେ। ମିସେସ ଇଣ୍ଡିଆ ହୋମ୍ ମେକର ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଓଡ଼ିଆ ଫିଲ୍ମରେ ଅଭିନୟ ସାଙ୍ଗକୁ ଏକ ମଡେଲ ସ୍କୁଲ ଖୋଲିବାକୁ ଇଚ୍ଛା […]
ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ଗତକାଲି ଭାରତୀୟ ପେସ୍ ବୋଲର ମହମ୍ମଦ ଶାମି ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। ଆଉ ପ୍ରଥମ ମ୍ୟାଚ୍ରେ ହିଁ ସେ ଏକ ରେକର୍ଡ ହାସଲ କରିଛନ୍ତି। ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯିଏ ବିଶ୍ୱକପ୍ରେ ହ୍ୟାଟ୍-ଟ୍ରିକ୍ ଅର୍ଜନ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ଚେତନ ଶର୍ମା ବିଶ୍ୱକପ୍ରେ ହ୍ୟାଟ୍-ଟ୍ରିକ୍ ଅର୍ଜନ କରିଥିଲେ। ୧୯୮୭ ବିଶ୍ୱକପ୍ର ଶେଷ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ଏହି ରେକର୍ଡ କରିଥିଲେ। ବିଶ୍ୱକପ୍ ଇତିହାସରେ ମଧ୍ୟ ଏହା […]
ଭୁବନେଶ୍ୱର: ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା ପାଇଁ କମିଶନରେଟ ପୁଲିସ୍ ତତ୍ପରତା ଦେଖାଇଛି। ଭୁବନେଶ୍ୱର ଓ କଟକ ଦେଇ ଯାଇଥିବା ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଥିବା ସ୍ଥାନକୁ ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। ଜାତୀୟ ରାଜପଥ ଅଥରିଟିକୁ ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ ହୋଇଥିବା ଅଞ୍ଚଳ ବିଷୟରେ ତଥ୍ୟ ପ୍ରଦାନ କରାଯାଇଛି। ବିଧିବଦ୍ଧ ଭାବରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିବା ପୂର୍ବରୁ କମିଶନରେଟ ପୁଲିସ୍ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯାଇପାରିବ […]
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଚାଲିଛି। ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଛି। ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ମଧ୍ୟାହ୍ନ ଧୂପ ପରେ ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଇବେ। ଆଜି ଷଷ୍ଠୀଠୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ। ଫଳରେ କିଛି ମାତ୍ରାରେ […]
ଭୁବନେଶ୍ୱର: ଉତ୍ତମ ଶାସନ ଓ ଶାସନରେ ସନ୍ତୁଷ୍ଟିକୁ ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ଆଧାର କରିବାକୁ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଦେଶର ଅନ୍ୟ ଉନ୍ନତ ରାଜ୍ୟଠାରୁ ଓଡ଼ିଶାକୁ ଆହୁରି ଆଗକୁ ନେବା ଏବଂ ସରକାରୀ ସେବା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେହିଭଳି ଫାଇଭ୍ ଟି (ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ) ଫର୍ମୁଲାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନେଇ ତାଗିଦ ମଧ୍ୟ […]
ପଟିଆଲା: ଆତ୍ମଘୋଷିତ ବାବା ଗୁରମିତ୍ ରାମ ରହିମଙ୍କ ଅନୁଗାମୀ ତଥା ବରଗରି ଧର୍ମଦ୍ରୋହ ମାମଲାର ମୁଖ୍ୟ ଅଭିଯୁକ୍ତ ମହିନ୍ଦର ପାଲ ସିଂହ ବିଟ୍ଟୁଙ୍କୁ ପଟିଆଲା ଜେଲ୍ ଭିତରେ ହତ୍ୟା କରାଯାଇଛି। ଜେଲ୍ର ୨ ଜଣ ଅନ୍ତେବାସୀ ତାଙ୍କୁ ଜେଲ୍ ଭିତରେ ଶନିବାର ଅପରାହ୍ଣ ୫ଟାରେ ହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରିଦ୍କୋଟ୍ ବାସିନ୍ଦା ମହିନ୍ଦରଙ୍କୁ ଜେଲ୍ ଭିତରେ ଗୁରୁସେବକ ସିଂହ ଏବଂ ମନିନ୍ଦର […]
ଭୁବନେଶ୍ୱର: ସ୍କୁଲ୍ ଯିବାକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ। ଏଭଳି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ୧୦ରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ପ୍ରାଥମିକ ସ୍କୁଲ୍ ଗୁଡ଼ିକୁ ବନ୍ଦ କରି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ସବୁ ସ୍କୁଲ୍ରେ ଥିବା ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍କୁଲ୍ରେ ପଢ଼ିବେ । ଏହି ପିଲାମାନଙ୍କ ଯାତାୟାତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି,“୧୦ରୁ କମ୍ […]
ଚଣ୍ଡିଗଡ଼: ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍ ରାମ ରହିମ ସିଂହ ଏବେ ଚାଷ କରିବାକୁ ଚାହୁଁଛନ୍ତି। ସିରସାରେ ଥିବା ତାଙ୍କ ଜମିରେ ସେ ଚାଷ କରିବାକୁ ଚାହୁଁଥିବାରୁ ପ୍ୟାରୋଲ ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ସେ ରୋହତକ ଜେଲ୍ରେ ଅଛନ୍ତି। ଗୁରମିତ୍ଙ୍କର ଏଭଳି ଆବେଦନ ପରେ ଜେଲ୍ ଅଧୀକ୍ଷକ ହିସରା ଡିଭିଜନାଲ କମିଶନର ଓ ସିରସା ଜିଲ୍ଲା ମାଜିଷ୍ଟ୍ରେଟ୍କୁ ଏ ସମ୍ପର୍କରେ ଜଣାଇଛନ୍ତି। ଜେଲ […]
ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ଆଜିକାଲି ମୁମ୍ବାଇ ଛାଡ଼ି ବୋଧେ ଲକ୍ଷ୍ନୌରେ ରହିବା ଆରମ୍ଭ କଲେଣି। ନିକଟରେ ତାଙ୍କୁ ନୀଳ ପାଇଜାମା, ଧଳା ଟ୍ରାଉଜର, ଗାମୁଛା, ମୁଣ୍ଡରେ ଧଳା ଟୋପି ଏବଂ ଧଳା ଦାଢ଼ି ରଖି ଲକ୍ଷ୍ନୌରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଆଉ ଏହାର ଫଟୋକୁ ସେ ନିଜେ ସୋଶାଲ୍ ମିଡ଼ିଆରେ ଶେଆର କରିଛନ୍ତି। ଯାହାକୁ ଦେଖିବା ପରେ ସମସ୍ତେ ଦ୍ୱନ୍ଦରେ ପଡ଼ି ଯାଇଛନ୍ତି। ଏଥିରେ କନ୍ଫ୍ୟୁଜ୍ ହେବାର କିଛି ନାହିଁ। ଏବେ ବଲିଉଡ୍ ଫିଲ୍ମ […]
ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହି ସମୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଜେପିରେ ଯୋଗ ଦେବାପରେ ଅଶ୍ୱିନୀ ବୈଷ୍ଣବ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,‘ ଓଡ଼ିଶାବାସୀଙ୍କ ସେବା ପାଇଁ ବିଜେପି ସୁଯୋଗ ଦେଇଛି। ଦଳ ଏହି […]