/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741615500.jpg)
Ashes Of Biju Babu
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅସ୍ଥି ବିସର୍ଜନର ବିସ୍ମୟକର କାହାଣୀ କହିଛନ୍ତି ଏକଦା ତାଙ୍କର ଘନିଷ୍ଠ ସହଯୋଗୀ ଥିବା ବିଜୟ ମହାପାତ୍ର । ସେ କହିଛନ୍ତି, ଥିବ ଥିବ ଘରର କବାଟ ରାତିରେ ଧଡଧଡ ହେବ । କଥା କହିଲା ଭଳି ଲାଗିବ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଗୋଟିଏ ଅସ୍ଥି କଳସ ଥିଲା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ବାସଭବନରେ । ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ପ୍ରାୟ ୩/ ୪ ବର୍ଷ ଥିଲା ବିଜୁ ବାବୁଙ୍କ ଅସ୍ଥି । ଏହି ଅସ୍ଥି ପୂଜା କରାଯାଉଥିଲା । ଯେଉଁ ଦିନ ସନ୍ଧ୍ୟା ଦୀପ ଦିଆ ଯାଇନଥାଏ, ସେଦିନ ରାତିରେ ଅସ୍ଥି କବାଟ ଧଡଧଡ କରେ ବୋଲି କହିଛନ୍ତି ବିଜୟ । କଥା କହିଲା ଭଳି ସବୁ ପ୍ରକାଶ କରିବ ବାହାରେ । ଏପରିକି ଦିନେ ଉତ୍ପାତ କଲା । କିଛି ନଥିବ କବାଟ ବାଡେଇ ହେବ । ହଠାତ୍ ଦୁଆର ଭିତରେ ପବନ ବହିବ ।
ବିଜୟଙ୍କ ମାଆ ସନ୍ଧ୍ୟା ଦୀପ ଦିଅନ୍ତି । ଏମିତି ଘଟଣା ସବୁ ଘରେ ବେଳେ ବେଳେ ଘଟିବା ପରେ କିଛି ପଣ୍ଡିତ ଲୋକଙ୍କ ସହ ଆଲୋଚନା କରିଥିଲେ ବିଜୟ । ପରେ ଅସ୍ଥି ନେଇ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିସର୍ଜନ କରିଥିଲେ । କିନ୍ତୁ ଅସ୍ଥି କଳସ ସେଠାରେ ସାଙ୍ଗେ ସାଙ୍ଗେ ବୁଡି ନଥିଲା । ବହୁତ ସମୟ ଲାଗିଥିଲା । ଏକ ପୋଲିସ ବୋଟରେ ଅସ୍ଥି ନେଇ ସେଠାକୁ ସେ ଯାଇଥିଲେ ବୋଲି କହିଛନ୍ତି ବିଜୟ ।
ବିଜୟ ପୁଣି କହିଛନ୍ତି, ୧୯୯୭ ମସିହାରେ ବିଜୁ ବାବୁଙ୍କ ଦେହାନ୍ତ ପରେ ପୁରୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । କିନ୍ତୁ ତାଙ୍କ ମରଶରୀର ଶେଷ ହେବାକୁ ବହୁତ ସମୟ ଲାଗିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)