ଭୁବନେଶ୍ୱର: ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ବିଧାୟକଙ୍କୁ କହିବାକୁ ଦିଆଗଲା ନାହିଁ, କିମ୍ବା ବିଧାୟକଙ୍କୁ କୌଣସି ଦାୟିତ୍ୱ ଦିଆଗଲା ନାହିଁ ବୋଲି ସୁର କହିଛନ୍ତି। କେବଳ ପ୍ରଚାର ଓ ପ୍ରସାର ପାଇଁ ଲୋକ ଦେଖାଣିଆ ଭାବେ ବିଧାୟକଙ୍କୁ ବୈଠକକୁ ଡକାଯାଇଥିଲା ବୋଲି କହି ସୁର ସରକାରଙ୍କୁ ସମାଲଚୋନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଅନଲକ୍-୩ ଘୋଷଣା ଉପରେ ବି ନିଜ ମତ […]
ଭୁବନେଶ୍ୱର: କରୋନାରେ ମୃତ ସାମ୍ବାଦିକଙ୍କୁ ସହାୟତା ପ୍ରଦାନ କଲେ ସରକାର। ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ. ସିଏଚ୍ ରତ୍ନମଙ୍କ ପରିବାର ଲୋକଙ୍କୁ ମିଳିବ ଏହି ସହାୟତା । ଆଜି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କରୋନାରେ ସାମ୍ବାଦିକଙ୍କର ମୃତ୍ୟ ଘଟିଲେ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଜୁଲାଇ ୧୧ ତାରିଖରେ ଗଞ୍ଜାମ […]
ମୁମ୍ବାଇ: ରିଲିଜ୍ ହୋଇଛି ବହୁପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ଥ୍ରୀଲର୍’ର ଟ୍ରେଲର୍। ରାମ ଗୋପାଳ ବର୍ମାଙ୍କ ଏହି କ୍ରାଇମ୍ ସସ୍ପେନ୍ସରେ ଡେବ୍ୟୁ କରିଛନ୍ତି ଦୁଇ ଓଡ଼ିଆ। ଫିଲ୍ମରେ ହ୍ୟାଣ୍ଡସମ୍ ରକ୍ କାଚ୍ଛି ଓ ବୋଲ୍ଡ ଅପସରା ରାଣୀଙ୍କୁ ଦେଖିବାକୁ ମିଳିବ। ଦୁଇ ମିନିଟ୍ ୩୬ ସେକେଣ୍ଡର ଟ୍ରେଲର୍ରେ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି ଉଭୟ। ପ୍ରଥମ ଥର ପାଇଁ କୌଣସି ହିନ୍ଦୀ ଫିଲ୍ମରେ ଏକାଥରେ ଦୁଇ ଓଡ଼ିଆ ନଜର ଆସିବେ। ରିଲିଜ୍ ପୂର୍ବରୁ ଅପସରା ଓ ରକ୍ କାଚ୍ଛି […]
ବାଲେଶ୍ୱର: ନକଲି ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରୁଥିଲା, ହେଲେ ଏମିତି ଅବସ୍ଥା ହେଲା ଯେ ସିଧା ଯାଇ ମାମୁ ଘରେ ପଶିଲା ଲୁଟେରା। ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଡିଙ୍ଗାଶୁଳ ଗାଁରେ। ଯୁବକ ଜଣକ ଗୋବର୍ଦ୍ଧନପୁର ଗାଁର ବିଶ୍ୱଜିତ ନାଥ ବୋଲି ଜଣାପଡ଼ିଛି। ବିଶ୍ୱଜିତ ଡିଙ୍ଗାଶୁଳ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ବନ୍ଧୁକ ଦେଖାଇ ଲୁଟ କରିବା ପାଇଁ ଚେଷ୍ଟା […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟରେ କରାଯାଇଥିବା ଯାଚିକାକୁ ଖାରଜ କରିଦିଆଯାଇଛି। ଅର୍ଥାତ୍ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ନାହିଁ। ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଛନ୍ତି, ଏବେ ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସକୁ କରିବାକୁ ଦିଆଯାଉ। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ମୁମ୍ବାଇ ପୁଲିସ ଠାରୁ ସିବିଆଇକୁ ଟ୍ରାନ୍ସଫର କରିବା ପାଇଁ ଅଲକା ପ୍ରିୟା ସୁପ୍ରିମ୍ କୋର୍ଟରେ ଅପିଲ୍ କରିଥିଲେ। ତେବେ […]
ଦେଶରେ ଆସନ୍ତା ମାସରେ ହିଁ ଦେଖାଦେଇପାରେ କରୋନା ତୃତୀୟ ଲହର। ବର୍ତ୍ତମାନ ସମୟରେ ଦ୍ୱିତୀୟ ଲହରରୁ ମୁକ୍ତି ମିଳିନଥିବା ସମୟରେ ପୁଣି ଏବେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ୁଛି। ତେବେ ଏମିତି ଚାଚଂଲ୍ୟକର ରିପୋର୍ଟ ଦେଇଛି ଏସବିଆଇ।
ଭୁବନେଶ୍ୱର: ଶରୀରରୁ ମୁଣ୍ଡ ଅଲଗା ହୋଇ ଚାଷ ଜମିରେ ପଡ଼ି ରହିଛି ମୃତଦେହ। ଏଭଳି ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ବଡ଼ଗଡ଼ ଏକଲପୁର ଗାଁରେ। ନିକଟସ୍ଥ ଏକ ଚାଷ ଜମିରେ ଶରୀରରୁ ମୁଣ୍ଡ ଅଲଗା ହୋଇ ପଡ଼ିରହିଛି। ମୃତକ ସୋରଡ଼ା ବୋରସିଂ ଗାଁର ନିଳାଞ୍ଚଳ ପ୍ରଧାନ ବୋଲି ଜଣାପଡ଼ିଛି। ମୃତଦେହର କିଛି ବାଟ ଦୂରରେ ତାଙ୍କ ଶରୀର ପଡ଼ିଥିବା ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟାରୁ ସେ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ତେବେ ଆଜି […]
ଆସିକା: ତହସିଲଦାରଙ୍କୁ ଅଟକ। କୋଭିଡ୍ କଟକଣାକୁ ଉଲ୍ଲଂଘନ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯାଇଥିବା ତହସିଲଦାରଙ୍କୁ ଘେରିଲେ ଲୋକେ । ଘଟଣା ଗଞ୍ଜାମ ସାନଖେମୁଣ୍ଡି ଥାନା କଙ୍କୋରଡ଼ା ଗାଁରେ ଘଟିଛି। କରୋନା କଟକଣାକୁ ଉଲ୍ଲଘଂନ କରି ଦୋକାନ ଖୋଲିଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ ହୋଇଥିଲା । ଏନେଇ ଦୋକାନ ସିଲ୍ କରିବାକୁ ତହସିଲଦାର ଓ ତାଙ୍କର କିଛି କର୍ମଚାରୀ ଯାଇଥିଲେ। ହେଲେ ତହସିଲଦାର ଦୋକାନ ସିଲ୍ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଯାଏ ଯୁକ୍ତିତର୍କ […]
ନୂଆଦିଲ୍ଲୀ: ଦେଶରେ ସୁଧୁରିଛି କରୋନା ପରିସ୍ଥିତି। ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର ୬୪.୪%କୁ ବୃଦ୍ଧି ପାଇଛି ବୋଲି ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଓଏସ୍ଡି ରାଜେଶ ଭୂଷଣ। ଅପ୍ରେଲ ମାସରେ ଆରୋଗ୍ୟ ହାର ୭ ଦଶମିକ ୮୫ ପ୍ରତିଶତ ଥିବା ବେଳେ ଏବେ ଏହା ୬୪ ପ୍ରତିଶତରୁ ଅଧିକ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ୧୬ଟି ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି। ଏହି ରାଜ୍ୟଗୁଡ଼ିକ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନତାଶା ସାଣ୍ଟୋଭିକ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ହାର୍ଦ୍ଦିକ ନିଜ ନବଜାତ ପୁଅର ହାତକୁ ନିଜ ହାତରେ ଧରିଥିବାର ଫଟୋ ଇନଷ୍ଟାଗ୍ରାମରେ ଶେଆର୍ କରିଛନ୍ତି। ଏହି ଫଟୋ ସହ ହାର୍ଦ୍ଦିକ ଲେଖିଛନ୍ତି, ‘ଆମକୁ ଏକ ପୁତ୍ର ସନ୍ତାନର ସୌଭାଗ୍ୟ ମିଳିଛି।’ ପୁତ୍ର ସନ୍ତାନ ଜନ୍ମ ହେବା ପାଇଁ ହାର୍ଦ୍ଦିକଙ୍କ ନିକଟକୁ […]
ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ କର୍ମଚାରୀ କରୋନା ଲକ୍ଷଣ ଅନୁଭବ କରୁଛନ୍ତି, ସେମାନେ ନିଜର ସ୍ୱାବ ଟେଷ୍ଟ ପାଇଁ ଦେଇ ପାରିବେ। କ୍ୟାପିଟାଲ ହସ୍ପିଟାଲ ଯାଇ ବିନା ଦେୟରେ ସ୍ୱାବ ପରୀକ୍ଷା କରିପାରିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚିବାଳୟ କର୍ମଚାରୀ ସଂଘକୁ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଛି। ସେଥିମଧ୍ୟରୁ ୧୮,୯୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦,୦୪୧ ଜଣ […]
କଟକ: କଟକ ସହରରୁ ଆଜି ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୧ ପଜିଟିଭ୍ଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଲୋକାଲ କଣ୍ଟା କେସ୍ ରହିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜିର ପଜିଟିଭ୍ଙ୍କ ମଧ୍ୟରୁ ସେକ୍ ବଜାରରୁ ଆଉ ୭ କରୋନା ଚିହ୍ନଟ ହୋଇଛନ୍ତି। ସେହପରି ପୁରୁଣା ରାଉସାପାଟଣାରୁ ୬, ଦେଉଳସାହି ଶିବାଜୀନଗରରୁ ୬, ତେଲେଙ୍ଗାବଜାରରୁ ୩, ଶଙ୍କରପୁରରୁ ୨ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କ୍ୱାରେଣ୍ଟିନ୍ ସେଣ୍ଟର ମଧ୍ୟରୁ ନୟାପଲ୍ଲୀ ନୂଆସାହିରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଲ୍ଲୀର ଅନ୍ୟ ଏକ ଅଞ୍ଚଳରୁ ମଧ୍ୟ ୬ ଜଣ ଆକ୍ରାନ୍ତ, ସହିଦନଗର ଅଞ୍ଚଳରୁ ମଧ୍ୟ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା […]
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ବରିଷ୍ଠ ବିଜେପି ସାଂସଦ ସୁବମଣ୍ୟମ ସ୍ୱାମୀ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ରଖିଛନ୍ତି। ଏହାସହ ସୁଶାନ୍ତଙ୍କୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଥିବା ନେଇ ସେ ଦୃଢ଼ତାର ସହ କହିଛନ୍ତି। ସୁଶାନ୍ତଙ୍କ ହତ୍ୟା କରାଯିବାର ୨୬ଟି ବଡ଼ କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି ସୁବ୍ରମଣ୍ୟମ୍। ସୁବ୍ରମଣ୍ୟମ୍ ସୋସିଆଲ୍ ମିଡିଆରେ ୨୬ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ସୁଶାନ୍ତଙ୍କୁ ହତ୍ୟା […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟରେ କରାଯାଇଥିବା ଯାଚିକାକୁ ଖାରଜ କରିଦିଆଯିବା ପରେ ଏବେ ଏହି ମାମଲା ବମ୍ବେ ହାଇକୋର୍ଟରେ ପହଞ୍ଚିଛି। ସୁପ୍ରିମ୍ କୋର୍ଟ ଆଇନଜୀବୀ ସାର୍ଥକ ନାୟକ ଏବେ ସୁଶାନ୍ତଙ୍କ ମାମଲାକୁ ମାମଲାକୁ ସିବିଆଇଇକୁ ଦେବାକୁ କୋର୍ଟରେ ଆବେଦନ କରିଛନ୍ତି। ନଚେତ୍ ଏସ୍ଆଇଇଟି ଦ୍ୱାରା ମାମଲାର ତଦନ୍ତ ହେଲେ ହିଁ ପୂରା ଘଟଣା ଉପରୁ ସସପେନ୍ସ ହଟିବ ବୋଲି ସାର୍ଥକ ନାୟକ ନିବେଦନ କରିଛନ୍ତି। […]
ଭୁବନେଶ୍ୱର: ଭୀମଟାଙ୍ଗିରେ ମହିଳାଙ୍କୁ ହାଣି ବୀଭତ୍ସ ହତ୍ୟା ଘଟଣା । ହତ୍ୟାକାଣ୍ଡ ଘଟିଥିବା ଘର ଭିତରୁ ମିଳିଲା ହାତଲେଖା ଚିଠି । ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ଜଣକ ଚିଠି ଲେଖିଥିବା ସୂଚନା । ଗୁରୁତର ଯୁବକ ଜଗନ୍ନାଥ ପ୍ରଧାନ ହିଁ…
ପୁନେ: ପୁନେର ଜଣେ ଫଟୋଗ୍ରାଫରଙ୍କ ପ୍ରଥମ ବନ୍ୟଜନ୍ତୁଙ୍କ ଫଟୋ ଉଠାଇବାର ଯାତ୍ରା ଅତ୍ୟନ୍ତ ସ୍ମରଣୀୟ ହୋଇଛି। ତାଙ୍କ ନାଁ ଅଭିଷେକ ପଗନିସ୍। ଅଭିଷେକ କଳା ଚିତାବାଘର ଫଟୋ ଉଠାଇବା ପାଇଁ ମହାରାଷ୍ଟ୍ରର ତାଡ଼ୋବା ରିଜର୍ଭରେ ପ୍ରାୟ ୨ଘଣ୍ଟା ଧରି ଅପେକ୍ଷା କରିଥିଲେ। ଅପେକ୍ଷା କଲା ପରେ ଅଭିଷେକ କଳା ଚିତାବାଘର ଏକ ଚତ୍ମକାର ଫଟୋ କ୍ଲିକ୍ କରିଥିଲେ। ବାଘର ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଫଟୋ ଟି ଭାଇରାଲ ହେବା […]
ଭୁବନେଶ୍ୱର: ଅନ୍-ଲକ୍ ଥ୍ରୀରେ ଜିମ୍ ଖୋଲିବାକୁ ଦାବି କରିଛି ଅଲ୍ ଓଡ଼ିଶା ଜିମ୍ ଆସୋସିଏସନ। କେନ୍ଦ୍ର ସରକାର ଆସନ୍ତା ୫ ତାରିଖରୁ ଜିମ୍ ଖୋଲିବାକୁ ଅନୁମତି ଦେଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଜିମ୍ ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ରାଜ୍ୟ ଜିମ୍ ସଂଘ ଦାବି କରିଛି। ଜିମ୍ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଏହାଦ୍ୱାରା ସଂକ୍ରମଣ ହେବ ନାହିଁ ବୋଲି ଗତ ୧୫ ତାରିଖରେ ଅଲ ଇଣ୍ଡିଆ ଜିମ୍ ଆସୋସିଏସନ୍ ଦାବି କରିଥିଲା। […]