ବଲାଙ୍ଗିର: ବିଜ୍ଞାପନ ଦେଖି, ଋଣ କରିବା ଆଶାରେ ଠକେଇର ଶିକାର ହେଲେ ଯୁବକ। ଏଭଳି ଘଟଣା ଘଟିଛି ବଲାଙ୍ଗିର ମୁରୀବାହାଲ ବ୍ଳକ ଚଲକି ଗାଁରେ। ଗାଁର ନାଦିଆ ବାଗ ନାମକ ବ୍ୟକ୍ତି ଖବର କାଗଜରେ ଟାଟା ମନି ନାମକ ଏକ କମ୍ପାନୀର ବିଜ୍ଞାପନ ଦେଖି ଋଣ ପାଇଁ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ଋଣ ଦେଉନ ଥିଲେ ମାର୍କସିଟ ଓ ଆଧାର କାର୍ଡ ଦେଇ, ୪ ଶତକଡ଼ା ସୁଧ ଏବଂ ୩୫ ଶତକଡ଼ା ଛାଡ଼ରେ ପ୍ରାୟ ୨୫ ଲକ୍ଷ […]
ମାଲକାନଗିରି: ପୁଣି ତେଜିଲା ପୋଲାଭରମ ବିରୋଧୀ ଆନ୍ଦୋଳନ। ଏକାଠି ହେଲେ ଚାରିଟି ରାଜ୍ୟର ଲୋକେ ଓ ଜନପ୍ରତିନିଧି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଚିନ୍ତୁରରେ ଏହି ସଭାର ଆୟୋଜନ ହୋଇଥିଲା। ଗତ କିଛି ବର୍ଷ ଧରି ପୋଲାଭରମକୁ ନେଇ ଆନ୍ଦୋଳନ ଜୋର ଧରିଥିବାବେଳେ ଏବେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ଓଡ଼ିଶାର ପ୍ରଭାବିତ ହେବାକୁ ଥିବା ଅଚଂଳର ଶତାଧିକ ଲୋକଙ୍କ ସହ ଜନପ୍ରତିନିଧି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ। ପୋଲାଭରମ ପ୍ରକଳ୍ପ ହେଲେ ଏହି ୪ ରାଜ୍ୟର ଅନେକ […]
ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର କିଛି ଘଣ୍ଟା ପାଇଁ ବିରତି ଲଗାଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ୧୦ ବେଳେ ଏହି ମାମଲାର ପୁଣିଥରେ ଶୁଣାଣି ହେବ। ତେବେ ଆଜି ଏନେଇ ସୁପ୍ରିମକୋର୍ଟ୍ରେ ପକ୍ଷବିପକ୍ଷ ମଧ୍ୟରେ ଜୋର୍ଦାର୍ ତର୍କ ରଖାଯାଇଥିଲା। କଂଗ୍ରେସ ଶିବସେନା ଏନ୍ସିପି ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ କହୁଥିବା ବେଳେ ବିଜେପି କୋର୍ଟଙ୍କୁ କିଛି ସମୟ ମାଗିଛି। କୋର୍ଟ ମଧ୍ୟ ଫଡ୍ନାଭିସ୍ ସରକାରଙ୍କୁ ମହଲତ ଦେଇଛନ୍ତି। ପାଖାପାଖି ୨ ଘଣ୍ଟା ଧରି ସମସ୍ତ ପକ୍ଷ ଖଣ୍ଡପୀଠଙ୍କ ଆଗରେ ନିଜର […]
ନୂଆଦିଲ୍ଲୀ:ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ବହୁଛି ଉଷ୍ମ ବାତାବରଣ। ତେବେ ସବୁଠାରୁ ବେଶି ଚମକାଇ ଦେଇଥିଲା ଗତ ୨୩ ତାରିଖ ସକାଳ ଘଟଣା। ଅଜିତ୍ ପାୱାରଙ୍କ ସମର୍ଥନ ନେଇ ବିଜେପି ସରକାର ଗଠନ କରିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିର ଦେବନ୍ଦ୍ର ଫଡ୍ନାବିସ୍। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର। ରାତାରାତି ସବୁ କିଛି ବଦଳି ଗଲା। ଅବଶ୍ୟ ଇତିହାସ ଦେଖିଲେ ଜାଣିହୁଏ, ବିଜେପି ଏବଂ ମୋଦି ସରକାର ପାଇଁ ଏସବୁ କିଛି […]
ଭୁବନେଶ୍ୱର: ଆଖିର ଜନ୍ମ କାନ୍ଦିବା ପାଇଁ। ହେଲେ କାନ୍ଦିବେନି ବୋଲି ତାଙ୍କୁ ଭଗବାନ ନା ଦେଲେ ଆଖି….ନା ଦେଲେ ଲୁହ….ତାଙ୍କ ଦରଦୀ କଣ୍ଠରୁ ଅଭିମାନ ଭରା ଏଇ ଗୀତ ପଦଟିଏ ଶୁଣିଲେ ପଥରରୁ ବି ନିଗିଡି ପଡିବ ପାଣି। କିନ୍ତୁ ଭଗବାନ ତରଳିଲେନି….। ଦୁନିଆକୁ ଦେଖିବାର ଭାଗ୍ୟ ତାଙ୍କଠାରୁ ଛଡ଼ାଇ ନେଲେ। ହେଲେ ସେ କିନ୍ତୁ ହାରି ଯାଇ ନାହାନ୍ତି । ଭଗବାନଙ୍କ ଉପରେ ଅଭିମାନ କରିନାହାନ୍ତି। ସେ ଦୁନିଆ ନ ଦେଖିଲେ କ’ଣ ହେଲା ? […]
କୋଲକାତା: ଇଡେନ ଟେଷ୍ଟରେ ଭାରତ ବାଂଲାଦେଶକୁ ୪୬ ରନରେ ପରାସ୍ତ କରି ଇଡେନ ଟେଷ୍ଟକୁ ତିନି ଦିନରେ ଶେଷ କରିଛି। ଏଥିସହ ବିରାଟ ବାହିନୀ ପ୍ରଥମ ଦାବିରାତ୍ର ଟେଷ୍ଟରେ ବିଜୟୀ ହୋଇଛି। ଏହା ପୂର୍ବରୁ ଇନ୍ଦୋର ଟେଷ୍ଟରେ ଭାରତ ବାଂଲାଦେଶକୁ ୧୩୦ ରନରେ ପରାସ୍ତ କରି ବିଜୟୀ ହୋଇଥିଲା। ଶେଷରେ ବାଂଲାଦେଶ ବିପକ୍ଷରେ ଭାରତ ଦୁଇଟି ଯାକ ଟେଷ୍ଟ ମ୍ୟାଚକୁ ନିଜ ସପକ୍ଷରେ ଆଣିଛି। ଗୋଲାପୀ ବଲରେ ଏହି ଦିବାରାତ୍ର ଟେଷ୍ଟ ଖେଳାଯାଇଥିଲା। ଶୁକ୍ରବାର ଇଡେନ ଗାର୍ଡେନରେ […]
ଭୁବନେଶ୍ୱର: ହକ୍ ପାଇଁ ଧାରଣା ଦେଇଥିବା ଆଇସିଟି ସଂଯୋଜକଙ୍କୁ ପୋଲିସର ମାଡ଼। ଛଟେଇ ପ୍ରତିବାଦରେ ଗତକାଲି ପ୍ରାୟ ୪ ହଜାର ଆଇସିଟି କର୍ମଚାରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଏହି ସମୟରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆନ୍ଦୋଳନରତ ସଂଯୋଜକଙ୍କୁ ମାଡ଼ ମାରିଥିଲେ । ସଂଯୋଜକଙ୍କୁ ଆଇଆଇସି ଗୋଇଠା ମାରିବାର ଦୃଶ୍ୟ ଏବେ ସିସିିଟିଭିରେ କଏଦ ହୋଇଛି । ସେତିକି ନୁହେଁ, ଆନ୍ଦୋଳନରତ ୨୨ ଜଣଙ୍କୁ ଖାରବେଳନଗର ଥାନା ପୋଲିସ ଅଟକ […]
ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର ଶେଷଦୃଶ୍ୟ କ’ଣ ହେବ ସେଥିପାଇଁ ସୁପ୍ରିମ୍ କୋର୍ଟଙ୍କ ରାୟ ଉପରେ ଥିଲା ସମସ୍ତଙ୍କର ନଜର। ହେଲେ ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି। ସୋମବାର ପୂର୍ବହ୍ନ ସାଢେ ୧୦ଟାରେ ଶୁଣାଣି ହେବ। ବିରୋଧୀଙ୍କ ଦ୍ୱାରା ଆବେଦନ ହୋଇଥିବା ରିଟ୍ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ଏଥିସହିତ ଗତକାଲି ଶୁଣାଣି ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ବିଜେପିକୁ ସରକାର ଗଢ଼ିବା ପାଇଁ ଦେଇଥିବା ଆମନ୍ତ୍ରଣ ବାବଦରେ […]
ନୂଆଦିଲ୍ଲୀ:ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ। କେଜି ୪୦୦-୫୦୦ ଟଙ୍କା। ସାଧାରଣ ଲୋକ ତ ଟମାଟୋକୁ ଚାହିଁବାକୁ ସାହାସ କରିପାରୁ ନାହାନ୍ତି। ଏହାକୁ ନେଇ ଅନେକ ମଜାଳିଆ ଖବର ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ନିକଟରେ ପାକିସ୍ତାନର ଦରଦାମ ବୃଦ୍ଧି ବିଶେଷ କରି ଟମାଟୋ ଦାମ୍ ବୃଦ୍ଧିକୁ ଦେଖି ମଧ୍ୟପ୍ରଦେଶ ଝାବୁଆର ଜଣେ ଚାଷୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଏକ ଅଫର ଦେଇଛନ୍ତି। ସେ କହିଛନ୍ତି, ‘ପିଏମ ଇମ୍ରାନ ଖାନ, ଆମକୁ ପାକ୍ ଅକୁପାଏଡ୍ କାଶ୍ମୀର ବା […]
ମୁମ୍ବାଇ: ମହାରାଷ୍ଟ୍ରରେ ଏକ ନାଟକୀୟ ଢଙ୍ଗରେ ବିଜେପି ନେତା ଦେବେନ୍ଦ୍ର ଫଡ଼୍ନାବିସ୍ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଏନସିପି ନେତା ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଗଲେ । ଏବେ ବହୁମତ ସାବ୍ୟସ୍ତ କିଏ କରିବ ? କେମିତି କରିବ ? ସମସ୍ତଙ୍କ ନଜର ଏହା ଉପରେ। ଏପଟେ ସରକାର ଗଢିବା ପାଇଁ ସଜବାଜ ହେଉଥିବା ଶିବସେନା-କଂଗ୍ରେସ-ଏନ୍ସିପି ଏଥିରେ ରକ୍ତ ଚାଉଳ ଚୋବାଉଛନ୍ତି। ବିଜେପିକୁ କ୍ଷମତାରେ ବସାଇ ନ ଦେବା ପାଇଁ ଲାଗିପଡ଼ିଛି ଶିବସେନା। ଶୁକ୍ରବାର ସନ୍ଧ୍ୟା […]
ନୂଆଦିଲ୍ଲୀ: ସୁନ୍ଦର ଘରଟିଏ ହୋଇଥିବ, ମନଲାଖି ତାହାକୁ ସଜେଇ ପାରୁଥିବ। ଏମିତି କିଏ ବା ନ ଚାହେଁ ? ଏଥିପାଇଁ ପରିଶ୍ରମ କରିବାକୁ ପଡେ, ଟଙ୍କା ବି ଖର୍ଚ୍ଚ କରିବାକୁ ପଡେ। ସବୁ ସତ୍ତ୍ୱ ଯଦି ମନ ନ ବୁଝେ ? ଲାଗେ କେଉଁଠି କିଛି ତ୍ରୁଟି ରହିଗଲା କି ? ତେଣୁ ଘର ସଜାଇବା ପୂର୍ବରୁ ଚିନ୍ତା କରନ୍ତୁ, ଅନ୍ୟମାନଙ୍କୁ ପଚାରି ଆଇଡିଆ ନିଅନ୍ତୁ କେମିତି ସଜେଇବେ ? ସେ ନେଇ କିଛି ଟପ୍ସ। ଏକଥା […]
ମୁମ୍ବାଇ:ଶନିବାର ସକାଳ ମହାରାଷ୍ଟ୍ର ରାଜନୀତି ପୃଷ୍ଠାରେ ଆଣିଥିଲା ଏକ ବରାଟ ବିସ୍ମୟଚିହ୍ନ। ସକାଳ ଖବରକାଗଜରେ ଲୋକ ଶିବସେନା ନେତା ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପଢୁଥିବାବେଳେ ଟିଭି ପରଦାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଏବଂ ଏନ୍ସିପି ନେତା ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ। ହେଲେ ରାତାରାତି ଖେଳ ଏମିତି କେମିତି ବଦଳିଗଲା ? ଜାଣନ୍ତୁ, କ’ଣ ଥିଲା ଶୁକ୍ରବାର ରାତିରୁ ଶନିବାର ସକାଳର ସେଇ ଘଟଣାକ୍ରମ- […]
ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପୂରଣକୁ ମାସେ ପୂରିବାକୁ ଯାଉଥିଲା। ତା ପୂର୍ବରୁ ରାଜନୀତି ନୂଆ ମୋଡ଼ ନେଲା। ବିଜେପିର ସହଯୋଗୀ ଶିବସେନା ବିରୋଧୀ ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ଯାଉଥିଲା। ହେଲେ ସରକାର ଗଢ଼ିବା ପାଇଁ ଯିବା ପୂର୍ବରୁ ସେହି ଏନସିପି ଦଳର ପ୍ରମୁଖ ନେତା ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ ଦେଇ ଫଡ଼ନାଭିସ ସରକାରରେ ସାମିଲ୍ ହୋଇଛନ୍ତି। ଏହି ସରକାରକୁ ଏନସିପି ସମର୍ଥନ କରୁନାହିଁ ବୋଲି ଦଳର ସୁପ୍ରିମୋ ଶରଦ […]
କୋଲକାତା:ମାଛ ପୁଣି ୧୮ କିଲୋ ଓଜନର ! ବାପ୍ରେ ବାପ୍ ! ହାଓଡା ଜିଲ୍ଲାର ଉଲୁବେରିଆ ଅଞ୍ଚଳର ଲୋକେ ମଙ୍ଗଳବାର ଯେତେବେଳେ ଏହି ମାଛକୁ ଗଙ୍ଗାନଦୀରୁ ଧରିଲେ ବିଶ୍ୱାସ କରିପାରି ନ ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଛଟି ଜୁମ୍ବୋ ଭେଟ୍କି ମାଛ(jumbo Bhetki fish)। ଆଶ୍ଚର୍ଯ୍ୟର କଥା କେବଳ ଏତିକି ନୁହେଁ, ମାଛଟିର ଦାମ୍ କେତେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମଙ୍ଗଳବାର ସକାଳୁ ତରୁଣ ବେରା ନାମକ ଜଣେ ବ୍ୟକ୍ତି ସାଙ୍ଗ ମାନଙ୍କ ସହ […]
ମୁମ୍ୱାଇ: ଆଜି ସକାଳୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଆଜି ଶିବସେନା-କଂଗ୍ରେସ-ଏନସିପି ନେତା ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟି ସରକାର ଗଢ଼ିବାକୁ ଯାଇଥାନ୍ତେ। ଏ ନେଇ ଗତକାଲି ତିନି ଦଳ ଘୋଷଣା କରିଥିଲେ। ହେଲେ ରାତି ପାହିଲା ବେଳକୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ମହାରାଷ୍ଟ୍ରରେ ଏନସିପି ଦଳର ପ୍ରମୁଖ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ ଜଣାଇ ଫଡ଼ନାଭିସ ସରକାରରେ ସାମିଲ୍ ହୋଇଛନ୍ତି। ଏହାପରେ ରାଜ୍ୟରେ ଚାଲିଥିବା […]
ମୁମ୍ୱାଇ: ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଓଲଟପାଲଟ ହୋଇଗଲା ତାହା କେବଳ ମହାରାଷ୍ଟ୍ରବାସୀ ନୁହେଁ, ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛି। ଏଠାରେ ବିଜେପି ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କୁ ନେଇ ଆଜି ସରକାର ଗଢ଼ିଛି। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ହେଲେ ଗୃହରେ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ କେମିତି ବହୁମତ ସାବ୍ୟସ୍ତ କରିବେ ? […]
ରାଉରକେଲା: ଭାରତ ଏବେ ଟେକ୍ନୋଲଜି ଦିଗରେ ଆଗେଇ ଚାଲିଛି । ବିଶ୍ୱର ଆଇଟି ହବ୍ ହେବାକୁ ଯାଉଛି। ପାଠ ପଢାରେ ଆମର ଛାତ୍ରଛାତ୍ରୀ ବହୁତ ଆଗରେ। ଏବେ ପାଠ ପଢ଼ା ବହି ଛାଡି ନିଜେ ଷ୍ଟାଟ୍ ଅଫ୍ ତିଆରି କରନ୍ତୁ। ସେମାନେ ଚାକିରି ପଛରେ ନ ଧାଇଁ ନିଜ ଆଇଡିଆ, ଯୋଶକୁ ନେଇ ଆଗକୁ ବଢନ୍ତୁ। ଆଗାମୀ ଦିନରେ ଦେଶ ଆଇଟି କ୍ଷେତ୍ରରେ ଏକ ପ୍ରଡକ୍ଟିଭିଟି ଦେଶ ଭାବେ ପରିଚିତ ହେବାକୁ ଯାଉଛି। ନିଜର ପ୍ଲାଟଫର୍ମ ନିଜେ […]
ବଜାରରେ ଛାଇ ଯାଇଛି ନକଲି ଜିନିଷ। ନକଲି ଚାଉଳ, ନକଲି ଅଣ୍ଡା, ନକଲି ତେଲ …। ଏବେ ଦିଲ୍ଲୀରେ ନକଲି ଜିରା କାରଖାନା ବାହାରିବା ପରେ ଲୋକ ଚିନ୍ତାରେ ପଡି ଗଲେଣି। ଅଧିକ ଲାଭ ଆଶା, ରାତାରାତି ବଡଲୋକ ହେବା ସ୍ୱପ୍ନ ମଣଷକୁ ଏପରି କରିବାକୁ ବାଧ୍ୟ କରୁଛି। ତେଣୁ ଆମେ ତ ଏହାକୁ ଅଟକାଇ ପାରବା ନାହିଁ, ତେଣୁ ନକଲି ଜିନିଷ ପ୍ରତି ସଚେତନ ହେଲେ ବିପଦକୁ ଏଡ଼ାଇ ପାରିବ। ଫୁଡ୍ ଏବଂ ସପ୍ଲାଇ ବିଭାଗ […]
ଇସଲାମାବାଦ: ଆତଙ୍କୀସ୍ତାନ ପାକିସ୍ତାନ ଏବେ ବନ୍ଧୁ ଚାଇନା ସହାୟତାରେ ଭାରତ ବିରୋଧରେ ଗୋଟି ଚାଳନା ଆରମ୍ଭ କରିଛି। ଜଣେ ଓଡ଼ିଆ ପୁଅଙ୍କ ସମେତ ୪ ଜଣ ଭାରତୀୟଙ୍କୁ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷଣା କରିବା ପାଇଁ ପାକିସ୍ତାନ ଏବେ ମସୁଧା ଆରମ୍ଭ କରିଛି। ନିକଟରେ ଭାରତ ସହଯୋଗୀ ଫ୍ରାନ୍ସ ଓ ଆମେରିକା ସହାୟତାରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ବିଶ୍ୱ ସ୍ତରୀୟ ଆତଙ୍କୀ ଘୋଷଣା କରିବାରେ ସଫଳ ହୋଇଥିଲା। ଏବେ ପାକିସ୍ତାନ […]
ଭଞ୍ଜନଗର: ରାଗରେ ମଣିଷ କ’ଣ କରେ ଜାଣିପାରେନି। ସେ ବି ବୁଝିପାରିଲେନି ଯେ ରାଗରେ ପୋଛି ଦେଉଛନ୍ତି ନିଜ ମଥାର ସିନ୍ଦୂର । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଟାଧାର ଗାଁରେ ଗତକାଲି ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ସ୍ୱାମୀସ୍ତ୍ରୀ ମଧ୍ୟରେ ବିବାଦ ଲାଗିଲା। ଆଉ ଏହି ବିବାଦକୁ ନେଇ ପତ୍ନୀ ଏତେ ଉତ୍ତ୍ୟକ୍ତ ହୋଇଗଲେ ଯେ, ନିଜ ଭାଇ ସହ ମିଶି ସ୍ୱାମୀକୁ ନୃଶଂସ ଭାବେ ହାଣି ହତ୍ୟା କରିଦେଲେ ମୃତକ ହେଲେ […]
ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ନିକଟସ୍ଥ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଛି। ଏହି ଆଇଇଡି ମିଳିବା ପରେ ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି। ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରୟ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏ ସମଗ୍ର ଅଞ୍ଚଳରେ ଯାତାୟାତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସେହିପରି ଆଇଇଡି ଠାବ ପରେ ଏବେ ସମଗ୍ର […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପୁଣି ଚ୍ୟାଲେଞ୍ଜ କରିବାକୁ ଯୋଜନା କରିଥିବା ସୁନ୍ନି ୱାକଫ ବୋର୍ଡ ଏବେ ଭାଗ ଭାଗ ହେବାରେ ଲାଗିଛି। ଅଯୋଧ୍ୟା ମାମଲାରେ ୩ ମୁଖ୍ୟ ମୁସଲିମ ପକ୍ଷ ଏବେ ସ୍ୱତନ୍ତ୍ର ଭାବେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଛନ୍ତି। ଏହାକୁ ମିଶାଇ ୧୦ ମୁସଲିମ ପକ୍ଷଙ୍କ ମଧ୍ୟରୁ ୭ ଜଣ ଅଲଗା ଅଲଗା ଭାବେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି ନିଷ୍ପତ୍ତି […]
ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂଗଠନ ଆଇନା ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି କଲ୍ଲୋଳ ଆଓ୍ୱାଡର୍ସ-୨୦୧୯।ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ଏହି ଆୱାର୍ଡ ୟୁନିସେଫ୍ର ସହଯୋଗରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନେ ତାରକା ନନ୍ଦିତା ଦାସ, ଅରବିନ୍ଦ ନିଲସନ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ମୋ କଲେଜ ଯୋଜନାର ଅଧ୍ୟକ୍ଷ ଆକାଶ ଦାସ ନାୟକ, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବାରିପଦାର ଝିଅ […]
ଅନୁଗୋଳ: ଲାଲଗଡ଼ରେ ପ୍ରେମ, ଆଉ ତା’ ପରେ ଆତ୍ମସମର୍ପଣ । ଶେଷରେ ବାହାଘର। ଏ ହେଉଛି ଦୁଇ ନକ୍ସଲ କମାଣ୍ଡର ମୁଖ୍ୟଙ୍କ ଜୀବନ କାହାଣୀ। ଉଭୟ ମୁଖ ସ୍ରୋତରେ ସାମିଲ ପରେ ସାତ ଜନ୍ମର ସାଥୀ ହୋଇଛନ୍ତି । ଅନୁଗୁଳ ମଝିପଡ଼ାରେ ଥିବା ଶିବ ମନ୍ଦିରରେ ବୈଦିକ ରୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଆତ୍ମ ସମର୍ପଣ କରିଥିବା ଏଇ ଦମ୍ପତ୍ତି ହେଲେ ଛୋଟୁ ଓ ଜଲି। ଝାଡଖଣ୍ଡର ଛୋଟୁ ଗଞ୍ଜୁ। ପିଲାବେଳୁ ମାଓ ସଂଗଠନରେ […]