• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Nagavali River
ରାୟଗଡ଼ାବାସୀଙ୍କ ପାଇଁ ଦୁଃଖ ପାଲଟିଛି ନାଗାବଳୀ ନଦୀ: ଗତିପଥ ବଦଳୁଥିବାରୁ ସଙ୍କଟରେ ଜୀବନ-ଜୀବିକା

ବର୍ଷାଦିନ ଆସିଲେ ନିଦ ହଜିଯାଉଛି । ନଦୀ ଫୁଲିଲେ ବଢୁଛି ଚିନ୍ତା । ଗାଁ ଆଡକୁ ମାଡି ଆସୁଛି ବିପଦ । ରାୟଗଡ଼ା ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ଲୋକଙ୍କ ପାଇଁ ଦୁଃଖ ସାଜିଛି ନାଗାବଳୀ ନଦୀ । ଲଗାଣ ବର୍ଷା ହେଲେ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡା ଖସୁଛି । ପ୍ରତିବର୍ଷ ନଦୀ ଗତିପଥ ପରିବର୍ତ୍ତନ କରି ଗାଁ ଆଡ଼କୁ ମାଡି ମାଡ଼ି ଆସୁଛି । ଫଳରେ ଲୀନ ହେବାକୁ ବସିଲାଣି ଲୋକଙ୍କ ଘରଦ୍ୱାର, ଚାଷଜମି । ସ୍ଥାୟୀ ସମାଧାନ ନେଇ ଗାଁଲୋକେ ପ୍ରଶାସନକୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।

Tiger Skin Smuggling Racket
ବୁଡ଼ି ଯିବ କି ବାଘ ବଂଶ ? କଳାହାଣ୍ଡିରୁ ବଡ଼ ଧରଣର ବାଘ ଛାଲ ରାକେଟର ପର୍ଦ୍ଦାଫାସ୍

ଗତ ଦୁଇ ଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଲଗାତର ଭାବେ ଜବତ ହେବାରେ ଲାଗିଛି ବାଘ ଛାଲ ସହ ନଖ ଏବଂ ଦାନ୍ତ । ଗତକାଲି ପୁଣି ଥରେ ଆଉ ୪ଟି ବାଘଛାଲକୁ ଜବତ କରିଛି ପୋଲିସ ଏବଂ ବନବିଭାଗର ମିଳିତ ଟିମ୍ । ବଫଲା ଗାଁର ରଙ୍ଗାଚରଣ ଭୋଇ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ୪ଟି ବାଘ ଛାଲ ଜବତ ହୋଇଛି । ଏହାକୁ ମିଶାଇ ଗତ ଦୁଇଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ବନଖଣ୍ଡରୁ ଜବତ ହେଲାଣି ୯ଟି ବାଘ ଛାଲ । କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍ଓ ନିତିଶ କୁମାର ଏହି ସୂଚନା ଦେଇଛନ୍ତି । ତାସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।

Rath jatra
ରଥ ପ୍ରସ୍ତୁତ,ପଥ ପ୍ରସ୍ତୁତ

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।

arrest
ଚାକିରି ନାଁରେ ଠକେଇ; ୭ଜଣଙ୍କୁ ବାନ୍ଧିଲା ପୁଲିସ୍‌

କେନ୍ଦୁଝର: ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ କେନ୍ଦୁଝର ପୁଲିସ୍‌ ୭ଜଣଙ୍କୁ ଗିରଫ କରିଛି। ଏମାନେ ଚାକିରି କରାଇ ଦେବା କହି ପ୍ରତି ପିଲାଙ୍କ ଠାରୁ ୧୨ ରୁ ୧୪ ହଜାର ଟଙ୍କା ନେଉଥିଲେ ବୋଲି ପୁଲିସ୍‌ କହିଛି। ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ଗ୍ଲେଜ ଇଣ୍ଡିଆ ନାମକ ମାର୍କେଟିଂ ସଂସ୍ଥା ବିରୋଧରେ ଠକେଇ ଅଭିଯୋଗ ଆସିବା ପରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର  ଜବତ ହୋଇଛି। ଏହି ମାର୍କେଟିଂ ସଂସ୍ଥା ଯୁବକ ଯୁବତୀଙ୍କୁ […]

rice
ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

ଭୁବନେଶ୍ୱର: ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ  ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼େ। ଜାଣନ୍ତୁ […]

puri
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଏହି ନୋଟିସ୍ ଜାରି ହୋଇଛି। ଏହାସହ ସ୍ନାନମଣ୍ଡପକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ନେଇ ଯାଇଥିବା ସେବାୟତଙ୍କୁ ମଧ୍ୟ ନୋଟିସ୍ ପଠା ଯାଇଛି। ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀକୁ ବିଧାୟକ ଯାଇଥିଲେ। ା ସ୍ନାନମଣ୍ଡପକୁ ଯିବା ଘଟଣାକୁ ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି,“ଏହା ଫାଲତୁ କଥା। ମୁଁ […]

indian navy
ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ହଠାତ୍‌ ଗାଏବ ହୋଇଯାଇଥିଲା ପାକିସ୍ତାନୀ ବୁଡ଼ାଜାହାଜ

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିବା ପରେ ସମୁଦ୍ର ପଥରେ ମଧ୍ୟ ଭାରତୀୟ ନୌସେନା ସଜାଗ ରହିଥିଲା। ପାକିସ୍ତାନ ଜଳପଥରେ ଆକ୍ରମଣ କରିପାରେ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳସୀମାରେ ଜଗି ରହିଥିଲେ। ସେପଟେ ଯୁଦ୍ଧ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ବୁଡ଼ାଜାହାଜକୁ ନିୟୋଜିତ କରିଥିଲା। ଭାରତୀୟ ନୌସେନାର ଏଭଳି ପ୍ରସ୍ତୁତି ଦେଖି ପାକିସ୍ତାନ ମଧ୍ୟ ଯୁଦ୍ଧ ଆଶଙ୍କା କରିଥିଲା। ହେଲେ ଏହି […]

match
ଧୂଳିସାତ୍ ହେଲା ଦକ୍ଷିଣ ଆଫ୍ରିକାର ଆଶା

ଲର୍ଡ୍ସ: ଭାରତଠାରୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଚଳିତ ବିଶ୍ୱକପରେ ବିଜୟଧାରାକୁ ଫେରିଛି । ରବିବାର ଐତିହାସିକ ଲର୍ଡ୍ସରେ ଖେଳାଯାଇଥିବା ଏକ ମ୍ୟାଚରେ ପାକିସ୍ତାନ ୪୯ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ବିଜୟ ସହ ପାକିସ୍ତାନ ସେମିଫାଇନାଲ୍ ଆଶା ଉଜ୍ଜୀବିତ କରିଛି । ଅନ୍ୟପକ୍ଷରେ ପରାଜୟ ସହ ଦକ୍ଷିଣ ଆଫ୍ରିକାର ସେମିଫାଇନାଲ୍ ଆଶା ଶେଷ ହୋଇଛି । ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଏକମାତ୍ର ବିଜୟ ଆଫଗାନିସ୍ତାନ ବିପକ୍ଷରେ ହାସଲ କରିଥିବା […]

train
ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନରେ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଜଣେ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ୱର-ଭଦ୍ରକ ମେମୁ ପାସେଞ୍ଜର ଟ୍ରେନ୍‌ ପ୍ଲାଟଫର୍ମ ଛାଡ଼ୁ ଥିବା ବେଳେ ଯାତ୍ରୀ ଜଣଙ୍କ ସେଥିରୁ ଡେଇଁ ପଡ଼ିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ଯାତ୍ରୀ ଜଣକ ପଡ଼ି ଯାଇଥିଲେ। ଏହି ସମୟରେ ଉପସ୍ଥିତ ଆର୍‌ପିଏଫ୍ କନଷ୍ଟେବଳ ସଙ୍ଗେସଙ୍ଗେ ଦୌଡ଼ି ଯାଇ ତାଙ୍କୁ ରକ୍ଷା କରିଥିଲେ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଏହି ଯାତ୍ରୀଙ୍କ […]

admission
ଆଜିଠୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୩ରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଦିନ ୧୧ଟାରୁ ଛାତ୍ରଛାତ୍ରୀ ମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁଲାଇ ୮ ରହିଛି। ସେହିଦିନ ରାତି ୧୧ଟା ଯାଏ ଆବେଦନ କରିହେବ। ଜୁଲାଇ ୧୮ରେ ପ୍ରଥମ କଟ୍‌ଅଫ ମାର୍କ ତାଲିକା ପ୍ରକାଶ ପାଇବ। ପ୍ରଥମ ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ମଧ୍ୟରେ ନାମ ଲେଖାଇ ପାରିବେ। ସେହିଭଳି  ଦ୍ୱିତୀୟ କଟ୍‌ଅଫ ମାର୍କ […]

saroj meher
କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ ଘଟଣାରେ ପାଟଣାଗଡ଼ ବିଧାୟକ ଅଟକ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଛି। କୌଣସି ଏକ ଅଜଣା ସ୍ଥାନରେ ବିଧାୟକଙ୍କୁ ପୁଲିସ୍‌ ଜେରା କରୁଥିବା ଜଣାପଡ଼ିଛି। ପାଟଣାଗଡ଼ର ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ ଘଟଣାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୨୬ରେ ବିଧାନସଭା […]