• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନର ଦିନକ ପରେ ମହା ବିକାଶ ଅଘାଡିରେ ଦେଖାଦେଇଛି ଫାଟ । ଆସନ୍ତା 23 ତାରିଖରେ ଭୋଟଗଣତି ହେବ । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ରିପୋର୍ଟ କହୁଛି, ଏହି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ବା ମହାୟୁତି ସରକାର ଗଠନ କରିବାର ସମ୍ଭାବନା ଅଧିକ । ଏହି ଚର୍ଚ୍ଚା ଭିତରେ କିନ୍ତୁ ମହା ବିକାଶ ଅଘାଡିର ଦୁଇ ପ୍ରମୁଖ ଦଳ ଶିବସେନା(ଉଦ୍ଧବ ଠାକରେ) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ନାନା ପାଟୋଲ୍ ଗତକାଲି ମନ୍ତବ୍ୟ ଦେଇଥିଲେ, ଏଥର ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ନିଶ୍ଚିତ ସରକାର କରିବ । ଏହି ସରକାରରେ କଂଗ୍ରେସର ଜଣେ ନେତା ମୁଖ୍ୟମନ୍ତ୍ରୀ ହେବେ । ସରକାରର ନେତୃତ୍ୱ ନେବ କଂଗ୍ରେସ । ସେ ଏହି କଥା କହିବାର ଅଳ୍ପ ସମୟ ପରେ ତାଙ୍କୁ କାଉଣ୍ଟର କରିଥିଲେ ଶିବସେନା(ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ । ସେ ସିଧାସଳଖ ନାନା ପାଟୋଲଙ୍କ କଥାକୁ ଖଣ୍ଡନ କରିଥିଲେ । କେବଳ ସେତିକି ନୁହେଁ ସଞ୍ଜୟ ଏହା ମଧ୍ୟ କହିଥିଲେ, ମୁଁ କଣ କେହି ବି ଏହାକୁ ଗ୍ରହଣ କରିପାରିବେନି । ନାନା ପାଟୋଲ୍ ନିଜେ ଏହା କହିଛନ୍ତି ନା କଂଗ୍ରେସ ଉପରେ ତାଙ୍କର କମାଣ୍ଡ୍ ଅଛି । ଏହା ଉପରେ ମଧ୍ୟ ବସି ଆଲୋଚନା କରିବାକୁ ପଡିବ । ଏହି କଥା କହିବା ପୂର୍ବରୁ ନାନା ପାଟୋଲ୍ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି କି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି । ତୁମେ ଯଦି ମୁଖ୍ୟମନ୍ତ୍ରୀ ହେବ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାସୋନିଆ ଗାନ୍ଧୀ ଏହା ଘୋଷଣା କରିଛନ୍ତି କି ?

ଅଧିକ ପଢନ୍ତୁ: ଆଶ୍ଚର୍ଯ୍ୟ କଲା ମହାରାଷ୍ଟ୍ରରେ EXIT POLL; ଜାଣନ୍ତୁ କିଏ ଗଢିବ ସରକାର...

ଭୋଟଗଣତି ହୋଇନାହିଁ । କିଏ କେତେ ଆସନ ପାଇବ ଜଣାପଡିନାହିଁ । ତା ପୂର୍ବରୁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବୟାନବାଜି । ସରକାରର ନେତୃତ୍ୱ ନେବ କିଏ ? କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ? କେବଳ ମତଦାନ ପରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇନାହାନ୍ତି, ତା ପୂର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି । ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ମେଣ୍ଟଭୁକ୍ତ 3 ପ୍ରମୁଖ ଦଳ କଂଗ୍ରେସ, ଶିବସେନା(ଉଦ୍ଧବ ଠାକରେ) ଓ ଏନସିପି( ଶରଦ ପାୱାର) ମଧ୍ୟରେ ତୁତୁ ମେଁମେଁ ଚାଲିଥିଲା । ତେବେ ବହୁ କସରତ ପରେ ସେମାନେ ଏକ ସିଦ୍ଧାନ୍ତରେ ପହଞ୍ଚିଥିଲେ । କେଉଁ ଦଳକୁ କେତେ ଓ କେଉଁ ଆସନରୁ ଟିକେଟ୍ ମିଳିବ, ତାହା ଚୂଡାନ୍ତ ହୋଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ନେଇ କିଛି ନିଷ୍ପତ୍ତି ହୋଇନଥିଲା । ଟିକେଟ୍ ବଣ୍ଟନକୁ ନେଇ ଅନେକ ଆସନରେ ସେମାନଙ୍କ ମଧ୍ୟରେ ସମନ୍ୱୟ ରହିନଥିବାର ଅଭିଯୋଗ ହୋଇଥିଲା । ମତଦାନ ସରୁ ସରୁ ପୁଣି ପଦାକୁ ଆସିଛି ବିବାଦ । ଏହି ନିର୍ବାଚନରେ କଂଗ୍ରେସ 102ଟି ଓ ଶିବସେନା(ଉଦ୍ଧବ ଠାକରେ) 96ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । 

ଅଧିକ ପଢନ୍ତୁ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ: କିଏ ମାରିବ ବାଜି ?

OTV is now on Whatsapp

Join and get latest news update delivered to you via whatsapp

Join Now