ଗୋଟିଏ ପାଚିଲା କଦଳୀର ଦାମ୍ କେତେ ହୋଇପାରେ ? ଆପଣ ହୁଏତ ଗଣ୍ଡା କିମ୍ବା ଡଜନରେ କିଣୁଥିବେ କଦଳୀ । ଯଦି ଆପଣଙ୍କୁ ଗୋଟିଏ କଦଳୀର ଦାମ୍ ସର୍ବାଧିକ କେତେ ଟଙ୍କା ହୋଇପାରେ ବୋଲି ଜଣେ କହିବ ? ଆପଣ ହୁଏତେ ୫ରୁ ୫୦ ଟଙ୍କା କହି ପାରନ୍ତି । କିନ୍ତୁ ଏଠି ଟିକେ ଭିନ୍ନ । କଦଳୀର ଦାମ୍ ଶୁଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । ଏହାକୁ କୁହାଯାଉଛି ବିଶ୍ବର ସବୁଠୁ ଦାମୀ କଦଳୀ । ଦାମ୍ ହେଉଛି ୫୨ କୋଟି ୭୦ ଲକ୍ଷ ଟଙ୍କା । ଠିକ୍ ପଢିଛନ୍ତି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛନ୍ତି ।
ତେବେ ଆହୁରି ସବୁଠୁ ବଡ଼ ପ୍ରଶ୍ନ ଏହି କଦଳୀ କେଉଁଠି ନିଲାମ ହେଲା ? ଏହାର ନିଲାମକାରୀ କିଏ ? ଏତେ ଦାମୀ କଦଳୀକୁ କିଏ କିଣିଲେ ? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନରୁ ଉତ୍ତର...
Also Read
ଅଧିକ ପଢ଼ନ୍ତୁ: ବର୍ଷ ବର୍ଷ ଧରି ଯେଉଁଠି ଖାଉଥିଲେ, ଏବେ ଜାଣିଲେ ସେଇ ରେଷ୍ଟୁରାଣ୍ଟ ନିଜ ମାଆର...
I’m thrilled to announce that I’ve bought the banana🍌 !!! @SpaceX @Sothebys I am Justin Sun, and I’m excited to share that I have successfully acquired Maurizio Cattelan’s iconic work, Comedian for $6.2 million. This is not just an artwork; it represents a cultural phenomenon… pic.twitter.com/lAj1RE6y0C
— H.E. Justin Sun 🍌 (@justinsuntron) November 21, 2024
ଆପଣ ଯେଉଁ କଦଳୀ ଫଟୋ ଦେଖୁଛନ୍ତି, ଆମେରିକାରେ ଏହା ନିଲାମ୍ ହୋଇଛି ୬.୨୪ ମିଲିୟନ୍ ଡଲାର୍ ବା ପାଖାପାଖି ୫୨ କୋଟି ୭୦ ଲକ୍ଷ ଟଙ୍କାରେ। କଦଳୀକୁ ଏକ ଟେପ୍ ସାହାଯ୍ୟରେ କାନ୍ଥରେ ଲଗାଯାଇଛି । ଏହି କଦଳୀର ଗୋଟିଏ ନାଁ ବି ରହିଛି । କଦଳୀର ନାଁ ହେଉଛି କମେଡିଆନ୍ ।
ପୂର୍ବରୁ ୨୦୧୯ ମସିହାରେ ଇଟାଲିର ଜଣେ ଭିଜୁଆଲ୍ ଆର୍ଟିଷ୍ଟ ମୌରିଜିଓ କାଟେଲାନ୍ ପ୍ରଦର୍ଶନୀରେ ନିଲାମ କରିଥିବା ଏଭଳି କଦଳୀର ଦାମ୍ ଥିଲା ୧୨ ହଜାର ଡଲାର୍ । ତେବେ ପୁଣିଥରେ ଆମେରିକାର ନ୍ୟୁୟର୍କରେ ଏଭଳି କଦଳୀ ପ୍ରଦର୍ଶିତ ହେବା ସହ ନିଲାମ ହୋଇଛି ୬.୨୪ ମିଲିୟନ୍ ଡଲାର୍ ବା ପାଖାପାଖି ୫୨ କୋଟି ୭୦ ଲକ୍ଷ ଟଙ୍କାରେ । ଏହାର ନିଲାମକାରୀ ହେଉଛନ୍ତି ଓଲିଭର୍ ବାର୍କର୍ । ଆଉ ଏହି ବିଶ୍ବର ସବୁଠୁ ଦାମୀ କଦଳୀକୁ କିଣିଛନ୍ତି ଚୀନ୍ର ଜଣେ ଉଦ୍ୟୋଗୀ ଜଷ୍ଟିନ୍ ସନ୍ ।
ତେବେ ଭାରତରେ ବର୍ଷସାରା ସବୁବେଳେ କଦଳୀ ମିଳିଥାଏ । ୧ ଡଜନରେ କଦଳୀର ଦାମ୍ ୨୦ରୁ ଆରମ୍ଭ କରି ୫୦ ଓ ୬୦ ଟଙ୍କାରେ ମିଳିଥାଏ । ସବୁଠାରୁ ଦାମୀ କଦଳୀ ଗୋଟାକୁ ୧୦ରୁ ୨୦ ଟଙ୍କା ହୋଇପାରେ । କିନ୍ତୁ ଏତେ ଟଙ୍କାରେ କଦଳୀ ବିକ୍ରି ପରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି ।