• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

କାର୍ତ୍ତିକ ମାସକୁ ଶାସ୍ତ୍ରରେ ଏକ ପୁଣ୍ୟ ମାସ ଭାବେ ବର୍ଣ୍ଣନା କରାଯାଇଛି। ପୁରାଣ ଅନୁଯାୟୀ, ସାଧାରଣ ଦିନରେ ହଜାର ବାର ଗଙ୍ଗା ସ୍ନାନରୁ ଯେଉଁ ଫଳ ମିଳିଥାଏ କାର୍ତ୍ତିକ ମାସରେ ସୂର୍ଯ୍ୟୋଦୟ ପୂର୍ବରୁ ଯେକୌଣସି ନଦୀରେ ସ୍ନାନ କରିବା ଦ୍ୱାରା ସମାନ ଫଳ ମିଳିଥାଏ। ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ସ୍ନାନର ଆରମ୍ଭ ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୁଏ।

ପଦ୍ମ ପୁରାଣଙ୍କ ଅନୁଯାୟୀ, ଯେଉଁ ବ୍ୟକ୍ତିମାନେ କାର୍ତ୍ତିକ ମାସରେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନଦୀ କିମ୍ବା ପୋଖରୀରେ ସ୍ନାନ କରି ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତି ଭଗବାନ ବିଷ୍ଣୁ ସେମାନଙ୍କ ଉପରେ ଅଶେଷ କୃପା କରନ୍ତି। ପଦ୍ମପୁରାଣର କାହାଣୀ ଅନୁଯାୟୀ କାର୍ତ୍ତିକ ସ୍ନାନ ଏବଂ ପୂଜାପାଠ କରି ଦେବି ସତ୍ୟଭାମା ଭଗବାନ ଶ୍ରୀକୃଷ୍ଣଙ୍କ ପତ୍ନୀ ହେବାର ସୌଭାଗ୍ୟ ପାଇଥିଲେ।

କାର୍ତ୍ତିକ ସ୍ନାନର ପୌରାଣିକ କାରଣ:

କାହାଣୀ ଅନୁଯାୟୀ କାର୍ତ୍ତିକ ମାସର ମହିମା ଜାଣିବା ପାଇଁ କୁମାର କାର୍ତ୍ତିକ ଭଗବାନ ଶିବଙ୍କୁ ପଚାରିଥିଲେ କାହିଁକି କାର୍ତ୍ତିକ ମାସକୁ ସବୁଠାରୁ ପୁଣ୍ୟ ମାସ କୁହାଯାଏ? ଭଗବାନ ଶିବ ଉତ୍ତରରେ କହିଥିଲେ ଯେପରି ନଦୀ ମଧ୍ୟରେ ଗଙ୍ଗା ସର୍ବୋତ୍ତମ, ଦେବତାମାନଙ୍କ ମଧ୍ୟରେ ବିଷ୍ଣୁ ସର୍ବୋତ୍ତମ, ସେହିପରି ମାସ ମଧ୍ୟରେ କାର୍ତ୍ତିକ ସର୍ବୋତ୍ତମ। ଏହି ମାସରେ ଭଗବାନ ବିଷ୍ଣୁ ପାଣି ଭିତରେ ରୁହନ୍ତି। ତେଣୁ, ଏହି ମାସରେ ନଦୀ ଓ ପୋଖରୀରେ ଗାଧୋଇବା ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ପୂଜା ଓ ସାକ୍ଷାତ କରିବାର ପୁଣ୍ୟ ମିଳିଥାଏ।

ଯେତେବେଳେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣ ରୂପରେ ଅବତାରିତ ହେଲେ, ରୁକ୍ମିଣୀ ଏବଂ ସତ୍ୟଭାମା ତାଙ୍କର ପାଟରାଣୀ ହେଲେ। ସତ୍ୟଭାମା ତାଙ୍କ ପୂର୍ବ ଜୀବନରେ ଜଣେ ବ୍ରାହ୍ମଣଙ୍କ ଝିଅ ଥିଲେ। ଯୌବନ କାଳରେ ଦିନେ ତାଙ୍କ ସ୍ୱାମୀ ଏବଂ ପିତାଙ୍କୁ ଏକ ରାକ୍ଷସ ହତ୍ୟା କରିଥିଲା। ବ୍ରାହ୍ମଣଙ୍କ ଝିଅ କିଛି ଦିନ ଧରି କାନ୍ଦିବାକୁ ଲାଗିଲେ। ଏହା ପରେ ସେ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ନିଜକୁ ସମର୍ପିତ କରିଦେଲେ।

ସେ ସବୁ ଏକାଦଶୀରେ ଉପବାସ ରଖିଲେ ଏବଂ କାର୍ତ୍ତିକ ମାସରେ ସେ ସୂର୍ଯ୍ୟୋଦୟ ପୂର୍ବରୁ ନିୟମିତ ସ୍ନାନ କରି ଭଗବାନ ବିଷ୍ଣୁ ଏବଂ ତୁଳସୀଙ୍କୁ ପୂଜା କଲେ। ଦିନେ ଯେତେବେଳେ ବ୍ରାହ୍ମଣଙ୍କ ଝିଅ କାର୍ତ୍ତିକ ସ୍ନାନ ପାଇଁ ଗଙ୍ଗାରେ ବୁଡ଼ ପକାଇଲେ, ସେ ଜ୍ୱରରେ ଥରି ଥରି ଗଙ୍ଗା କୂଳରେ ମୃତ୍ୟୁବରଣ କଲେ। ଏହି ସମୟରେ ବିଷ୍ଣୁଲୋକରୁ ଏକ ବିମାନ ଆସିଲା ଏବଂ ବ୍ରାହ୍ମଣଙ୍କ ଝିଅର ଦିବ୍ୟ ଶରୀରକୁ ବିମାନରେ ବସେଇ ବିଷ୍ଣୁ ଲୋକ ଚାଲିଗଲା।

ଯେତେବେଳେ ଭଗବାନ ବିଷ୍ଣୁ କୃଷ୍ଣ ଭାବରେ ଅବତାରିତ ହୋଇଥିଲେ, ସେତେବେଳେ ବ୍ରାହ୍ମଣଙ୍କ ଝିଅ ସତ୍ୟଭାମା ଭାବରେ ଜନ୍ମ ହେଲେ। କାର୍ତ୍ତିକ ମାସରେ ପ୍ରାପ୍ତ ସ୍ନାନ କରିଥିବାରୁ ସେ ଭବବାନଙ୍କୁ ପତ୍ନି ଭାବେ ପାଇଲେ, ଦୀପ ଦାନ କରିଥିବାରୁ ସତ୍ୟଭାମା ସୁଖ ଏବଂ ଧନ ପ୍ରାପ୍ତ କଲେ। ତୁଲସୀଙ୍କୁ ନିୟମିତ ଭାବେ ଜଳ ଅର୍ପଣ କରି ଜଣେ ସୁନ୍ଦର ଉଦ୍ୟାନର ଆନନ୍ଦ ପାଇଲେ।

କାର୍ତ୍ତିକ ସ୍ନାନର ବୈଜ୍ଞାନିକ କାରଣ:

ଶରତ ପୂର୍ଣ୍ଣିମା ପରଠାରୁ କାର୍ତ୍ତିକ ମାସର ପ୍ରାପ୍ତ ସ୍ନାନ ଆରମ୍ଭ ହେବା ବିଧି ରହିଛି। ପୃଥିବୀର ପରିଭ୍ରମଣ ଏବଂ ପରିକ୍ରମଣ ଗରି କାରଣରୁ ବର୍ଷକୁ ଦୁଇଥର ଏହା ସୂର୍ଯ୍ୟଙ୍କ ନିକଟତର ହୋଇଥାଏ। ଗ୍ରୀଷ୍ମ ଋତୁରେ ଏହାର ନିକଟତରତା ରସର ଶୋଷକ ହୋଇଥାଏ ଏବଂ ଶରତରେ ଏହାର ନିକଟତରତା ରସର ପୋଷକ ହୋଇଥାଏ।

ଆୟୁର୍ବେଦରେ ଏହି ଅବଧିକୁ ଭିସର୍ଗ ଅବଧି କୁହାଯାଏ - ଅର୍ଥାତ୍ ଏଥିରେ ବାୟୁର ଶୁଷ୍କତା କମିଯାଏ ଏବଂ ଚନ୍ଦ୍ରର ଶକ୍ତି ବଢିଯାଏ। ସୂର୍ଯ୍ୟ ଦକ୍ଷିଣାୟନରେ ଥିବା କାରଣରୁ ଏହାର କିରଣ ଉତ୍ତର ଗୋଲାର୍ଦ୍ଧରେ ପଡେ, ଫଳରେ ଭାରତବର୍ଷ ସୂର୍ଯ୍ୟଙ୍କ ଠାରୁ ଦୂରେଇ ଯାଏ। ଫଳରେ ଏଠାରେ ଶୀତ ଅନୁଭୁତ ହୁଏ।

ବର୍ଷା ଋତୁରେ ଶରୀର ବର୍ଷାକାଳୀନ ଶୀତରେ ଅଭ୍ୟସ୍ତ ହୋଇଥାଏ ଏବଂ ଯେତେବେଳେ ଶରତ ସୂର୍ଯ୍ୟଙ୍କ କିରଣ ହଠାତ୍ ଶରୀର ଉପରେ ପଡ଼େ, ଶରୀରର ଅଙ୍ଗଗୁଡ଼ିକ ଉତ୍ତେଜିତ ହୁଏ ଏବଂ ବର୍ଷା ସମୟରେ ଶରୀରରେ ଜମା ହୋଇଥିବା ପିତ୍ତ ଶରତରେ ବିକ୍ଷିପ୍ତ ହେବା ଆରମ୍ଭ ହୁଏ। ତେଣୁ ପ୍ରକୃତିର ଏହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ମଣିଷ ନିଜର ଖାଦ୍ୟ ଏବଂ ଅସ୍ୱାସ୍ଥ୍ୟକର ଅଭ୍ୟାସ ପ୍ରତି ଯତ୍ନବାନ ହେବା ଉଚିତ।

ଭାରତୀୟ ସମାଜରେ କାର୍ତ୍ତିକ ମାସରେ ବ୍ରାହ୍ମ ମୁହୂର୍ତ୍ତରେ ଥଣ୍ଡା ପାଣିରେ ଗାଧୋଇବାର ପରମ୍ପରା ରହିଛି, ଯାହା ଶରତ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ। ଆୟୁର୍ବେଦର ପ୍ରସିଦ୍ଧ ଗ୍ରନ୍ଥ ‘ଚରକ ସଂହିତା’ରେ ଏହି ଜଳରେ ଔଷଧିୟ ଗୁଣ ବଢିଯାଏ। କାରଣ ଦିନରେ ସୂର୍ଯ୍ୟ କିରଣ ଦ୍ୱାରା ଜଣ ଗରମ ହୁଏ ଏବଂ ରାତିରେ ଚନ୍ଦ୍ର କିରଣ ସ୍ପର୍ଶରେ ଜଳ ଥଣ୍ଡା ହୁଏ। ଫଳରେ ଏହି ପାଣିରେ ସ୍ନାନ କରିବା ହେତୁ ଶରୀରରେ ଥିବା ଅନବଶ୍ୟକ ପିତ୍ତ ବା ଅନ୍ୟାନ୍ୟ ଆବର୍ଜନା ବାହାରି ଆସେ ଆଉ ଶରୀର ଡିଟକ୍ସାଇଡ୍ ହୋଇଯାଏ।

OTV is now on Whatsapp

Join and get latest news update delivered to you via whatsapp

Join Now