Advertisment

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନିର୍ଦ୍ଧାରିତ ସମୟର ୨୦ ମିନିଟ୍ ର୍ପୂବରୁ ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Draupadi Murmu

Draupadi Murmu

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସନ୍ଧ୍ୟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଁଚିଛନ୍ତି ରାଷ୍ଟ୍ରପତି। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ବିମାନ ବନ୍ଦର ବାହାରେ ମଧ୍ୟ ତାଙ୍କ ସ୍ୱାଗତ ପାଇଁ ଆଦିବାସୀ ସମାଜ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ଏହାପରେ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଛନ୍ତି। ଆଜି ରାତିରେ ସେଠାରେ ବିଶ୍ରାମ ନେବେ। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପାରାଦୀପରେ ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରେ ସେନା ହେଲିକପ୍ଟର ମକଡ୍ରିଲ୍ କରିବା ସହ କାରକେଡ୍ ରିହର୍ସାଲ ହୋଇଛି। ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ଏସପିଙ୍କ ସମେତ ୫ କମାଣ୍ଡାଣ୍ଟ ରାଙ୍କ୍ ଅଫିସର, ୧୩ ଜଣ ଡିଏସପି ଏବଂ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। କୋଷ୍ଟଗାର୍ଡ ପକ୍ଷରୁ ପାଟ୍ରୋଲିଂ ମଧ୍ୟ କରାଯିବ। ସକାଳ ୧୦ଟାରେ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ ହେବ। ଏହାପରେ ସାଧବ ପୁଅଙ୍କୁ ବୋଇତରେ ମେଲାଣି ଦେଇ କୋଷ୍ଟଗାର୍ଡ ଜାହାଜ 'ଅମୋଘ'ରେ ରାଷ୍ଟ୍ରପତି ପୋତାଶ୍ରୟ ବୁଲିବା କାର୍ଯ୍ୟକ୍ରମ ରହିଛି।

#ଭୁବନେଶ୍ୱରରେ_ରାଷ୍ଟ୍ରପତି
- ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ
- କାଲି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ#PresidentDroupadiMurmu#Bhubaneswar#OTVpic.twitter.com/JP3xarzINR

Advertisment

Bhubaneswar Odisha President Draupadi Murmu
Advertisment
Advertisment